Posted inଜାତୀୟ

ତିରୁପତି ତିରୁମାଲା ମନ୍ଦିରର ଦୈନିକ ନିର୍ଘଣ୍ଟରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୬।୧୧: ଦକ୍ଷିଣ ଭାରତର ପ୍ରସିଦ୍ଧ ମନ୍ଦିର ତିରୁପତି ତିରୁମାଲାର ଦୈନିକ ନିର୍ଘଣ୍ଟରେ ହସ୍ତକ୍ଷେପ କରିବାକୁ ସୁପ୍ରିମ୍‌କୋର୍ଟ. ମନା କରିଛନ୍ତି। କୋର୍ଟ କହିଛନ୍ତି ମନ୍ଦିରରେ ଆରତି କିପରି ହେବ, ନଡ଼ିଆ କିପରି ଭଙ୍ଗା ହେବ ତାହା ଧାର୍ଯ୍ୟ କରିବା ଶୀର୍ଷକୋର୍ଟଙ୍କ କାର୍ଯ୍ୟ ନୁହେଁ। ଜଣେ ଶ୍ରଦ୍ଧାଳୁ ମନ୍ଦିରରେ ରୀତିନୀତି ଠିକ୍‌ ଭାବେ କରାଯାଉ ନ ଥିବା ଅଭିଯୋଗ କରାଯାଇଥିଲା। ଏହାର ବିଚାର କରି କୋର୍ଟ ଏଭଳି କହିଛନ୍ତି।

ଶ୍ରୀବରି ଦାଦା ନାମକ ଶ୍ରଦ୍ଧାଳୁ ପୂର୍ବରୁ ଏନେଇ ଆନ୍ଧ୍ର ପ୍ରଦେଶ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ହାଇକୋର୍ଟ ଏହି ମାମଲାରେ କୌଣସି ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଥିଲେ। ପରେ ସେ ସୁପ୍ରିମ୍‌କୋର୍ଟରେ ପିଟିଶନ ଦାଖଲ କରିଥିଲେ।

ମନ୍ଦିରର ଗର୍ଭଗୃହରେ ପ୍ରଭୁ ଭେଙ୍କଟେଶ୍ୱରଙ୍କ ସେବା ତଥା ପୂଜାପାଠ ପାଇଁ ପୁରାତନ ସମୟର ମାନଦଣ୍ଡ ଆଉ ପାଳନ କରାଯାଉ ନାହିଁ ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଥିଲା। ତେବେ ପ୍ରଧାନ ବିଚାରପତି ଏନ.ଭି. ରମନା, ବିଚାରପତି ଏ.ଏସ୍‌.ବୋପନ୍ନା ଏବଂ ହିମା କୋହଲିଙ୍କ ନେତ୍ୟତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବାକୁ ମନା କରି ଦେଇଛନ୍ତି।

ଏହାପୂର୍ବରୁ କୋର୍ଟ ଆବେଦନକାରୀଙ୍କୁ ମନ୍ଦିର ପ୍ରଶାସନରେ ଏକ ସ୍ମାରକପତ୍ର ଦାଖଲ କରିବାକୁ କହିଥିଲେ। କୋର୍ଟ ଏହାର ଉତ୍ତର ଦେବାକୁ ମନ୍ଦିର ପ୍ରଶାସନକୁ କହିଥିଲେ। ଏହାର ଜବାବରେ ଅଦାଲତଙ୍କୁ ମନ୍ଦିର ପ୍ରଶାସନ ପକ୍ଷୀରୁ ଅବଗତ କରାଯାଇଥିଲା ଯେ ମନ୍ଦିରର ସମସ୍ତ ନିର୍ଘଣ୍ଟ ପରମ ପବିତ୍ର ସ୍ବାମୀ ପେଡ୍ଡା ଜିୟାଙ୍ଗାର ଏବଂ ସ୍ବାମୀ ଚିନ୍ନାୟା ଜିୟାଙ୍ଗାରଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକାରୀ ହେଉଛି। ଭଗବାନ ବିଷ୍ଣୁଙ୍କ ଉପାସନା ସହ ଜଡିତ ପ୍ରାଚୀନ ରୀତିନୀତି ଓ ନିୟମ ମନ୍ଦିରରେ ସମ୍ପୂର୍ଣ୍ଣ ଭାବରେ ପାଳନ କରାଯାଉଛି।

ଆବେଦନକାରୀ ଏହାକୁ ବିରୋଧ କରି କହିଛନ୍ତି ଯେ ନିୟମ ମାନିବାରେ ଅଭାବ ରହିଛି। ଅଦାଲତ ଏହାର ଉତ୍ତରରେ କହିଛନ୍ତି ଯେ,ଏଭଳି ପ୍ରସଙ୍ଗ ସାମ୍ବିଧାନିକ ଅଦାଲତର ଅଧୀନ ନୁହେଁ। ଯଦି କୌଣସି ଆଇନ ଉଲ୍ଲଂଘନ କରାଯାଏ, ତେବେ ଏହାକୁ କୋର୍ଟ ଶୁଣିବେ। ଯଦି ଧାର୍ମିକ ନିୟମ ପାଳନ କରିବାରେ ଆବେଦନକାରୀଙ୍କ ସମସ୍ୟା ଥାଏ, ତେବେ ଆବେଦନକାରୀ ଏହାକୁ ସ୍ଥାନୀୟ ସିଭିଲ୍‌କୋର୍ଟରେ ଦାଖଲ କରିପାରନ୍ତି ବୋଲି ଶୀର୍ଷକୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟ ପୁଣି ଥରେ ଆବେଦନକାରୀଙ୍କୁ ମନ୍ଦିର ପ୍ରଶାସନ ସମ୍ମୁଖରେ ନିଜର ମତ ରଖିବାକୁ କହିଛନ୍ତି। ଯଦି ସେ ଅନୁଭବ କରନ୍ତି ଯେ ସମସ୍ୟାର ସମାଧାନ ହୋଇପାରୁ ନାହିଁ, ତେବେ ସେ ଉପଯୁକ୍ତ ଆଇନଗତ ଫୋରମରେ ନିଜର ମତ ରଖିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri