Posted inଜାତୀୟ

କଶ୍ମୀର ପଣ୍ଡିତଙ୍କ ହତ୍ୟା ଏସଆଇଟି ଯାଞ୍ଚ୍‌ ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୧୯।୯ : ୧୯୮୯ ମସିହାରେ କଶ୍ମୀରୀ ପଣ୍ଡିତଙ୍କ ହତ୍ୟା ଘଟଣାରେ ଏସଆଇଟି ଯାଞ୍ଚ ପାଇଁ ଏକ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରି ଦେଇଛନ୍ତି। ଏହି ହତ୍ୟାକାଣ୍ଡରେ ନିହତ ହୋଇଥିବା ଟିକା ଲାଲ ଟପଲୁଙ୍କ ପୁଅ ଅଶୁତୋଷ ଟପଲୁଙ୍କ ପକ୍ଷରୁ ଏହି ପିଟିଶନ ଦାଖଲ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ପରାମର୍ଶ କ୍ରମେ ସେ ଏହି ଆବେଦନ ପ୍ରତ୍ୟାହାର କରିଛନ୍ତି।

ଉପଯୁକ୍ତ ମଞ୍ଚରେଏହି ଦାବି କରିବାକୁ ଟପଲୁଙ୍କୁ କୋର୍ଟ କହିଛନ୍ତି। କଶ୍ମୀରରେ ହୋଇଥିବା ହତ୍ୟାକାଣ୍ଡରେ ଟିକା ଲାଲ ଟପଲୁଙ୍କୁ ଜେ.କେ.ଏଲ.ଏଫ ଆତଙ୍କବାଦୀମାନେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଆବେଦନରେ କୁହାଯାଇଥିଲା ଯେ ଘଟଣାକୁ ୩୨ ବର୍ଷ ବିତିଗଲାଣି। ପରିବାର ଜାଣି ନାହାଁନ୍ତି ଯେ ଏହି ଘଟଣାରେ କେଉଁ ପ୍ରକାର ଅନୁସନ୍ଧାନ କରାଯାଇଥିଲା। ପରିବାରକୁ ଏଫଆଇଆର କପି ମଧ୍ୟ ଦିଆଯାଇ ନଥିଲା।

୧୯୮୪ରେ ହୋଇ ଶିଖ ଦଙ୍ଗାର ତିନି ଦଶନ୍ଧି ପରେ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଏସଆଇଟିକୁ ଆବେଦନକାରୀ ମଧ୍ୟ ଦର୍ଶାଇଥିଲେ ଏବଂ ଟପଲୁଙ୍କ ହତ୍ୟା ଘଟଣାରେ ମଧ୍ୟ ଏସଆଇଟି ଯାଞ୍ଚ୍‌ ଲାଗି ଅନୁରୋଧ କରିଥିଲେ। କୋର୍ଟ କହିଛନ୍ତି ଯେ ଆମେ ପୂର୍ବରୁ ମଧ୍ୟ ସମାନ ଆବେଦନକୁ ଖାରଜ କରିଛୁ। ବର୍ତ୍ତମାନ ଆମେ ଏହାର ଶୁଣାଣି କରି ପାରିବୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭେଣ୍ଟିଲେଟରରେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର

ନୂଆଦିଲ୍ଲୀ,୧୯।୬: ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟାବସ୍ଥା ଶୁକ୍ରବାର ପୁଣି ବିଗିଡ଼ିଯାଇଛି। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,...

‘ସଂଘୀୟ ବ୍ୟବସ୍ଥାକୁ ସୁଦୃଢ଼ କରନ୍ତୁ ମୋଦି’

ନୂଆଦିଲ୍ଲୀ,୧୩ା୫ (ଆଇଏଏନ୍‌ଏସ୍‌): ଦେଶର ସଂଘୀୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିୟମିତ ଭାବେ ଭେଟି ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ଆଧାର ଭଳି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମିଳିବ ବ୍ୟକ୍ତିଗତ ପରିଚୟ ନମ୍ବର: ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ବ୍ଲୁପ୍ରିଣ୍ଟ୍‌ ଦାଖଲ

ନୂଆଦିଲ୍ଲୀ,୧୬।୫: ଦେଶର ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆଧାର ଭଳି ବ୍ୟକ୍ତିଗତ ପରିଚୟ ନମ୍ବର ପ୍ରଦାନ ପାଇଁ ସରକାର ଯୋଜନା କରିଛନ୍ତି।...

କମୁଛି ନୀତୀଶଙ୍କ ଲୋକପ୍ରିୟତା ଅଡୁଆରେ ଭାଜପା!

ପାଟନା,୧୮ ।୯: କିଛି ବଡ ବଡ ରାଜ୍ୟରେ ନିର୍ବାଚନରେ ହାରିବା ପରେ ଏବେ ବିହାରରେ ଆଉ ବିପଦକୁ ବରଣ କରିବାକୁ ଚାହୁଁ ନାହିଁ ଭାରତୀୟ ଜନତା...

‘ଭାରତ ସୀମାରେ ମଜଭୁତ ଭାବେ ଛିଡା ହୋଇଛନ୍ତି ଚାଇନା-ପାକିସ୍ତାନ’

ମୁମ୍ବାଇ,୩।୨:କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ପରେ ଗୁରୁବାର ଶିବସେନାର ଜାତୀୟ ମୁଖପାତ୍ର ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତ ଚାଇନା ଏବଂ ପାକିସ୍ତାନ...

ଭଗତ ସିଂଙ୍କୁ ଆତଙ୍କବାଦୀ କହିଲେ ପଞ୍ଜାବ ଏମ୍‌ପି

ଚଣ୍ଡିଗଡ଼, ୧୬ା୭: ସ୍ବାଧୀନତା ସଂଗ୍ରମୀ ଶହୀଦ ଭଗତ ସିଂଙ୍କୁ ଆତଙ୍କବାଦୀ କହି ବିବାଦକୁ ଆସଛନ୍ତି ପଞ୍ଜାବ ଏମ୍‌ପି ତଥା ଶିରୋମଣି ଅକାଳୀ ଦଳ ନେତା ସିମ୍ରନଜିତ୍‌...

ଆକ୍ରମଣ କଲେଣି ପାକିସ୍ତାନୀ ଝିଣ୍ଟିକା

ଜୟପୁର: ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଯିବା ପରେ ଜମ୍ମୁ-କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚତ୍ଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ...

୧୪ରୁ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୨ା୯: ଆସନ୍ତା ୧୪ ତାରିଖରୁ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବ। ଏନେଇ ଲୋକ ସଭା ସେକ୍ରେଟାରିଏଟ୍‌ ପକ୍ଷରୁ ବିଜ୍ଞପ୍ତି...

Advertisement
Archives

Model This Week