Posted inଜାତୀୟ

ଗୁଜରାଟ ଦଙ୍ଗାର ସମସ୍ତ ମାମଲା ବନ୍ଦ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୩୦।୮ : ଗୁଜରାଟରେ ୨୦୦୨ ହୋଇଥିବା ଦଙ୍ଗା ସହ ଜଡିତ ସମସ୍ତ ମାମଲା ସୁପ୍ରିମକୋର୍ଟ ବନ୍ଦ କରି ଦେଇଛନ୍ତି। ସୁପ୍ରିମକୋର୍ଟରେ ଗୋଟିଏ ମାମଲା ବିଚାରାଧୀନ ଥିଲା। ସୁପ୍ରିମକୋର୍ଟ କହିଛନ୍ତି ଯେ ସମୟ ବିତିବା ସହିତ ମାମଲା ବର୍ତ୍ତମାନ ନିଷ୍ଫଳ ହୋଇଯାଇଛି। ୯ଟି ମାମଲା ମଧ୍ୟରୁ ୮ଟିର ବିଚାର ଶେଷ ହୋଇଛି ଏବଂ ଗୁଜୁରାଟର ନରୋଦା ଗ୍ରାମର ଗୋଟିଏ ମାମଲାର ବିଚାର ଜାରି ରହିଛି।

ସୂଚନାଯୋଗ୍ୟ, ୨୭ ଫେବୃଆରୀ ୨୦୦୨ ରେ, ଗୁଜରାଟର ଗୋଧ୍ରାଠାରେ କେତେକ ଅସାମାଜିକ ବ୍ୟକ୍ତି ଏକ ଟ୍ରେନରେ ନିଆଁ ଲଗାଇ ଦେଇଥିଲେ। ଟ୍ରେନର ବଗିରେ ୫୯ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଥିଲେ। ସେମାନଙ୍କ ମଧ୍ୟରେ ଅଧିକାଂଶରେ ଅଯୋଧ୍ୟାରୁ ଫେରୁଥିବା କରସେବକ ଥିଲେ। ଏହି ଘଟଣା ପରେ ଗୁଜରାଟରେ ଦଙ୍ଗା ଆରମ୍ଭ ହୋଇଥିଲା। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଏକ କମିଶନ ନିଯୁକ୍ତ କରିଥିଲେ। କମିଶନ କହିଥିଲେ ଯେ ଏହା କେବଳ ଏକ ଦୁର୍ଘଟଣା ଥିଲା। ଏହି ଅନୁସନ୍ଧାନ ଏକ ଆଲୋଡ଼ନ ସୃଷ୍ଟି କରିଥିଲା ଏବଂ ଆୟୋଗକୁ ଅସାମ୍ବିଧାନିକ ଘୋଷଣା କରାଯାଇଥିଲା। ୨୮ ଫେବୃଆରୀ ୨୦୦୨ ରେ, ଏହି ଘଟଣାରେ ୭୧ଦଙ୍ଗାକାରୀଙ୍କୁ ଗିରଫ କରାଯାଇଥିଲା। ଗିରଫ ବ୍ୟକ୍ତିଙ୍କ ବିରୋଧରେ ଆତଙ୍କବାଦ ବିରୋଧୀ ଅର୍ଡିନାନ୍ସ (ପୋଟା)ଲାଗୁ କରାଯାଇଥିଲା। ତା’ପରେ ୨୫ ମାର୍ଚ୍ଚ ୨୦୦୨ ରେ ସମସ୍ତ ଅଭିଯୁକ୍ତଙ୍କ ଠାରୁ ପୋଟା ପ୍ରତ୍ୟାହାର କରାଯାଇଥିଲା।

୧୭ ଜାନୁୟାରୀ ୨୦୦୫ରେ, ୟୁସି ବାନାର୍ଜୀ କମିଟି ଏହାର ପ୍ରାଥମିକ ରିପୋର୍ଟରେ କହିଥିଲେ, ଯେ ଗୋଧ୍ରା ଘଟଣା କେବଳ ଏକ ଦୁର୍ଘଟଣା। ୧୩ ଅକ୍ଟୋବର ୨୦୦୬ ରେ ଗୁୁରାଟ ହାଇକୋର୍ଟ ୟୁସି ବାନାର୍ଜୀ କମିଟିକୁ ବେଆଇନ ଏବଂ ଅସାମ୍ବିଧାନିକ ଘୋଷଣା କରିଥିଲେ। କାରଣ ନାନାବତୀ-ଶାହା ଆୟୋଗ ଏହି ଦଙ୍ଗା ସହ ଜଡିତ ସମସ୍ତ ମାମଲାର ତଦନ୍ତ କରିସାରିଥିଲେ।

ଏଥି ସହିତ, ୨୬ ମାର୍ଚ୍ଚ ୨୦୦୮ ରେ, ସୁପ୍ରିମକୋର୍ଟ ଗୋଧ୍ରା ଘଟଣା ଏବଂ ପରବର୍ତ୍ତୀ ଦଙ୍ଗା ସହ ଜଡିତ ୮ ଟି ମାମଲାର ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଅନୁସନ୍ଧାନ ଆୟୋଗ ଗଠନ କରିଥିଲେ। ୧୮ ସେପ୍ଟେମ୍ବର ୨୦୦୮ ରେ, ନାନାବତୀ ଆୟୋଗ ଗୋଧ୍ରା ଘଟଣାର ତଦନ୍ତ ହସ୍ତାନ୍ତର କରିଥିଲେ। ଏହା ଏକ ପୂର୍ବ ଯୋଜନା ଆଧାରରେ ହୋଇଥିବା ଷଡଯନ୍ତ୍ର ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ତେବେ ୨୨ ଫେବୃଆରୀ ୨୦୧୧ରେ, ସ୍ବତନ୍ତ୍ର କୋର୍ଟ ଗୋଧ୍ରା ଘଟଣାରେ ୩୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ଅନ୍ୟ ୬୩ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?