Posted inଜାତୀୟ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୦।୧୦ : ଗାଈକୁ ଜାତୀୟ ପ୍ରାଣୀ ବୋଲି ଘୋଷଣା କରିବାକୁ ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏଭଳି ଆଭିମୁଖ୍ୟ ପରେ ଆବେଦନକାରୀ ଏହି ଆବେଦନ ପ୍ରତ୍ୟାହାର କରିଛନ୍ତି। ଶୁଣାଣି ସମୟରେ ଜଷ୍ଟିସ ସଞ୍ଜୟ କିଶାନ କୌଲ ଆବେଦନକାରୀଙ୍କ ଆଇନଜୀବୀଙ୍କୁ ପଚାରିଥିଲେ ଯେ ଏହା କୋର୍ଟର କାମ କି? ଏହା ଦ୍ୱାରା କାହାର ମୌଳିକ ଅଧିକାର ଉଲ୍ଲଂଘନ ହେଉଛି କି?

ଜଷ୍ଟିସ କୌଲ କହିଛନ୍ତି ଯେ ଆପଣ କାହିଁକି ଏପରି ପିଟିଶନ ଦାଖଲ କରନ୍ତି, ଯାହାଦ୍ୱାରା ଆମେ ଜରିମାନା ଆଦାୟ କରିବାକୁ ବାଧ୍ୟ ହେଉଛୁ। ତୁମେ କୋର୍ଟକୁ ଆସୁଛ ବୋଲି କ’ଣ ଆଇନବ୍ୟବସ୍ଥାକୁ ପବନରେ ଉଡ଼ାଇବା ଭଳି ଆଚରଣ ପ୍ରଦର୍ଶନ କରିବା ଉଚିତ କି? ବୋଲି ପ୍ରଶ୍ନ କରିଛନ୍ତି।

ଏହା ଉପରେ ଆଇନଜୀବୀ କହିଥିଲେ ଯେ ଭାରତ ସରକାରଙ୍କ ପାଇଁ ଗାଈର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ। ସରକାର ସବୁ କ୍ଷେତ୍ରରେ କହିଛନ୍ତି ଯେ ଗାଈମାନଙ୍କୁ ସର୍ବଦା ସୁରକ୍ଷା ଦିଆଯିବା ଉଚିତ। ସରକାର ଏହାକୁ ବିଚାର କରିବା ଜରୁରୀ। ଆମେ ଗାଈଠାରୁ ସବୁକିଛି ପାଉଛୁ । ତେବେ ଏହି ପିଟିଶନର ଶୁଣାଣି ହେବ ନାହିଁ ବୋଲି କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଲକ୍‌ଡାଉନ ଉଲ୍ଲଂଘନ

ନୂଆଦିଲ୍ଲୀ,୧୨।୪(ପି.ଟି.): ପଶ୍ଚିମବଙ୍ଗରେ ଲକ୍‌ଡାଉନ କଟକଣା ଧୀରେ ଧୀରେ କୋହଳ ହେଉଥିବା ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପ୍ରତିବାଦ ଜଣାଇଛି। ଅଣଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ଲାଗି ସେଠାରେ...

ଶ୍ରୀଲଙ୍କାକୁ ସହଯୋଗର ହାତ ବଢ଼ାଇଲା ଭାରତ

ନୂଆଦିଲ୍ଲୀ,୨୦ା୧: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ଭାରତ ସହାୟତାର ହାତ ବଢ଼ାଇଛି। ବୈଦେଶିକ ଋଣ ଦେୟ ଏବଂ ବାଣିଜ୍ୟରେ ଆର୍ଥିକ ପ୍ରତିବନ୍ଧକ ହଟାଇବାରେ...

ବଢ଼ି ନ ପାରେ ଲକ୍‌ଡାଉନ ଅବଧି

ନୂଆଦିଲ୍ଲୀ,୩୧ା୩(ପି.ଟି.): ଦେଶରେ ଗତ ମଙ୍ଗଳବାରଠାରୁ ଲାଗୁ ହୋଇଥିବା ୨୧ ଦିନିଆ ଲକ୍‌ଡାଉନ ସମୟସୀମା ବୃଦ୍ଧି ପାଇପାରେ ବୋଲି ଗୁଜବ ପ୍ରଚାରିତ ହେଉଥିବାବେଳେ ସେଭଳି ଯୋଜନା ନ...

ନାଗରିକତ୍ୱ ପ୍ରକ୍ରିୟାକୁ ବର୍ଜନ ପାଇଁ ଶପଥ

ନୂଆଦିଲ୍ଲୀ,୨ା୧: ନାଗରିକତ୍ୱ ପ୍ରକ୍ରିୟାକୁ ବର୍ଜନ କରିବା ଲାଗି ନୂଆବର୍ଷ ଅବସରରେ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‌ ନିକଟରେ ଶତାଧିକ ବିକ୍ଷୋଭକାରୀ ଗଣଶପଥ ନେଇଛନ୍ତି। ସେମାନେ ସଂଶୋଧିତ ନାଗରିକତ୍ୱ...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ କମଲ ହାସନ

ଚେନ୍ନାଇ,୧୯।୨: ଅଭିନେତା-ରାଜନେତା କମଲ ହାସନ ତାମିଲନାଡୁର ଏରୋଡ ଇଷ୍ଟ ଆସନ ଉପନିର୍ବାଚନରେ ଶାସକ ଡିଏମକେ ନେତୃତ୍ୱରେ ସିକ୍ୟୁଲାର ପ୍ରଗତିଶୀଳ ମିଳିତ ମେଣ୍ଟ ପାଇଁ ପ୍ରଚାର କରିବେ।...

ଖୋଲିଲା ମନ୍ଦିର: ଠାକୁରଙ୍କୁ ଲାଗି ହେଲା ୩ ହଜାର କିଲୋ ସେଓ

ଅହମଦାବାଦ, ୧୩।୧୦: ଲକ୍‌ଡାଉନ୍‌ ପରେ ଗୁଜରାଟର ଅହମଦାବାଦରେ ସ୍ବାମୀ ନାରାୟଣ ମନ୍ଦିର ମଙ୍ଗଳବାର ଖୋଲିଛି। ମନ୍ଦିର ଖୋଲିବାର ପ୍ରଥମ ଦିନରେ ଠାକୁରଙ୍କୁ ୩ ହଜାର କିଲୋ...

ଆଇନ ପ୍ରତ୍ୟାହାର ପାଇଁ ସୁପ୍ରିମକୋର୍ଟ ଯାଅ

ନୂଆଦିଲ୍ଲୀ, ୫।୧(ପି.ଟି.): କେନ୍ଦ୍ର ସରକାର ଆଣିଥିବା ୩ କୃଷି ଆଇନ ପ୍ରତ୍ୟାହାର ହେବନି। ସେଗୁଡ଼ିକର ପ୍ରତ୍ୟାହାର ଚାହୁଁଥିଲେ ଚାଷୀ ସୁପ୍ରିମକୋର୍ଟ ଯାଆନ୍ତୁ। ସୋମବାର ଆଲୋଚନା ବେଳେ...

କନ୍ୟାଙ୍କୁ କାନ୍ଧରେ ବୋହି ନଦୀ ପାର ହେଲେ ବର, ଭିଡ଼ିଓ ଭାଇରାଲ…

ପାଟନା,୨୯।୬: ସମ୍ପ୍ରତି ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ବର କନ୍ୟାଙ୍କୁ କାନ୍ଧରେ ବୋହି ନଦୀ ପାର ହେଉଛନ୍ତି। ଏଭଳି ଘଟଣା...

Advertisement
Archives

Model This Week