Posted inଜାତୀୟ

Lottery କୁ ନେଇ ବଡ଼ ରାୟ ଦେଲେ ସୁପ୍ରିମକୋର୍ଟ, କେନ୍ଦ୍ର ସରକାରଙ୍କୁ ଦେଲେ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୧।୨: ଲଟେରୀକୁ ନେଇ ବଙ୍ଗଳବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଲଟେରୀ ଉପରେ ଟିକସ ଲଗା ହେବ କି ନାହିଁ ଏନେଇ ଉଚ୍ଚ ନ୍ୟାୟଳୟ ବଡ଼ ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି, ଟିକସ ଲଗାଇବା ଅଧିକାର କେବଳ ରାଜ୍ୟ ସରକାରମାନଙ୍କର ରହିବ। କେନ୍ଦ୍ର ସରକାରଙ୍କର ଏହା ଉପରେ ଟିକସ ଲଗାଇବାର କୌଣସି ଅଧିକାର ରହିବ ନାହିଁ।

ଏହି ରାୟ ପ୍ରଦାନ କରିବା ସମୟରେ, ବିଚାରପତି ବି.ଭି. ନାଗାରତ୍ନା ଏବଂ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ଲଟେରୀ ବିତରକମାନଙ୍କ ଉପରେ ସେବା କର ଲାଗୁ କରିବାର କେନ୍ଦ୍ର ସରକାରଙ୍କ ଉଦ୍ୟମକୁ ଅସାମ୍ବିଧାନିକ ବୋଲି ଘୋଷଣା କରିଛନ୍ତି। କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସମ୍ବିଧାନ ୬୨ ଅନୁଯାୟୀ ଲଟେରୀଗୁଡ଼ିକ ‘ସଟ୍ଟାବାଜି ଏବଂ ଜୁଆ” ର ଏକ ପ୍ରକାର ଭାବରେ ରାଜ୍ୟଗୁଡ଼ିକର ଅଧିକାର କ୍ଷେତ୍ର ମଧ୍ୟରେ ଆସିଥାଏ।

କେନ୍ଦ୍ର ସରକାର ଯୁକ୍ତି ଦେଇଥିଲେ ଯେ ଲଟେରୀ ବଣ୍ଟନ ଏବଂ ବିପଣନ ସହିତ ଜଡିତ କମ୍ପାନୀଗୁଡ଼ିକ ଉପରେ ସେବା କର ଲାଗୁ କରାଯିବା ଉଚିତ। ସରକାର ଏହାକୁ ଆର୍ଥିକ ଆଇନ ଅନୁଯାୟୀ ଏକ “ସେବା” ଭାବରେ ଘୋଷଣା କରିବା ଏବଂ ଏହାକୁ କରଯୋଗ୍ୟ ଘୋଷଣା କରିବାକୁ ଯୁକ୍ତି ଦର୍ଶାଇଥିଲେ। ତଥାପି, ସୁପ୍ରିମକୋର୍ଟ ଏହି ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିଥିଲେ। କୋର୍ଟ କହିଛନ୍ତି ଯେ ରାଜ୍ୟ ସରକାର ଏବଂ ଲଟେରୀ ବିତରକଙ୍କ ମଧ୍ୟରେ ସମ୍ପର୍କ “ପ୍ରିନ୍ସିପାଲ ରୁ ପ୍ରିନ୍ସିପାଲ”, “ପ୍ରିନ୍ସିପାଲ ରୁ ଏଜେଣ୍ଟ” ନୁହେଁ। ତେଣୁ, ଏହା ଉପରେ ସେବା କର ଲାଗୁ କରାଯାଇପାରିବ ନାହିଁ।

ଏହି ମାମଲାଟି ଫ୍ୟୁଚର୍‌ ଗେମିଂ ଆଣ୍ଡ ହୋଟେଲ ସର୍ଭିସେସ ଏବଂ ସମିଟ ଅନଲାଇନ ଟ୍ରେଡ ସଲ୍ୟୁସନ୍ସ ଭଳି କମ୍ପାନୀ ବରୋଧରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ସହିତ ଜଡିତ ଥିଲା। ଏହି କମ୍ପାନୀଗୁଡ଼ିକୁ ପୂର୍ବରୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଥିଲା। ଏବେ ସୁପ୍ରିମକୋର୍ଟ ମଧ୍ୟ ହାଇକୋର୍ଟର ଏହି ନିଷ୍ପତ୍ତିକୁ ବୈଧ କରିଛନ୍ତି।

କେରଳ, ସିକିମ, ନାଗାଲାଣ୍ଡ ଏବଂ ପଶ୍ଚିମବଙ୍ଗ ଭଳି କିଛି ରାଜ୍ୟ ଲଟେରୀକୁ ଅନୁମତି ଦିଅନ୍ତି ଏବଂ ଏଥିରୁ ରାଜସୱ ପାଆନ୍ତି। ସେହି ସମୟରେ, ଗୁଜରାଟ, ଉତ୍ତର ପ୍ରଦେଶ ଏବଂ ବିହାର ଭଳି ରାଜ୍ୟରେ ଲଟେରୀକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। “ସଟ୍ଟାବାଜି ଏବଂ ଜୁଆ” ସମ୍ବିଧାନର ରାଜ୍ୟ ତାଲିକାର ୩୪ ଅନ୍ତର୍ଗତ ରାଜ୍ୟଗୁଡ଼ିକର ଅଧିକାର କ୍ଷେତ୍ର ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ଆସେ। ତେଣୁ, ଯେକୌଣସି ରାଜ୍ୟ ଲଟେରୀକୁ ଅନୁମତି ଦେବ କି ନାହିଁ ତାହା ନିଷ୍ପତ୍ତି ନେବାର ପୂର୍ଣ୍ଣ ଅଧିକାର ରଖିଛି।

ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ସ୍ପଷ୍ଟ କରୁଛି ଯେ ଲଟେରୀ ଉପରେ ଟିକସ ଲଗାଇବାର ଏକମାତ୍ର ଅଧିକାର ରାଜ୍ୟ ସରକାରମାନଙ୍କର ରହିବ। କେନ୍ଦ୍ର ସରକାର ଲଟେରୀ ବିତରକମାନଙ୍କ ଉପରେ ସେବା କର ଲାଗୁ କରିପାରିବେ ନାହିଁ। ଏହି ନିଷ୍ପତ୍ତି ସେହି ରାଜ୍ୟମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯେଉଁମାନେ ଲଟେରୀ ମାଧ୍ୟମରେ ରାଜସୱ ଅର୍ଜନ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri