ଧରାକୋଟର ଐତିହ୍ୟ ଜଗନ୍ନାଥ ମନ୍ଦିର

ଧରାକୋଟ,୧୦ା୧୦: ସମଗ୍ର ଭାରତବର୍ଷର ବିଭିନ୍ନ ସ୍ଥାନରେ ଜଗନ୍ନାଥ ମନ୍ଦିର ରହିଛି। ସେହି ମନ୍ଦିରଗୁଡ଼ିକ ମଧ୍ୟରୁ ମାତ୍ର ୯ଟି ହେଉଛି ବିମାନ ମନ୍ଦିର। ସେଥି ମଧ୍ୟରୁ ଗଞ୍ଜାମ ଜିଲା ଧରାକୋଟ ଜଗନ୍ନାଥ ମନ୍ଦିର ଗୋଟିଏ। ଷୋଡ଼ଶ ଶତାବ୍ଦୀରେ ସ୍ବର୍ଗତ ରାଜା ରାଜେନ୍ଦ୍ର ସିଂହ ଏହି ମନ୍ଦିର ନିର୍ମାଣର ଶୁଭାରମ୍ଭ କରିଥିବା ବେଳେ ସ୍ବର୍ଗତ ରାଜା ମଦନ ମୋହନ ସିଂଦେଓ ଏହକୁ ପୂର୍ଣ୍ଣାଙ୍ଗ ରୂପ ଦେଇଥିଲେ। ମନ୍ଦିର ନିର୍ମାଣରେ ମୁଗୁନି ପଥର ରଙ୍ଗ ବ୍ୟବହାର ହୋଇଥିବା ବେଳେ ଏହା ଏକ କୁଞ୍ଜମାଳିନୀ ମନ୍ଦିର। ଏହାର ଚାରିପଟେ ସୁଦୃଢ଼ କଳାମୁଗୁନି ପଥରରେ ତିଆରି ମେଘନାଦ ପାଚେରିି ସଦୃଶ ଚାରି ଗୋଟି ଦ୍ୱାର ରହିଛି। ପ୍ରାୟ ଏକ ଏକର ପରିମିତ ଜମି ଉପରେ ଏହି ମନ୍ଦିର ଶୋଭାପାଉଛି। ଏହାର ପାର୍ଶ୍ୱରେ ଚାହାଣି ମଣ୍ଡପ, ସ୍ନାନ ମଣ୍ଡପ, ଯଜ୍ଞ ମଣ୍ଡପ, କୋଇଲିବୈକୁଣ୍ଠ, ରୋଷଶାଳ ଓ ସୁନାକୂଅ ରହିଛି। ମନ୍ଦିର ଚତୁଃପାର୍ଶ୍ୱରେ ବହୁ ଦେବଦେବୀଙ୍କ ପଥର ମୂର୍ତ୍ତି ଶୋଭାବର୍ଦ୍ଧନ କରୁଛି। ପୁରୀ ମନ୍ଦିର ଶୈଳୀରେ ଏହା ନିର୍ମିତ ହୋଇଛି। ମନ୍ଦିର ପାର୍ଶ୍ୱରେ ସୁଦୀର୍ଘ ବଡ଼ଦାଣ୍ଡ, ମାଉସୀ ମାଆ ମନ୍ଦିର, ଗୁଣ୍ଡିଚା ମନ୍ଦିର, ଦୋଳ ମଣ୍ଡପ ଓ ଚନ୍ଦନ ପୋଖରୀ ରହିଛି।
ମୁଖ୍ୟ ମନ୍ଦିର ୭୫ ଫୁଟ ଉଚ୍ଚ ହୋଇଥିବା ବେଳେ ନାଟ ମନ୍ଦିର ୬୦ ଫୁଟ, ଭଦ୍ର ମନ୍ଦିର ୫୫ ଫୁଟ ଓ ମୁଖଶାଳା ୫୫ ଫୁଟ ରହିଛି। ଷୋଡ଼ଶ ଶତାବ୍ଦୀରେ ତିନି ଠାକୁରଙ୍କ ବିଗ୍ରହ ଚନ୍ଦନ କାଠରେ ନିର୍ମିିତ ହୋଇଥିବା କଥା ଧରାକୋଟ ରାଜ ବଂଶାବଳୀ ତାଳପତ୍ର ପୋଥିରୁ ଜଣାଯାଏ। ଏଠାକାର ରଥଯାତ୍ରା ଯେପରି ସ୍ବତନ୍ତ୍ର ମନ୍ଦିର ମଧ୍ୟ ସ୍ବତନ୍ତ୍ର। ଏଠାରେ ରଥଯାତ୍ରା ଏକ ନିଆରା ଓ ବ୍ୟତିକ୍ରମ ପରମ୍ପରା ମଧ୍ୟରେ ପାଳିତ ହୋଇ ଆସୁଛି। ଏଠାର ରଥ ପୁରୀର ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ସଦୃଶ। ରଥର ୧୨ ଗୋଟି ଚକ ରହିଥିବା ବେଳେ ଉଚ୍ଚତା ଓ ଓସାର ୩୩ ଫୁଟ। ଚକର ବ୍ୟାସ ୭ ଫୁଟ। ପୁରପଲ୍ଲୀଠାରୁ ରାଜ୍ୟ, ଦେଶ ଓ ବିଦେଶରେ ରଥଯାତ୍ରା ମହାସମାରୋହରେ ଗୁଣ୍ଡିଚାଠାରୁ ଆରମ୍ଭ ହୋଇ ବାହୁଡ଼ାରେ ଶେଷ ହୁଏ। ହେଲେ ଧରାକୋଟଗଡ଼ର ରଥଯାତ୍ରାରେ ଏହାର ବ୍ୟତିକ୍ରମ ଓ ସ୍ବତନ୍ତ୍ର ରୀତିନୀତି ଦେଖିବାକୁ ମିଳେ। ଏଠାରେ ଗୁଣ୍ଡିଚା ପରଦିନ ରଥଟଣା ହେଉଥିବା ବେଳେ ବାହୁଡା଼ ପରଦିନ ଏକାଦଶୀ ତିଥିରେ ରାଜାଙ୍କ ଉପସ୍ଥିତିରେ ବାହୁଡା଼ ଯାତ୍ରା ପାଳନ କରାଯାଏ। ଏହିଦିନ ରାଜତନ୍ତ୍ରର ଭିନ୍ନ ପରମ୍ପରା ଦେଖିବାକୁ ମିଳେ। ରାଜା ରାଜକୀୟ ପୋଷାକ ପରିଧାନ କରି ରୁପା ତାମ୍‌ଜାନରେ ପାତ୍ର, ମନ୍ତ୍ରୀ, କଟୁଆଳ ଓ ପାରିଷଦ ବର୍ଗଙ୍କୁ ନେଇ ବାଦ୍ୟ ବାଜଣା ସହ ରଥ ନିକଟରେ ପହଞ୍ଚି ରଥାରୂଢ଼ ମହାପ୍ରଭୁଙ୍କ ରଥ ଟଣାର ଶୁଭାରମ୍ଭ କରିଥାନ୍ତି।
ଏଠାରେ ଧରାକୋଟ ରାଜକୁମାରୀ ସୁଲକ୍ଷଣା ଗୀତାଞ୍ଜଳି ଠାକୁରଙ୍କ ଆଦ୍ୟ ସେବକ ଭାବରେ ନିଜକୁ ପ୍ରତିପାଦନ କରି ସମସ୍ତ ପରମ୍ପରାକୁ ନିଷ୍ଠାର ସହ ପାଳନ କରିଆସୁଛନ୍ତି, ଯାହାକି ଏକ ବିରଳ ବ୍ୟତିକ୍ରମ। ରାଜକୁମାରୀଙ୍କ ଭକ୍ତି ସମଗ୍ର ଅଞ୍ଚଳରେ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ ଏହି ନିଆରା ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୁଏ। ଧରାକୋଟଗଡ଼ର ରଥଯାତ୍ରାରେ ଗଣତନ୍ତ୍ର ଭିତରେ ରାଜତନ୍ତ୍ରର ସ୍ବତନ୍ତ୍ରତା ଦେଖିବାକୁ ମିଳେ।

ବିଷ୍ଣୁ କେଶରୀ ଆଚାର୍ଯ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଲଘୁଚାପରୁ ବନ୍ୟା ଆଶଙ୍କା

ଭୁବନେଶ୍ୱର,୨୭ା୭(ଅନୁରାଧା ମହାରଣା): ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ ବିଲବାଡ଼ି ଜଳାର୍ଣ୍ଣବ...

ବଢ଼ିପାରେ ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ମୁଣ୍ଡପିଛା ମୂଲ୍ୟ ବଢ଼ିପାରେ। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri