Posted inଜାତୀୟ

ତାଜମହଲର ପ୍ରକୃତ ଇତିହାସ ଜାଣିବା ଆବେଦନର ଶୁଣାଣି କରିବାକୁ ମନାକଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୫।୧୨ : ତାଜମହଲର ପ୍ରକୃତ ଇତିହାସ ଜାଣିବା ପାଇଁ ଏଥିରେ ଥିବା କୋଠରୀ ଖୋଲିବାକୁ ଦାବି କରୁଥିବା ଆବେଦନକୁ ସୁପ୍ରିମକୋର୍ଟରେ ପ୍ରତ୍ୟାଖ୍ୟାନ କରାଯାଇଛି। ଏହି ଆବେଦନର ଶୁଣାଣି କରିବାକୁ ମନା କରି ଶୀର୍ଷକୋର୍ଟ କହିଛନ୍ତି ଯେ ଏହା ଏକ ପ୍ରଚାର ପ୍ରସାର ମାମଲା ଅଟେ। ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିବାରେ ହାଇକୋର୍ଟ କୌଣସି ଭୁଲ କରିନାହାଁନ୍ତି ବୋଲି ଜଷ୍ଟିସ ଏମଆର ଶାହା ଏବଂ ଜଷ୍ଟିସ ଏମ ଏମ ସୁନ୍ଦରେଶଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି। ଏହା ସହିତ ଆବେଦନକୁ ଖାରଜ କରାଯାଇଛି।

ଆବେଦନରେ କୁହାଯାଇଥିଲା ଯେ ଶାହା ଜାହାନ ତାଜମହଲ ନିର୍ମାଣ କରିଥିବା କୌଣସି ପ୍ରମାଣ ନାହିଁ। ସତ୍ୟ ଏବଂ ତଥ୍ୟ ଜାଣିବା ପାଇଁ ତାଜମହଲର ବେସମେଣ୍ଟ ରୁମ ଖୋଲିବାକୁ ଅନୁରୋଧ କରାଯାଇଥିଲା। ଏହି ଦାବି ସମ୍ପର୍କରେ ଡକ୍ଟର ରଜନୀଶ ସିଂ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଦାଖଲ ହୋଇଥିବା ଆବେଦନରେ ବିଶ୍ୱ ପ୍ରସିଦ୍ଧ ତାଜମହଲର ଇତିହାସ ଜାଣିବା ପାଇଁ ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା। ସୁପ୍ରିମକୋର୍ଟ ଏହି ଆବେଦନ ପ୍ରତ୍ୟାହାର କରିବାକୁ କହିଛନ୍ତି।

ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ପ୍ରତ୍ନତତ୍ତ୍ୱ ବିଭାଗ ସହିତ କଥା ହେବାକୁ କହିଥିଲେ। ତୁମେ ଏଠାକୁ କାହିଁକି ଆସିଛ? ଏହା ଉପରେ ଆବେଦନକାରୀଙ୍କ ଓକିଲ ବରୁଣ ସିହ୍ନା କହିଥିଲେଯେ ଆମେ ମଧ୍ୟ ପ୍ରତ୍ନତତ୍ତ୍ୱ ବିଭାଗକୁ ପ୍ରତିନିଧିତ୍ୱ କରିଛୁ। ତାଜମହଲର ଇତିହାସ ବିଷୟରେ କୌଣସି ସ୍ପଷ୍ଟତା ନାହିଁ। ଏହା ଥିଲା ରାଜ ମାନସିଂହଙ୍କ ପ୍ରାସାଦ।ଏହାର ବାସ୍ତବତା ସାମ୍ନାକୁ ଆସିବା ଉଚିତ। ସୁପ୍ରିମକୋର୍ଟ କହିଛନ୍ତି ଯେ ଆପଣ ନିଷ୍ପତ୍ତି ନେବେ ଯେ ତଥ୍ୟ ଭୁଲ ଅଟେ? ଆପଣ ସରକାରଙ୍କ ପାଖରେ ଏକ ପ୍ରତିନିଧିତ୍ୱ ଦିଅନ୍ତୁ। ଆପଣ ପ୍ରତ୍ନତତ୍ତ୍ୱ ବିଭାଗକୁ ଯାଆନ୍ତୁ ।

ସୁରଜିତ ସିଂ ଯାଦବ ତାଙ୍କ ଆବେଦନରେ ତାଜମହଲର ପ୍ରକୃତ ବୟସ ନିର୍ଣ୍ଣୟ କରିବାକୁ ଏବଂ ମୋଗଲ ଯୁଗର ସ୍ମାରକୀ ନିର୍ମାଣ ପଛରେ ଥିବା ସଠିକ ଐତିହାସିକ ତଥ୍ୟ ଜାଣିବାକୁ ଚେଷ୍ଟା କରାଯାଉ ବୋଲି କହିଥିଲେ।

ଆବେଦନରେ ଦର୍ଶାଯାଇଥିଲା ଯେ ତାଜମହଲ ୧୬୩୧ ରୁ ୧୬୫୩ ମଧ୍ୟରେ ୨୨ବର୍ଷ ମଧ୍ୟରେ ସ୍ତ୍ରୀ ମମତାଜ ମହଲଙ୍କ ପାଇଁ ଏକ ସ୍ମାରକ ଭାବରେ ମୋଗଲ ସମ୍ରାଟ ଶାହ ଜାହାନଙ୍କ ଦ୍ୱାରା ନିର୍ମିତ ହୋଇଥିଲା। କିନ୍ତୁ ଏହା କେବଳ ସେହି ସମୟର ଇତିହାସରେ ପ୍ରକାଶିତ ବିବୃତ୍ତି। ଏହାକୁ ପ୍ରମାଣ କରିବାକୁ କୌଣସି ପ୍ରମାଣ ସାମ୍ନାକୁ ଆସି ନାହିଁ।

ପୂର୍ବରୁ ତାଜମହଲର ୨୨ ଟି କୋଠରୀ ଖୋଲିବାକୁ ଦାବି କରି ଆହ୍ଲାବାଦ ହାଇକୋର୍ଟ ମଧ୍ୟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରି ଆହ୍ଲାବାଦ ହାଇକୋର୍ଟ କହିଥିଲେ ଯେ ଆପଣ ଜାଣିନଥିବା ବିଷୟ ଉପରେ ଅନୁସନ୍ଧାନ କରନ୍ତୁ। ଏହି ବିଷୟ ଉପରେ ଏମଏ କରନ୍ତୁ, ପିଏଚଡି କରନ୍ତୁ । ଏନେଇ ଯଦି କୌଣସି ଅନୁଷ୍ଠାନ ଆପଣଙ୍କୁ ଅନୁସନ୍ଧାନ କରିବାକୁ ଯଦି ଅନୁମତି ନ ଦିଏ ତେବେ ଆମ ପାଖକୁ ଆସନ୍ତୁ। ଏହା ପରେ ହାଇକୋର୍ଟ ଆବେଦନକୁ ଖାରଜ କରିଥିଲେ। ପରେ ଏହି ଆଦେଶକୁ ସୁପ୍ରିମକୋର୍ଟରେ ଡକ୍ଟର ସିଂ ଚ୍ୟାଲେଞ୍ଜ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?