Posted inଖେଳ

ସନରାଇଜର୍ସର ରେକର୍ଡ ସ୍କୋର

ବେଙ୍ଗାଲୁରୁ,୧୬ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବିପକ୍ଷରେ ଦ୍ରୁତ ଶତକ ହାସଲ କରିଛନ୍ତି ସନରାଇଜର୍ସ ହାଇଦ୍ରାବାଦର ଟ୍ରାଭିସ୍‌ ହେଡ୍‌। ନିର୍ଦ୍ଧାରିତ ଓଭରରେ ୩ ଉଇକେଟରେ ୨୮୭ ରନ୍‌ କରିବା ସହ ଆଇପିଏଲ ଇତିହାସର ସର୍ବାଧିକ ସ୍କୋର ରେକର୍ଡ କରିଛି ହାଇଦ୍ରାବାଦ। ପୂର୍ବରୁ ଚଳିତ ସିଜନରେ ହିଁ ୨୭୭ ରନ୍‌ର ସ୍କୋର ନିଜ ନାମରେ କରିଥିଲା ସନରାଇଜର୍ସ। ଜବାବରେ ଖବର ପ୍ରସ୍ତୁତ ବେଳକୁ ଆରସିବି ୧୧ ଓଭରରେ ୫ ଉଇକେଟ ହରାଇ ୧୨୭ ରନ୍‌ କରିଛି।
ଟସ୍‌ ହାରି ଆରସିବି ଅଧିନାୟକ ଫାଫ୍‌ ଡୁପ୍ଲେସି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମ ୩ ଓଭର ହାଇଦ୍ରାବାଦର ଦୁଇ ଓପନର ଅଭିଷେକ ଶର୍ମା(୩୪) ଓ ଟ୍ରାଭିସ୍‌ ହେଡ୍‌ (୧୦୨) ସାମାନ୍ୟ ଧୀମା ବ୍ୟାଟିଂ କରିଥିଲେ। ତେବେ ଚତୁର୍ଥ ଓଭରରୁ ଆକ୍ରମଣ ଆରମ୍ଭ କରିବା ସହ ପାଓ୍ବାର ପ୍ଲେ ଓଭରରେ ବିନା କ୍ଷତିରେ ୭୬ ରନ୍‌ କରିଥିଲେ। ନବମ ଓଭରରେ ଦଳୀୟ ସ୍କୋର ୧୦୮ରେ ପ୍ୟାଭିଲିୟନ୍‌ ଫେରିଥିଲେ ଅଭିଷେକ। ୨୨ ବଲ୍‌ ଖେଳି ସେ ୨ଟି ଲେଖାଏ ଛକା ଓ ଚୌକା ମାରିଥିଲେ। ହେନରିଚ୍‌ କ୍ଲାସେନ୍‌ଙ୍କୁ ହାଇଦ୍ରାବାଦ ତୃତୀୟ ସ୍ଥାନରେ ବ୍ୟାଟିଂ ପଦୋନ୍ନତି ଦେଇଥିଲା। ପରବର୍ତ୍ତୀ ୪ ଓଭରରେ କ୍ଲାସେନ୍‌ ଓ ହେଡ୍‌ ମିଶି ୫୭ ରନ୍‌ ଯୋଡିଥିଲେ। ଶତକ ପୂରଣ କରିବାରେ ଠିକ୍‌ ପରେ ହେଡ୍‌ ପ୍ୟାଭିଲିୟନ ଫେରିଥିଲେ। ସେ ୪୧ ବଲ୍‌ ଖେଳି ୯ ଚୌକା ଓ ୮ ଛକା ସହ ୧୦୨ ରନ୍‌ କରି ଆଉଟ ହୋଇଥିଲେ। ହେଡ୍‌ଙ୍କ ଉଇକେଟ ପତନ ପରେ କମାଣ ସମ୍ଭାଳିଥିଲେ କ୍ଲାସେନ୍‌। ୩୧ ବଲ୍‌ ଖେଳି ବିସ୍ଫୋରକ ୬୭ ରନ୍‌ କରି ଏଡେନ୍‌ ମାରକ୍ରମଙ୍କ ସହ ସେ ୬୬ ରନ୍‌ ଯୋଡିଥିଲେ। କ୍ଲାସେନଙ୍କ ଇନିଂସରେ ୨ ଚୌକା ଓ ୭ ଛକା ସାମିଲ ଥିଲା। ୧୭ ତମ ଓଭରର ଅନ୍ତିମ ବଲ୍‌ରେ କ୍ଲାସେନ୍‌ ଆଉଟ ହୋଇଥିଲେ। ଅନ୍ତିମ ୩ ଓଭରରେ ମାରକ୍ରମ(୩୨*) ଓ ଅବଦୁଲ ସମଦ(୩୭*) ଚତୁର୍ଥ ଉଇକେଟରେ ଅବିଭାଜିତ ୫୬ ରନ୍‌ ଯୋଡିଥିଲେ। ମାରକ୍ରମ ୧୭ ବଲ୍‌ ଖେଳି ୨ଟି ଲେଖାଏ ଛକା ଓ ଚୌକା ମାରିଥିଲେ। ଅନ୍ୟ ପକ୍ଷରେ ୧୦ ବଲ ଖେଳିଥିବା ସମଦ ୪ ଚୌକା ଓ ୩ ଛକା ମାରି ଅପରାଜିତ ରହିଥିଲେ। ଆରସିବି ପକ୍ଷରୁ ଲୋକି ଫର୍ଗୁସନ ୨ ଓ ରିସି ଟପ୍‌ଲେ ୧ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୨୮୭/୩ (ଟ୍ରାଭିସ ହେଡ୍‌-୧୦୨, ହେନରିଚ୍‌ କ୍ଲାସେନ୍‌-୬୭, ଅବଦୁଲ ସମଦ-୩୭*, ଲୋକି ଫର୍ଗୁସନ-୨/୫୨, ରିସି ଟପ୍‌ଲେ-୧/୬୮)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଭାରତ-ଶ୍ରୀଲଙ୍କା ମ୍ୟାଚ୍‌

ପାଲିକେଲ, ୨୭।୭: ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ସୀମିତ ଓଭର ସିରିଜ ଶନିବାରଠାରୁ ଆରମ୍ଭ ହେବ। ଭ୍ରମଣକାରୀ ଦଳ ନୂଆ କୋଚ୍‌ ଗୌତମ ଗମ୍ଭୀର...

୫୮ ବର୍ଷରେ ଅଲିମ୍ପିକ୍ସ ଡେବ୍ୟୁ କଲେ ଏହି ଖେଳାଳି

ସାଣ୍ଟିଆଗୋ,୨୬ା୭: ଚିଲିର ଟେବୁଲ ଟେନିସ୍‌ ଖେଳାଳି ଝେଙ୍ଗ ଝିୟିଙ୍ଗ ୫୮ ବର୍ଷ ବୟସରେ ଅଲିମ୍ପିକ୍ସ ପଦାର୍ପଣ କରିବାକୁ ଯାଉଛନ୍ତି। ଚାଇନାରେ ଜନ୍ମ ନେଇଥିବା ଏହି ଖେଳାଳି...

ଆଜି ନ୍ୟୁଜିଲାଣ୍ଡ ବିପକ୍ଷରୁ ଭାରତର ଅଭିଯାନ ଆରମ୍ଭ

ପ୍ୟାରିସ, ୨୭।୭ : ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଅଭିଯାନ ଶନିବାର ଆରମ୍ଭ ହେବ। ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ...

୧୭ ଶୁଟରଙ୍କ ପଦାର୍ପଣ

ପ୍ୟାରିସ୍‌,୨୭।୭: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇସାରିଥିବା ବେଳେ ଶନିବାର ଭାରତୀୟ ଶୁଟିଂ ଦଳ ଏହାର ଅଭିଯାନ ଆରମ୍ଭ କରିବ। ଭାରତ ଅଲିମ୍ପିକ୍ସରେ ସମୁଦାୟ ୩୫ଟି...

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ…

ନୂଆଦିଲ୍ଲୀ,୨୬।୭: ଭାରତୀୟ କ୍ରିକେଟ ଟିମ୍‌ର ୨୪ ବର୍ଷୀୟ ଓପନର ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଦିନିକିଆ ଏବଂ ଟି୨୦ରେ ଭାରତର ଉପଅଧିନାୟକ...

ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ

ଦାମ୍ବୁଲା,୨୬ା୭: ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି ଗତଥରର ଚାମ୍ପିୟନ ଭାରତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ...

‘କ୍ରିକେଟ କେବଳ ଏକ ଖେଳ, ଜୀବନ ନୁହେଁ…’ ଅଧିନାୟକ ହେବା ପରେ…

ନୂଆଦିଲ୍ଲୀ,୨୬।୭:ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍‌ ପ୍ରଥମ ମ୍ୟାଚ୍‌ ଜୁଲାଇ ୨୭,୨୦୨୪ରୁ ଖେଳିବ। ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟି୨୦ ଟିମ୍‌ର ନବନିଯୁକ୍ତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

କ୍ୟାପ୍ଟେନ୍‌ଙ୍କ ଆଗରେ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ହେଲେ ନମ଼୍ବର ୧

ନୂଆଦିଲ୍ଲୀ, ୨୬।୦୭: ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ରେ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ଭାବେ ବ୍ୟଟ୍ସମ୍ୟାନ୍‌ ହରମନ୍‌ପ୍ରୀତ କୌରଙ୍କ ନାମରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri