Posted inଜାତୀୟ

ଝିଅଙ୍କୁ ମା‘ଙ୍କ ସହିତ କଥାବାର୍ତ୍ତା ହେବା ପାଇଁ ବାଧ୍ୟ କରିପାରିବେନି ସୁପ୍ରିମ୍‌କୋର୍ଟ, କହିଲେ ପ୍ରଧାନ ବିଚାରପତି…

ନୂଆଦିଲ୍ଲୀ, ୧୮।୧ : ଜଣେ ୧୬ ବର୍ଷ ବୟସ୍କା ଝିଅଙ୍କୁ ମା‘ଙ୍କ ସହିତ କଥାବାର୍ତ୍ତା ହେବା ପାଇଁ ବାଧ୍ୟ କରିପାରିବେନି ସୁପ୍ରିମ୍‌କୋର୍ଟ। ଏକ ମାମଲାର ବିଚାର କରି ଶୀର୍ଷକୋର୍ଟର ପ୍ରଧାନ ବିଚାରପତି ଏନ୍‌.ଭି.ରମନା କହିଛନ୍ତି। ଆଜିର ଝିଅଟି ତାଙ୍କ ପିତାଙ୍କ ସହିତ ଭଲ ଜୀବନଯାପନ କରେ ଏବଂ ତାଙ୍କ ମା ସହିତ କଥା ହେବାକୁ ଚାହେଁ ନାହିଁ।

ଏହି ପ୍ରଶ୍ନ ଆମେରିକାରେ ରହୁଥିବା ଜଣେ ମାତାଙ୍କୁ ସୁପ୍ରିମକୋର୍ଟ ପଚାରିଥିଲେ, ଯିଏ ସୁପ୍ରିମକୋର୍ଟଙ୍କୁ ଝିଅମାନଙ୍କୁ ତାଙ୍କ ସହ କଥାବାର୍ତ୍ତା କରିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି। ସ୍ବାମୀ ଦୁଇ ଝିଅଙ୍କ ମୁଣ୍ଡରେ ଏଭଳି ଚିନ୍ତା ଭର୍ତ୍ତି କରିଥିବା ମାତା ଅଭିଯୋଗ କରିଛନ୍ତି। ପାର୍ସୀ ସମ୍ପ୍ରଦାୟର ଏହି ମହିଳା ଆପେକ୍ସ କୋର୍ଟରେ ଦାଖଲ କରିଥିବା ଆବେଦନପତ୍ରରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ବାମୀଙ୍କ ସହ ସମ୍ପର୍କ ଖରାପ ଥିବାରୁ ସେ ଝିଅମାନଙ୍କ ସହ ଚୁପଚାପ ଭାରତକୁ ପଳାଇ ଆସିଥିଲେ।

ବରିଷ୍ଠ ଆଡଭୋକେଟ ସିଦ୍ଧାର୍ଥ ଲୁଥ୍ରା ମହିଳାଙ୍କ ପାଇଁ କୋର୍ଟରେ ହାଜର ହୋଇଥିଲେ। ମହିଳାଙ୍କ ଝିଅମାନଙ୍କୁ ମାତ୍ର ୧୬ ଏବଂ ୧୩ ବର୍ଷ ବୟସ ହୋଇଛି। ମାତା କହିଛନ୍ତି ଯେ ଦୁଇ ସପ୍ତାହ ପରେ ସେ ଫେରିବେ ବୋଲି ଆମେରିକା କୋର୍ଟକୁ ନିଶ୍ଚିତ କରିବା ପରେ ତାଙ୍କ ସ୍ବାମୀ ୨୦୧୯ ରେ ଆଉ ଫେରିନାହାଁନ୍ତି। ମହିଳା ଜଣକ କହିଛନ୍ତି ଯେ ସେ ୨୦୧୭ ରେ ତାଙ୍କ ସ୍ବାମୀଙ୍କ ବିରୋଧରେ ଛାଡପତ୍ର ଆବେଦନ କରିଥିଲେ। ମାତା ନିଜ ଝିଇମାନଙ୍କ ସହ ଫୋନ କିମ୍ବା ଭିଡିଓ କଲ ମାଧ୍ୟମରେ ଯୋଗାଯୋଗ କରିବାକୁ ପ୍ରୟାସ କରୁଛନ୍ତି।

ସ୍ବାମୀ କହିଛନ୍ତି ଯେ ଝିଅମାନେ ମାତାଙ୍କ ସହିତ କଥା ହେବାକୁ ଚାହାଁନ୍ତି ନାହିଁ। ମହିଳାଙ୍କ ସ୍ବାମୀଙ୍କ ପକ୍ଷରୁ ହାଜର ହୋଇଥିବା ଆଡଭୋକେଟ ସିଦ୍ଧାର୍ଥ ଭଟ୍ଟନଗର କୋର୍ଟଙ୍କୁ କହିଛନ୍ତି ଯେ ଝିଇମାନେ ସେମାନଙ୍କ ମାତାଙ୍କ ସହିତ କଥା ହେବାକୁ ଚାହାଁନ୍ତି ନାହିଁ। ସେଥିରେ ଜଣେ ମହିଳାଙ୍କ ସ୍ବାମୀ କ’ଣ କରିପାରିବେ? ଏଥିପାଇଁ ସର୍ବୋଚ୍ଚ କୋର୍ଟର ବେଞ୍ଚ କହିଛନ୍ତି, ୧୬ ବର୍ଷ ବୟସ୍କ ଜଣେ ଝିଅ ଭଲ ଏବଂ ମନ୍ଦ ମଧ୍ୟରେ ପାର୍ଥକ୍ୟ ଜାଣେ । ଜଣେ ପିତା ୧୬ବର୍ଷର ଝିଅଙ୍କୁ ଏଭଳି ଶିକ୍ଷା ଦେଇ ପାରିବେ କି? ଏହା ସହିତ କୋର୍ଟ ମହିଳାଙ୍କୁ ପଚାରିଛନ୍ତି ଯେ, ସେ ଗତ ବର୍ଷ ଝିଇମାନଙ୍କ ସହ କେତେ ଥର କଥାବାର୍ତ୍ତା ହେବାକୁ ଚେଷ୍ଟା କରିଥିଲେ?

ପ୍ରଧାନ ବିଚାରପତି ଏନ.ଭି. ରାମନାଙ୍କ ନେତୃତ୍ୱରେ ଗଠିତ ବେଞ୍ଚ ଏହି ମାମଲାର ଶୁଣାଣି ବେଳେ କହିଛନ୍ତିି ଯେ,ଆମେ ହାତ ଧରି ଝିଅଙ୍କୁ କଥାବାର୍ତ୍ତା କରିବାକୁ ନିର୍ଦ୍ଦେଶ ଦେଇ ପାରିବୁ ନାହିଁ। ଗତ ବର୍ଷ ବମ୍ବେ ହାଇକୋର୍ଟ ମଧ୍ୟ ଉଭୟ ଝିଅଙ୍କ ଯୁକ୍ତି ଶୁଣିବା ପରେ ସେମାନଙ୍କ ହେପାଜତ ପାଇଁ ମହିଳାଙ୍କ ଆବେଦନକୁ ଖାରଜ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri