ଇଡ୍‌କୋର ଟାଟା ପ୍ରୀତି

ଭୁବନେଶ୍ୱର, ୧୫ା୪: ଓଡ଼ିଶାରେ ଶିଳ୍ପାୟନ କରାଯାଇ ନିଯୁକ୍ତି ପରିମାଣରେ ବୃ୍‌ଦ୍ଧି କରାଯିବ ବୋଲି ସରକାର ଅନେକ ବର୍ଷ ଧରି କହି ଆସୁଛନ୍ତି । ସେହି ଲକ୍ଷ୍ୟକୁ ହାସଲ କରିବା ପାଇଁ ରାଜ୍ୟର ପାଣିଠାରୁ ଖଣି ପର୍ଯ୍ୟନ୍ତ ସବୁକିଛି ଶିଳ୍ପପତିଙ୍କୁ ଭେଟି ସ୍ବରୂପ ଦିଆଯାଉଛି। ଏହି କାର୍ଯ୍ୟରେ ଅତ୍ୟଧିକ ସୁବିଧା ଯୋଗାଇ ଦେଉଥିବା ବାବୁମାନଙ୍କ କାର୍ଯ୍ୟକଳାପ ଏବେ ରାଜ୍ୟବାସୀଙ୍କ ଆଶାକୁ ଧ୍ୱଂସକରି ଦେଉଛି। ଅଳ୍ପ ଅର୍ଥରେ ବହୁମୂଲ୍ୟ ଜମିକୁ ଘରୋଇ କମ୍ପାନୀକୁ ଟେକି ଦିଆଯାଉଛି। ନିକଟରେ କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି)ଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି।
ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ ଗଞ୍ଜାମ ଜିଲା ଗୋପାଳପୁରଠାରେ ଏକ ଇସ୍ପାତ କାରଖାନା କରିବା ପାଇଁ ୧୯୯୫ ଅଗଷ୍ଟ ୨୮ରେ ଟାଟା କମ୍ପାନୀ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷର କରାଯାଇଥିଲା। ଚୁକ୍ତି ଅନୁଯାୟୀ ଏହି ପ୍ରକଳ୍ପରେ ୧୦୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ସହ ରାଜ୍ୟର ୧ ହଜାର ଜଣଙ୍କୁ ନିଯୁକ୍ତି ଦେବା ନେଇ ଟାଟା ପ୍ରତିଶ୍ରୁତି ଦେଇଥିଲା । ଏହି ପ୍ରକଳ୍ପ ସକାଶେ ତତ୍କାଳୀନ ଗଞ୍ଜାମ ଜିଲାପାଳ ୧୯୯୬ ଏପ୍ରିିଲରୁ ଡିସେମ୍ବର ମଧ୍ୟରେ ଇଡ୍‌କୋକୁ ୫୩୭.୮୨ ଏକର ସରକାରୀ ଜମି ହସ୍ତାନ୍ତର କରିଥିଲେ। ସର୍ତ୍ତ ଥିଲା ଯଦି ଧାର୍ଯ୍ୟ ପ୍ରକଳ୍ପ ପାଇଁ ଏହି ଜମି ବ୍ୟବହାର ନ ହୁଏ, ତେବେ ତାହା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଫେରିଯିବ । ଏଥିପାଇଁ ୬ ମାସ ମଧ୍ୟରେ ଟାଟା କମ୍ପାନୀ ସହ ଇଡ୍‌କୋ ଲିଜ୍‌ ଚୁକ୍ତି କରିବ। ଲିଜ୍‌ ଚୁକ୍ତି ନ କରି ଶିଳ୍ପାଞ୍ଚଳ ଭିତ୍ତିଭୂମି ଉନ୍ନୟନ ନିଗମ(ଇଡ୍‌କୋ) ୧୯୯୬ ସେପ୍ଟେମ୍ବରରୁ ୧୯୯୭ ଜାନୁୟାରୀ ମଧ୍ୟରେ ଉକ୍ତ ଜମିକୁ ଏକର ପିଛା ମାତ୍ର ୭୫ ହଜାର ଟଙ୍କାରେ ଟାଟା କମ୍ପାନୀକୁ ହସ୍ତାନ୍ତର କରିଥିଲା। ତେବେ ଦିଆଯାଇଥିବା ସେହି ଜମିକୁ ଟାଟା ନିର୍ଦ୍ଧାରିତ ଲକ୍ଷ୍ୟ ପାଇଁ ବ୍ୟବହାର କରି ନ ଥିଲା। ଦୀର୍ଘ ୬ ବର୍ଷ କାଳ ଜମିକୁ ନିଜ କବ୍‌ଜାରେ ରଖିବା ପରେ ଟାଟା ଇସ୍ପାତ କାରଖାନା ପରିବର୍ତ୍ତେ ସ୍ବତନ୍ତ୍ର ଅର୍ଥନୈତିକ ଜୋନ(ଏସ୍‌ଇଜେଡ୍‌) କରିବାକୁ ୨୦୦୨ ଅଗଷ୍ଟରେ ରାଜ୍ୟ ସରକାରଙ୍କୁ ଆଉ ଏକ ପ୍ରସ୍ତାବ ଦେଇଥିଲା। ଏହି ପ୍ରସ୍ତାବ ପାଇବା ପରେ ୨୦୦୩ରେ ରାଜ୍ୟ ସରକାର ଇସ୍ପାତ କାରଖାନା ପାଇଁ ହୋଇଥିବା ଚୁକ୍ତିକୁ ବାତିଲ କରିଥିଲେ। ଆଶ୍ଚର୍ଯ୍ୟର କଥା ଯେ ଏତେଦିନ ଯାଏ ଜମି ଅବ୍ୟବହୃତ ହୋଇ ପଡ଼ିଥିଲେ ମଧ୍ୟ ଇଡ୍‌କୋ କର୍ତ୍ତୃପକ୍ଷ ଟାଟା ଉପରେ କୌଣସି ଚାପ ପକାଇ ନ ଥିଲେ। ଅନ୍ୟପକ୍ଷରେ ପୂର୍ବ ଚୁକ୍ତି ଅନୁଯାୟୀ ଟାଟାକୁ ଦିଆଯାଇଥିବା ଜମିକୁ ମଧ୍ୟ ଫେରାଇ ଆଣିବାକୁ ସାହସ କରି ନ ଥିଲେ। ମୂଳ ଚୁକ୍ତି ଅନୁଯାୟୀ ଉକ୍ତ ଜମି ରାଜସ୍ବ ବିଭାଗକୁ ଫେରିବା କଥା, ମାତ୍ର ତାହା କରାଗଲା ନାହିଁ। ଇଡ୍‌କୋ ମୁଖ୍ୟ ଏଥିପାଇଁ କୌଣସି ପଦକ୍ଷେପ ନେଇ ନ ଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଟାଟାର ବୋଲକରା ଭାବରେ ଇଡ୍‌କୋ ସବୁ ଅନିୟମିତତାରେ ସକ୍ରିୟ ସହଯୋଗୀ ହୋଇଯାଇଛି। ଟାଟା ଏବେ ମଧ୍ୟ ଜମିକୁ କେଉଁଭଳି ଭାବେ ବ୍ୟବହାର କରିବ ତା’ର ଉଦ୍ଦେଶ୍ୟ ଜଣାଉନାହିଁ। ସିଏଜି ରିପୋର୍ଟ ଅନୁଯାୟୀ ସେହି ଜମି ଦର ଏକର ପିଛା ୨ରୁ ୪ ଲକ୍ଷରେ ପହଞ୍ଚିଥିବା ବେଳେ ଇଡ୍‌କୋ ୨୦୧୪ ଡିସେମ୍ବରରୁ ୨୦୧୮ ଜାନୁୟାରୀ ମଧ୍ୟରେ ସେହି ପୁରୁଣା ଦର(ଏକର ପିଛା ୭୫ ହଜାର ଟଙ୍କା)ରେ ଟାଟାକୁ ବିକ୍ରିି କରିଛି। ଫଳରେ ରାଜ୍ୟ ସରକାରଙ୍କ ୧୫.୬୫ କୋଟି ଟଙ୍କା କ୍ଷତି ହୋଇଛି ବୋଲି ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । ଇଡ୍‌କୋ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି।
ଟାଟା ଭଳି ଘରୋଇ କମ୍ପାନୀକୁ ଯେତେବେଳେ ଲାଭ ମିଳେ ସେଥିରୁ ଅଧାରୁ ଅଧିକ ବାବୁମାନଙ୍କୁ ପ୍ରଦାନ କରାଯାଏ ବୋଲି କମ୍ପାନୀର ଜଣେ ଅଧିକାରୀ ଧରିତ୍ରୀକୁ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri