ଇଡ୍‌କୋର ଟାଟା ପ୍ରୀତି

ଭୁବନେଶ୍ୱର, ୧୫ା୪: ଓଡ଼ିଶାରେ ଶିଳ୍ପାୟନ କରାଯାଇ ନିଯୁକ୍ତି ପରିମାଣରେ ବୃ୍‌ଦ୍ଧି କରାଯିବ ବୋଲି ସରକାର ଅନେକ ବର୍ଷ ଧରି କହି ଆସୁଛନ୍ତି । ସେହି ଲକ୍ଷ୍ୟକୁ ହାସଲ କରିବା ପାଇଁ ରାଜ୍ୟର ପାଣିଠାରୁ ଖଣି ପର୍ଯ୍ୟନ୍ତ ସବୁକିଛି ଶିଳ୍ପପତିଙ୍କୁ ଭେଟି ସ୍ବରୂପ ଦିଆଯାଉଛି। ଏହି କାର୍ଯ୍ୟରେ ଅତ୍ୟଧିକ ସୁବିଧା ଯୋଗାଇ ଦେଉଥିବା ବାବୁମାନଙ୍କ କାର୍ଯ୍ୟକଳାପ ଏବେ ରାଜ୍ୟବାସୀଙ୍କ ଆଶାକୁ ଧ୍ୱଂସକରି ଦେଉଛି। ଅଳ୍ପ ଅର୍ଥରେ ବହୁମୂଲ୍ୟ ଜମିକୁ ଘରୋଇ କମ୍ପାନୀକୁ ଟେକି ଦିଆଯାଉଛି। ନିକଟରେ କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି)ଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି।
ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ ଗଞ୍ଜାମ ଜିଲା ଗୋପାଳପୁରଠାରେ ଏକ ଇସ୍ପାତ କାରଖାନା କରିବା ପାଇଁ ୧୯୯୫ ଅଗଷ୍ଟ ୨୮ରେ ଟାଟା କମ୍ପାନୀ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷର କରାଯାଇଥିଲା। ଚୁକ୍ତି ଅନୁଯାୟୀ ଏହି ପ୍ରକଳ୍ପରେ ୧୦୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ସହ ରାଜ୍ୟର ୧ ହଜାର ଜଣଙ୍କୁ ନିଯୁକ୍ତି ଦେବା ନେଇ ଟାଟା ପ୍ରତିଶ୍ରୁତି ଦେଇଥିଲା । ଏହି ପ୍ରକଳ୍ପ ସକାଶେ ତତ୍କାଳୀନ ଗଞ୍ଜାମ ଜିଲାପାଳ ୧୯୯୬ ଏପ୍ରିିଲରୁ ଡିସେମ୍ବର ମଧ୍ୟରେ ଇଡ୍‌କୋକୁ ୫୩୭.୮୨ ଏକର ସରକାରୀ ଜମି ହସ୍ତାନ୍ତର କରିଥିଲେ। ସର୍ତ୍ତ ଥିଲା ଯଦି ଧାର୍ଯ୍ୟ ପ୍ରକଳ୍ପ ପାଇଁ ଏହି ଜମି ବ୍ୟବହାର ନ ହୁଏ, ତେବେ ତାହା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଫେରିଯିବ । ଏଥିପାଇଁ ୬ ମାସ ମଧ୍ୟରେ ଟାଟା କମ୍ପାନୀ ସହ ଇଡ୍‌କୋ ଲିଜ୍‌ ଚୁକ୍ତି କରିବ। ଲିଜ୍‌ ଚୁକ୍ତି ନ କରି ଶିଳ୍ପାଞ୍ଚଳ ଭିତ୍ତିଭୂମି ଉନ୍ନୟନ ନିଗମ(ଇଡ୍‌କୋ) ୧୯୯୬ ସେପ୍ଟେମ୍ବରରୁ ୧୯୯୭ ଜାନୁୟାରୀ ମଧ୍ୟରେ ଉକ୍ତ ଜମିକୁ ଏକର ପିଛା ମାତ୍ର ୭୫ ହଜାର ଟଙ୍କାରେ ଟାଟା କମ୍ପାନୀକୁ ହସ୍ତାନ୍ତର କରିଥିଲା। ତେବେ ଦିଆଯାଇଥିବା ସେହି ଜମିକୁ ଟାଟା ନିର୍ଦ୍ଧାରିତ ଲକ୍ଷ୍ୟ ପାଇଁ ବ୍ୟବହାର କରି ନ ଥିଲା। ଦୀର୍ଘ ୬ ବର୍ଷ କାଳ ଜମିକୁ ନିଜ କବ୍‌ଜାରେ ରଖିବା ପରେ ଟାଟା ଇସ୍ପାତ କାରଖାନା ପରିବର୍ତ୍ତେ ସ୍ବତନ୍ତ୍ର ଅର୍ଥନୈତିକ ଜୋନ(ଏସ୍‌ଇଜେଡ୍‌) କରିବାକୁ ୨୦୦୨ ଅଗଷ୍ଟରେ ରାଜ୍ୟ ସରକାରଙ୍କୁ ଆଉ ଏକ ପ୍ରସ୍ତାବ ଦେଇଥିଲା। ଏହି ପ୍ରସ୍ତାବ ପାଇବା ପରେ ୨୦୦୩ରେ ରାଜ୍ୟ ସରକାର ଇସ୍ପାତ କାରଖାନା ପାଇଁ ହୋଇଥିବା ଚୁକ୍ତିକୁ ବାତିଲ କରିଥିଲେ। ଆଶ୍ଚର୍ଯ୍ୟର କଥା ଯେ ଏତେଦିନ ଯାଏ ଜମି ଅବ୍ୟବହୃତ ହୋଇ ପଡ଼ିଥିଲେ ମଧ୍ୟ ଇଡ୍‌କୋ କର୍ତ୍ତୃପକ୍ଷ ଟାଟା ଉପରେ କୌଣସି ଚାପ ପକାଇ ନ ଥିଲେ। ଅନ୍ୟପକ୍ଷରେ ପୂର୍ବ ଚୁକ୍ତି ଅନୁଯାୟୀ ଟାଟାକୁ ଦିଆଯାଇଥିବା ଜମିକୁ ମଧ୍ୟ ଫେରାଇ ଆଣିବାକୁ ସାହସ କରି ନ ଥିଲେ। ମୂଳ ଚୁକ୍ତି ଅନୁଯାୟୀ ଉକ୍ତ ଜମି ରାଜସ୍ବ ବିଭାଗକୁ ଫେରିବା କଥା, ମାତ୍ର ତାହା କରାଗଲା ନାହିଁ। ଇଡ୍‌କୋ ମୁଖ୍ୟ ଏଥିପାଇଁ କୌଣସି ପଦକ୍ଷେପ ନେଇ ନ ଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଟାଟାର ବୋଲକରା ଭାବରେ ଇଡ୍‌କୋ ସବୁ ଅନିୟମିତତାରେ ସକ୍ରିୟ ସହଯୋଗୀ ହୋଇଯାଇଛି। ଟାଟା ଏବେ ମଧ୍ୟ ଜମିକୁ କେଉଁଭଳି ଭାବେ ବ୍ୟବହାର କରିବ ତା’ର ଉଦ୍ଦେଶ୍ୟ ଜଣାଉନାହିଁ। ସିଏଜି ରିପୋର୍ଟ ଅନୁଯାୟୀ ସେହି ଜମି ଦର ଏକର ପିଛା ୨ରୁ ୪ ଲକ୍ଷରେ ପହଞ୍ଚିଥିବା ବେଳେ ଇଡ୍‌କୋ ୨୦୧୪ ଡିସେମ୍ବରରୁ ୨୦୧୮ ଜାନୁୟାରୀ ମଧ୍ୟରେ ସେହି ପୁରୁଣା ଦର(ଏକର ପିଛା ୭୫ ହଜାର ଟଙ୍କା)ରେ ଟାଟାକୁ ବିକ୍ରିି କରିଛି। ଫଳରେ ରାଜ୍ୟ ସରକାରଙ୍କ ୧୫.୬୫ କୋଟି ଟଙ୍କା କ୍ଷତି ହୋଇଛି ବୋଲି ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । ଇଡ୍‌କୋ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି।
ଟାଟା ଭଳି ଘରୋଇ କମ୍ପାନୀକୁ ଯେତେବେଳେ ଲାଭ ମିଳେ ସେଥିରୁ ଅଧାରୁ ଅଧିକ ବାବୁମାନଙ୍କୁ ପ୍ରଦାନ କରାଯାଏ ବୋଲି କମ୍ପାନୀର ଜଣେ ଅଧିକାରୀ ଧରିତ୍ରୀକୁ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri