Posted inଜାତୀୟ

ସୁଧା ଭରଦ୍ୱାଜଙ୍କୁ ସୁପ୍ରିମକୋର୍ଟ ଆଶ୍ୱସ୍ତି

ନୂଆଦିଲ୍ଲୀ,୮।୧୨: ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜେଲରେ ଥିବା ଆଇନଜୀବୀ ତଥା ଆକ୍ଟିଭିଷ୍ଟ ସୁଧା ଭରଦ୍ୱାଜଙ୍କୁ ସୁପ୍ରିମକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଏଲ୍‌ଗାର ପରିଷଦ-ମାଓବାଦୀ ସମ୍ପର୍କ ମାମଲାରେ ବମ୍ବେ ହାଇକୋର୍ଟଙ୍କ ଜାମିନ ରାୟକୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ସର୍ବୋଚ୍ଚ ଅଦାଲତର ୩ ଜଣିଆ ଖଣ୍ଡପୀଠ ମଙ୍ଗଳବାର ଏନ୍‌ଆଇଏର ଅପିଲକୁ ଖାରଜ କରିଦେଇଛନ୍ତି। ସୁଧାଙ୍କୁ ଜାମିନ ପ୍ରଦାନ ନେଇ ହାଇକୋର୍ଟଙ୍କ ରାୟରେ ହସ୍ତକ୍ଷେପ କରିବାର କୌଣସି ଯଥାର୍ଥତା ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ୨୦୧୭ ଡିସେମ୍ବର ୩୧ରେ ମହାରାଷ୍ଟ୍ରର ପୁଣେସ୍ଥିତ ଶନିବାରଓ୍ବାଡ଼ାରେ ଏଲ୍‌ଗାର ପରିଷଦ ପକ୍ଷରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଲ୍‌ଗାର କନ୍‌କ୍ଲେଭ୍‌ରେ ଏଥିରେ ସାମିଲ ହୋଇଥିବା ବୁଦ୍ଧିଜୀବୀମାନେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇଥିବାରୁ ଏହାର ପରଦିନ ଭୀମା-କୋରେଗାଓଁରେ ହିଂସାକାଣ୍ଡ ଘଟିଥିବା ଏବଂ ମାଓବାଦୀଙ୍କ ସହ ସେମାନଙ୍କ ସମ୍ପର୍କ ଥିବା ପୁଣେ ପୋଲିସ ଅଭିଯୋଗ ଆଣିଥିଲା। ପରେ ଉକ୍ତ ମାମଲାର ତଦନ୍ତ ଦାୟିତ୍ୱ ଏନ୍‌ଆଇଏକୁ ଦିଆଯାଇଥିଲା। ମାଓବାଦୀଙ୍କ ସହ ଏଲ୍‌ଗାର ପରିଷଦର ସମ୍ପର୍କ ଥିବା ଅଭିଯୋଗରେ ୨୦୧୮ ଅଗଷ୍ଟରେ ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ (ୟୁଏପିଏ) ବଳେରେ ସୁଧା ଭରଦ୍ୱାଜଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ବମ୍ବେ ହାଇକୋର୍ଟ ଗତ ୧ ତାରିଖରେ ସୁଧାଙ୍କୁ ଜାମିନ ପ୍ରଦାନ ଲାଗି ନିର୍ଦ୍ଦେଶ ଦେଇଥିବାବେଳେ ଏନ୍‌ଆଇଏ ପକ୍ଷରୁ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଏନ୍‌ଆଇଏ ପିଟିଶନର ତ୍ୱରିତ ଶୁଣାଣି କରିବାକୁ ସୋମବାର ସୁପ୍ରିମକୋର୍ଟ ରାଜି ହୋଇଥିଲେ। ତେବେ ଜଷ୍ଟିସ୍‌ ୟୁ.ୟୁ. ଲଳିତ, ଏସ୍‌. ରବୀନ୍ଦ୍ର ଭଟ୍ଟ ଏବଂ ବେଲା ଏମ୍‌. ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମଙ୍ଗଳବାର ଏନ୍‌ଆଇଏ ଆବେଦନର ବିଚାର କରିବାକୁ ମନାକରିଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ହାଇକୋର୍ଟ ଦେଇଥିବା ରାୟ ଉପରେ ହସ୍ତକ୍ଷେପ କରିବା ଭଳି କୌଣସି କାରଣ ନାହିଁ।
ସରକାରକୁ ଭାଙ୍ଗିବା ପାଇଁ ସୁଧା ଷଡ଼ଯନ୍ତ୍ର କରିଥିବା ନେଇ ଏନ୍‌ଆଇଏ ଅଭିଯୋଗ ଆଣିଥିବାବେଳେ ହାଇକୋର୍ଟ କହିଥିଲେ, ସେ ଜାମିନ ପାଇବାକୁ ହକ୍‌ଦାର। ସୁଧାଙ୍କୁ ଜାମିନ ଦିଆ ନ ଗଲେ ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁସାରେ ସୁନିଶ୍ଚିତ କରାଯାଇଥିବା ଜୀବନ ଧାରଣ ପାଇଁ ତାଙ୍କ ମୌଳିକ ଅଧିକାର ଓ ବ୍ୟକ୍ତିଗତ ସ୍ବାଧୀନତା କ୍ଷୁର୍ଣ୍ଣ ହେବ। ତେଣୁ ବାଇକୁଲା ମହିଳା ଜେଲରେ ବନ୍ଦୀ ଥିବା ସୁଧାଙ୍କୁ ମୁମ୍ବାଇସ୍ଥିତ ଏନ୍‌ଆଇଏର ସ୍ବତନ୍ତ୍ର ଅଦାଲତରେ ଡିସେମ୍ବର ୮ରେ ହାଜର କରି ଜାମିନ ପ୍ରଦାନ ନିମନ୍ତେ ସର୍ତ୍ତ ଓ ତାରିଖ ସ୍ଥିର କରାଯାଉ। ପ୍ରକାଶ ଯେ, ସୁଧା ଭରଦ୍ୱାର ହେଉଛନ୍ତି ଏହି ମାମଲାରେ ଗିରଫ ହୋଇଥିବା ୧୬ ଆକ୍ଟିଭିଷ୍ଟ ଏବଂ ଶିକ୍ଷାବିତ୍‌ଙ୍କ ମଧ୍ୟରୁ ଡିଫଲ୍ଟ ବେଲ୍‌ ପାଇବାରେ ପ୍ରଥମ। କବି ବାରାଓ୍ବରା ରାଓ ମେଡିକାଲ୍‌ ଜାମିନ ପାଇଛନ୍ତି। ଏହା ପୂର୍ବରୁ ଷ୍ଟାନ୍‌ ସ୍ବାମୀ ଜୁଲାଇ ୫ରେ ମେଡିକାଲ ବେଲ୍‌କୁ ଅପେକ୍ଷା କରି ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଦେଇଥିଲେ। ଅନ୍ୟ ଅଭିଯୁକ୍ତମାନେ ଏବେ ବି ବିଚାରାଧୀନ ବନ୍ଦୀ ଅଛନ୍ତି। ୮ ସହଅଭିଯୁକ୍ତ ସୁଧୀର ଧାଓ୍ବଲେ, ବରାଓ୍ବରା ରାଓ, ରୋନା ଓ୍ବିଲସନ, ସୁରେନ୍ଦ୍ର ଗଡ଼ଲିଙ୍ଗ, ଶୋମା ସେନ, ମହେଶ ରାଉତ୍‌, ଭେର୍ନନ୍‌ ଗୋନ୍‌ସାଲଭେସ୍‌ ଏବଂ ଅରୁଣ ଫେରେଇରାଙ୍କ ଡିଫଲ୍ଡ ବେଲ୍‌ ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri