ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ପ୍ରତି ସମର୍ଥନ ବଢୁଛି

ଭୁବନେଶ୍ୱର,୧୬।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ନିର୍ବାଚନରେ ବିଜେଡି ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ୩୫ ନମ୍ବର ଓ୍ବାର୍ଡରୁ ବିଜେଡି ଟିକେଟରୁ ବଞ୍ଚତ୍ତ ହୋଇ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ସୁମିତା ସିଟ୍‌ଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ସୁମିତା ହେଉଛନ୍ତି ପୂର୍ବତନ କର୍ପୋରେଟର ଦେବାଶିଷ ସିଟ୍‌ଙ୍କ ସ୍ତ୍ରୀ।
୩୫ ନମ୍ବର ଓ୍ବାର୍ଡ ମୋଟ ୧୦,୯୦୦ ଭୋଟର୍‌ଙ୍କୁ ନେଇ ଗଠିତ। ଏହି ଆସନ ଲାଗି ମୋଟ ୪ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ବିଜେଡିରୁ ରଞ୍ଜୁଲତା ରାୟ, ଭାଜପାରୁ ଅଞ୍ଜନା ପାତ୍ର,୨ ଜଣ ସ୍ବାଧୀନ ପ୍ରାର୍ଥୀ ସୁମିତା ଏବଂ ରଶ୍ମିତା ସାହୁ ନିଜ ନିଜ ସପକ୍ଷରେ ଭୋଟ୍‌ ଭିକ୍ଷା ଆରମ୍ଭ କରିଦେଇଛନ୍ତି। ଏହି ଓ୍ବାର୍ଡରେ ମୋଟ ୭ଟି ବସ୍ତି ରହିଛି। ଏହି ବସ୍ତିଗୁଡ଼ିକରେ ଦେବାଶିଷଙ୍କ ଗ୍ରହଣୀୟତା ରହିଛି। ଦେବାଶିଷ ୨୦୧୪ ବିଏମ୍‌ସି ନିର୍ବାଚନରେ ୨୬୦୦ରୁ ଅଧିକ ଭୋଟ୍‌ରେ ଜିତି ୩୫ ନମ୍ବର ଓ୍ବାର୍ଡର କର୍ପୋରେଟର ହୋଇଥିଲେ। ୨୦୧୯ ଜାନୁୟାରୀରୁ ତାଙ୍କ କାର୍ଯ୍ୟକାଳ ଶେଷ ହୋଇସାରିଥିଲେ ମଧ୍ୟ ୨୦୨୨ ପର୍ଯ୍ୟନ୍ତ ପୌର ଭୋଟ୍‌ ନ ହେବା କାରଣରୁ ତାଙ୍କ ନେତୃତ୍ୱରେ ଶାସକ ଦଳର ସବୁ କାର୍ଯ୍ୟ ଏହି ଆସନରେ ହେଉଥିଲା। ହେଲେ ଚଳିତଥର ଏହି ଓ୍ବାର୍ଡଟି ମହିଳା ଏସ୍‌ସିଙ୍କ ପାଇଁ ସଂରକ୍ଷଣ ହୋଇଯିବା ପରେ ଏହାର ପାଖ ଆସନ ୩୬ ନମ୍ବର ଓ୍ବାର୍ଡରୁ ଦେବାଶିଷ ନିର୍ବାଚନ ଲଢିବେ ବୋଲି ତାଙ୍କୁ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରତିଶ୍ରୁତି ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଏହି ଆସନରୁ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବା ପାଇଁ ବିଧାୟକ ଅନନ୍ତ ଯୋଜନା କରିଥିଲେ। ତେଣୁ ଦେବାଶିଷ ତାଙ୍କ ସ୍ତ୍ରୀ ସୁମିତାଙ୍କୁ ୩୫ ନଂ. ଓ୍ବାର୍ଡରେ ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡ଼ା କରାଇଛନ୍ତି। ମିଳିଥିବା ସୂଚନା ମୁତାବକ, ଦେବାଶିଷ ଦଳର ଅନ୍ୟ କେତେଜଣ ରାଜ୍ୟସ୍ତରୀୟ ନେତାଙ୍କ ସହ ଭଲ ସମ୍ପର୍କ ରଖିଥିବା କାରଣରୁ ତାଙ୍କ ଟିକେଟ କାଟିବାକୁ ବିଧାୟକ ଚିନ୍ତା କରିଥିବା ଦଳୀୟ ମହଲରେ ଆଲୋଚନା ଜୋର୍‌ ଧରିଛି। ଦେବାଶିଷ ଓ ତାଙ୍କ ସ୍ତ୍ରୀ ବସ୍ତିର ଲୋକଙ୍କ ପାଖକୁ ଯାଇ ଦଳ ତାଙ୍କ ସହ କରିଥିବା ଅନ୍ୟାୟ ବିଷୟରେ କହି ଭୋଟ୍‌ ଭିକ୍ଷା କରୁଛନ୍ତି। ସେପଟେ ବସ୍ତିର ଜଣେ ଭୋଟର୍‌ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଶାସକ ଦଳ ସପକ୍ଷରେ ଭୋଟ ନ ଦେଲେ ବସ୍ତି ଉଚ୍ଛେଦ ପାଇଁ ତାଙ୍କ ଉପରେ ଚାପ ପକାଯାଉଛି। ଏନେଇ ସ୍ବାଧୀନ ପ୍ରାର୍ଥୀ ସୁମିତା ସିଟ୍‌ କହିଛନ୍ତି, ତାଙ୍କ ସ୍ବାମୀ ଲୋକଙ୍କ ସାଙ୍ଗରେ ଦୀର୍ଘଦିନ ଧରି ଥିବାରୁ ଲୋକମାନେ ନିଶ୍ଚିତ ତାଙ୍କୁ ଭୋଟ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?