ଭାଙ୍ଗିଲା ହଲିଉଡ-ବଲିଉଡ ରେକର୍ଡ: ଅଲୁ ଅର୍ଜୁନଙ୍କୁ ମିଳିଲା ସର୍ବାଧିକ ପାରିଶ୍ରମ

ମୁମ୍ବାଇ: ସାଉଥ ମେଗାଷ୍ଟାର ଅଲୁ ଅର୍ଜୁନ ପୁଣିଥରେ ସିନେମାଘରେ ନିଆଁ ଲଗାଇଛନ୍ତି। ଗୁରୁବାର ବହୁ ପ୍ରତିକ୍ଷିତ ଫିଲ୍ମ ପୁଷ୍ପା-୨ ରିଲିଜ ହୋଇଛି। ଏହି ଫିଲ୍ମ ସିନେମାଘରକୁ ଆସିବା ପୂର୍ବରୁ ସମଗ୍ର ବିଶ୍ୱରେ ଏହାର ଚର୍ଚ୍ଚା ହେଉଛି। ବର୍ତମାନ ଏହାର ଚାହିଦା ଏପରି ରହିଛି ଯେ, ସମସ୍ତେ ଏହି ଫିଲ୍ମକୁ ଦେଖିବା ପାଇଁ ସିନେମାଘର ମୁହାଁ ହୋଇଛନ୍ତି।

ଫିଲ୍ମରେ ଅଲୁ ଅର୍ଜୁନଙ୍କ ସ୍ବାଗ୍ ଏବଂ ରଶ୍ମିକାଙ୍କ ସହିତ ତାଙ୍କର ଯୋଡ଼ିକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି। ଫିଲ୍ମର ପ୍ରଥମ ପାର୍ଟ ହିଟ୍ ହେବା ପରେ ଏହାର ଦ୍ୱିତୀୟ ପାର୍ଟ ମଧ୍ୟ ସଫଳ ହେବ ବୋଲି ଆଶା କରାଯାଉଛି। ଫିଲ୍ମର ଆଗୁଆ ବୁକିଂ ଏବଂ ପ୍ରଥମ ଦିନର ଆୟକୁ ନଜରରେ ରଖି ସମସ୍ତେ କହୁଛନ୍ତି କି ଏହି ଫିଲ୍ମ ଦକ୍ଷିଣ ଭାରତୀୟ ସିନେମା ସହିତ ବାକି ସମସ୍ତ ଫିଲ୍ମର ରେକର୍ଡ ମଧ୍ୟ ଭାଙ୍ଗିଦେବ।

ଏଭଳି ସ୍ଥିତିରେ ଫିଲ୍ମର ଲିଡ ଷ୍ଟାରକାଷ୍ଟ ମଧ୍ୟ ଅଭିନୟ ପାଇଁ ମୋଟା ଅଙ୍କର ଫିସ ଚାର୍ଜ କରିଛନ୍ତି। ତେବେ ଆସନ୍ତୁ ଜାଣିବା ସୁପରଷ୍ଟାର ଅଲୁ ଅର୍ଜୁନ, ରଶ୍ମୀକା ମାନ୍ଧାନ ଏବଂ ଫହାଦ ଫସିଲଙ୍କୁ କେତେ ଟଙ୍କା ମିଳିଛି। ଅଲୁ ଅର୍ଜୁନଙ୍କ ପ୍ରଶଂସକ ସବୁଆଡେ ରହିଛନ୍ତି, ଆଉ ଏକଥା ସେ ବହୁତ ଭଲସେ ଅବଗତ। ଲୋକମାନେ ତାଙ୍କ ପସନ୍ଦର ଅଭିନେତାଙ୍କ ଟିକିଏ ଝଲକ ଦେଖିବାକୁ ସିନେମାଘରରେ ପହଞ୍ଚିଯାଇଥାନ୍ତି। ଏଭଳି କ୍ଷେତ୍ରରେ ଅଭିନେତାଙ୍କୁ ଫିଲ୍ମର ନିର୍ମାତାଙ୍କ ନିକଟରୁ ବହୁତ ମୋଟା ଅଙ୍କର ପାରିଶ୍ରମିକ ମିଳିଛି।

ରିପୋର୍ଟ ଅନୁଯାୟୀ ଅଲୁ ଅର୍ଜୁନଙ୍କୁ ଏହି ଫିଲ୍ମ ପାଇଁ ୩୦୦ କୋଟି ଟଙ୍କା ମିଳିଛି, ଯାହା କୌଣସି ବି ବଡ ଫିଲ୍ମର ବଜେଟ ପରି ଅଟେ। ଅଲୁଙ୍କ ନାଁ ସେହି ତାଲିକାରେ ଆସେ ଯେଉଁଥିରେ ବିଶ୍ୱର ସମସ୍ତ ବଡ ଷ୍ଟାରଙ୍କ ନା ରହିଥାଏ।

ଅନ୍ୟପରେ ଫିଲ୍ମର ମୁଖ୍ୟ ନାୟିକା ରଶ୍ମୀକାଙ୍କୁ ୧୦ କୋଟି ଟଙ୍କା ମିଳିଛି। ତାଙ୍କୁ ପ୍ରାୟ ୮ କୋଟି ପାରିଶ୍ରମିକ ଭାବେ ଦିଆଯାଇଛି। ବିଶେଷଜ୍ଞଙ୍କ ଅନୁମାନ ମୁତାବକ ଅଲୁ ଅର୍ଜୁନଙ୍କ ଏହି ଫିଲ୍ମ ପ୍ରଥମ ଦିନରେ ୧୦୦ କୋଟିରୁ ଅଧିକ ଟଙ୍କାର ଆୟ କରିପାରେ। ତେଣୁ ଏହା ଦେଖିବାଯୋଗ୍ୟ ହେବ କି ଫିଲ୍ମ କେତେ ଟଙ୍କା ଏ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ‘ଏମର୍ଜେନ୍ସି’ ରିଲିଜ୍‌ ଉପରେ କଟକଣା ଲଗାଇଲା ବାଂଲାଦେଶ

ଢାକା,୧୫ା୧: ଆସନ୍ତା ୧୭ରେ ରିଲିଜ୍‌ ହେବାକୁ ଯାଉଛି ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ଫିଲ୍ମ ‘ଏମର୍ଜେନ୍ସି’। ତେବେ ଫିଲ୍ମର ରିଲିଜ୍‌ ଉପରେ ବାଂଲାଦେଶ କଟକଣା ଲଗାଇଛି। ବର୍ତ୍ତମାନ...

ଏକଦା ଦିନକୁ ଓଳିଏ ଖାଇ ରହୁଥିଲେ,ଏବେ ୧୦୦ କୋଟି ସମ୍ପତ୍ତିର ମାଲିକାଣୀ; ବଡ଼ ବଡ଼ ହିରୋଇନଙ୍କୁ ପଛରେ ପକାଇବେ ଏହି ସାଉଥ୍‌ ଅଭିନେତ୍ରୀ

ସାମନ୍ଥା ରୁଥ୍‌ ପ୍ରଭୁ । ଦକ୍ଷିଣ ସିନେମାର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ଯାହାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଏଯାଏ ସେ ବଲିଉଡରେ କାମ କରିନାହାନ୍ତି...

ଏକାଠି କ୍ରିତି, କବୀର

ମୁମ୍ବାଇ: ଅଭିନେତ୍ରୀ କ୍ରିତି ସାନୋନ୍‌ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି। କୋଟିପତି ବ୍ୟବସାୟୀ କବୀର ବାହିଆଙ୍କୁ କ୍ରିତି ଡେଟ୍‌...

ସାରା ଓଡ଼ିଶାରେ ଶୁଭୁଛି chi chi chi re nani chi, ରହସ୍ୟ ଜାଣି ହେବେ ତାଜୁବ!

ଭୁବନେଶ୍ୱର,୧୩।୧: ଛି ଛି ଛିରେ ନନୀ ଛି ଛି’…ଏବେ ଯେଉଁଠି ଶୁଣିବ ସେଇଠି ଶୁଭୁଛି ଏଇ ଗୀତ। ପିଲାଠୁ ବୁଢା ଯାଏ ସବୁଠି ଧନକେ ଦେଖିଲୁ...

ଜିମ୍‌ରେ ରଶ୍ମିକା ଆହତ

ବେଙ୍ଗାଲୁରୁ: ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଗୋଡ଼ରେ ଆଘାତ ଲାଗିଛି। ସେ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରି ୪ଟି ଫଟୋ ଶେୟାର କରିବା ସହ ଏହି ସୂଚନା ଦେଇଛନ୍ତି।...

୪୫ ବର୍ଷ ବୟସରେ ଲୁଚାଛପାରେ ବିବାହ କଲେ ପ୍ରଭାସ !

ହାଇଦ୍ରାବାଦ: ଆଜିକାଲି ବେଶ ଚର୍ଚ୍ଚାରେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ପ୍ରଭାସ। ସୋସିଆଲ ମିଡିଆରେ ଏବେ ପ୍ରଭାସ ଲୁଚାଛପାରେ ବିବାହ କରିଦେବା ଖବର ଭାଇରାଲ ହେଉଛି। ନିକଟରେ...

‘ଫତେହ’କୁ ପଛରେ ପକାଇଲା ‘ଗେମ୍‌ ଚେଞ୍ଜର’

ମୁମ୍ବାଇ: ଅଭିନେତା ସୋନୁ ସୁଦଙ୍କ ‘ଫତେହ’ ଓ ସାଉଥ୍‌ ସୁପରଷ୍ଟାର ରାମ ଚରଣଙ୍କ ‘ଗେମ୍‌ ଚେଞ୍ଜର’ ଶୁକ୍ରବାର ଏକସଙ୍ଗେ ବକ୍ସ ଅଫିସରେ ରିଲିଜ୍‌ ହୋଇଥିଲା। ତେବେ ରିଲିଜ୍‌...

ହୃଦଘାତ ନୁହେଁ, ଟିକୁ ତଲସାନିଆଙ୍କର ହୋଇଛି ବ୍ରେନ୍‌ ଷ୍ଟ୍ରୋକ୍‌; ଚିନ୍ତାରେ ପ୍ରଶଂସକ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଅଭିନେତା ଟିକୁ ତଲସାନିଆ ଅସୁସ୍ଥ। ବ୍ରେନ୍‌ ଷ୍ଟ୍ରୋକ୍‌ ହେବା ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତତ କରାଯାଇଛି। ଶନିବାର ସକାଳେ ଅଭିନେତାଙ୍କୁ ହୃଦଘାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri