Posted inଜାତୀୟ

ଘରୋଇ ହିଂସା ଆଇନ, ପୀଡିତାଙ୍କ ସହାୟତା ପାଇଁ କେନ୍ଦ୍ରର ଜବାବ୍‌ ଲୋଡ଼ିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୮।୧୧: ଘରୋଇ ହିଂସା ଆଇନରେ ପୀଡିତା ମହିଳାଙ୍କୁ ସାହାଯ୍ୟ କରିବା ପାଇଁ ପ୍ରାବଧାନ କାର୍ଯ୍ୟକାରୀ କରିବାକୁ ଦାଖଲ ହୋଇଥିବା ଏକ ଜନସ୍ବାର୍ଥ ମାମଲା ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ୍‌ ଲୋଡିଛନ୍ତି। ସୁପ୍ରିମକୋର୍ଟ ସୋମବାର ଏସମ୍ପର୍କିତ ରିଟ୍‌ ପିଟିଶନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଆଶ୍ରୟ ଗୃହ ପ୍ରତିଷ୍ଠା ତଥା ଘରୋଇ ହିଂସା ପୀଡିତାଙ୍କ ସୁରକ୍ଷା ପାଇଁ ସୁରକ୍ଷା ଅଧିକାରୀ ତଥା ସେବା ପ୍ରଦାନକାରୀଙ୍କ ନିଯୁକ୍ତି ପାଇଁ ଅଧିନିୟମ ତଥା ଅନିବାର୍ଯ୍ୟ ଅଧିନିୟମର ସଠିକ ରୂପେ କାର୍ଯ୍ୟକାରୀ କରିବାକୁ ଆବେଦନ କରାଯାଇଥିଲା।

ଜଷ୍ଟିସ ୟୁୟୁ ଲଲିତ ଏବଂ ଏସ. ରବିନ୍ଦ୍ର ଭଟ୍ଟଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏହି ପର୍ଯ୍ୟାୟରେ ରାଜ୍ୟମାନଙ୍କୁ ନୋଟିସ ଜାରି କୁରାଯାଉ ନାହିଁ। ତେବେ କେନ୍ଦ୍ରକୁ ନୋଟିସ ଜାରି କରାଯାଇଛି। ଏହା ଡିସେମ୍ବର ୬ ସୁଦ୍ଧା ଫେରସ୍ତ ହୋଇପାରିବ। ଉତ୍ତର ୩୦ ନଭେମ୍ବର ସୁଦ୍ଧା ଦାଖଲ କରାଯିବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି।

ଆଡଭୋକେଟ ଶୋଭା ଗୁପ୍ତାଙ୍କ ଦ୍ୱାରା ଏନଜିଓ “ଓ୍ପି ଦ ଓ୍ବମେନ ଅଫ୍‌ ଇଣ୍ଡିଆ” ଦାଖଲ ହୋଇଥିବା ଆବେଦନ ଆଧାରରେ ଶୀର୍ଷ କୋର୍ଟ ଏଭଳି କହିଛନ୍ତି। ୨୦୦୫ ଆକ୍ଟର ସଫଳ ରୂପାୟନ ଏବଂ କାର୍ଯ୍ୟକାରିତା ପାଇଁ ସମ୍ପୃକ୍ତ ’ସୁରକ୍ଷା ଅଧିକାରୀ’ କିମ୍ବା ’ସେବା ପ୍ରଦାନକାରୀ’ ତଥା ’ଆଶ୍ରୟ ଗୃହ’ ମଧ୍ୟ କ୍ଷତିଗ୍ରସ୍ତ ମହିଳାଙ୍କୁ ଆବଶ୍ୟକ ତଥା ଠିକ ସମୟରେ ସହାୟତା ପ୍ରଦାନ କରିବା ଉଚି ବୋଲି ଆବେଦନପତ୍ରରେ ଦର୍ଶାଯାଇଛି। ମହିଳାଙ୍କ ଉପରେ ହେଉଥିବା ଅପରାଧ ସହ ଜଡିତ ସଚେତନତା ଅଭିଯାନ ଆରମ୍ଭ କରିବା ସହିତ କଠୋର ପଦକ୍ଷେପ କାର୍ଯ୍ୟକାରୀ କରିବା ଲାଗି ଆବେଦନକାରୀ ଆବେଦନ କରିଛନ୍ତି।

ଆବେଦନକାରୀ କରିଛନ୍ତି ଯେ ଏଥିପାଇଁ ପ୍ରତ୍ୟେକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ଜିଲାରେ ଯୋଗାଯୋଗ ବିବରଣୀ ସହିତ ’ସୁରକ୍ଷା ଅଧିକାରୀ’ , ’ସେବା ପ୍ରଦାନକାରୀ’ , ’ଆଶ୍ରୟ ଗୃହ’ ର ତାଲିକା ବଜାୟ ରଖିବା ଆବଶ୍ୟକ। ଏହା ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ଅଫିସିଆଲ ୱେବସାଇଟରେ ଏବଂ ପ୍ରତ୍ୟେକ ଜିଲା ତଥା ଜାତୀୟ ଓ ରାଜ୍ୟ ମହିଳା ଆୟୋଗଙ୍କ ୱେବସାଇଟରେ ମଧ୍ୟ ଉପଲବ୍ଧ ହେବା ଉଚିତ। ମହିଳାଙ୍କ ପ୍ରତି ଘରୋଇ ହିଂସା ମାମଲା ଏକ ଚିନ୍ତାର ବିଷୟ।

ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ ରିପୋର୍ଟ ୨୦୧୯ ଅନୁଯାୟୀ, ୪.୦୫ ଲକ୍ଷ ମାମଲା ମଧ୍ୟରୁ ୩୦ ପ୍ରତିଶତରୁ ଅଧିକରେ ‘ମହିଳାଙ୍କ ବିରୋଧରେ ଅପରାଧ’ ଅନ୍ତର୍ଗତରେ ମାମଲା ପଞ୍ଜିକୃତ ହୋଇଛି। କରୋନା ମହାମାରୀ ଯୋଗୁଁ ଲକ୍‌ଡାଉନ୍‌ ସମୟରେ ଘରୋଇ ହିଂସା ଦୁଇଗୁଣରୁ ଅଧିକ ବୃଦ୍ଧି ହୋଇଥିବା ଜାତୀୟ ମହିଳା ଆୟୋଗ (ଏନସିଡବ୍ଲ୍ୟୁ) ପକ୍ଷରୁ ରିପୋର୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?