Posted inଖେଳ

IPL ୨୦୨୭ ପୂର୍ବରୁ ବଡ଼ ଟ୍ରେଡ୍‌ ଚର୍ଚ୍ଚା, ସାମ କରନ୍‌ଙ୍କ ବଦଳରେ ରାଜସ୍ଥାନକୁ ଆସିପାରନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୧୪।୧୧: ଆଇପିଏଲ୍‌ ୨୦୨୭ ପୂର୍ବରୁ ଖେଳାଳି ଅଦଳବଦଳକୁ ନେଇ କ୍ରିକେଟ୍‌ ମହଲରେ ଚର୍ଚ୍ଚା ଜୋର ଧରିଛି । ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ମଧ୍ୟରେ ଏକ ବଡ଼ ଟ୍ରେଡ୍‌ ଡିଲ୍‌ ହେବା ନେଇ ଆଲୋଚନା ଚାଲିଛି । ଏହି ଡିଲ୍‌ରେ ରାଜସ୍ଥାନ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଦଳରେ ସାମିଲ କରିବାକୁ ଆଗ୍ରହୀ ଥିବା ବେଳେ ତାଙ୍କ ବଦଳରେ ଲକ୍ଷ୍ନୌକୁ ସାମ କରନ୍‌ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

କ୍ରିକ୍‌ବଜ୍‌ର ରିପୋର୍ଟ ଅନୁସାରେ, ଏହି ଟ୍ରେଡ୍‌ରେ ଲକ୍ଷ୍ନୌର ବାମହାତୀ ସ୍ପିନର ମନିମାରନ୍‌ ସିଦ୍ଧାର୍ଥଙ୍କ ନାଁ ମଧ୍ୟ ରହିଛି। ଖେଳାଳିମାନଙ୍କୁ ଟ୍ରେଡ୍‌ ସମ୍ପର୍କରେ ଅବଗତ କରାଯାଇଥିବା ଏବଂ ଏନେଇ କାଗଜପତ୍ର କାମ ଚାଲିଥିବା ରିପୋର୍ଟରେ ଦାବି କରାଯାଇଛି।

ଏହି ଟ୍ରେଡ୍‌ ଚର୍ଚ୍ଚା ମଧ୍ୟରେ ରାଜସ୍ଥାନର ଷ୍ଟାର୍‌ ବ୍ୟାଟର ଯଶସ୍ୱୀ ଜୟସ୍ୱାଲଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି। ଯଶସ୍ୱୀଙ୍କୁ ନିଜ ଦଳରେ ସାମିଲ କରିବାକୁ ଲକ୍ଷ୍ନୌ ଆଗ୍ରହ ଦେଖାଉଥିବା କୁହାଯାଉଛି। ତେବେ ରାଜସ୍ଥାନ ଏଥିପାଇଁ ଲକ୍ଷ୍ନୌଠାରୁ ଆଉ ଜଣେ ଭାରତୀୟ ବୋଲରଙ୍କୁ ଦେବାକୁ ଦାବି ରଖିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଏହି ପ୍ରସଙ୍ଗରେ ଦୁଇ ଦଳ ମଧ୍ୟରେ ଏଯାଏଁ ସହମତି ହୋଇନାହିଁ।ଆଇପିଏଲ୍‌ରେ ଯଶସ୍ୱୀଙ୍କ ପ୍ରଦର୍ଶନ ଭଲ ରହିଛି । ସେ ଲକ୍ଷ୍ନୌ ଦଳକୁ ଗଲେ ଦଳକୁ ଜଣେ ଭଲ ଭାରତୀୟ ଓପନର ମିଳିବା ସହ ଅଧିନାୟକତ୍ୱ ପାଇଁ ମଧ୍ୟ ଏକ ବିକଳ୍ପ ମିଳିପାରିବ ବୋଲି ଆଲୋଚନା ହେଉଛି ।

ରାଜସ୍ଥାନ ରୟାଲ୍ସ ପାଇଁ ଦ୍ରୁତ ବୋଲିଂ ବିଭାଗ ଏକ ଚିନ୍ତାର ବିଷୟ ହୋଇରହିଛି । ଦଳରେ ଜୋଫ୍ରା ଆର୍ଚରଙ୍କ ସହ ସନ୍ଦୀପ ଶର୍ମା, ତୁଷାର ଦେଶପାଣ୍ଡେ, କ୍ୱେନା ମାଫାକା ଓ ନାନ୍ଦ୍ରେ ବର୍ଗରଙ୍କ ଭଳି ବୋଲର ଅଛନ୍ତି । ତେବେ ଦଳକୁ ଆହୁରି ଅଭିଜ୍ଞ ଦ୍ରୁତ ବୋଲରଙ୍କ ଆବଶ୍ୟକତା ଥିବାରୁ ଶାମିଙ୍କୁ ନେବାକୁ ରାଜସ୍ଥାନ ଆଗ୍ରହୀ ଥିବା କୁହାଯାଉଛି । ଅନ୍ୟପଟେ, ସାମ କରନ୍‌ ଲକ୍ଷ୍ନୌ ଦଳରେ ସାମିଲ ହେଲେ ଦଳର ଦ୍ରୁତ ବୋଲିଂ ସହ ଅଲ୍‌ରାଉଣ୍ଡର ବିଭାଗ ମଧ୍ୟ ମଜଭୁତ ହୋଇପାରିବ । ସେ ବୋଲିଂ ସହ ବ୍ୟାଟିଂରେ ମଧ୍ୟ ଦଳ ପାଇଁ ଉପଯୋଗୀ ହୋଇପାରିବେ । ତେବେ ଶାମି, ସାମ କରନ୍‌, ମନିମାରନ୍‌ ସିଦ୍ଧାର୍ଥ ଓ ଯଶସ୍ୱୀଙ୍କୁ ନେଇ ଚାଲିଥିବା ଏହି ଟ୍ରେଡ୍‌ ଆଲୋଚନା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଦୁଇ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଏନେଇ ଆନୁଷ୍ଠାନିକ ଘୋଷଣା ହୋଇନାହିଁ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଚାଞ୍ଚଲ୍ୟ: ଟ୍ରାଏଲ୍‌ ରୁମ୍‌ରେ ମହିଳା କର୍ମଚାରୀଙ୍କୁ ଗଳାକାଟି ହତ୍ୟା

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ଏକ ପୋଷାକ ଶୋ’ରୁମ୍‌ରେ କାମ କରୁଥିବା ଜଣେ ୧୮ ବର୍ଷୀୟା କର୍ମଚାରୀଙ୍କୁ ଟ୍ରାଏଲ୍‌ ରୁମ୍‌ରେ ଗଳାକାଟି ହତ୍ୟା କରାଯାଇଛି। ବ୍ୟକ୍ତିଗତ ସମ୍ପର୍କରେ ଫାଟ ଏବଂ…

ଏହି ୪ଟି ରାଶି ପାଇଁ ଆଗକୁ ରହିଛି କଠିନ ସମୟ, ସତର୍କ ନ ରହିଲେ ବଡ଼ ବିପଦ…

୧୬ ନଭେମ୍ବର ୨୦୨୬ରେ ସୂର୍ଯ୍ୟଦେବ ବିଛା ରାଶିକୁ ପ୍ରବେଶ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗୋଚରର ପ୍ରଭାବ କିଛି ରାଶିର ଜାତକଙ୍କ ଜୀବନରେ ପଡ଼ିପାରେ। ବିଶେଷକରି…

ଅତି ଖରାପ ସ୍ଥିତିରେ ଦିଲ୍ଲୀ ବାୟୁ ଗୁଣବତ୍ତା, ଘେରି ରହୁଛି ଧୂଳି, ଧୂଆଁର ଘନ ଆସ୍ତରଣ

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ରବିବାର ସକାଳେ ଅଧିକାଂଶ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ଅତି ଖରାପ ଦର୍ଶାଇଥିବା ବେଳେ ୭ଟିରେ ଗମ୍ଭୀର ସ୍ଥିତି ଦର୍ଶାଇଛି। ମୋଟାମୋଟି…

ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ: ଏକାଠି ହେଲେ କନ୍ଧମାଳ,ଗଜପତିର ଆଦିବାସୀ ସମାଜ

ବ୍ରାହ୍ମଣୀଗାଁ,୧୫।୧୧(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଶିବ ମନ୍ଦିର ପଡ଼ିଆରେ ରବିବାର ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।…

ଗୁଣପୁରରେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ

ଗୁଣପୁର,୧୫।୧୧(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା…

କେରଳ ହାଇକୋର୍ଟଙ୍କ ବଡ଼ ପ୍ରସ୍ତାବ, କିଶୋର ବୟସର ସୀମା ୧୮ରୁ ୧୬ ବର୍ଷକୁ ହ୍ରାସ….

କୋଚି,୧୫ା୧୧: ନାବାଳକ ବୟସ ସୀମାକୁ ନେଇ ବଡ଼ କଥା କହିଛନ୍ତି କେରଳ ହାଇକୋର୍ଟ । ଅପରାଧର ବଦଳୁଥିବା ସ୍ବରୂପ ଏବଂ ପିଲାମାନଙ୍କଠାରେ ଦେଖାଯାଉଥିବା ପରିପକ୍ୱତାକୁ ଦୃଷ୍ଟିରେ ରଖି…

ଠେଙ୍ଗାରେ ଆକ୍ରମଣ କରି ହତ୍ୟା ଉଦ୍ୟମ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୫।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଶ୍ରୀଚନ୍ଦନପୁର ଗ୍ରାମର ବିରୁପାକ୍ଷ ମହାପାତ୍ରଙ୍କୁ ଗ୍ରାମର ହିନ ଗଉଡ଼(୫୦) ଶନିବାର ଅପରାହ୍ନରେ ଏକ ଠେଙ୍ଗାରେ ଆକ୍ରମଣ କରି…

ମାଡ଼ି ଆସୁଛି ବାତ୍ୟା: ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ଆଗୁଆ ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୫।୧୧(ସବିତା ମିଶ୍ର): ପୁଣି ଏକ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୁରୁଷୋତ୍ତମପୁର ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ସହ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?