Posted inଜାତୀୟ

ଜାହାଙ୍ଗୀରପୁରୀରେ ବୁଲଡୋଜର ଉପରେ ରୋକ ଲଗାଇଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୦।୪ : ହନୁମାନ ଜୟନ୍ତୀ ଅବସରରେ ଜାହାଙ୍ଗୀରପୁରୀରେ ଶୋଭାଯାତ୍ରା ଉପରେ ପଥର ଫିଙ୍ଗିବା କାରଣରୁ ହିଂସା ଘଟିଥିଲା। ଏପ୍ରିଲ ୧୬ ରେ ହୋଇଥିବା ହିଂସା ପରେ ସେଠାରେ ବୁଲଡୋଜର ଚାଲିବା ଲାଗି ନିଷ୍ପତ୍ତି ହୋଇଥିଲା। ବେଆଇନ ନିର୍ମାଣକୁ ହଟାଇବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିଲା।

ବୁଧବାର କଡ଼ା ପୋଲିସ ସୁରକ୍ଷା ମଧ୍ୟରେ ବୋଲଡୋଜର ଚାଲିବା ଆରମ୍ଭ କରିଥିଲା। କେତେକ ଦୋକାନ ମଧ୍ୟ ଭଙ୍ଗାଯାଇଥିଲା।

ତେବେ ଏହି ମାମଲାରେ ସୁପ୍ରିମ୍‌କୋର୍ଟ ବୁଲଡୋଜର ଚଳାଇବା ଉପରେ ରୋକ ଲଗାଇବା ସହିତ ଯଥାସ୍ଥିତି କାଏମ୍‌ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାର ଶୁଣାଣି ଗୁରୁବାର କରାଯିବ ବୋଲି ଶୀର୍ଷ କୋର୍ଟ କହିଛନ୍ତି।

ଏମସିଡିର ଏହି କାର୍ଯ୍ୟ ନେଇ ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିଛନ୍ତି ଯେ, ଗତ କାର୍ଯ୍ୟରେ ହଟାଯାଉଥିବା ଦୋକାନ ମଧ୍ୟରୁ ୧୫ବର୍ଷ ଧରି ମ୍ୟୁନିସିପାଲିଟି କର୍ପୋରେଶନକୁ ବେଆଇନ ନିର୍ମାଣ କଣ ଦେଖାଯାଉ ନଥିଲା ? ହିନ୍ଦୁ-ମୁସଲିମଙ୍କ ମଧ୍ୟରେ ହିଂସା ପରେ ଏଭଳି କାହିଁକି କରାଯାଉଛି। ଆମର ଦୋକାନ ଭଙ୍ଗାଗଲା, ପୂର୍ବରୁ କାହିଁକି ଏହାକୁ ଭଙ୍ଗାହେଇ ନ ଥିଲା।

ଉତ୍ତର ମ୍ୟୁନିସିପାଲିଟି କର୍ପୋରେଶନର ମେୟର ରାଜା ଇକବାଲ ସିଂ ଏହି ଅତିକ୍ରମଣ ଅପସାରଣ କାର୍ଯ୍ୟ ବିଷୟରେ କହିଛନ୍ତି ଯେ ଏହି ଅଭିଯାନ ଦିଲ୍ଲୀରେ ଚାଲିବ। ପୂର୍ବରୁ ମଧ୍ୟ ଆମେ ଏହି ଅପରେଶନ ପାଇଁ ସୁରକ୍ଷା ଦାବି କରିଥିଲୁ କିନ୍ତୁ କୌଣସି କାରଣରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା । ତେବେ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାରିଆଡ଼ୁ ଘେରିଲେ ପଡ଼ୋଶୀ

ନୂଆଦିଲ୍ଲୀ,୨୭ା୬ : ଚାଇନା, ପାକିସ୍ତାନ ଓ ନେପାଳ ପରେ ଏବେ ପଡ଼ୋଶୀ ଭୁଟାନ ଭାରତକୁ ହଇରାଣ କରିବା ଆରମ୍ଭ କରିଛି। ପାରମ୍ପରିକ ‘ଡୋଙ୍ଗ୍‌’ କେନାଲ ଦେଇ...

୩ ପିଲାଙ୍କୁ ବିଷ ଖୁଆଇଦେଲେ ମା’

ଭୋପାଳ, ୨ା୭: ସ୍ବାମୀଙ୍କ ସହ ଫୋନ୍‌ରେ ଝଗଡ଼ା କରି ମଧ୍ୟପ୍ରଦେଶର ୩୫ ବର୍ଷୀୟା ମହିଳା ମମତା ତାଙ୍କ ୩ ପିଲାଙ୍କୁ ମୂଷାମରା ବିଷ ଖୁଆଇଦେଇଛନ୍ତି। ପିଲାଙ୍କ...

ଭାରତ ଆସିବେ ଚାଇନା ବୈଦେଶିକ ମନ୍ତ୍ରୀ: ଜି -୨୦ ବୈଠକରେ ଦେବେ ଯୋଗ

ନୂଆଦିଲ୍ଲୀ,୨୮।୨: ଚାଇନା ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗ ଭାରତ ଗସ୍ତରେ ଆସିବେ। ଏହି ଗସ୍ତରେ ମାର୍ଚ୍ଚ ୨ରେ ଦିଲ୍ଲୀରେ ଅନୁଷ୍ଠିତ ଜି -୨୦ ବୈଦେଶିକ ମନ୍ତ୍ରୀ...

ଆକ୍ସନ ମୁଡ୍‌ରେ ଧାମି: ରାଜ୍ୟରେ ଲାଗୁ ହେବ ୟୁନିଫର୍ମ ସିଭିଲ କୋଡ୍‌

ଡେରାଡୁନ,୨୪।୩: ଉତ୍ତରାଖଣ୍ଡରେ ପୁଷ୍କର ସିଂହ ଧାମି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏବେ ଆକ୍ସନ ମୁଡରେ ଆସିଯାଇଛନ୍ତି। ସରକାର ଗଠନ ପରେ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ...

ବିହାର ବନ୍ଦ ବେଳେ ହିଂସା

ପାଟନା, ୨୦।୧୨(ପି.ଟି.):ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଏବଂ ଦେଶବ୍ୟାପୀ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଲାଗୁ କରିବା ପ୍ରସ୍ତାବର ବିରୋଧ କରି ବାମଦଳଗୁଡ଼ିକ ପକ୍ଷରୁ ଗୁରୁବାର ବିହାର...

୨୦୨୪ ନିର୍ବାଚନରେ ରାହୁଲ ନେବେ ନାହିଁ ନେତୃତ୍ୱ!

ନୂଆଦିଲ୍ଲୀ,୨୯।୮: କଂଗ୍ରେସ ନେତାମାନେ ଦଳର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀକୁ ନେତୃତ୍ୱ ପରିବର୍ତ୍ତନକୁ ନେଇ ଲେଖିଥିବା ଚିଠି ପରେ ଦଳରେ ଆରମ୍ଭ ହୋଇଥିବା ଭିତିରି କଳି...

ଲାଣ୍ଡ୍‌ମାଇନ୍‌ ବିସ୍ଫୋରଣ: ୪ ଯବାନ ଆହତ

ଶ୍ରୀନଗର,୩।୧: ଜମ୍ମୁ-କଶ୍ମୀରରେ ଏକ ଲାଣ୍ଡ୍‌ମାଇନ୍‌ ବିସ୍ଫୋରଣରେ ଜଣେ ଲ୍ୟୁଟ୍‌ନାଣ୍ଟ୍‌ଙ୍କ ସମେତ ୪ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଜୌରୀ...

ଜେଲ୍‌ରୁ ମୁକୁଳିଲେ ଓମ ପ୍ରକାଶ

ନୂଆଦିଲ୍ଲୀ,୨ ।୭: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଇଣ୍ଡିଆନ ନ୍ୟାଶନାଲ ଲୋକଦଳର ଅଧ୍ୟକ୍ଷ ଓମ ପ୍ରକାଶ ଚୌତାଲା ଏକ ଘୋଟାଲା ମାମଲାରେ ସଜା କାଟୁଥିବା ବେଳେ...

Advertisement
Archives

Model This Week