ଧରାକୋଟର ଐତିହ୍ୟ ଜଗନ୍ନାଥ ମନ୍ଦିର

ଧରାକୋଟ,୧୦ା୧୦: ସମଗ୍ର ଭାରତବର୍ଷର ବିଭିନ୍ନ ସ୍ଥାନରେ ଜଗନ୍ନାଥ ମନ୍ଦିର ରହିଛି। ସେହି ମନ୍ଦିରଗୁଡ଼ିକ ମଧ୍ୟରୁ ମାତ୍ର ୯ଟି ହେଉଛି ବିମାନ ମନ୍ଦିର। ସେଥି ମଧ୍ୟରୁ ଗଞ୍ଜାମ ଜିଲା ଧରାକୋଟ ଜଗନ୍ନାଥ ମନ୍ଦିର ଗୋଟିଏ। ଷୋଡ଼ଶ ଶତାବ୍ଦୀରେ ସ୍ବର୍ଗତ ରାଜା ରାଜେନ୍ଦ୍ର ସିଂହ ଏହି ମନ୍ଦିର ନିର୍ମାଣର ଶୁଭାରମ୍ଭ କରିଥିବା ବେଳେ ସ୍ବର୍ଗତ ରାଜା ମଦନ ମୋହନ ସିଂଦେଓ ଏହକୁ ପୂର୍ଣ୍ଣାଙ୍ଗ ରୂପ ଦେଇଥିଲେ। ମନ୍ଦିର ନିର୍ମାଣରେ ମୁଗୁନି ପଥର ରଙ୍ଗ ବ୍ୟବହାର ହୋଇଥିବା ବେଳେ ଏହା ଏକ କୁଞ୍ଜମାଳିନୀ ମନ୍ଦିର। ଏହାର ଚାରିପଟେ ସୁଦୃଢ଼ କଳାମୁଗୁନି ପଥରରେ ତିଆରି ମେଘନାଦ ପାଚେରିି ସଦୃଶ ଚାରି ଗୋଟି ଦ୍ୱାର ରହିଛି। ପ୍ରାୟ ଏକ ଏକର ପରିମିତ ଜମି ଉପରେ ଏହି ମନ୍ଦିର ଶୋଭାପାଉଛି। ଏହାର ପାର୍ଶ୍ୱରେ ଚାହାଣି ମଣ୍ଡପ, ସ୍ନାନ ମଣ୍ଡପ, ଯଜ୍ଞ ମଣ୍ଡପ, କୋଇଲିବୈକୁଣ୍ଠ, ରୋଷଶାଳ ଓ ସୁନାକୂଅ ରହିଛି। ମନ୍ଦିର ଚତୁଃପାର୍ଶ୍ୱରେ ବହୁ ଦେବଦେବୀଙ୍କ ପଥର ମୂର୍ତ୍ତି ଶୋଭାବର୍ଦ୍ଧନ କରୁଛି। ପୁରୀ ମନ୍ଦିର ଶୈଳୀରେ ଏହା ନିର୍ମିତ ହୋଇଛି। ମନ୍ଦିର ପାର୍ଶ୍ୱରେ ସୁଦୀର୍ଘ ବଡ଼ଦାଣ୍ଡ, ମାଉସୀ ମାଆ ମନ୍ଦିର, ଗୁଣ୍ଡିଚା ମନ୍ଦିର, ଦୋଳ ମଣ୍ଡପ ଓ ଚନ୍ଦନ ପୋଖରୀ ରହିଛି।
ମୁଖ୍ୟ ମନ୍ଦିର ୭୫ ଫୁଟ ଉଚ୍ଚ ହୋଇଥିବା ବେଳେ ନାଟ ମନ୍ଦିର ୬୦ ଫୁଟ, ଭଦ୍ର ମନ୍ଦିର ୫୫ ଫୁଟ ଓ ମୁଖଶାଳା ୫୫ ଫୁଟ ରହିଛି। ଷୋଡ଼ଶ ଶତାବ୍ଦୀରେ ତିନି ଠାକୁରଙ୍କ ବିଗ୍ରହ ଚନ୍ଦନ କାଠରେ ନିର୍ମିିତ ହୋଇଥିବା କଥା ଧରାକୋଟ ରାଜ ବଂଶାବଳୀ ତାଳପତ୍ର ପୋଥିରୁ ଜଣାଯାଏ। ଏଠାକାର ରଥଯାତ୍ରା ଯେପରି ସ୍ବତନ୍ତ୍ର ମନ୍ଦିର ମଧ୍ୟ ସ୍ବତନ୍ତ୍ର। ଏଠାରେ ରଥଯାତ୍ରା ଏକ ନିଆରା ଓ ବ୍ୟତିକ୍ରମ ପରମ୍ପରା ମଧ୍ୟରେ ପାଳିତ ହୋଇ ଆସୁଛି। ଏଠାର ରଥ ପୁରୀର ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ସଦୃଶ। ରଥର ୧୨ ଗୋଟି ଚକ ରହିଥିବା ବେଳେ ଉଚ୍ଚତା ଓ ଓସାର ୩୩ ଫୁଟ। ଚକର ବ୍ୟାସ ୭ ଫୁଟ। ପୁରପଲ୍ଲୀଠାରୁ ରାଜ୍ୟ, ଦେଶ ଓ ବିଦେଶରେ ରଥଯାତ୍ରା ମହାସମାରୋହରେ ଗୁଣ୍ଡିଚାଠାରୁ ଆରମ୍ଭ ହୋଇ ବାହୁଡ଼ାରେ ଶେଷ ହୁଏ। ହେଲେ ଧରାକୋଟଗଡ଼ର ରଥଯାତ୍ରାରେ ଏହାର ବ୍ୟତିକ୍ରମ ଓ ସ୍ବତନ୍ତ୍ର ରୀତିନୀତି ଦେଖିବାକୁ ମିଳେ। ଏଠାରେ ଗୁଣ୍ଡିଚା ପରଦିନ ରଥଟଣା ହେଉଥିବା ବେଳେ ବାହୁଡା଼ ପରଦିନ ଏକାଦଶୀ ତିଥିରେ ରାଜାଙ୍କ ଉପସ୍ଥିତିରେ ବାହୁଡା଼ ଯାତ୍ରା ପାଳନ କରାଯାଏ। ଏହିଦିନ ରାଜତନ୍ତ୍ରର ଭିନ୍ନ ପରମ୍ପରା ଦେଖିବାକୁ ମିଳେ। ରାଜା ରାଜକୀୟ ପୋଷାକ ପରିଧାନ କରି ରୁପା ତାମ୍‌ଜାନରେ ପାତ୍ର, ମନ୍ତ୍ରୀ, କଟୁଆଳ ଓ ପାରିଷଦ ବର୍ଗଙ୍କୁ ନେଇ ବାଦ୍ୟ ବାଜଣା ସହ ରଥ ନିକଟରେ ପହଞ୍ଚି ରଥାରୂଢ଼ ମହାପ୍ରଭୁଙ୍କ ରଥ ଟଣାର ଶୁଭାରମ୍ଭ କରିଥାନ୍ତି।
ଏଠାରେ ଧରାକୋଟ ରାଜକୁମାରୀ ସୁଲକ୍ଷଣା ଗୀତାଞ୍ଜଳି ଠାକୁରଙ୍କ ଆଦ୍ୟ ସେବକ ଭାବରେ ନିଜକୁ ପ୍ରତିପାଦନ କରି ସମସ୍ତ ପରମ୍ପରାକୁ ନିଷ୍ଠାର ସହ ପାଳନ କରିଆସୁଛନ୍ତି, ଯାହାକି ଏକ ବିରଳ ବ୍ୟତିକ୍ରମ। ରାଜକୁମାରୀଙ୍କ ଭକ୍ତି ସମଗ୍ର ଅଞ୍ଚଳରେ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ ଏହି ନିଆରା ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୁଏ। ଧରାକୋଟଗଡ଼ର ରଥଯାତ୍ରାରେ ଗଣତନ୍ତ୍ର ଭିତରେ ରାଜତନ୍ତ୍ରର ସ୍ବତନ୍ତ୍ରତା ଦେଖିବାକୁ ମିଳେ।

ବିଷ୍ଣୁ କେଶରୀ ଆଚାର୍ଯ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିରେ ବ୍ରହ୍ମପୁର ଷ୍ଟେଶନ୍ ଚାଲାଣ ହେଉଥିଲା ଗଞ୍ଜେଇ! ପାଟ୍ରୋଲିଂ ବେଳେ ମାଡ଼ିବସିଲା ଅବକାରୀ ଟିମ୍

ଦିଗପହଣ୍ଡି, ୨୩।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ…

‘ଯିଏ ରାମଙ୍କର ହେଲେନି, ସେ କୃଷ୍ଣଙ୍କର ହୋଇପାରିବେନି’: ଅଖିଳେଶଙ୍କୁ ଟାର୍ଗେଟ୍ କଲେ…

ଲକ୍ଷ୍ନୌ,୨୩।୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟା, କାଶୀ ଓ ମଥୁରାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହୋଇଛି। ଅଯୋଧ୍ୟାରେ ରାସ୍ତା ପ୍ରଶସ୍ତୀକରଣକୁ ନେଇ ସମାଜବାଦୀ…

ଗାତରେ ରାସ୍ତା ନା ରାସ୍ତାରେ ଗାତ? ଲଗାଣ ବର୍ଷାରେ ମରଣଯନ୍ତା ପାଲଟିଛି ଗୁଡ଼ାରି-ବିର୍ସା ନାଳ ରାସ୍ତା; ଅଭିଯୋଗ ପରେ ବି…

ଗୁଡ଼ାରି, ୨୩।୯(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ନିକଟସ୍ଥ ବିର୍ସା ନାଳ ବ୍ରିଜ୍‌ରୁ ସହରକୁ ସଂଯୋଗ କରୁଥିବା ପ୍ରାୟ ୨ କିଲୋମିଟର ଦୀର୍ଘ ପ୍ରମୁଖ ରାସ୍ତାର…

ଲଗାଣ ବର୍ଷାରେ ବେହାଲ ଦିଗପହଣ୍ଡି: ମୁଖ୍ୟ ରାସ୍ତାରେ ୨ ଫୁଟର ପାଣି, ଦୋକାନ-ବ୍ୟାଙ୍କରେ ନର୍ଦ୍ଦମା ଜଳ, ଜଳବନ୍ଦୀ ବସଷ୍ଟାଣ୍ଡ ବାସିନ୍ଦା

ଦିଗପହଣ୍ଡି,୨୩।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘନୀଭୂତ ଲଘୁଚାପ ପ୍ରଭାବରେ ତୁହାକୁ ତୁହା ଲଗାଣ ବର୍ଷା ଯୋଗୁ ବୁଧବାର ଦିଗପହଣ୍ଡି ସହର ସମ୍ପୂର୍ଣ୍ଣ ଉବୁଟୁବୁ ହୋଇପଡ଼ିଛି।…

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?