Posted inଜାତୀୟ

ଆଶାରାମଙ୍କ ଆବେଦନ ଉପରେ ଗୁଜରାଟ ସରକାରଙ୍କୁ ନୋଟିସ୍‌ ଜାରି କଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ, ୧୩।୮ : ଆଶାରାମ ବାପୁଙ୍କ ଆବେଦନ ଉପରେ ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ୍‌ ଜାରି କରିଛନ୍ତି। ଆଶାରାମଙ୍କ ପକ୍ଷରୁ ତାଙ୍କ ବୟସ ୮୦ ବର୍ଷରୁ ଅଧିକ ଏବଂ ତାଙ୍କ ସ୍ବସ୍ଥ୍ୟ ଅବସ୍ଥା ବିଗିଡି ଯାଉଛି ବୋଲି ଦର୍ଶାଇ ଆଶାରାମ ଜାମିନ ମାଗିଛନ୍ତି।

ଜଷ୍ଟିସ ଅଜୟ ରାସ୍ତୋଗି ଏବଂ ଜଷ୍ଟିସ ସିଟି ରବିକୁମାରଙ୍କ ଏକ ବେଞ୍ଚ ଗୁଜରାଟ ସରକାରଙ୍କଠାରୁ ଏନେଇ ଜବାବ ମାଗି ସେପ୍ଟେମ୍ବର ୭ରେ ଏହି ମାମଲାର ଶୁଣାଣି ପାଇଁ ସ୍ଥିର କରିଛନ୍ତି।
୨୦୧୩ରେ ବଳାତ୍କାର ମାମଲାରେ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ବିରୋଧରେ ଜେଲରେ ଥିବା ଅଶାରାମଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କ ପ୍ରତିକ୍ରିୟା ଲୋଡ଼ିଛନ୍ତି। ଗୁଜୁରାଟ ହାଇକୋର୍ଟଙ୍କ ୧୦ ଡିସେମ୍ବର ୨୦୨୧ ଆଦେଶକୁ ଚ୍ୟାଲେଞ୍ଜ କରି ଆଶାରାମଙ୍କ ଆବେଦନ ଉପରେ ବେଞ୍ଚ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି।

ଏହି ମାମଲାରେ ଏକ ସିଦ୍ଧାନ୍ତରେ ପହଞ୍ଚିବାର କୌଣସି ଆଶା ନାହିଁ ବୋଲି ଦର୍ଶାଇ ଆଶାରାମ ଜାମିନ ମାଗିଛନ୍ତି। ୨୦୧୮ ରେ ଆଶାରମଙ୍କୁ ତାଙ୍କ ଆଶ୍ରମରେ ନାବାଳିକାକୁ ବଳାତ୍କାର ଅଭିଯୋଗରେ ରାଜସ୍ଥାନର ଏକ ସ୍ବତନ୍ତ୍ର କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ବେଞ୍ଚ କହିଛନ୍ତି ଯେ ସମ୍ପୃକ୍ତ ବିଚାରର ଏକ ସାର୍ଟିଫିକେଟ କପି ଏବଂ ସରକାରୀ ଅନୁବାଦର କପି ଦାଖଲ କଲେ ଜାମିନ ଆବେଦନକୁ ଅନୁମତି ମିଳିଥାଏ। ଏନେଇ ନୋଟିସ ଜାରି କରାଯିବା ଉଚିତ ଏବଂ ଏହାର ଉତ୍ତର ୭ ସେପ୍ଟେମ୍ବର ୨୦୨୨ ସୁଦ୍ଧା ଦିଆଯିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ନେତା ବିକାଶ ଚୌଧୁରୀ ହତ୍ୟା ମାମଲା : ୟୁପିରେ ୩୫ କଂଗ୍ରେସ ନେତାଙ୍କ ଇସ୍ତଫା

ଚଣ୍ଡିଗଡ଼, ୩୦ା୬ (ପି.ଟି.): ହରିୟାଣା କଂଗ୍ରେସ ନେତା ବିକାଶ ଚୌଧୁରୀ ହତ୍ୟା ମାମଲାରେ ଶନିବାର ପୋଲିସ ୨ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଗ୍ୟାଙ୍ଗଷ୍ଟର କୌଶଲ୍‌ଙ୍କ...

ଇତିହାସ ରଚିବାକୁ ଯାଉଛି ଇସ୍ରୋ: ‘ଚନ୍ଦ୍ରଯାନ-୨’ର କାଉଣ୍ଟଡାଉନ୍‌ ଆରମ୍ଭ

ନୂଆଦିଲ୍ଲୀ, ୨୧।୦୭: ମହାକାଶ ଇତିହାସରେ ଭାରତ ଆଉ ଏକ ସଫଳ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଜୁଲାଇ ୨୨ ତାରିଖ ଅପରାହ୍ନ ୨ଟା ୪୩ ମିନିଟରେ ମହାକାଶକୁ...

ମହାରାଷ୍ଟ୍ରରେ ୩ ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ମୁମ୍ବାଇ,୧୬।୪: ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୫ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ପୂର୍ବଦିନ ଅପେକ୍ଷା ଏହା ସାମନ୍ୟ କମ ବୋଲି କୁହାଯାଉଛି।...

୨୦୨୧ରେ ପଶ୍ଚିମବଙ୍ଗରେ ଭାଜପା ଗଢ଼ିବ ସରକାର: ଶାହା

କୋଲକାତା, ୧।୩: ଆସନ୍ତା ୨୦୨୧ରେ ହେବାକୁଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାଜପା ଦୁଇ ତୃତୀୟାଶଂ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିବ। କୋଲକାତାଠାରେ...

ଭାଜପା ନେତ୍ରୀଙ୍କ ବିରୋଧରେ ମହିଳା ଆୟୋଗ ଗଲେ ଉର୍ଫି

ଜାନୁୟାରୀ ୪ରେ ଭାଜପା ନେତ୍ରୀ ଚିତ୍ରା କିଶୋର ଓ୍ବାଘ ଅଭିନେତ୍ରୀ ଉର୍ଫି ଜାଭେଦଙ୍କ ଅଶାଳୀନ ଡ୍ରେସିଂ ସେନ୍ସକୁ ନେଇ ଟୁଇଟର୍‌ରେ ସମାଲୋଚନା କରିଥିଲେ। ଅର୍ଦ୍ଧନଗ୍ନ ମହିଳା...

ଏଲଓସି ନିକଟରେ ଏୟାରବେସ ନିର୍ମାଣ କରିବ ଭାରତୀୟ ବାୟୁସେନା…

ଗାନ୍ଧିନଗର,୧୯।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଗାନ୍ଧିନଗରରେ ପ୍ରତିରକ୍ଷା ଏକ୍ସପୋ-୨୦୨୨ର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଭାରତ-ପାକିସ୍ତାନ ସୀମା ଏଲଓସି ନିକଟରେ ଥିବା...

ଶିଶୁ ମୃତଦେହ ଖାଇଲା କୁକୁର

ଭୋପାଳ,୧୮।୧୧: ମଧ୍ୟପ୍ରଦେଶର ଅଶୋକନଗର ଜିଲା ହସ୍ପିଟାଲ ବାହାରେ ନବଜାତ ଶିଶୁର ମୃତଦେହକୁ କୁକୁର ଖାଉଥିବା ଦେଖିବାକୁ ମିଳିଛି। ହୃଦୟ ବିଦାରକ ଘଟଣା ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ସାମ୍ନାକୁ...

ସୁଶାନ୍ତଙ୍କ ନାମରେ ନାମିତ ହେବ ଦକ୍ଷିଣ ଦିଲ୍ଲୀର ରୋଡ୍‌

ନୂଆଦିଲ୍ଲୀ,୨୨।୧: ଦକ୍ଷିଣ ଦିଲ୍ଲୀର ଆଣ୍ଡ୍ରିୟୁ ଗଞ୍ଜର ଏକ ରୋଡ୍‌ର ନାମ ଦିବ୍ୟଙ୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନାମରେ ରଖାଯିବ। ଏ ନେଇ ଦିଆଯାଇଥିବା...

Advertisement
Archives

Model This Week