Posted inଜାତୀୟ

ସିବିଆଇକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୬ା୧: ବହୁ କୋଟି ଟଙ୍କାର ଚିଟ୍‌ଫଣ୍ଡ ଠକେଇ ମାମଲାର ତଦନ୍ତରେ ଅହେତୁକ ବିଳମ୍ବ ହେଉଥିବାରୁ ଜମାକାରୀ ନିଜ ଅର୍ଥ ଫେରସ୍ତ ପାଉନାହାନ୍ତି। ଜମାକାରୀମାନେ ୧୦-୧୫ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିପାରିବେ ନାହିଁ ବୋଲି ଗୁରୁବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଆସନ୍ତା ୯ ତାରିଖ ସୁଦ୍ଧା ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାରେ ସକ୍ରିୟ ଥିବା ୪୪ଟି ଚିଟ୍‌ଫଣ୍ଡ ସଂସ୍ଥାବିରୋଧରେ ତଦନ୍ତ କରିବାକୁ ୨୦୧୪ରେ ସିବିଆଇକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ପିନାକ ପାଣି ମହାନ୍ତି ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇ ଏକ ପିଟିଶନ ଦାଖଲ କରିଥିଲେ। ଏହି ଜନସ୍ବାର୍ଥ ମାମଲା (ପିଆଇଏଲ୍‌)ରେ ଆବେଦନକାରୀ ଉଲ୍ଲେଖ କରିଥିଲେ ଯେ ଓଡ଼ିଶା, ପଶ୍ଚିମବଙ୍ଗ, ତ୍ରିପୁରା ଓ ଆସାମରେ ଚିଟ୍‌ଫଣ୍ଡ ସଂସ୍ଥାଗୁଡ଼ିକ ଲୋକଙ୍କୁ ଅଧିକ ଲାଭର ଲୋଭ ଦେଖାଇ ପ୍ରାୟ ୧୦,୦୦୦ କୋଟି ଟଙ୍କା ସଂଗ୍ରହ କରିଥିଲେ। ବିଶେଷକରି ସମାଜର ଦୁର୍ବଳ ଶ୍ରେଣୀର ଲୋକେ ଏହି ଠକେଇର ଶିକାର ହୋଇଛନ୍ତି। ଓଡ଼ିଶା ଓ ପଶ୍ଚିମବଙ୍ଗରେ ଗଠିତ ତଦନ୍ତ କମିଶନ ଜମାରାଶି ଫେରସ୍ତ ସକାଶେ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଦାବିପତ୍ର ଗ୍ରହଣ କରିଛନ୍ତି। ଚିଟ୍‌ଫଣ୍ଡ କମ୍ପାନୀଗୁଡ଼ିକ କେତେମାତ୍ରାରେ ଠକାମି କରିଛନ୍ତି ତାହା ଏଥିରୁ ସ୍ପଷ୍ଟ ହେଉଛି ବୋଲି ପିନାକ କହିଥିଲେ। ଜଷ୍ଟିସ୍‌ ଏମ୍‌.ଆର. ଶାହ ଏବଂ ସି.ଟି. ରବିକୁମାର ଉକ୍ତ ପିଆଇଏଲ୍‌ର ଶୁଣାଣି କରି ଚିଟ୍‌ଫଣ୍ଡ ମାମଲାର ତଦନ୍ତରେ ମନ୍ଥରତା ପାଇଁ ସିବିଆଇକୁ ଭର୍ତ୍ସନା କରିଛନ୍ତି। ଏହି ପ୍ରସଙ୍ଗରେ ତଦନ୍ତକାରୀ ସଂସ୍ଥା ଚାର୍ଜଶିଟ୍‌ ଦାଖଲ କରିବାରେ କାହିଁକି ବିଫଳ ହୋଇଛି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ଅଦାଲତ ଗୋଟିଏ ମାମଲାର ଶୁଣାଣିରେ ୧୦ରୁ ୧୫ ବର୍ଷ ବିତାଇପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଯେତେବେଳେ ବି ସିବିଆଇ ଏବଂ ଇଡି କୌଣସି ଆର୍ଥିକ ଦୁର୍ନୀତି ମାମଲା ହାତକୁ ନେଇଥାଆନ୍ତି, ତଦନ୍ତରେ ବିଳମ୍ବ ହୋଇଥାଏ। ଅନେକ ମାମଲାରେ ଟିକସ ଫାଙ୍କିବାରେ ସହଜ ହେଉଥିବା ଦେଶଗୁଡ଼ିକୁ ଟଙ୍କା ଯାଇଥାଏ। ଆମକୁ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ ବୋଲି ଖଣ୍ଡପୀଠ କହିଛନ୍ତି। ସର୍ବୋଚ୍ଚ ଅଦାଲତ ଏହାକୁ ଏକ ଅତ୍ୟନ୍ତ ଗମ୍ଭୀର ମାମଲା ଭାବେ ଅଭିହିତ କରି ଆବେଦନକାରୀଙ୍କ ପିଟିଶନ ଉପରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ସୋମବାର କରାଯିବ।
ପ୍ରକାଶ ଯେ, ଚିଟ୍‌ଫଣ୍ଡ ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସିବିଆଇକୁ ସର୍ବୋଚ୍ଚ ଅଦାଲତ ତଥ୍ୟ ମାଗିଥିଲେ। ଏନେଇ ୨୦୨୨ ଅକ୍ଟୋବର ୧୦ରେ ସିବିଆଇ ଏବଂ ଓଡ଼ିଶା ସରକାରଙ୍କୁ ନୋଟିସ କରିଥିଲେ। ୮୦୬ ମାମଲା ମଧ୍ୟରୁ ୩୩୪ଟିରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ଏହାସହ ୨.୧୦ ଲକ୍ଷ ଜମାକାରୀଙ୍କୁ ୮୩.୪୬ କୋଟି ଟଙ୍କା କ୍ଷତିପୂରଣ ଦିଆଯାଇଥିବା ବିଷୟ ନଭେମ୍ବର୧୪ରେ ରାଜ୍ୟ ସରକାର ଅଦାଲତଙ୍କୁ ଅବଗତ କରାଇଥିଲେ।
୨.୧୦ ଲକ୍ଷ ଜମାକାରୀଙ୍କୁ ୮୩.୪୬ କୋଟି ଫେରସ୍ତ କରାଯାଇଛି: ଓଡ଼ିଶା ସରକାର
ଗତ ନଭେମ୍ବର ୧୪ରେ ଓଡ଼ିଶା ସରକାର ଚିଟ୍‌ଫଣ୍ଡ ଠକେଇ ମାମଲାରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ଷ୍ଟାଟସ୍‌ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଥିଲେ। ଏଥିରେ ସରକାର ଉଲ୍ଲେଖ କରିଥିଲେ, ୨୦୧୧ରୁ ଅଦ୍ୟାବଧି ଲୋକଙ୍କଠାରୁ ବେଆଇନ ଭାବେ ଅର୍ଥ ସଂଗ୍ରହ କରିଥିବା ବିଭିନ୍ନ ବ୍ୟକ୍ତିବିଶେଷ ତଥା ସଂସ୍ଥା ବିରୋଧରେ ଆର୍ଥିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏବଂ ଜିଲା ପୋଲିସ ପକ୍ଷରୁ ୮୦୬ ମାମଲା ରୁଜୁ କରାଯାଇଛି। ସେଥିରୁ ଇଓଡବ୍ଲ୍ୟୁରେ ୬୭ ଏବଂ ଜିଲା ପୋଲିସରେ ୭୩୯ ମାମଲା ଦାଏର ହୋଇଛି। ଏଥିରେ ୨୮୦ କମ୍ପାନୀର ସମ୍ପୃକ୍ତି ରହିଛି। ୩୩୪ ମାମଲାରେ ତଦନ୍ତ ଶେଷ ହେବା ପରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ୨୬୯ ମାମଲାରେ ପ୍ରାଥମିକ ଚାର୍ଜଶିଟ୍‌ ହୋଇଥିବାବେଳେ ଫୌଜଦାରି ଦଣ୍ଡ ସଂହିତା (ସିଆର୍‌ପିସି) ଧାରା ୧୩୭(୮) ବଳରେ ତଦନ୍ତ ଜାରି ରହିଛି। ୧୪୦୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ୧୨ଟି ମାମଲାରେ ଶୁଣାଣି ଶେଷ ପରେ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହାସହ ୨.୧୦ ଲକ୍ଷ ଜମାକାରୀଙ୍କୁ ୮୩.୪୬ କୋଟି ଟଙ୍କା କ୍ଷତିପୂରଣ ଦିଆଯାଇଥିବା ବିଷୟ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

ଭାଜପାରେ ଚାଲେ ଆରଏସ୍‌ଏସ୍‌ ମୁଖ୍ୟଙ୍କ ସମ୍ଭିଧାନ:ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ତିହାର ଜେଲରେ ବନ୍ଦୀ ହେବା ପରେ ମୁକ୍ତ ହୋଇଥିବା ଆମ ଆଦମୀ ପାର୍ଟି...

ରାଜଧାନୀରେ ବଦଳିବେ ନାହିଁ ପ୍ରାର୍ଥୀ, ଲଭଲିଙ୍କ ଇସ୍ତଫା ପରେ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅରବିନ୍ଦର ସିଂ ଲଭଲିଙ୍କ ଇସ୍ତଫା ପରେ ଦଳରେ ଆତଙ୍କ ଖେଳିଯାଇଛି। କୁହାଯାଉଛି ଯେ ଦିଲ୍ଲୀର ଆମ ଆଦମୀ ପାର୍ଟି...

ସ୍ବାଧୀନତା ପରଦିନ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯିବାର ଥିଲା: ମୋଦି

ବେଙ୍ଗାଲୁରୁ,୨୮।୪: ଉତ୍ତର କର୍ନାଟକରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଏବଂ ଇଣ୍ଡିଆ ଆଲାଇନ୍ସକୁ କଡ଼ା...

ଆମେ ୨ ପ୍ରଧାନମନ୍ତ୍ରୀ କରୁ କି ୪ ଆମର ଇଚ୍ଛା, ହେଲେ ତାନାଶାହାଙ୍କୁ ଆସିବାକୁ ଦେବୁ ନାହିଁ: ସଞ୍ଜୟ ରାଉତ

ପୁଣେ,୨୮।୪: ଦେଶରେ ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଛି। ୭ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନର ୨ ପର୍ଯ୍ୟାୟ ଶେଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri