Posted inଜାତୀୟ

ବୁଲ୍‌ଡୋଜରରେ ସୁପ୍ରିମକୋର୍ଟ ବ୍ରେକ୍‌

ନୂଆଦିଲ୍ଲୀ,୬ା୧: ଉତ୍ତରାଖଣ୍ଡର ନୈନିତାଲ ଜିଲା ହଲ୍‌ଦ୍ୱାନି ରେଳ ଷ୍ଟେଶନ ସଂଲଗ୍ନ ୨୯ ଏକର ଜାଗାକୁ ରେଲଓ୍ବେ ନିଜର ବୋଲି ଦାବି କରୁଛି। ସେଠାରେ ବସବାସ କରୁଥିବା ଲୋକଙ୍କୁ ସପ୍ତାହେ ପୂର୍ବରୁ ନୋଟିସ ଦେଇ ଉଚ୍ଛେଦ କରିବା ପାଇଁ ଉତ୍ତରାଖଣ୍ଡ ହାଇକୋର୍ଟ ଗତ ଡିସେମ୍ବର ୨୦ରେ ରାୟ ଦେଇଥିଲେ। ଗୁରୁବାର ଜବରଦଖଲ ଉଚ୍ଛେଦ ପାଇଁ ବୁଲ୍‌ଡୋଜର ଛିଡ଼ା ହୋଇଥିବାବେଳେ ସେଥିରେ ବ୍ରେକ୍‌ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏହା ଏକ ମାନବୀୟ ପ୍ରସଙ୍ଗ ହୋଇଥିବାରୁ ୫୦,୦୦୦ ଲୋକଙ୍କୁ ରାତାରାତି ଉଚ୍ଛେଦ କରାଯାଇପାରିବ ନାହିଁ ବୋଲି ଜଷ୍ଟିସ୍‌ ଏସ୍‌.କେ. କୌଲ ଏବଂ ଏ.ଏସ୍‌. ଓକାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ଏଥିସହ ସମାଧାନର ମଧ୍ୟମ ପନ୍ଥା ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ବସ୍ତି ବାସିନ୍ଦା ଆଶ୍ୱସ୍ତ ହୋଇଛନ୍ତି।
ହଲ୍‌ଦ୍ୱାନି ରେଳ ଷ୍ଟେଶନ ନିକଟ ବନଭୁଲପୁରାରେ ଗଫୁର ବସ୍ତି, ଢୋଲକ୍‌ ବସ୍ତି ଓ ଇନ୍ଦିରା ନଗର ନାମରେ ୩ଟି କଲୋନି ରହିଛି। ୨ କି.ମି. ବିସ୍ତୃତ ଏହି ଅଞ୍ଚଳରେ ପ୍ରାୟ ୫୦ ହଜାର ଲୋକ ଅନେକ ଦଶନ୍ଧି ଧରି ବସବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମୁସଲମାନ, ଯାହାଙ୍କ ପରିବାର ସଂଖ୍ୟା ହେଉଛି ୪,୦୦୦। ରେଲଓ୍ବେର ଦାବି ହେଉଛି ଏହାର ଜାଗାରେ ବେଆଇନ ଭାବେ ୪,୩୬୫ ଜବରଦଖଲକାରୀ ରହିଛନ୍ତି। ତେଣୁ ସେମାନଙ୍କୁ ଉକ୍ତ ବିବାଦୀୟ ସ୍ଥାନରୁ ହଟାଇବା ପାଇଁ ରେଲଓ୍ବେ କର୍ତ୍ତୃପକ୍ଷ ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ଅନୁମତି କ୍ରମେ ଅର୍ଦ୍ଧସାମରିକ ବଳର ଯବାନଙ୍କୁ ମୁତୟନ କରି ୪,୦୦୦ ଘର ଉଚ୍ଛେଦ ପାଇଁ ଅଭିଯାନ ଆରମ୍ଭ ହୋଇଥିଲା। ସ୍ଥାନୀୟ ଲୋକଙ୍କ ମତରେ ସେମାନଙ୍କ ମଧ୍ୟରୁ ପ୍ରାୟ ଅଧା ପରିବାରକୁ ଲିଜ୍‌ ସୂତ୍ରରେ ଜାଗା ମିଳିଛି। ସେଠାରେ ୪ ସରକାରୀ ଓ ୧୧ ଘରୋଇ ସ୍କୁଲ ରହିଛି। ଏପରି କି ଏକ ବ୍ୟାଙ୍କ ଓ ୨ଟି ଓଭରହେଡ୍‌ ଓ୍ବାଟର ଟ୍ୟାଙ୍କ, ୧୦ଟି ମସ୍‌ଜିଦ, ୪ ମନ୍ଦିର ମଧ୍ୟ ଅଛି। ତେଣୁ ସେମାନେ ସେଠାରୁ ହଟିବେ ନାହିଁ ବୋଲି ବିକ୍ଷୋଭ କରିଥିଲେ। ବିକ୍ଷୋଭକାରୀଙ୍କୁ ସମାଜବାଦୀ ପାର୍ଟି, କଂଗ୍ରେସ ଏବଂ ଏଆଇଏମ୍‌ଆଇଏମ୍‌ ପକ୍ଷରୁ ସମର୍ଥନ ମିଳିଛି। ସେପଟେ ହାଇକୋର୍ଟଙ୍କ ଡିସେମ୍ବର ୨୦ ରାୟକୁ ଚ୍ୟାଲେଞ୍ଜ କରି ଗତ ସୋମବାର ହଲ୍‌ଦ୍ୱାନିର କଂଗ୍ରେସ ବିଧାୟକ ସୁମିତ ହୃଦୟେଶଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସ୍ଥାନୀୟ ଲୋକେ ଅନେକ ବର୍ଷ ଧରି ହୋଲ୍ଡିଂ ଟିକସ ପଇଠ କରୁଥିବା ସେମାନେ ନିଜ ପିଟିଶନରେ ଉଲ୍ଲେଖ କରିଛନ୍ତି। ଉକ୍ତ ଆବେଦନଗୁଡ଼ିକ ଉପରେ ଜବାବ ଦାଖଲ ପାଇଁ ରେଲଓ୍ବେ ଏବଂ ଉତ୍ତରାଖଣ୍ଡ ସରକାରଙ୍କୁ ଖଣ୍ଡପୀଠ ନୋଟିସ କରିଛନ୍ତି। ଏଥିସହ ଅନ୍ୟାଦେଶ ପର୍ଯ୍ୟନ୍ତ ହାଇକୋର୍ଟ ରାୟ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ସମ୍ପୃକ୍ତ ସ୍ଥାନରେ ଯାହାଙ୍କ କୌଣସି ଅଧିକାର ଥାଇ ନ ପାରେ ସେମାନଙ୍କୁ ହଟାଇବାକୁ ହେଲେ ସମାଧାନର ମଧ୍ୟମ ପନ୍ଥା ବାହାର କରାଯିବା ଆବଶ୍ୟକ। ରେଲଓ୍ବେ ପକ୍ଷରୁ ସେମାନଙ୍କୁ ଥଇଥାନ ପାଇଁ ଯୋଜନା କରାଯାଉ ବୋଲି ଖଣ୍ଡପୀଠ କହିଛନ୍ତି। ଜମିର ବୈଶିଷ୍ଟ୍ୟ, ସ୍ବତ୍ୱାଧିକାର ଆଦିର ବିଭିନ୍ନ ଦିଗ ରହିଛି। ଏହା ଏକ ମାନବୀୟ ପ୍ରସଙ୍ଗ ହୋଇଥିବାରୁ ରେଲଓ୍ବେ କର୍ତ୍ତୃପକ୍ଷ ସମାଧାନର ଉପଯୁକ୍ତ ବ୍ୟବସ୍ଥା କରନ୍ତୁ। ଫେବୃୟାରୀ ୭ରେ ଏହି ପ୍ରସଙ୍ଗରେ ପରବର୍ତ୍ତୀ ଶୁଣାଣି କରାଯିବ। ଏହି ରାୟକୁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତ୍‌ ସ୍ବାଗତ କରିଛନ୍ତି। ଉଚ୍ଛେଦ ପ୍ରତିବାଦରେ ୧ ଘଣ୍ଟା ମଉନବ୍ରତ କରିଥିବା ରାଓ୍ବତ୍‌ କହିଛନ୍ତି, ଉତ୍ତରାଖଣ୍ଡ ହେଉଛି ଏକ ଆଧ୍ୟାମତ୍ିକ ରାଜ୍ୟ। ଶିଶୁ, ଗର୍ଭବତୀ ମହିଳା, ବୃଦ୍ଧାବୃଦ୍ଧଙ୍କୁ ବଳପୂର୍ବକ ସେମାନଙ୍କ ଘରୁ ହଟାଇ ରାସ୍ତାରେ ଛିଡ଼ା କରାଇବା ଉଦ୍ୟମ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ରାଜ୍ୟ ସରକାର ସମ୍ମାନ ଦେଇ ତାହାର ଅନୁପାଳନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

ହ୍ବାଇଟ ହାଉସ ବାହାରେ ଚାଇନା ଗଣମାଧ୍ୟମ, ଆମେରିକାର ସିକ୍ରେଟ ସର୍ଭିସ ମଧ୍ୟରେ ସଂଘର୍ଷ! ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୪।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକ ପୂର୍ବରୁ ହ୍ବାଇଟ ହାଉସ ବାହାରେ ଉଭୟ ଦେଶର ଫଟୋଗ୍ରାଫରଙ୍କ ମଧ୍ୟରେ…

କମୁନି ବର୍ଷା, ନଦୀର ଜଳସ୍ତର ବଢୁଛି: ୨୫ରେ ଗଞ୍ଜାମ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା, ସତର୍କ ରହିବାକୁ…

ଭଞ୍ଜନଗର,୨୪।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଦିନତମାମ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ତୁହାକୁ…

‘ସଂଘର୍ଷ ଉଭୟ ପକ୍ଷର କ୍ଷତି ଘଟାଇବ’, ଆମେରିକା ଗସ୍ତ ସମୟରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦୃଢ଼ ବାର୍ତ୍ତା

ଓ୍ବାଶିଂଟନ,୨୪।୯: ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁବାର ଏକ କାର୍ଯ୍ୟକ୍ରମ ମଞ୍ଚରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରିଥିଲେ।…

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପୂର୍ବରୁ ଚର୍ଚ୍ଚାରେ ବୈଭବ ସୂର୍ଯ୍ୟବଂଶୀ: ୧୫ ବର୍ଷୀୟ ଭାରତୀୟ ସେନ୍‌ସେସନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ କିୱି କୋଚ୍‌

ନୂଆଦିଲ୍ଲୀ,୨୪ା୯: ଅକ୍ଟୋବରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା…

ଆରପାରିରେ ବଲିଉଡ୍‌ର ମଲ୍ଟି-ଟାଲେଣ୍ଟେଡ୍ ଅଭିନେତା ମୁସ୍ତାକ୍ ଖାନ୍, ୫୬ ବର୍ଷ ବୟସରେ ପରଲୋକ

ମୁମ୍ବାଇ: ହିନ୍ଦୀ ସିନେମା ଓ ଟେଲିଭିଜନ୍ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣାଶୁଣା ବରିଷ୍ଠ ଅଭିନେତା ମୁସ୍ତାକ୍ ଖାନ୍‌ଙ୍କର ୫୬ ବର୍ଷ ବୟସରେ ପରଲୋକ…

କଳାହାଣ୍ଡିରେ ଥମିବାର ନା ଧରୁନି ବର୍ଷା, କୁତ୍ରିମ ନଦୀ ହେଲା ଫତେନଗର ପଡା ମୁଖ୍ୟ ରାସ୍ତା

ଭବାନୀପାଟଣା ୨୪।୯,(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଗତ ତିନିଦିନ ଧରି କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଜନଜୀବନ…

ଅକ୍ଟୋବର ୧ରୁ ଧନବର୍ଷା! ରାହୁଙ୍କ ସ୍ୱାତୀ ନକ୍ଷତ୍ରକୁ ଯିବେ ବୁଧ, ମାଲାମାଲ୍ ହେବେ ଏହି ୫ ରାଶି

ଅକ୍ଟୋବର ୧ ତାରିଖ ସକାଳ ୯ଟା ୩୩ ମିନିଟ୍‌ରେ ଗ୍ରହମାନଙ୍କ କୁମାର ‘ବୁଧ’ ତୁଳା ରାଶିରେ ବିରାଜମାନ ଥାଇ ସ୍ୱାତୀ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି। ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?