Posted inଜାତୀୟ

ଯୁବପିଢ଼ିଙ୍କ ମୁଣ୍ଡ ଖରାପ କରୁଛନ୍ତି ଏକତା

ନୂଆଦିଲ୍ଲୀ,୧୫।୧୦: ପ୍ରଯୋଜିକା ଏକତା କପୁରଙ୍କ ଓ୍ବେବ୍‌ ସିରିଜ୍‌ ‘XXX’ ରେ ଆପତ୍ତିଜନକ କଣ୍ଟେଣ୍ଟକୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କୁ ଭର୍ତ୍ସନା କରିଛନ୍ତି। ଏକତା ଭାରତର ଯୁବପିଢ଼ିଙ୍କ ମସ୍ତିଷ୍କକୁ ପ୍ରଦୂଷିତ କରୁଥିବା ଶୀର୍ଷ ଅଦାଲତ କହିଛନ୍ତି। ଏକତାଙ୍କ ଓଭର୍‌ ଦି ଟପ୍‌ (ଓଟିଟି) ପ୍ଲାଟ୍‌ଫର୍ମ ଅଲ୍ଟ ବାଲାଜୀରେ ପ୍ରସାରିତ ଉକ୍ତ ଓ୍ବେବ୍‌ ସିରିଜର ସିଜନ୍‌-୨ରେ ଯବାନମାନଙ୍କୁ ଅପମାନିତ ଓ ସେମାନଙ୍କ ପରିବାରର ଭାବାବେଗକୁ କୁଠାରାଘାତ କରାଯାଇଥିବା ଅଭିଯୋଗ ଆଣି ବିହାରର ବେଗୁସରାଇସ୍ଥିତ ଏକ କୋର୍ଟରେ ପିଟିଶନ ଦାଖଲ କରାଯାଇଛି। ପୂର୍ବତନ ସୈନିକ ଶମ୍ଭୁ କୁମାରଙ୍କ ଆବେଦନକ୍ରମେ ବେଗୁସରାଇ କୋର୍ଟ ଏକତାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଛନ୍ତି।
କପୁରଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି ହେବା ପରେ ସେ ପାଟନା ହାଇକୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି। ଏହାର ଶୁଣାଣି ହେଉ ନ ଥିବାରୁ ଏକତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପାଟନା ହାଇକୋର୍ଟରେ ଦାଖଲ ପିଟିଶନର ଶୁଣାଣି ଏତେ ଶୀଘ୍ର ହେବାକୁ ଯାଉନାହିଁ ବୋଲି ଏକତାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ସୁପ୍ରିମକୋର୍ଟଙ୍କୁ କହିଥିଲେ। ଜଷ୍ଟିସ୍‌ ଅଜୟ ରୋହତଗୀ ଏବଂ ସି.ଟି. ରବିକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହା ଉପରେ କହିଛନ୍ତି, କିଛି ଗୋଟେ କରିବାକୁ ପଡ଼ିବ। ତୁମେ ଭାରତୀୟ ଯୁବପିଢ଼ିଙ୍କ ମୁଣ୍ଡ ଖରାପ କରୁଛ। ଓଟିଟି କଣ୍ଟେଣ୍ଟ ସମସ୍ତଙ୍କ ପାଇଁ ଉପଲବ୍ଧ। ତୁମେ ଲୋକଙ୍କୁ କିପରି ଜିନିଷ ଦେଖିବାକୁ ଦେଉଛ? ଉତ୍ତରରେ ମୁକୁଲ ରୋହତଗୀ କହିଥିଲେ, ଏକତାଙ୍କ ଓ୍ବେବ୍‌ ସିରିଜ୍‌ର କଣ୍ଟେଣ୍ଟ ହେଉଛି ସବ୍‌ସ୍କ୍ରିପ୍‌ଶନଭିତ୍ତିକ। ଦେଶରେ କିଏ କ’ଣ ଦେଖିବେ ତାହା ସମ୍ପୃକ୍ତ ଦର୍ଶକଙ୍କ ସ୍ବାଧୀନତା। ଖଣ୍ଡପୀଠ କହିଥିଲେ, ଯେଉଁମାନେ ସ୍ବର ଉତ୍ତୋଳନ କରିପାରନ୍ତି ସେମାନଙ୍କ ପାଇଁ ଏହି ଅଦାଲତ ଉଦ୍ଦିଷ୍ଟ ନୁହେଁ। ପାଟନାର ଜଣେ ଓକିଲଙ୍କ ଜରିଆରେ ହାଇକୋର୍ଟରେ ବିଚାରାଧୀନ ମାମଲାର ସ୍ଥିତି ସମ୍ପର୍କରେ ଜାଣିବାକୁ ଏକତାଙ୍କ ଉଦ୍ଦେଶ୍ୟରେ ଖଣ୍ଡପୀଠ ରୋହତଗୀଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ରାସ ପାଇଛି ଟ୍ରମ୍ପଙ୍କ ଲୋକପ୍ରିୟତା; ଇରାନ ସହିତ ସମ୍ଭାବ୍ୟ ଯୁଦ୍ଧ ଯୋଗୁ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା ତାଙ୍କ ବର୍ତ୍ତମାନ କାର୍ଯ୍ୟକାଳର ସର୍ବନିମ୍ନ ସ୍ତରକୁ ପହଞ୍ଚିଛି। ଏକ ରଏଟର୍ସ/ଇପସୋସ ସର୍ଭେରୁ ଜଣାପଡିଛି ଯେ 33% ଉତ୍ତରଦାତା ଟ୍ରମ୍ପଙ୍କ…

ଭାରତର ନିର୍ବାଚନ ପ୍ରକ୍ରିୟାକୁ ତାରିଫ କଲେ ଟ୍ରମ୍ପ, ଜ୍ଞାନେଶ କୁମାରଙ୍କ ନାମ ନେଇ ବଡ଼ କଥା କହିଲେ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଆମେରିକାରେ କଠୋର ଭୋଟିଂ ନିୟମ ଏବଂ ‘ସେଭ ଆମେରିକା ଆକ୍ଟ’ କାର୍ଯ୍ୟକାରୀ କରିବାକୁ…

ମାସକ ମଧ୍ୟରେ କେସିଙ୍ଗାରୁ ୩ ଅଜଗର ଉଦ୍ଧାର, ବଜ୍ରଗଡ଼ ଜଙ୍ଗଲରେ…

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମାସକ ମଧ୍ୟରେ ୩ ଟି ଆଜଗର ଉଦ୍ଧାର କରାଯାଇଛି । ନୂନ ମାଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସ…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

‘ସିଏଜି’ ହାତରେ ‘ନିପୁଣ’ ବିଫଳତା, ବିଦ୍ୟାର୍ଥୀ ଲେଖିପାରୁ ନାହାନ୍ତି ନାଁ

ଭୁବନେଶ୍ୱର,୧୮।୮(ରବିନାରାୟଣ ଜେନା): ଶିକ୍ଷାକୁ ସାର୍ବଜନୀନ କରିବାପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ଛାତ୍ରୀଛାତ୍ରଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇବା…

ଭାଜପାର ନୂଆ ଦଳକୁ ଫେରିଲେ ରାମ ମାଧବ; ତାଙ୍କୁ କାହିଁକି ସୁଯୋଗ ଦିଆଗଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୮: ଭାରତୀୟ ଜନତା ପାର୍ଟି (ଭାଜପା) ଦଳର ସଭାପତି ନୀତିନ ନବିନଙ୍କ ନେତୃତ୍ୱରେ ଏକ ନୂତନ ଜାତୀୟ ଦଳ ଘୋଷଣା କରିଛି। ନୀତିନ ନବିନଙ୍କୁ ଜାତୀୟ କାର୍ଯ୍ୟକାରୀ…

ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ; ଘରଭଡା ଦେଲେ ପୋଲିସକୁ ତଥ୍ୟ ଦେବେ ମାଲିକ, ବାହାର ରାଜ୍ୟର ଲୋକ ଥାନାରୁ…

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ମାସ ମଧ୍ୟରେ ୫ରୁ ଅଧିକ ଲୁଟ୍ ହୋଇଛି । ଏହି ଘଟଣାରେ କନ୍ଧମାଳ ଏସପି ବଡ଼…

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri