ବୁଡ଼ିଲା ଡଙ୍ଗା: ୩ ମହିଳାଙ୍କ ସହ ଜଣେ ଶିଶୁ ନିଖୋଜ

କୋରାପୁଟ,୧୩।୪(ସ୍ବ.ପ୍ର.): କୋରାପୁଟ ଜିଲା ସେମିଲିଗୁଡ଼ା ଥାନା ଅଧୀନ ରାଜପୁଟ ପଞ୍ଚାୟତ ପୋଡ଼ଗଡ଼ ଡଙ୍ଗାଘାଟ କୋଲାବ ଜଳଭଣ୍ଡାରରେ ଗୁରୁବାର ଅପରାହ୍ନରେ ଏକ ଅଘଟଣ ଘଟିଛି। ଏକ ଦେଶୀ ଡଙ୍ଗା ବୁଡିଯାଇ ୩ ଜଣ ମହିଳାଙ୍କ ସମେତ ୪ ଜଣ ନିଖୋଜ ହୋଇଯାଇଛନ୍ତି। ଅନ୍ୟପକ୍ଷେ ୪ ଜଣଙ୍କୁ ଉଦ୍ଧାର କରାଯାଇଛି। ନିଖୋଜମାନେ ହେଲେ ସାବିତ୍ରୀ କିରସାନି, ରମା କିରସାନି, ବବିତା ହନ୍ତାଳ ବୋଲି ଜଣାପଡିଥିବା ବେଳେ ଏଥିରେ ଜଣେ ଶିଶୁ ମଧ୍ୟ ରହିଥିବା ଜଣାପଡିଛି। ସେମିଲିଗୁଡା, କୋରାପୁଟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ମିଳିଥିବା ସୂଚନା ମୁତାବକ, ମୁଖିବିଡ଼ାଇ ଏବଂ ତେନ୍ତୁଳିପଦାର ଗ୍ରାମର ୮ଜଣ ଗ୍ରାମବାସୀ ଏକ ଦେଶୀ ଡଙ୍ଗାଯୋଗେ ପୋଡ଼ଗଡ଼ ଘାଟକୁ ଯାଉଥିଲେ। ହେଲେ ବାଟରେ ଡଙ୍ଗା ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା। ସୂଚନା ଯୋଗ୍ୟ, ୨୦ ବର୍ଷ ତଳେ ରାଜପୁଟ ପଞ୍ଚାୟତ ମୁଖିବି ଗ୍ରାମ ନିକଟ କୋଲାବ ଜଳଭଣ୍ଡାରରେ ଏକ ଦେଶୀ ଡଙ୍ଗାବୁଡି ୭ଜଣଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

CBSE Copy Scanning Fees: ଆକାଉଣ୍ଟରୁ ଦୁଇଥର କଟିଛି କି ଟଙ୍କା? ଫେରସ୍ତ ନେଇ ବଡ଼ ଘୋଷଣା କଲା ବୋର୍ଡ

ନୂଆଦିଲ୍ଲୀ,୨୪।୫: ସିବିଏସ୍‌ଇ (CBSE) ଦ୍ୱାଦଶ ଶ୍ରେଣୀ ଖାତା ପୁନଃମୂଲ୍ୟାୟନ (Re-evaluation) ପ୍ରକ୍ରିୟାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆବେଦନ ସମୟରେ ବାରମ୍ବାର ଦେଖାଦେଉଥିବା ବୈଷୟିକ…

ଆଉ ୫ ଦିନ ଜଳାଇବ,ଏଲ୍‌ ନିନୋକୁ ନେଇ IMD ଡିଜି ଦେଲେ ବଡ଼ ସୂଚନା, କହିଲେ ଏଥର…

ଭୁବନେଶ୍ୱର,୨୪ା୫: ରାଜ୍ୟରେ ପ୍ରବଳ ତାତି ଓ ଗୁଳୁଗୁଳିକୁ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ଆଉ ୫…

ଦୂର ହେଲା ଏଲପିଜ-ତୈଳ ସଙ୍କଟ! କିଛି ଘଣ୍ଟା ମଧ୍ୟରେ ହର୍ମୁଜରୁ ଆସିବ ଖୁସି ଖବର…

ନୂଆଦିଲ୍ଲୀ,୨୪।୫: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ନୂଆଦିଲ୍ଲୀରୁ ଭାଷଣ ଦେଇ ସେ ଘୋଷଣା କରିଛନ୍ତି ଯେ…

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କୁ ନୂଆ ଆଇନ ବିଷୟରେ ସଚେତନ

ଭଞ୍ଜନଗର,୨୪ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ରବିବାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଦଦରାଲୁଣ୍ଡାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ନୂଆଡିହି ଗ୍ରାମରେ ଝାଡ଼ାବାନ୍ତି: ୨ ମୃତ, ୩୦ ରୁ ଅଧିକ ଅସୁସ୍ଥ

ହେମଗିର, ୨୪।୫ (ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲାର ହେମଗିର ବ୍ଲକ ଅନ୍ତର୍ଗତ ନୂଆଡିହି ଗ୍ରାମରେ ଝାଡ଼ାବାନ୍ତି ପ୍ରକୋପ ଦେଖାଦେଇଛି। ଗାଁର ୩୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ…

ହିଟ୍‌ ଆଣ୍ଡ ରନ୍‌: ଅଟୋକୁ ଘୋଡ଼ାଡ଼ି ନେଲା ଟ୍ରକ୍‌, ଡ୍ରାଇଭରଙ୍କୁ ଧରି ନିର୍ଧୂମ ଛେଚିଲେ ଲୋକେ

ଭୁବନେଶ୍ୱର,୨୪ା୫: ରାଜଧାନୀରେ ପୁଣି ହିଟ୍‌ ଆଣ୍ଡ୍‌ ରନ୍‌। ଅଟୋକୁ ଘୋଷାଡ଼ି ନେଲା ଟ୍ରକ୍‌। କଟକ-ପୁରୀ ବାଇପାସ୍‌ ରୋଡ୍‌ ପାଣ୍ଡରା ଛକରେ ଏଡଇ ଦୁର୍ଘଟଣା ଘଟିଛି। ଏନଏଚ୍‌ରେ ୫୦ରୁ…

କାଲିଠାରୁ ୯ଦିନ ପ୍ରଚଣ୍ଡ ଖରା; ହେଲେ ୪ ରାଶିଙ୍କ ଉପରେ ହେବ ଧନର ବର୍ଷା…!

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନଙ୍କ ରାଜା ସୂର୍ଯ୍ୟଦେବଙ୍କ ନକ୍ଷତ୍ର ପରିବର୍ତ୍ତନ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣା। ସୂର୍ଯ୍ୟଦେବ ପ୍ରତିମାସରେ ନିଜର ରାଶି ପରିବର୍ତ୍ତନ କରନ୍ତି, ମାତ୍ର…

ନବୀନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ଭାଜପା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, କହିଲେ ମୋ’ ରାଜନୈତିକ ଜୀବନ…

ଭୁବନେଶ୍ୱର,୨୪ା୫: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନୀଳମଣି ରାଉତରାୟଙ୍କ ଜନ୍ମଜୟନ୍ତୀରେ ଯୋଗଦେବାକୁ ଆସୁଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ସମୟରେ ନବୀନଙ୍କ ପାଦ ଛୁଇଁ ଆଶୀର୍ବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri