Posted inଜାତୀୟ

ଆଇଆଇଟିରେ ଛାତ୍ରଙ୍କ ଆଡମିଶନ ପାଇଁ ସ୍ବତନ୍ତ୍ର ଅଧିକାରର ପ୍ରୟୋଗ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୩।୧୧: ଆଇଆଇଟି ବମ୍ବେରେ ଜଣେ ଏସ୍‌ସି ଛାତ୍ରଙ୍କ ଆଡମିଶନ ନେଇ ସୁପ୍ରିମକୋର୍ଟ ନିଜର ସ୍ବତନ୍ତ୍ର ଅଧିକାର ପ୍ରୟୋଗ କରିଛନ୍ତି। ଛାତ୍ରଙ୍କୁ ୪୮ ଘଣ୍ଟା ମଧ୍ୟରେ ଆଡମିଶନ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବିଧାନର ଧାରା ୧୪୨ ଅନୁଯାୟୀ ଶୀର୍ଷକୋର୍ଟଙ୍କୁ ଦିଆଯାଇଥିବା ସ୍ବତନ୍ତ୍ର ଅଧିକାର ମାଧ୍ୟମରେ ଏଭଳି କରାଯାଇଛି। ଛାତ୍ର ଜଣଙ୍କ ଉତ୍ତରପ୍ରଦେଶର ଏକ ଦୁର୍ଗମ ଗାଁର ବାସିନ୍ଦା । କେତେକ ସମସ୍ୟା ଯୋଗୁ ସମୟସୀମା ମଧ୍ୟରେ ସେ ତାଙ୍କ ଦେୟ ଦେଇପାରି ନ ଥିଲେ।

ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଏ.ଏସ୍‌.ବୋପନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଯଦି ଏଭଳି ଦୁର୍ଗମ ଗାଁର ଛାତ୍ରମାନଙ୍କୁ ଆଡମିଶନ ନ ଦେବେ ତେବେ ମହାନଗର ନିଗମରୁ ଆସୁଥିବା ଶିକ୍ଷାର୍ଥୀଙ୍କ ପାଇଁ କେବଳ ଆଇଆଇଟି ସିଟ ସଂରକ୍ଷିତ ରହିବ। ବୁଧବାର ପୂର୍ବରୁ ଛାତ୍ରଙ୍କୁ ସିଭିଲ ଇଞ୍ଜିନିୟରିଂ ବିଟେକ ପାଠ୍ୟକ୍ରମରେ ଭର୍ତ୍ତି କରିବାକୁ କୋର୍ଟ ଆଇଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଦୂରଦୂରାନ୍ତରେ ରହୁଥିବା ଅନେକ ଛାତ୍ର ଇଣ୍ଟରନେଟ ବ୍ୟାଘାତ ହେତୁ ଅନଲାଇନରେ ଦେୟ ଦେବାକୁ ଅସମର୍ଥ ହେଉଛନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କୁ ପ୍ରତିଷ୍ଠିତ ଅନୁଷ୍ଠାନରେ ଆଡମିଶନ ବାରଣ କରାଯାଇପାରିବ ନାହିଁ। ପ୍ରିନ୍ସ ଜୟବୀର ସିଂ ଆହ୍ଲାବାଦରେ ଅଧ୍ୟୟନ କରି ଆଇଆଇଟି-ଜେଇଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ୨୭ ଅକ୍ଟୋବରରେ, ପ୍ରିନ୍ସଙ୍କୁ ସିଭିଲ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଏକ ସିଟ୍‌ ପ୍ରଦାନ କରାଯାଇଥିଲା।

ଅନଲାଇନ ଆଡମିଶନ ପ୍ରକ୍ରିୟା ଶେଷ କରିବାକୁ ଆଇଆଇଟି ବମ୍ବେର ପୋର୍ଟାଲ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଖୋଲା ଥିଲା। ଏହି ସମୟ ମଧ୍ୟରେ, ଛାତ୍ରମାନଙ୍କୁ ଫି, ଡକ୍ୟୁମେଣ୍ଟ ଅପଲୋଡ ଏବଂ ଅନ୍ୟ ସମସ୍ତ ଔପଚାରିକତା ପୂରଣ କରିବାକୁ ଥିଲା। ଅକ୍ଟୋବର ୨୯ ରେ, ପ୍ରିନ୍ସ୍‌ ପୋର୍ଟାଲରେ ଲଗ ଇନ କରି ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ କଲେ । ତଥାପି, ଅର୍ଥର ଅଭାବ ଯୋଗୁ ସେ ଫି ଦେଇପାରି ନଥିଲେ।

ସେ ତାଙ୍କ ଭଉଣୀଙ୍କଠାରୁ ଟଙ୍କା ନେଇ ୩୦ ଅକ୍ଟୋବରରେ ଫି ଦେବାକୁ ଚାହୁଁଥିଲେ। ସେ ୧୦ ରୁ ୧୨ ଥର ଚେଷ୍ଟା କରିଥିଲେ କିନ୍ତୁ ବୈଷୟିକ ସମସ୍ୟା ହେତୁ ତାହା କରିପାରି ନ ଥିଲେ। ଅକ୍ଟୋବର ୩୧ରେ, ସେ ସାଇବର କାଫେକୁ ଯାଇ ପୁନର୍ବାର ଦେୟ ଦେବାକୁ ଚେଷ୍ଟା କଲେ, କିନ୍ତୁ ପୋର୍ଟାଲରେ ଏଭଳି ସମସ୍ୟା ଲାଗି ରହିଥିଲା। ପରେ ସେ ଏନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଉଚିତ ସମୟରେ ହିଁ ଆମେ ହସ୍ତକ୍ଷେପ କରିବୁ’

ନୂଆଦିଲ୍ଲୀ,୧୧।୨: “ଆମେ ଉଚିତ ସମୟରେ ହିଁ ଆମେ ହସ୍ତକ୍ଷେପ କରିବୁ”। ଏଭଳି କହି କର୍ନାଟକରେ ହିଜାବକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କୀତ ଆବେଦନ ଉପରେ...

ଆଉ ୩ ସପ୍ତାହ ପରେ କମିବ ସଂକ୍ରମଣ

ନୂଆଦିଲ୍ଲୀ, ୨୨।୪: ସଂକ୍ରମଣ ଦ୍ରୁତ ବେଗରେ ମାଡ଼ିଚାଲିଥିବା ବେଳେ ମେ’ ଦ୍ୱିତୀୟ ସପ୍ତାହ ବେଳକୁ ଏହା ଶୀର୍ଷରେ ପହଞ୍ଚତ୍ବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ବିଶେଷଜ୍ଞମାନଙ୍କ...

‘ସ୍ପୁଟ୍‌ନିକ୍‌-ଭି’ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ମଞ୍ଜୁରୀ

ନୂଆଦିଲ୍ଲୀ,୧୬।୧: ଭାରତ କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ପୃଥିବୀର ଅନ୍ୟ ଦେଶ ତୁଳନାରେ ବେଶ୍‌ ଆଗୁଆ ରହିଛି। ଦେଶରେ ସାର୍ବଜନୀକ ଭାବେ କୋଭିଶିଲ୍ଡ୍‌ ଏବଂ କୋଭ୍ୟାକ୍ସିନ୍‌ର...

ମେଘାଳୟ ନିର୍ବାଚନ: ଘୋଷଣାପତ୍ର ଜାରି କଲା ଭାଜପା

ଶିଲଂ,୧୪।୨: ମେଘାଳୟ ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କରିଛି ଭାଜପା। ବୁଧବାର ଭାଜପା ସଭାପତି ଜେପି ନଡା ମେଘାଳୟ ପାଇଁ ଦଳର ଘୋଷଣାପତ୍ର ପ୍ରକାଶ କରିଛନ୍ତି।...

ତବଲିଘ୍‌ ଜମାତ୍‌ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଛାଟ: ବାକ୍‌ ସ୍ବାଧୀନତାର ହୋଇଛି ଦୂରୁପଯୋଗ

ନୂଆଦିଲ୍ଲୀ,୮।୧୦: କରୋନା ମହାମାରୀ ସଙ୍କଟ ସମୟରେ ଦିଲ୍ଲୀରେ ହୋଇଥିବା ତବଲିଘ୍‌ ଜମାତ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ତାଗିଦ୍‌ କରିଛନ୍ତି। ଏହି ପ୍ରସଙ୍ଗରେ ବାକ୍‌ ସ୍ବାଧୀନତାର...

ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ, ୧୨ା୪: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ ଯୋଗେ ସେ ଶେହବାଜଙ୍କୁ ଏକ ବାର୍ତ୍ତା...

ମୋଦି- ଜେଲେନସ୍କି ଫୋନରେ କଥାବାର୍ତ୍ତା, ଯୁଦ୍ଧ ପ୍ରସଙ୍ଗ ନେଇ ଆଲୋଚନା…

ନୂଆଦିଲ୍ଲୀ/କ୍ୱିଭ୍‌,୪।୧୦ : ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଫୋନରେ...

ରୋହିଣୀଙ୍କୁ ଖୁବ୍ ପ୍ରଶଂସା କଲେ ଭାଜପା ନେତା ଗିରିରାଜ ସିଂହ

ନୂଆଦିଲ୍ଲୀ,୬ ।୧୨: ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କର ସୋମବାର ଅର୍ଥତ୍ ୫ ଡିସେମ୍ବର ୨୦୨୨ରେ ସିଙ୍ଗାପୁରରେ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି ।...

Advertisement
Archives

Model This Week