Posted inଜାତୀୟ

ସିବିଆଇକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୬ା୧: ବହୁ କୋଟି ଟଙ୍କାର ଚିଟ୍‌ଫଣ୍ଡ ଠକେଇ ମାମଲାର ତଦନ୍ତରେ ଅହେତୁକ ବିଳମ୍ବ ହେଉଥିବାରୁ ଜମାକାରୀ ନିଜ ଅର୍ଥ ଫେରସ୍ତ ପାଉନାହାନ୍ତି। ଜମାକାରୀମାନେ ୧୦-୧୫ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିପାରିବେ ନାହିଁ ବୋଲି ଗୁରୁବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଆସନ୍ତା ୯ ତାରିଖ ସୁଦ୍ଧା ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାରେ ସକ୍ରିୟ ଥିବା ୪୪ଟି ଚିଟ୍‌ଫଣ୍ଡ ସଂସ୍ଥାବିରୋଧରେ ତଦନ୍ତ କରିବାକୁ ୨୦୧୪ରେ ସିବିଆଇକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ପିନାକ ପାଣି ମହାନ୍ତି ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇ ଏକ ପିଟିଶନ ଦାଖଲ କରିଥିଲେ। ଏହି ଜନସ୍ବାର୍ଥ ମାମଲା (ପିଆଇଏଲ୍‌)ରେ ଆବେଦନକାରୀ ଉଲ୍ଲେଖ କରିଥିଲେ ଯେ ଓଡ଼ିଶା, ପଶ୍ଚିମବଙ୍ଗ, ତ୍ରିପୁରା ଓ ଆସାମରେ ଚିଟ୍‌ଫଣ୍ଡ ସଂସ୍ଥାଗୁଡ଼ିକ ଲୋକଙ୍କୁ ଅଧିକ ଲାଭର ଲୋଭ ଦେଖାଇ ପ୍ରାୟ ୧୦,୦୦୦ କୋଟି ଟଙ୍କା ସଂଗ୍ରହ କରିଥିଲେ। ବିଶେଷକରି ସମାଜର ଦୁର୍ବଳ ଶ୍ରେଣୀର ଲୋକେ ଏହି ଠକେଇର ଶିକାର ହୋଇଛନ୍ତି। ଓଡ଼ିଶା ଓ ପଶ୍ଚିମବଙ୍ଗରେ ଗଠିତ ତଦନ୍ତ କମିଶନ ଜମାରାଶି ଫେରସ୍ତ ସକାଶେ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଦାବିପତ୍ର ଗ୍ରହଣ କରିଛନ୍ତି। ଚିଟ୍‌ଫଣ୍ଡ କମ୍ପାନୀଗୁଡ଼ିକ କେତେମାତ୍ରାରେ ଠକାମି କରିଛନ୍ତି ତାହା ଏଥିରୁ ସ୍ପଷ୍ଟ ହେଉଛି ବୋଲି ପିନାକ କହିଥିଲେ। ଜଷ୍ଟିସ୍‌ ଏମ୍‌.ଆର. ଶାହ ଏବଂ ସି.ଟି. ରବିକୁମାର ଉକ୍ତ ପିଆଇଏଲ୍‌ର ଶୁଣାଣି କରି ଚିଟ୍‌ଫଣ୍ଡ ମାମଲାର ତଦନ୍ତରେ ମନ୍ଥରତା ପାଇଁ ସିବିଆଇକୁ ଭର୍ତ୍ସନା କରିଛନ୍ତି। ଏହି ପ୍ରସଙ୍ଗରେ ତଦନ୍ତକାରୀ ସଂସ୍ଥା ଚାର୍ଜଶିଟ୍‌ ଦାଖଲ କରିବାରେ କାହିଁକି ବିଫଳ ହୋଇଛି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ଅଦାଲତ ଗୋଟିଏ ମାମଲାର ଶୁଣାଣିରେ ୧୦ରୁ ୧୫ ବର୍ଷ ବିତାଇପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଯେତେବେଳେ ବି ସିବିଆଇ ଏବଂ ଇଡି କୌଣସି ଆର୍ଥିକ ଦୁର୍ନୀତି ମାମଲା ହାତକୁ ନେଇଥାଆନ୍ତି, ତଦନ୍ତରେ ବିଳମ୍ବ ହୋଇଥାଏ। ଅନେକ ମାମଲାରେ ଟିକସ ଫାଙ୍କିବାରେ ସହଜ ହେଉଥିବା ଦେଶଗୁଡ଼ିକୁ ଟଙ୍କା ଯାଇଥାଏ। ଆମକୁ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ ବୋଲି ଖଣ୍ଡପୀଠ କହିଛନ୍ତି। ସର୍ବୋଚ୍ଚ ଅଦାଲତ ଏହାକୁ ଏକ ଅତ୍ୟନ୍ତ ଗମ୍ଭୀର ମାମଲା ଭାବେ ଅଭିହିତ କରି ଆବେଦନକାରୀଙ୍କ ପିଟିଶନ ଉପରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ସୋମବାର କରାଯିବ।
ପ୍ରକାଶ ଯେ, ଚିଟ୍‌ଫଣ୍ଡ ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସିବିଆଇକୁ ସର୍ବୋଚ୍ଚ ଅଦାଲତ ତଥ୍ୟ ମାଗିଥିଲେ। ଏନେଇ ୨୦୨୨ ଅକ୍ଟୋବର ୧୦ରେ ସିବିଆଇ ଏବଂ ଓଡ଼ିଶା ସରକାରଙ୍କୁ ନୋଟିସ କରିଥିଲେ। ୮୦୬ ମାମଲା ମଧ୍ୟରୁ ୩୩୪ଟିରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ଏହାସହ ୨.୧୦ ଲକ୍ଷ ଜମାକାରୀଙ୍କୁ ୮୩.୪୬ କୋଟି ଟଙ୍କା କ୍ଷତିପୂରଣ ଦିଆଯାଇଥିବା ବିଷୟ ନଭେମ୍ବର୧୪ରେ ରାଜ୍ୟ ସରକାର ଅଦାଲତଙ୍କୁ ଅବଗତ କରାଇଥିଲେ।
୨.୧୦ ଲକ୍ଷ ଜମାକାରୀଙ୍କୁ ୮୩.୪୬ କୋଟି ଫେରସ୍ତ କରାଯାଇଛି: ଓଡ଼ିଶା ସରକାର
ଗତ ନଭେମ୍ବର ୧୪ରେ ଓଡ଼ିଶା ସରକାର ଚିଟ୍‌ଫଣ୍ଡ ଠକେଇ ମାମଲାରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ଷ୍ଟାଟସ୍‌ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଥିଲେ। ଏଥିରେ ସରକାର ଉଲ୍ଲେଖ କରିଥିଲେ, ୨୦୧୧ରୁ ଅଦ୍ୟାବଧି ଲୋକଙ୍କଠାରୁ ବେଆଇନ ଭାବେ ଅର୍ଥ ସଂଗ୍ରହ କରିଥିବା ବିଭିନ୍ନ ବ୍ୟକ୍ତିବିଶେଷ ତଥା ସଂସ୍ଥା ବିରୋଧରେ ଆର୍ଥିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏବଂ ଜିଲା ପୋଲିସ ପକ୍ଷରୁ ୮୦୬ ମାମଲା ରୁଜୁ କରାଯାଇଛି। ସେଥିରୁ ଇଓଡବ୍ଲ୍ୟୁରେ ୬୭ ଏବଂ ଜିଲା ପୋଲିସରେ ୭୩୯ ମାମଲା ଦାଏର ହୋଇଛି। ଏଥିରେ ୨୮୦ କମ୍ପାନୀର ସମ୍ପୃକ୍ତି ରହିଛି। ୩୩୪ ମାମଲାରେ ତଦନ୍ତ ଶେଷ ହେବା ପରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ୨୬୯ ମାମଲାରେ ପ୍ରାଥମିକ ଚାର୍ଜଶିଟ୍‌ ହୋଇଥିବାବେଳେ ଫୌଜଦାରି ଦଣ୍ଡ ସଂହିତା (ସିଆର୍‌ପିସି) ଧାରା ୧୩୭(୮) ବଳରେ ତଦନ୍ତ ଜାରି ରହିଛି। ୧୪୦୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ୧୨ଟି ମାମଲାରେ ଶୁଣାଣି ଶେଷ ପରେ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହାସହ ୨.୧୦ ଲକ୍ଷ ଜମାକାରୀଙ୍କୁ ୮୩.୪୬ କୋଟି ଟଙ୍କା କ୍ଷତିପୂରଣ ଦିଆଯାଇଥିବା ବିଷୟ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

ହ୍ବାଇଟ ହାଉସ ବାହାରେ ଚାଇନା ଗଣମାଧ୍ୟମ, ଆମେରିକାର ସିକ୍ରେଟ ସର୍ଭିସ ମଧ୍ୟରେ ସଂଘର୍ଷ! ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୪।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକ ପୂର୍ବରୁ ହ୍ବାଇଟ ହାଉସ ବାହାରେ ଉଭୟ ଦେଶର ଫଟୋଗ୍ରାଫରଙ୍କ ମଧ୍ୟରେ…

କମୁନି ବର୍ଷା, ନଦୀର ଜଳସ୍ତର ବଢୁଛି: ୨୫ରେ ଗଞ୍ଜାମ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା, ସତର୍କ ରହିବାକୁ…

ଭଞ୍ଜନଗର,୨୪।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଦିନତମାମ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ତୁହାକୁ…

‘ସଂଘର୍ଷ ଉଭୟ ପକ୍ଷର କ୍ଷତି ଘଟାଇବ’, ଆମେରିକା ଗସ୍ତ ସମୟରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦୃଢ଼ ବାର୍ତ୍ତା

ଓ୍ବାଶିଂଟନ,୨୪।୯: ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁବାର ଏକ କାର୍ଯ୍ୟକ୍ରମ ମଞ୍ଚରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରିଥିଲେ।…

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପୂର୍ବରୁ ଚର୍ଚ୍ଚାରେ ବୈଭବ ସୂର୍ଯ୍ୟବଂଶୀ: ୧୫ ବର୍ଷୀୟ ଭାରତୀୟ ସେନ୍‌ସେସନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ କିୱି କୋଚ୍‌

ନୂଆଦିଲ୍ଲୀ,୨୪ା୯: ଅକ୍ଟୋବରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା…

ଆରପାରିରେ ବଲିଉଡ୍‌ର ମଲ୍ଟି-ଟାଲେଣ୍ଟେଡ୍ ଅଭିନେତା ମୁସ୍ତାକ୍ ଖାନ୍, ୫୬ ବର୍ଷ ବୟସରେ ପରଲୋକ

ମୁମ୍ବାଇ: ହିନ୍ଦୀ ସିନେମା ଓ ଟେଲିଭିଜନ୍ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣାଶୁଣା ବରିଷ୍ଠ ଅଭିନେତା ମୁସ୍ତାକ୍ ଖାନ୍‌ଙ୍କର ୫୬ ବର୍ଷ ବୟସରେ ପରଲୋକ…

କଳାହାଣ୍ଡିରେ ଥମିବାର ନା ଧରୁନି ବର୍ଷା, କୁତ୍ରିମ ନଦୀ ହେଲା ଫତେନଗର ପଡା ମୁଖ୍ୟ ରାସ୍ତା

ଭବାନୀପାଟଣା ୨୪।୯,(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଗତ ତିନିଦିନ ଧରି କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଜନଜୀବନ…

ଅକ୍ଟୋବର ୧ରୁ ଧନବର୍ଷା! ରାହୁଙ୍କ ସ୍ୱାତୀ ନକ୍ଷତ୍ରକୁ ଯିବେ ବୁଧ, ମାଲାମାଲ୍ ହେବେ ଏହି ୫ ରାଶି

ଅକ୍ଟୋବର ୧ ତାରିଖ ସକାଳ ୯ଟା ୩୩ ମିନିଟ୍‌ରେ ଗ୍ରହମାନଙ୍କ କୁମାର ‘ବୁଧ’ ତୁଳା ରାଶିରେ ବିରାଜମାନ ଥାଇ ସ୍ୱାତୀ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି। ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?