Posted inଜାତୀୟ

ଗୁଜରାଟ ଦଙ୍ଗାର ସମସ୍ତ ମାମଲା ବନ୍ଦ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୩୦।୮ : ଗୁଜରାଟରେ ୨୦୦୨ ହୋଇଥିବା ଦଙ୍ଗା ସହ ଜଡିତ ସମସ୍ତ ମାମଲା ସୁପ୍ରିମକୋର୍ଟ ବନ୍ଦ କରି ଦେଇଛନ୍ତି। ସୁପ୍ରିମକୋର୍ଟରେ ଗୋଟିଏ ମାମଲା ବିଚାରାଧୀନ ଥିଲା। ସୁପ୍ରିମକୋର୍ଟ କହିଛନ୍ତି ଯେ ସମୟ ବିତିବା ସହିତ ମାମଲା ବର୍ତ୍ତମାନ ନିଷ୍ଫଳ ହୋଇଯାଇଛି। ୯ଟି ମାମଲା ମଧ୍ୟରୁ ୮ଟିର ବିଚାର ଶେଷ ହୋଇଛି ଏବଂ ଗୁଜୁରାଟର ନରୋଦା ଗ୍ରାମର ଗୋଟିଏ ମାମଲାର ବିଚାର ଜାରି ରହିଛି।

ସୂଚନାଯୋଗ୍ୟ, ୨୭ ଫେବୃଆରୀ ୨୦୦୨ ରେ, ଗୁଜରାଟର ଗୋଧ୍ରାଠାରେ କେତେକ ଅସାମାଜିକ ବ୍ୟକ୍ତି ଏକ ଟ୍ରେନରେ ନିଆଁ ଲଗାଇ ଦେଇଥିଲେ। ଟ୍ରେନର ବଗିରେ ୫୯ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଥିଲେ। ସେମାନଙ୍କ ମଧ୍ୟରେ ଅଧିକାଂଶରେ ଅଯୋଧ୍ୟାରୁ ଫେରୁଥିବା କରସେବକ ଥିଲେ। ଏହି ଘଟଣା ପରେ ଗୁଜରାଟରେ ଦଙ୍ଗା ଆରମ୍ଭ ହୋଇଥିଲା। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଏକ କମିଶନ ନିଯୁକ୍ତ କରିଥିଲେ। କମିଶନ କହିଥିଲେ ଯେ ଏହା କେବଳ ଏକ ଦୁର୍ଘଟଣା ଥିଲା। ଏହି ଅନୁସନ୍ଧାନ ଏକ ଆଲୋଡ଼ନ ସୃଷ୍ଟି କରିଥିଲା ଏବଂ ଆୟୋଗକୁ ଅସାମ୍ବିଧାନିକ ଘୋଷଣା କରାଯାଇଥିଲା। ୨୮ ଫେବୃଆରୀ ୨୦୦୨ ରେ, ଏହି ଘଟଣାରେ ୭୧ଦଙ୍ଗାକାରୀଙ୍କୁ ଗିରଫ କରାଯାଇଥିଲା। ଗିରଫ ବ୍ୟକ୍ତିଙ୍କ ବିରୋଧରେ ଆତଙ୍କବାଦ ବିରୋଧୀ ଅର୍ଡିନାନ୍ସ (ପୋଟା)ଲାଗୁ କରାଯାଇଥିଲା। ତା’ପରେ ୨୫ ମାର୍ଚ୍ଚ ୨୦୦୨ ରେ ସମସ୍ତ ଅଭିଯୁକ୍ତଙ୍କ ଠାରୁ ପୋଟା ପ୍ରତ୍ୟାହାର କରାଯାଇଥିଲା।

୧୭ ଜାନୁୟାରୀ ୨୦୦୫ରେ, ୟୁସି ବାନାର୍ଜୀ କମିଟି ଏହାର ପ୍ରାଥମିକ ରିପୋର୍ଟରେ କହିଥିଲେ, ଯେ ଗୋଧ୍ରା ଘଟଣା କେବଳ ଏକ ଦୁର୍ଘଟଣା। ୧୩ ଅକ୍ଟୋବର ୨୦୦୬ ରେ ଗୁୁରାଟ ହାଇକୋର୍ଟ ୟୁସି ବାନାର୍ଜୀ କମିଟିକୁ ବେଆଇନ ଏବଂ ଅସାମ୍ବିଧାନିକ ଘୋଷଣା କରିଥିଲେ। କାରଣ ନାନାବତୀ-ଶାହା ଆୟୋଗ ଏହି ଦଙ୍ଗା ସହ ଜଡିତ ସମସ୍ତ ମାମଲାର ତଦନ୍ତ କରିସାରିଥିଲେ।

ଏଥି ସହିତ, ୨୬ ମାର୍ଚ୍ଚ ୨୦୦୮ ରେ, ସୁପ୍ରିମକୋର୍ଟ ଗୋଧ୍ରା ଘଟଣା ଏବଂ ପରବର୍ତ୍ତୀ ଦଙ୍ଗା ସହ ଜଡିତ ୮ ଟି ମାମଲାର ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଅନୁସନ୍ଧାନ ଆୟୋଗ ଗଠନ କରିଥିଲେ। ୧୮ ସେପ୍ଟେମ୍ବର ୨୦୦୮ ରେ, ନାନାବତୀ ଆୟୋଗ ଗୋଧ୍ରା ଘଟଣାର ତଦନ୍ତ ହସ୍ତାନ୍ତର କରିଥିଲେ। ଏହା ଏକ ପୂର୍ବ ଯୋଜନା ଆଧାରରେ ହୋଇଥିବା ଷଡଯନ୍ତ୍ର ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ତେବେ ୨୨ ଫେବୃଆରୀ ୨୦୧୧ରେ, ସ୍ବତନ୍ତ୍ର କୋର୍ଟ ଗୋଧ୍ରା ଘଟଣାରେ ୩୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ଅନ୍ୟ ୬୩ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡରୁ ମୋଦିଙ୍କ ବଡ଼ ଘୋଷଣା, ଏଠାରେ ଖେଳାଯିବ ବିଗ୍ ବ୍ୟାଶ ଲିଗ୍

ନୂଆଦିଲ୍ଲୀ,୧୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତ ସମୟରେ ପ୍ରତିଷ୍ଠିତ ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡ (MCG) ପରିଦର୍ଶନ କରିଥିଲେ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ କ୍ରୀଡା କୂଟନୀତିକୁ…

ରାଶନ କାର୍ଡ ଅଛି, ଚାଉଳ ମିଳୁନାହିଁ: ୫ ମାସ ଧରି ଅପେକ୍ଷାରେ ହିତାଧିକାରୀ

ଅମରପାଲି, ୧୦ା୭ (ପୀତାମ୍ବର ସାହୁ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖାଦ୍ୟ ସୁରକ୍ଷା ଯୋଜନାରେ ବୀରମହାରାଜପୁର ବ୍ଲକରେ ଗୁରୁତର ଅବ୍ୟବସ୍ଥା ଅଭିଯୋଗ ସାମ୍ନାକୁ ଆସିଛି।…

ଅଦିନିଆ ରଥଯାତ୍ରା: ଗଜପତିଙ୍କ ଅନୁରୋଧ, ଇସ୍କନର ଜିଦ୍‌

ବାରମ୍ବାର ଅନୁରୋଧ ଓ ତାଗିଦ୍‌ ସତ୍ତ୍ୱେ ନିଜ ଜିଦ୍‌ରେ ଅଟଳ ରହିଛି ଇସ୍କନ। ଏପରିକି ଗଜପତି ମହାରାଜ ଦିବ୍ୟସିଂହଦେବଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି…

ମଦ ଦୋକାନ ଉଦ୍‌ଘାଟନ କଲେ ଭାଜପା ନେତା: ପ୍ରତିଶ୍ରୁତି ଭୁଲିଗଲା ଦଳ

ସମ୍ବଲପୁର,୧୦ା୭(ବି.ଶଙ୍କର): ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା କ୍ଷମତାକୁ ଆସିଲେ ରାଜ୍ୟକୁ ନିଶାମୁକ୍ତ କରାଯିବ ଏବଂ ମଦ ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଅଥଚ ସରକାର ଗଠନ…

ଇଂଲଣ୍ଡ ବିପକ୍ଷରେ ପରାଜୟ ପରେ ବଡ଼ ବୟାନ ଦେଲେ ଅଧିନାୟକ, ପରିବର୍ତ୍ତନର ସମୟ….

ନୂଆଦିଲ୍ଲୀ,୧୦।୭: ଶ୍ରେୟାସ ଆୟରଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ଲଗାତାର ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ସିରିଜ ହାରିଛି । ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦…

ଜଳୁଛି ଇରାନ! ଅନେକ ସହରରେ ବିସ୍ଫୋରଣ ପରେ ନେତାନ୍ୟାହୁଙ୍କ ସହ କଥା ହେଲେ ଟ୍ରମ୍ପ, ବଡ଼ ଚାଲ୍ ଖେଳୁଛନ୍ତି…

ଓ୍ବାଶିଂଟନ,୧୦।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟର ଶେଷ ଦିନରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ତାଙ୍କ ପୁଅ ମୁସ୍ତାଫା ଖାମେନେଇ…

ଲଘୁଚାପ ଆହୁରି ଦୁର୍ବଳ: ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୭ (ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଫଳରେ ପୂର୍ବାପେକ୍ଷା ବର୍ଷା ପରିମାଣ କିଛିଟା କମିଥିଲେ ମଧ୍ୟ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ…

ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଡିଜିପି: କହିଲେ, ମାନସିକ ଚାପ…

ଭୁବନେଶ୍ୱର,୧୦।୭(ତ୍ରିନାଥ ମହାନ୍ତି):ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିକଟରେ ଆଇପିଏସ୍‌ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫାପତ୍ରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ମାନସିକ ଚାପ ନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri