Posted inଜାତୀୟ

ସୁଧା ଭରଦ୍ୱାଜଙ୍କୁ ସୁପ୍ରିମକୋର୍ଟ ଆଶ୍ୱସ୍ତି

ନୂଆଦିଲ୍ଲୀ,୮।୧୨: ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜେଲରେ ଥିବା ଆଇନଜୀବୀ ତଥା ଆକ୍ଟିଭିଷ୍ଟ ସୁଧା ଭରଦ୍ୱାଜଙ୍କୁ ସୁପ୍ରିମକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଏଲ୍‌ଗାର ପରିଷଦ-ମାଓବାଦୀ ସମ୍ପର୍କ ମାମଲାରେ ବମ୍ବେ ହାଇକୋର୍ଟଙ୍କ ଜାମିନ ରାୟକୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ସର୍ବୋଚ୍ଚ ଅଦାଲତର ୩ ଜଣିଆ ଖଣ୍ଡପୀଠ ମଙ୍ଗଳବାର ଏନ୍‌ଆଇଏର ଅପିଲକୁ ଖାରଜ କରିଦେଇଛନ୍ତି। ସୁଧାଙ୍କୁ ଜାମିନ ପ୍ରଦାନ ନେଇ ହାଇକୋର୍ଟଙ୍କ ରାୟରେ ହସ୍ତକ୍ଷେପ କରିବାର କୌଣସି ଯଥାର୍ଥତା ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ୨୦୧୭ ଡିସେମ୍ବର ୩୧ରେ ମହାରାଷ୍ଟ୍ରର ପୁଣେସ୍ଥିତ ଶନିବାରଓ୍ବାଡ଼ାରେ ଏଲ୍‌ଗାର ପରିଷଦ ପକ୍ଷରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଲ୍‌ଗାର କନ୍‌କ୍ଲେଭ୍‌ରେ ଏଥିରେ ସାମିଲ ହୋଇଥିବା ବୁଦ୍ଧିଜୀବୀମାନେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇଥିବାରୁ ଏହାର ପରଦିନ ଭୀମା-କୋରେଗାଓଁରେ ହିଂସାକାଣ୍ଡ ଘଟିଥିବା ଏବଂ ମାଓବାଦୀଙ୍କ ସହ ସେମାନଙ୍କ ସମ୍ପର୍କ ଥିବା ପୁଣେ ପୋଲିସ ଅଭିଯୋଗ ଆଣିଥିଲା। ପରେ ଉକ୍ତ ମାମଲାର ତଦନ୍ତ ଦାୟିତ୍ୱ ଏନ୍‌ଆଇଏକୁ ଦିଆଯାଇଥିଲା। ମାଓବାଦୀଙ୍କ ସହ ଏଲ୍‌ଗାର ପରିଷଦର ସମ୍ପର୍କ ଥିବା ଅଭିଯୋଗରେ ୨୦୧୮ ଅଗଷ୍ଟରେ ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ (ୟୁଏପିଏ) ବଳେରେ ସୁଧା ଭରଦ୍ୱାଜଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ବମ୍ବେ ହାଇକୋର୍ଟ ଗତ ୧ ତାରିଖରେ ସୁଧାଙ୍କୁ ଜାମିନ ପ୍ରଦାନ ଲାଗି ନିର୍ଦ୍ଦେଶ ଦେଇଥିବାବେଳେ ଏନ୍‌ଆଇଏ ପକ୍ଷରୁ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଏନ୍‌ଆଇଏ ପିଟିଶନର ତ୍ୱରିତ ଶୁଣାଣି କରିବାକୁ ସୋମବାର ସୁପ୍ରିମକୋର୍ଟ ରାଜି ହୋଇଥିଲେ। ତେବେ ଜଷ୍ଟିସ୍‌ ୟୁ.ୟୁ. ଲଳିତ, ଏସ୍‌. ରବୀନ୍ଦ୍ର ଭଟ୍ଟ ଏବଂ ବେଲା ଏମ୍‌. ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମଙ୍ଗଳବାର ଏନ୍‌ଆଇଏ ଆବେଦନର ବିଚାର କରିବାକୁ ମନାକରିଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ହାଇକୋର୍ଟ ଦେଇଥିବା ରାୟ ଉପରେ ହସ୍ତକ୍ଷେପ କରିବା ଭଳି କୌଣସି କାରଣ ନାହିଁ।
ସରକାରକୁ ଭାଙ୍ଗିବା ପାଇଁ ସୁଧା ଷଡ଼ଯନ୍ତ୍ର କରିଥିବା ନେଇ ଏନ୍‌ଆଇଏ ଅଭିଯୋଗ ଆଣିଥିବାବେଳେ ହାଇକୋର୍ଟ କହିଥିଲେ, ସେ ଜାମିନ ପାଇବାକୁ ହକ୍‌ଦାର। ସୁଧାଙ୍କୁ ଜାମିନ ଦିଆ ନ ଗଲେ ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁସାରେ ସୁନିଶ୍ଚିତ କରାଯାଇଥିବା ଜୀବନ ଧାରଣ ପାଇଁ ତାଙ୍କ ମୌଳିକ ଅଧିକାର ଓ ବ୍ୟକ୍ତିଗତ ସ୍ବାଧୀନତା କ୍ଷୁର୍ଣ୍ଣ ହେବ। ତେଣୁ ବାଇକୁଲା ମହିଳା ଜେଲରେ ବନ୍ଦୀ ଥିବା ସୁଧାଙ୍କୁ ମୁମ୍ବାଇସ୍ଥିତ ଏନ୍‌ଆଇଏର ସ୍ବତନ୍ତ୍ର ଅଦାଲତରେ ଡିସେମ୍ବର ୮ରେ ହାଜର କରି ଜାମିନ ପ୍ରଦାନ ନିମନ୍ତେ ସର୍ତ୍ତ ଓ ତାରିଖ ସ୍ଥିର କରାଯାଉ। ପ୍ରକାଶ ଯେ, ସୁଧା ଭରଦ୍ୱାର ହେଉଛନ୍ତି ଏହି ମାମଲାରେ ଗିରଫ ହୋଇଥିବା ୧୬ ଆକ୍ଟିଭିଷ୍ଟ ଏବଂ ଶିକ୍ଷାବିତ୍‌ଙ୍କ ମଧ୍ୟରୁ ଡିଫଲ୍ଟ ବେଲ୍‌ ପାଇବାରେ ପ୍ରଥମ। କବି ବାରାଓ୍ବରା ରାଓ ମେଡିକାଲ୍‌ ଜାମିନ ପାଇଛନ୍ତି। ଏହା ପୂର୍ବରୁ ଷ୍ଟାନ୍‌ ସ୍ବାମୀ ଜୁଲାଇ ୫ରେ ମେଡିକାଲ ବେଲ୍‌କୁ ଅପେକ୍ଷା କରି ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଦେଇଥିଲେ। ଅନ୍ୟ ଅଭିଯୁକ୍ତମାନେ ଏବେ ବି ବିଚାରାଧୀନ ବନ୍ଦୀ ଅଛନ୍ତି। ୮ ସହଅଭିଯୁକ୍ତ ସୁଧୀର ଧାଓ୍ବଲେ, ବରାଓ୍ବରା ରାଓ, ରୋନା ଓ୍ବିଲସନ, ସୁରେନ୍ଦ୍ର ଗଡ଼ଲିଙ୍ଗ, ଶୋମା ସେନ, ମହେଶ ରାଉତ୍‌, ଭେର୍ନନ୍‌ ଗୋନ୍‌ସାଲଭେସ୍‌ ଏବଂ ଅରୁଣ ଫେରେଇରାଙ୍କ ଡିଫଲ୍ଡ ବେଲ୍‌ ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?