Posted inଜାତୀୟ

ବୁଲ୍‌ଡୋଜରରେ ସୁପ୍ରିମକୋର୍ଟ ବ୍ରେକ୍‌

ନୂଆଦିଲ୍ଲୀ,୬ା୧: ଉତ୍ତରାଖଣ୍ଡର ନୈନିତାଲ ଜିଲା ହଲ୍‌ଦ୍ୱାନି ରେଳ ଷ୍ଟେଶନ ସଂଲଗ୍ନ ୨୯ ଏକର ଜାଗାକୁ ରେଲଓ୍ବେ ନିଜର ବୋଲି ଦାବି କରୁଛି। ସେଠାରେ ବସବାସ କରୁଥିବା ଲୋକଙ୍କୁ ସପ୍ତାହେ ପୂର୍ବରୁ ନୋଟିସ ଦେଇ ଉଚ୍ଛେଦ କରିବା ପାଇଁ ଉତ୍ତରାଖଣ୍ଡ ହାଇକୋର୍ଟ ଗତ ଡିସେମ୍ବର ୨୦ରେ ରାୟ ଦେଇଥିଲେ। ଗୁରୁବାର ଜବରଦଖଲ ଉଚ୍ଛେଦ ପାଇଁ ବୁଲ୍‌ଡୋଜର ଛିଡ଼ା ହୋଇଥିବାବେଳେ ସେଥିରେ ବ୍ରେକ୍‌ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏହା ଏକ ମାନବୀୟ ପ୍ରସଙ୍ଗ ହୋଇଥିବାରୁ ୫୦,୦୦୦ ଲୋକଙ୍କୁ ରାତାରାତି ଉଚ୍ଛେଦ କରାଯାଇପାରିବ ନାହିଁ ବୋଲି ଜଷ୍ଟିସ୍‌ ଏସ୍‌.କେ. କୌଲ ଏବଂ ଏ.ଏସ୍‌. ଓକାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ଏଥିସହ ସମାଧାନର ମଧ୍ୟମ ପନ୍ଥା ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ବସ୍ତି ବାସିନ୍ଦା ଆଶ୍ୱସ୍ତ ହୋଇଛନ୍ତି।
ହଲ୍‌ଦ୍ୱାନି ରେଳ ଷ୍ଟେଶନ ନିକଟ ବନଭୁଲପୁରାରେ ଗଫୁର ବସ୍ତି, ଢୋଲକ୍‌ ବସ୍ତି ଓ ଇନ୍ଦିରା ନଗର ନାମରେ ୩ଟି କଲୋନି ରହିଛି। ୨ କି.ମି. ବିସ୍ତୃତ ଏହି ଅଞ୍ଚଳରେ ପ୍ରାୟ ୫୦ ହଜାର ଲୋକ ଅନେକ ଦଶନ୍ଧି ଧରି ବସବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମୁସଲମାନ, ଯାହାଙ୍କ ପରିବାର ସଂଖ୍ୟା ହେଉଛି ୪,୦୦୦। ରେଲଓ୍ବେର ଦାବି ହେଉଛି ଏହାର ଜାଗାରେ ବେଆଇନ ଭାବେ ୪,୩୬୫ ଜବରଦଖଲକାରୀ ରହିଛନ୍ତି। ତେଣୁ ସେମାନଙ୍କୁ ଉକ୍ତ ବିବାଦୀୟ ସ୍ଥାନରୁ ହଟାଇବା ପାଇଁ ରେଲଓ୍ବେ କର୍ତ୍ତୃପକ୍ଷ ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ଅନୁମତି କ୍ରମେ ଅର୍ଦ୍ଧସାମରିକ ବଳର ଯବାନଙ୍କୁ ମୁତୟନ କରି ୪,୦୦୦ ଘର ଉଚ୍ଛେଦ ପାଇଁ ଅଭିଯାନ ଆରମ୍ଭ ହୋଇଥିଲା। ସ୍ଥାନୀୟ ଲୋକଙ୍କ ମତରେ ସେମାନଙ୍କ ମଧ୍ୟରୁ ପ୍ରାୟ ଅଧା ପରିବାରକୁ ଲିଜ୍‌ ସୂତ୍ରରେ ଜାଗା ମିଳିଛି। ସେଠାରେ ୪ ସରକାରୀ ଓ ୧୧ ଘରୋଇ ସ୍କୁଲ ରହିଛି। ଏପରି କି ଏକ ବ୍ୟାଙ୍କ ଓ ୨ଟି ଓଭରହେଡ୍‌ ଓ୍ବାଟର ଟ୍ୟାଙ୍କ, ୧୦ଟି ମସ୍‌ଜିଦ, ୪ ମନ୍ଦିର ମଧ୍ୟ ଅଛି। ତେଣୁ ସେମାନେ ସେଠାରୁ ହଟିବେ ନାହିଁ ବୋଲି ବିକ୍ଷୋଭ କରିଥିଲେ। ବିକ୍ଷୋଭକାରୀଙ୍କୁ ସମାଜବାଦୀ ପାର୍ଟି, କଂଗ୍ରେସ ଏବଂ ଏଆଇଏମ୍‌ଆଇଏମ୍‌ ପକ୍ଷରୁ ସମର୍ଥନ ମିଳିଛି। ସେପଟେ ହାଇକୋର୍ଟଙ୍କ ଡିସେମ୍ବର ୨୦ ରାୟକୁ ଚ୍ୟାଲେଞ୍ଜ କରି ଗତ ସୋମବାର ହଲ୍‌ଦ୍ୱାନିର କଂଗ୍ରେସ ବିଧାୟକ ସୁମିତ ହୃଦୟେଶଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସ୍ଥାନୀୟ ଲୋକେ ଅନେକ ବର୍ଷ ଧରି ହୋଲ୍ଡିଂ ଟିକସ ପଇଠ କରୁଥିବା ସେମାନେ ନିଜ ପିଟିଶନରେ ଉଲ୍ଲେଖ କରିଛନ୍ତି। ଉକ୍ତ ଆବେଦନଗୁଡ଼ିକ ଉପରେ ଜବାବ ଦାଖଲ ପାଇଁ ରେଲଓ୍ବେ ଏବଂ ଉତ୍ତରାଖଣ୍ଡ ସରକାରଙ୍କୁ ଖଣ୍ଡପୀଠ ନୋଟିସ କରିଛନ୍ତି। ଏଥିସହ ଅନ୍ୟାଦେଶ ପର୍ଯ୍ୟନ୍ତ ହାଇକୋର୍ଟ ରାୟ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ସମ୍ପୃକ୍ତ ସ୍ଥାନରେ ଯାହାଙ୍କ କୌଣସି ଅଧିକାର ଥାଇ ନ ପାରେ ସେମାନଙ୍କୁ ହଟାଇବାକୁ ହେଲେ ସମାଧାନର ମଧ୍ୟମ ପନ୍ଥା ବାହାର କରାଯିବା ଆବଶ୍ୟକ। ରେଲଓ୍ବେ ପକ୍ଷରୁ ସେମାନଙ୍କୁ ଥଇଥାନ ପାଇଁ ଯୋଜନା କରାଯାଉ ବୋଲି ଖଣ୍ଡପୀଠ କହିଛନ୍ତି। ଜମିର ବୈଶିଷ୍ଟ୍ୟ, ସ୍ବତ୍ୱାଧିକାର ଆଦିର ବିଭିନ୍ନ ଦିଗ ରହିଛି। ଏହା ଏକ ମାନବୀୟ ପ୍ରସଙ୍ଗ ହୋଇଥିବାରୁ ରେଲଓ୍ବେ କର୍ତ୍ତୃପକ୍ଷ ସମାଧାନର ଉପଯୁକ୍ତ ବ୍ୟବସ୍ଥା କରନ୍ତୁ। ଫେବୃୟାରୀ ୭ରେ ଏହି ପ୍ରସଙ୍ଗରେ ପରବର୍ତ୍ତୀ ଶୁଣାଣି କରାଯିବ। ଏହି ରାୟକୁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତ୍‌ ସ୍ବାଗତ କରିଛନ୍ତି। ଉଚ୍ଛେଦ ପ୍ରତିବାଦରେ ୧ ଘଣ୍ଟା ମଉନବ୍ରତ କରିଥିବା ରାଓ୍ବତ୍‌ କହିଛନ୍ତି, ଉତ୍ତରାଖଣ୍ଡ ହେଉଛି ଏକ ଆଧ୍ୟାମତ୍ିକ ରାଜ୍ୟ। ଶିଶୁ, ଗର୍ଭବତୀ ମହିଳା, ବୃଦ୍ଧାବୃଦ୍ଧଙ୍କୁ ବଳପୂର୍ବକ ସେମାନଙ୍କ ଘରୁ ହଟାଇ ରାସ୍ତାରେ ଛିଡ଼ା କରାଇବା ଉଦ୍ୟମ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ରାଜ୍ୟ ସରକାର ସମ୍ମାନ ଦେଇ ତାହାର ଅନୁପାଳନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୬୦୦ରୁ ଅଧିକ ଓକିଲ: ଏହି କଥାକୁ ନେଇ ଚିନ୍ତାପ୍ରକଟ

ନୂଆଦିଲ୍ଲୀ,୨୮।୩: ଦେଶର ୬୦୦ରୁ ଅଧିକ ଓକିଲ ଭାରତର ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁଡଙ୍କୁ ଚିଠି ଲେଖିଛନ୍ତି। କୁହାଯାଇଛି ଯେ ଏକ ‘ନିର୍ଦ୍ଦିଷ୍ଟ ଗୋଷ୍ଠୀ’ ନ୍ୟାୟପାଳିକା ଉପରେ...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

‘ନିର୍ବାଚନ ଲଢ଼ିବାକୁ ଟଙ୍କା ନାହିଁ’ ବୟାନକୁ ନେଇ ଚର୍ଚ୍ଚାରେ ଥିବା ଅର୍ଥମନ୍ତ୍ରୀ ସୀତାରମଣଙ୍କ ସମ୍ପତ୍ତି କେତେ? ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୩: ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରି ଦେଇଛନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି) ଚାହୁଁଥିଲା ଯେ ସେ...

କୋର୍ଟରେ ଆଜି ବଡ଼ ଖୁଲାସା କରିବେ କେଜ୍‌ରିଓ୍ବାଲ!

ନୂଆଦିଲ୍ଲୀ,୨୮।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନିକଟରେ ମଦ ଦୁର୍ନୀତି ମାମଲାରେ କିଛି ପ୍ରମାଣ ରହିଛି। ଏହା ସମ୍ପୂର୍ଣ୍ଣ ପ୍ରସଙ୍ଗ ଉପରୁ ପରଦା ଉଠାଇପାରେ ବୋଲି...

ନିର୍ବାଚନ ପୂର୍ବରୁ କଂଗ୍ରେସର ‘ହାତ’ ଛାଡିଲେ ଭାରତର ସବୁଠୁ ଧନୀ ମହିଳା

ନୂଆଦିଲ୍ଲୀ,୨୮।୩: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରତିଦିନ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି। ବର୍ତ୍ତମାନ ଭାରତର ସବୁଠାରୁ ଧନୀ ମହିଳା ତଥା ଦେଶର...

ଟିକେଟ୍‌ ନ ମିଳିବାରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ଏମ୍‌ପିଙ୍କ ପରଲୋକ

ଚେନ୍ନାଇ,୨୮।୩: ତାମିଲନାଡୁର ଏରୋଡରୁ ବର୍ତ୍ତମାନର MDMK ଏମ୍‌ପି ଏ. ଗଣେଶମୂର୍ତ୍ତି (୭୬) ଗୁରୁବାର ସକାଳେ ଆଖିବୁଜିଛନ୍ତି। ଲୋକ ସଭା ନିର୍ବାଚନରେ ଟିକେଟ ନ ପାଇ ସେ...

ନିର୍ବାଚନ ପୂର୍ବରୁ ସରକାରଙ୍କ ଉପହାର: ମନରେଗା ଶ୍ରମିକଙ୍କ ମଜୁରୀ ବଢିଲା

ନୂଆଦିଲ୍ଲୀ,୨୮।୩: ‘ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ସ୍କିମ’ (ମନରେଗା) ଅଧୀନରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ କେନ୍ଦ୍ର ସରକାର ଏକ ବଡ ଉପହାର ଦେଇଛନ୍ତି।...

ବ୍ୟାଙ୍କ ଆପେ କାଟିନେଉଛନ୍ତି ଟଙ୍କା

ଡେରାଡୁନ୍‌,୨୮ା୩: ବିହାର ଶରଣ ଜିଲାର ଇଞ୍ଜିନିୟରିଂ ଗ୍ରାଜୁଏଟ୍‌ କୁନ୍ଦନ କୁମାର ବର୍ଷେରୁ ଅଧିକ ସମୟ ଧରି ଏକ ବୀମା ପଲିସି ବନ୍ଦ କରିବାକୁ ଉଦ୍ୟମ ଚଳାଇଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri