Posted inଜାତୀୟ

ଶୁଣାଣିବେଳେ ରାଗିଗଲେ SupremeCourt, କହିଲେ ସବୁ ଫାଇଲ ଫିଙ୍ଗିଦିଅ…

ନୂଆଦିଲ୍ଲୀ,୨୮।୨: ଶୁଣାଣି ସମୟରେ ରାଗିଗଲେ ସୁପ୍ରିମକୋର୍ଟ ବିଚାରପତି। ରାଗିକରି ଓକିଲଙ୍କୁ କହିଲେ ସବୁ ଫାଇଲ ଫିଙ୍ଗି ଦିଅ। ଏପରି ଘଟଣା ଆଜି ଦେଖିବାକୁ ମିଳିଛି ସୁପ୍ରିମକୋର୍ଟରେ। ଶୁଣାଣି ସମୟରେ ସୁପ୍ରିମକୋର୍ଟର ବିଚାରପତି ଅଭୟ ଏସ ଓକା କୋର୍ଟ ରୁମ ଭିତରେ ଓକିଲଙ୍କ ଉପରେ ରାଗି ଯାଇଥିଲେ। ଏହା ସେତେବେଳେ ଘଟିଥିଲା ଯେତେବେଳେ ଅନେକ ଓକିଲ ଏକକାଳୀନ କହିବା ଆରମ୍ଭ କରିଥିଲେ ଏବଂ ସେମାନଙ୍କର ଯୁକ୍ତି ଦେବା ଆରମ୍ଭ କରିଥିଲେ। କୋର୍ଟର ପରିବେଶ ଦେଖି ଜଷ୍ଟିସ ଓକା ସମସ୍ତ ଓକିଲଙ୍କୁ ଶାନ୍ତ ରହିବାକୁ ଏବଂ ଗୋଟିଏ ଗୋଟିଏ କରି ସେମାନଙ୍କର ଯୁକ୍ତି ଉପସ୍ଥାପନ କରିବାକୁ କହିଥିଲେ, କିନ୍ତୁ ତା’ପରେ ମଧ୍ୟ ଓକିଲମାନେ ଶାନ୍ତ ହୋଇନଥିଲେ, ଯାହା ଫଳରେ ଜଷ୍ଟିସ ରାଗି ଯାଇଥିଲେ।

ଜଷ୍ଟିସ ଅଭୟ ଏସ ଓକା କହିଛନ୍ତି ଯେ, ଏପରି ଅନୁଶାସନହୀନତା ଦେଖି ସେ ବିରକ୍ତ ହୋଇଗଲେଣି। କୋର୍ଟ ଭିତରେ ପ୍ରତିଦିନ ଅନୁଶାସନହୀନତା ଦେଖାଯାଉଛି। ଆମେ ଓକିଲମାନଙ୍କୁ ପଚାରୁଛୁ ଯେ ସେମାନେ କାହା ପାଇଁ ହାଜର ହେଉଛନ୍ତି, କିନ୍ତୁ ଓକିଲମାନେ କୌଣସି ଉତ୍ତର ଦେଉନାହାଁନ୍ତି।

ଯଦି କୋର୍ଟ ଭିତରେ ଏପରି ପରିବେଶ ରହେ, ତେବେ ମୁଁ ସମସ୍ତ ଫାଇଲ ଫିଙ୍ଗି ଦେବି। ଏବେ ଏକ ନିୟମ ଲାଗୁ କରାଯିବା ଉଚିତ ଯେ ଯଦି ଓକିଲମାନେ ଏକା ସମୟରେ ଲଗାତାର ଯୁକ୍ତି କରନ୍ତି, ତେବେ ସେମାନଙ୍କର ଫାଇଲ ଫିଙ୍ଗି ଦିଆଯିବ। ବାର ଏବଂ ବେଞ୍ଚ ରିପୋର୍ଟ ଅନୁଯାୟୀ, ଜଷ୍ଟିସ ଏସ ଓକା କହିଛନ୍ତି, ଏହି ପ୍ରକାରର ଅନୁଶାସନହୀନତା କେବଳ ସୁପ୍ରିମକୋର୍ଟରେ ଦେଖାଯାଏ। ମୁଁ କର୍ନାଟକ ଏବଂ ବମ୍ବେ ହାଇକୋର୍ଟରେ ମଧ୍ୟ କାର୍ଯ୍ୟ କରିଛି, କିନ୍ତୁ ସେଠାରେ ଏପରି ଅଭଦ୍ରାମିି ଦେଖିନାହିଁ।

ଏହା ପ୍ରଥମ ଥର ନୁହେଁ ଯେ ଜଷ୍ଟିସ ଏସ ଓକା ଓକିଲମାନଙ୍କ ଉପରେ ରାଗିଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ଅନେକ ମାମଲାରେ ଓକିଲମାନଙ୍କ ଦ୍ୱାରା ଦିଆଯାଇଥିବା ମିଥ୍ୟା ବୟାନ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେପ୍ଟେମ୍ବର 2024ରେ, ବିଚାରପତି ଏସ ଓକା ଏବଂ ଅଗଷ୍ଟିନ ଜର୍ଜ ମାସିହଙ୍କ ଖଣ୍ଡପୀଠ କହିଥିଲେ ଯେ ଏପରି ଅନେକ ମାମଲା ସେମାନଙ୍କ ସାମ୍ନାକୁ ଆସିଛି ଯେଉଁଥିରେ ମିଥ୍ୟା ଯୁକ୍ତି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ସିଂହ ରାଶିର ପ୍ରବେଶରେ ଘଟିବ ବୁଦ୍ଧାଦିତ୍ୟ ରାଜଯୋଗ! ଏହି ରାଶିଙ୍କୁ ଧନଲାଭରୁ କ୍ୟାରିୟର ଯାଏ ଫିଟିଯିବ ଭାଗ୍ୟ…

ଗ୍ରହମାନଙ୍କର ରାଜକୁମାର ବୁଧ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି| ୨୨ ଅଗଷ୍ଟ ୨୦୨୬ ସନ୍ଧ୍ୟା ୭ଟା ୨୪ ମିନିଟ୍‌ରେ ବୁଧ କର୍କଟ ରାଶିରୁ ବାହାରି ସିଂହ ରାଶିରେ…

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

ସୋରେନ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଝଟକା, JSSC-CGL ସମେତ ୨୨ଟି ରଦ୍ଦ ପରୀକ୍ଷା ଉପରେ…

ରାଞ୍ଚି, ୨୦।୮: ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାରଙ୍କୁ ବଡ଼ ଝଟକା ଲାଗିଛି । JSSC-CGL ସମେତ ୨୨ଟି ନିଯୁକ୍ତି ପରୀକ୍ଷା ରଦ୍ଦ କରିବା ନେଇ ସରକାର ନେଇଥିବା…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri