Posted inଜାତୀୟ

ଝିଅଙ୍କୁ ମା‘ଙ୍କ ସହିତ କଥାବାର୍ତ୍ତା ହେବା ପାଇଁ ବାଧ୍ୟ କରିପାରିବେନି ସୁପ୍ରିମ୍‌କୋର୍ଟ, କହିଲେ ପ୍ରଧାନ ବିଚାରପତି…

ନୂଆଦିଲ୍ଲୀ, ୧୮।୧ : ଜଣେ ୧୬ ବର୍ଷ ବୟସ୍କା ଝିଅଙ୍କୁ ମା‘ଙ୍କ ସହିତ କଥାବାର୍ତ୍ତା ହେବା ପାଇଁ ବାଧ୍ୟ କରିପାରିବେନି ସୁପ୍ରିମ୍‌କୋର୍ଟ। ଏକ ମାମଲାର ବିଚାର କରି ଶୀର୍ଷକୋର୍ଟର ପ୍ରଧାନ ବିଚାରପତି ଏନ୍‌.ଭି.ରମନା କହିଛନ୍ତି। ଆଜିର ଝିଅଟି ତାଙ୍କ ପିତାଙ୍କ ସହିତ ଭଲ ଜୀବନଯାପନ କରେ ଏବଂ ତାଙ୍କ ମା ସହିତ କଥା ହେବାକୁ ଚାହେଁ ନାହିଁ।

ଏହି ପ୍ରଶ୍ନ ଆମେରିକାରେ ରହୁଥିବା ଜଣେ ମାତାଙ୍କୁ ସୁପ୍ରିମକୋର୍ଟ ପଚାରିଥିଲେ, ଯିଏ ସୁପ୍ରିମକୋର୍ଟଙ୍କୁ ଝିଅମାନଙ୍କୁ ତାଙ୍କ ସହ କଥାବାର୍ତ୍ତା କରିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି। ସ୍ବାମୀ ଦୁଇ ଝିଅଙ୍କ ମୁଣ୍ଡରେ ଏଭଳି ଚିନ୍ତା ଭର୍ତ୍ତି କରିଥିବା ମାତା ଅଭିଯୋଗ କରିଛନ୍ତି। ପାର୍ସୀ ସମ୍ପ୍ରଦାୟର ଏହି ମହିଳା ଆପେକ୍ସ କୋର୍ଟରେ ଦାଖଲ କରିଥିବା ଆବେଦନପତ୍ରରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ବାମୀଙ୍କ ସହ ସମ୍ପର୍କ ଖରାପ ଥିବାରୁ ସେ ଝିଅମାନଙ୍କ ସହ ଚୁପଚାପ ଭାରତକୁ ପଳାଇ ଆସିଥିଲେ।

ବରିଷ୍ଠ ଆଡଭୋକେଟ ସିଦ୍ଧାର୍ଥ ଲୁଥ୍ରା ମହିଳାଙ୍କ ପାଇଁ କୋର୍ଟରେ ହାଜର ହୋଇଥିଲେ। ମହିଳାଙ୍କ ଝିଅମାନଙ୍କୁ ମାତ୍ର ୧୬ ଏବଂ ୧୩ ବର୍ଷ ବୟସ ହୋଇଛି। ମାତା କହିଛନ୍ତି ଯେ ଦୁଇ ସପ୍ତାହ ପରେ ସେ ଫେରିବେ ବୋଲି ଆମେରିକା କୋର୍ଟକୁ ନିଶ୍ଚିତ କରିବା ପରେ ତାଙ୍କ ସ୍ବାମୀ ୨୦୧୯ ରେ ଆଉ ଫେରିନାହାଁନ୍ତି। ମହିଳା ଜଣକ କହିଛନ୍ତି ଯେ ସେ ୨୦୧୭ ରେ ତାଙ୍କ ସ୍ବାମୀଙ୍କ ବିରୋଧରେ ଛାଡପତ୍ର ଆବେଦନ କରିଥିଲେ। ମାତା ନିଜ ଝିଇମାନଙ୍କ ସହ ଫୋନ କିମ୍ବା ଭିଡିଓ କଲ ମାଧ୍ୟମରେ ଯୋଗାଯୋଗ କରିବାକୁ ପ୍ରୟାସ କରୁଛନ୍ତି।

ସ୍ବାମୀ କହିଛନ୍ତି ଯେ ଝିଅମାନେ ମାତାଙ୍କ ସହିତ କଥା ହେବାକୁ ଚାହାଁନ୍ତି ନାହିଁ। ମହିଳାଙ୍କ ସ୍ବାମୀଙ୍କ ପକ୍ଷରୁ ହାଜର ହୋଇଥିବା ଆଡଭୋକେଟ ସିଦ୍ଧାର୍ଥ ଭଟ୍ଟନଗର କୋର୍ଟଙ୍କୁ କହିଛନ୍ତି ଯେ ଝିଇମାନେ ସେମାନଙ୍କ ମାତାଙ୍କ ସହିତ କଥା ହେବାକୁ ଚାହାଁନ୍ତି ନାହିଁ। ସେଥିରେ ଜଣେ ମହିଳାଙ୍କ ସ୍ବାମୀ କ’ଣ କରିପାରିବେ? ଏଥିପାଇଁ ସର୍ବୋଚ୍ଚ କୋର୍ଟର ବେଞ୍ଚ କହିଛନ୍ତି, ୧୬ ବର୍ଷ ବୟସ୍କ ଜଣେ ଝିଅ ଭଲ ଏବଂ ମନ୍ଦ ମଧ୍ୟରେ ପାର୍ଥକ୍ୟ ଜାଣେ । ଜଣେ ପିତା ୧୬ବର୍ଷର ଝିଅଙ୍କୁ ଏଭଳି ଶିକ୍ଷା ଦେଇ ପାରିବେ କି? ଏହା ସହିତ କୋର୍ଟ ମହିଳାଙ୍କୁ ପଚାରିଛନ୍ତି ଯେ, ସେ ଗତ ବର୍ଷ ଝିଇମାନଙ୍କ ସହ କେତେ ଥର କଥାବାର୍ତ୍ତା ହେବାକୁ ଚେଷ୍ଟା କରିଥିଲେ?

ପ୍ରଧାନ ବିଚାରପତି ଏନ.ଭି. ରାମନାଙ୍କ ନେତୃତ୍ୱରେ ଗଠିତ ବେଞ୍ଚ ଏହି ମାମଲାର ଶୁଣାଣି ବେଳେ କହିଛନ୍ତିି ଯେ,ଆମେ ହାତ ଧରି ଝିଅଙ୍କୁ କଥାବାର୍ତ୍ତା କରିବାକୁ ନିର୍ଦ୍ଦେଶ ଦେଇ ପାରିବୁ ନାହିଁ। ଗତ ବର୍ଷ ବମ୍ବେ ହାଇକୋର୍ଟ ମଧ୍ୟ ଉଭୟ ଝିଅଙ୍କ ଯୁକ୍ତି ଶୁଣିବା ପରେ ସେମାନଙ୍କ ହେପାଜତ ପାଇଁ ମହିଳାଙ୍କ ଆବେଦନକୁ ଖାରଜ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

ଗ୍ଲାସିୟର ହ୍ରଦ, ହିମସ୍ଖଳନ, କିମ୍ବା ଭୂମିକମ୍ପ… ହଠାତ କାହିଁକି ନେପାଳରେ ଆସିଲା ବନ୍ୟା? ବୈଜ୍ଞାନିକମାନେ କହିଲେ ପ୍ରକୃତ କାରଣ

କାଠମାଣ୍ଡୁ,୨୬।୮: ନେପାଳର ରାସୁୱା ଜିଲାର ଭୋଟେ କୋଶି ନଦୀରେ ବନ୍ୟାର ପ୍ରକୃତ କାରଣ ସ୍ଥାନୀୟ ବର୍ଷା ନୁହେଁ, ବରଂ ଏକ ବିଶାଳ ହିମସ୍ଖଳନ ହୋଇପାରେ। କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର…

ସ୍କୁଲ ପଛ ନାଳରୁ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ସୋମବାରଠାରୁ ଥିଲେ ନିଖୋଜ

କୋରାପୁଟ,୨୬।୮(ଅମିତାଭ ବେହେରା): ବୋରିଗୁମ୍ମା ବ୍ଲକ ଗୁମୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପଛପଟ ନାଳରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri