Posted inଜାତୀୟ

ବିହାର ଜାତି ଗଣନା: ହାଇକୋର୍ଟଙ୍କ ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭।୮: ଜାତି ଗଣନା ଉପରେ ପାଟନା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ସୋମବାର ସୁପ୍ରିମକୋର୍ଟ ବିହାରରେ ଜାତି ଗଣନାକୁ ରୋକ ଲଗାଇବାକୁ ମନା କରି ଦେଇଛନ୍ତି। କୋର୍ଟ କହିଛନ୍ତି, ଯେ ପର୍ଯ୍ୟନ୍ତ ଶୁଣାଣି ନ ହୋଇଛି ସେ ପର୍ଯ୍ୟନ୍ତ କୌଣସି ରୋକ ଲଗାଯିବନାହିଁ। ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୧୪ ଅଗଷ୍ଟରେ ହେବ।

ନିକଟରେ, ୧ ଅଗଷ୍ଟରେ ପାଟନା ହାଇକୋର୍ଟ ଜାତି ଗଣନାକୁ ଚ୍ୟାଲେଞ୍ଜ କରୁଥିବା ସମସ୍ତ ଆବେଦନକୁ ପ୍ରତ୍ୟାଖ୍ୟାନ କରି ସରକାରଙ୍କୁ କହିଥିଲେ ଯେ, ଯଦି ସେ ଚାହାଁନ୍ତି ତେବେ ଏହା ଗଣନା କରିପାରିବେ। କୋର୍ଟଙ୍କ ନିଷ୍ପତ୍ତିର କିଛି ଘଣ୍ଟା ପରେ ରାଜ୍ୟର ସମସ୍ତ ଜିଲା ମାଜିଷ୍ଟ୍ରେଟଙ୍କୁ ଗଣନା କାର୍ଯ୍ୟ ଆରମ୍ଭ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ବୁ ଦ୍ୱୀପ ମହୋତ୍ସବରେ ଓଡ଼ିଆ ଅସ୍ମିତାର ଝଲକ: ବିଧାୟକଙ୍କ ଦ୍ୱାରା…

ମହାକାଳପଡ଼ା,୧୬ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):ବଙ୍ଗୋପସାଗର ତଟ ଦେଶର ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ ୨୦୨୬ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ…

ଏପ୍ରିଲ ୨୯ ପରେ ଭାରତରେ ବଢିଯିବ ପେଟ୍ରୋଲ ଦର! ଲିଟର ପିଛା ହେବ…

ନୂଆଦିଲ୍ଲୀ,୧୬।୪: ମଧ୍ୟପ୍ରାଚ୍ୟରେ 40 ଦିନର ସଂଘର୍ଷ ପରେ, ଦୁଇ ସପ୍ତାହର ଯୁଦ୍ଧବିରତି ସ୍ଥାପନ କରାଯାଇଛି; ତଥାପି, ପରିସ୍ଥିତି ଅପରିବର୍ତ୍ତିତ ରହିଛି। ବିଶ୍ୱର ପ୍ରମୁଖ ଜଳପଥ ମଧ୍ୟରୁ, ହର୍ମୁଜ…

୨୦୩୨ ପର୍ଯ୍ୟନ୍ତ ଏହି ରାଶିକୁ କଲବଲ କରିବେ ଶନି! ଆଉ ୨ ରାଶି ହେବେ ପ୍ରଭାବିତ, ଜାଣି ନିଅନ୍ତୁ…

ନ୍ୟାୟର ଦେବତା ହେଉଛନ୍ତି ଶନି । ସାଡେ ସତୀ ସମୟରେ କିଛି ରାଶି ଉପରେ ତାଙ୍କର କଠୋର ଦୃଷ୍ଟି ପକାଇଥାନ୍ତି। ବର୍ତ୍ତମାନ ତିନୋଟି ରାଶି ଶନି ସାଡେ…

ସୋସିଆଲ ମିଡିଆରେ ଫସାଇ ୧୮୦ ନାବାଳିକାଙ୍କୁ ଯୌନ ଶୋଷଣ

ଅମରାବତୀ,୧୬ା୪: ସୋସିଆଲ ମିଡିଆ ସ୍ନାପ୍‌ଚାଟ୍‌ ଏବଂ ହ୍ବାଟ୍ସଆପ୍‌ ଜରିଆରେ ସମ୍ପର୍କ ବଢ଼ାଇବା ପରେ ଯୁବତୀ ଓ ନାବାଳିକାମାନଙ୍କୁ ଯୌନଶୋଷଣ କରାଯାଇଛି। ଏହାସହ ଯୌନକ୍ରିୟାର ଭିଡିଓ ଉତ୍ତୋଳନ କରି…

ଜାତୀୟ ମହିଳା ସଂରକ୍ଷଣ ବିଲ୍‌କୁ ବିଜେଡିର ସମର୍ଥନ

ଭୁବନେଶ୍ୱର,୧୬ା୪(ସୁନିତ୍‌ ମିଶ୍ର): ମହିଳା ସଂରକ୍ଷଣ ଓ ମହିଳା ସଶକ୍ତୀକରଣ କ୍ଷେତ୍ରରେ ସାରା ଦେଶରେ ବିଜୁ ପଟ୍ଟନାୟକ ଜଣେ ଅଗ୍ରଦୂତ ଥିଲେ। ବିଜେଡି ସବୁବେଳେ ବିଧାନସଭା ଓ ପାର୍ଲାମେଣ୍ଟରେ…

ଡିଲିମିଟେଶନ୍‌ ବିରୋଧରେ ଭୋଟ ଦେବେ ବିପକ୍ଷ

ନୂଆଦିଲ୍ଲୀ/ଚେନ୍ନାଇ,୧୬ା୪(ପି.ଟି./ଏଜେନ୍ସି): ସଂସଦରେ ଗୁରୁବାରଠାରୁ ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ବିରୋଧୀ ଦଳଗୁଡ଼ିକର ନେତାମାନେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ…

ରାଇକିଆ ଆଦର୍ଶ ବିଦ୍ୟାଳୟର ୧୦ମ ପରୀକ୍ଷା ଫଳାଫଳ: ସ୍ନେହାଶିଷ ପଣ୍ଡା ଟପ୍ପର

ରାଇକିଆ,୧୬।୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ସ୍ନେହାସିଶ ପଣ୍ଡା ସିବିଏସ୍‌ଇର ୧୦ମ ଶ୍ରେଣୀ ପରୀକ୍ଷାରେ ୯୭.୬% ମାର୍କ ରଖି ଟପ୍ପର ହୋଇ…

ଧାନମଣ୍ଡି ପାଇଁ ଜିଲାପାଳଙ୍କୁ ଫେରାଦ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରପାଲି ବ୍ଲକ ଅନ୍ତର୍ଗତ କେବାଡ଼ ଗ୍ରାମରେ ଏକ ଧାନମଣ୍ଡି ଖୋଲିବାକୁ ଦାବି ହୋଇଛି। ଏହି ଦାବି ନେଇ ବୁଧବାର ଗ୍ରାମର ଚାଷୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri