Posted inଜାତୀୟ

ଘରୋଇ ହିଂସା ଆଇନ, ପୀଡିତାଙ୍କ ସହାୟତା ପାଇଁ କେନ୍ଦ୍ରର ଜବାବ୍‌ ଲୋଡ଼ିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୮।୧୧: ଘରୋଇ ହିଂସା ଆଇନରେ ପୀଡିତା ମହିଳାଙ୍କୁ ସାହାଯ୍ୟ କରିବା ପାଇଁ ପ୍ରାବଧାନ କାର୍ଯ୍ୟକାରୀ କରିବାକୁ ଦାଖଲ ହୋଇଥିବା ଏକ ଜନସ୍ବାର୍ଥ ମାମଲା ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ୍‌ ଲୋଡିଛନ୍ତି। ସୁପ୍ରିମକୋର୍ଟ ସୋମବାର ଏସମ୍ପର୍କିତ ରିଟ୍‌ ପିଟିଶନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଆଶ୍ରୟ ଗୃହ ପ୍ରତିଷ୍ଠା ତଥା ଘରୋଇ ହିଂସା ପୀଡିତାଙ୍କ ସୁରକ୍ଷା ପାଇଁ ସୁରକ୍ଷା ଅଧିକାରୀ ତଥା ସେବା ପ୍ରଦାନକାରୀଙ୍କ ନିଯୁକ୍ତି ପାଇଁ ଅଧିନିୟମ ତଥା ଅନିବାର୍ଯ୍ୟ ଅଧିନିୟମର ସଠିକ ରୂପେ କାର୍ଯ୍ୟକାରୀ କରିବାକୁ ଆବେଦନ କରାଯାଇଥିଲା।

ଜଷ୍ଟିସ ୟୁୟୁ ଲଲିତ ଏବଂ ଏସ. ରବିନ୍ଦ୍ର ଭଟ୍ଟଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏହି ପର୍ଯ୍ୟାୟରେ ରାଜ୍ୟମାନଙ୍କୁ ନୋଟିସ ଜାରି କୁରାଯାଉ ନାହିଁ। ତେବେ କେନ୍ଦ୍ରକୁ ନୋଟିସ ଜାରି କରାଯାଇଛି। ଏହା ଡିସେମ୍ବର ୬ ସୁଦ୍ଧା ଫେରସ୍ତ ହୋଇପାରିବ। ଉତ୍ତର ୩୦ ନଭେମ୍ବର ସୁଦ୍ଧା ଦାଖଲ କରାଯିବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି।

ଆଡଭୋକେଟ ଶୋଭା ଗୁପ୍ତାଙ୍କ ଦ୍ୱାରା ଏନଜିଓ “ଓ୍ପି ଦ ଓ୍ବମେନ ଅଫ୍‌ ଇଣ୍ଡିଆ” ଦାଖଲ ହୋଇଥିବା ଆବେଦନ ଆଧାରରେ ଶୀର୍ଷ କୋର୍ଟ ଏଭଳି କହିଛନ୍ତି। ୨୦୦୫ ଆକ୍ଟର ସଫଳ ରୂପାୟନ ଏବଂ କାର୍ଯ୍ୟକାରିତା ପାଇଁ ସମ୍ପୃକ୍ତ ’ସୁରକ୍ଷା ଅଧିକାରୀ’ କିମ୍ବା ’ସେବା ପ୍ରଦାନକାରୀ’ ତଥା ’ଆଶ୍ରୟ ଗୃହ’ ମଧ୍ୟ କ୍ଷତିଗ୍ରସ୍ତ ମହିଳାଙ୍କୁ ଆବଶ୍ୟକ ତଥା ଠିକ ସମୟରେ ସହାୟତା ପ୍ରଦାନ କରିବା ଉଚି ବୋଲି ଆବେଦନପତ୍ରରେ ଦର୍ଶାଯାଇଛି। ମହିଳାଙ୍କ ଉପରେ ହେଉଥିବା ଅପରାଧ ସହ ଜଡିତ ସଚେତନତା ଅଭିଯାନ ଆରମ୍ଭ କରିବା ସହିତ କଠୋର ପଦକ୍ଷେପ କାର୍ଯ୍ୟକାରୀ କରିବା ଲାଗି ଆବେଦନକାରୀ ଆବେଦନ କରିଛନ୍ତି।

ଆବେଦନକାରୀ କରିଛନ୍ତି ଯେ ଏଥିପାଇଁ ପ୍ରତ୍ୟେକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ଜିଲାରେ ଯୋଗାଯୋଗ ବିବରଣୀ ସହିତ ’ସୁରକ୍ଷା ଅଧିକାରୀ’ , ’ସେବା ପ୍ରଦାନକାରୀ’ , ’ଆଶ୍ରୟ ଗୃହ’ ର ତାଲିକା ବଜାୟ ରଖିବା ଆବଶ୍ୟକ। ଏହା ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ଅଫିସିଆଲ ୱେବସାଇଟରେ ଏବଂ ପ୍ରତ୍ୟେକ ଜିଲା ତଥା ଜାତୀୟ ଓ ରାଜ୍ୟ ମହିଳା ଆୟୋଗଙ୍କ ୱେବସାଇଟରେ ମଧ୍ୟ ଉପଲବ୍ଧ ହେବା ଉଚିତ। ମହିଳାଙ୍କ ପ୍ରତି ଘରୋଇ ହିଂସା ମାମଲା ଏକ ଚିନ୍ତାର ବିଷୟ।

ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ ରିପୋର୍ଟ ୨୦୧୯ ଅନୁଯାୟୀ, ୪.୦୫ ଲକ୍ଷ ମାମଲା ମଧ୍ୟରୁ ୩୦ ପ୍ରତିଶତରୁ ଅଧିକରେ ‘ମହିଳାଙ୍କ ବିରୋଧରେ ଅପରାଧ’ ଅନ୍ତର୍ଗତରେ ମାମଲା ପଞ୍ଜିକୃତ ହୋଇଛି। କରୋନା ମହାମାରୀ ଯୋଗୁଁ ଲକ୍‌ଡାଉନ୍‌ ସମୟରେ ଘରୋଇ ହିଂସା ଦୁଇଗୁଣରୁ ଅଧିକ ବୃଦ୍ଧି ହୋଇଥିବା ଜାତୀୟ ମହିଳା ଆୟୋଗ (ଏନସିଡବ୍ଲ୍ୟୁ) ପକ୍ଷରୁ ରିପୋର୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ରୋଗୀସେବା ବ୍ୟାହତ: ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ନ ମିଳିବାରୁ ବୁର୍ଲା ସ୍ଥାନାନ୍ତର

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ)- ରାଜ୍ୟରେ ଡାକ୍ତରମାନଙ୍କ ବିଭିନ୍ନ ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ଯୋଗୁ ସାଧାରଣ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଡାକ୍ତରଖାନା ଗୁଡ଼ିକରେ ରୋଗୀସେବା ତଥା…

୪୦ ବର୍ଷ ପରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ଇଣ୍ଡୋନେସିଆରୁ ଅଷ୍ଟ୍ରେଲିଆ ଯାଏ ଦେଖିବାକୁ ମିଳିବ… 

ନୂଆଦିଲ୍ଲୀ,୩।୪: ବିଶ୍ୱର ବଦଳୁଥିବା ଭୂ-ରାଜନୈତିକ ସମୀକରଣ ମଧ୍ୟରେ ଭାରତ ନିଜର ବୈଦେଶିକ ନୀତି ଏବଂ ବାଣିଜ୍ୟିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ…

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ବିଧାୟକଙ୍କ ସମୀକ୍ଷା, ମନମୁଖୀ କାର୍ଯ୍ୟ ନେଇ…

ଛତ୍ରପୁର,୩ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠରେ ଭାରତୀୟ ବିରଳ ମୃତ୍ତିକା ସଂରକ୍ଷଣ (ଆଇଆର୍‌ଇଏଲ୍‌) କମ୍ପାନୀରେ ସ୍ଥାନୀୟ ଅଞ୍ଚଳର ଦକ୍ଷତା ଭିତ୍ତିକଏବଂ ବେକାର ଯୁବତୀ/ଯୁବକଙ୍କୁ ନିଯୁକ୍ତି ଦେବା ସହିତ ଅନ୍ୟାନ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri