ଘରକୁ ଫେରିବା ପରେ ଏଭଳି ଟୁଇଟ୍‌ କଲେ ସୁନୀଲ

ବମ୍ବେ: ଅଭିନେତା ତଥା କମେଡିଆନ୍‌ ସୁନୀଲ ଗ୍ରୋଭର ନିକଟରେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କର ହାର୍ଟ ସର୍ଜରୀ କରାଯାଇଥିଲା। ଏବେ ସେ ଘରକୁ ଫେରିଥିବା ବେଳେ ନିଜର ସ୍ବାସ୍ଥ୍ୟାବସ୍ଥା ନେଇ ପ୍ରଶଂସକଙ୍କୁ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ନିଜସ୍ବ ଶୈଳୀରେ ସୁନିଲ ଧନ୍ୟବାଦ ଜଣାଇ ଲେଖିଛନ୍ତି, ‘ଭାଇ ଚିକିତ୍ସା ଠିକ୍‌ଠାକ୍‌ ହୋଇଯାଇଛି, ଏବେ ଧିରେଧିରେ ସୁସ୍ଥ ହେଉଛି। ସମସ୍ତଙ୍କ ପ୍ରାର୍ଥନା ପାଇଁ, ନତମସ୍ତକ ହେଉଛି ମୋର ଫିଲିଂ।’ ଏହି ପୋଷ୍ଟ ପରେ ଫ୍ୟାନ୍‌ମାନେ ତାଙ୍କ ଉପରେ ପ୍ରତିକ୍ରିୟା ଦେଇ ଆରୋଗ୍ୟ କାମନା କରୁଛନ୍ତି।

ଛାତିରେ ଯନ୍ତ୍ରଣା ହେବା ଯୋଗୁ ସୁନୀଲଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିଛି ପରୀକ୍ଷା ପରେ ତାଙ୍କୁ ହୃଦ୍‌ଘାତ ହୋଇଥିବା ଜଣାପଡ଼ିଥିଲା। ପରେ ବ୍ଲକେଜ୍‌ ସମସ୍ୟା ଯୋଗୁ ସର୍ଜରୀ କରାଯାଇଥିଲା। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ୧୨ ଦିନ ଚିକିତ୍ସା ହେବା ପରେ ସେ ଡିସ୍‌ଚାର୍ଜ ହୋଇଛନ୍ତି। ତାଙ୍କୁ ତିନି ସପ୍ତାହ ଆରାମ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଭେନ୍ଦୁ ସରକାରଙ୍କ ବୁଲଡୋଜର ଆକ୍ସନ, ହାଓଡା ରେଲଓ୍ବେ ଷ୍ଟେଶନ ବାହାରୁ ହଟାଇଲେ…

କୋଲକାତା,୧୭।୫: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ଶୁଭେନ୍ଦୁ ଅଧିକାରୀ ‘ଆକ୍ସନ ମୋଡ’ ରେ ଥିବା ଦେଖାଯାଉଛି। ସମଗ୍ର ବଙ୍ଗଳାରେ ଅରାଜକତା ବିରୁଦ୍ଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ…

ଠିକାଦାରଠାରୁ ଆଖିବୁଜା ଲାଞ୍ଚ ନେଇ ରେଡ୍‌ ହ୍ୟାଣ୍ଡ୍‌ରେ ଧରାପଡ଼ିଲେ ଯନ୍ତ୍ରୀ-ସହଯୋଗୀ, ବିଲ୍‌ କରାଇବା ପାଇଁ କହି…

ଖଣ୍ଡପଡ଼ା,୧୭ା୫: ନୟାଗଡ଼ର ଭାପୁର ଆରଡବ୍ଲ୍ୟୁ ସେକ୍ସନ, କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଏବଂ ତାଙ୍କ ସହଯୋଗୀ ଆଶୁତୋଷ ବଳିଆରସିଂଙ୍କୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ନୟାଗଡ଼…

କଙ୍ଗୋ-ଉଗାଣ୍ଡାରେ ଇବୋଲା ଭାଇରସ ପ୍ରକୋପ; WHO ଘୋଷଣା କଲା ହେଲଥ ଏମରଜେନ୍ସି

କାମ୍ପାଲା,୧୬।୫: ଦୁଇଟି ଆଫ୍ରିକୀୟ ରାଷ୍ଟ୍ରରେ ଇବୋଲା ଭାଇରସର ପ୍ରକୋପ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଏହାକୁ ଏକ…

କୋଇଲା ବ୍ୟବସାୟୀଙ୍କ ଘର ଉପରକୁ ଗୁଳିମାଡ଼

ସୁନ୍ଦରଗଡ଼, ୧୭।୫ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସହରର ପ୍ରତିଷ୍ଠିତ କୋଇଲା ପରିବହନ ବ୍ୟବସାୟୀ ସଞ୍ଜୟ ନନ୍ଦ (ପିଲୁ)ଙ୍କ ବାସଭବନ ଉପରକୁ ଶନିବାର ବିଳମ୍ବିତ ରାତିରେ ଗୁଳିମାଡ଼…

ହର୍ମୁଜ ସଙ୍କଟ ମଧ୍ୟରେ, ଭାରତ ପାଇଁ ଆସିଲା ଦୁଇଟି ଖରାପ ଖବର, ଯାହା ଗଭୀର ଚିନ୍ତାର କାରଣ

ନୂଆଦିଲ୍ଲୀ,୧୭।୫: ସମଗ୍ର ବିଶ୍ୱ ହର୍ମୁଜ ଷ୍ଟ୍ରେଟ ସଙ୍କଟରୁ ସୃଷ୍ଟି ହୋଇଥିବା ତୈଳ ସଙ୍କଟ ସହିତ ସଂଘର୍ଷ କରୁଛି। ଏହା ମଧ୍ୟରେ, ଦୁଇଟି ଘଟଣା ସାମ୍ନାକୁ ଆସିଛି ଯାହା…

ବାଇକରେ ଆସି ଛେଳି ଗୁହାଳରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଅମରପାଲି, ୧୭।୦୫ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତର ଦୁର୍ଗାଦେବୀପାଲି ଗ୍ରାମରେ ଜଣେ ଚାଷୀଙ୍କ ଛେଳି ଗୁହାଳରେ ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଥିବା…

ରାୟଗଡ଼ା ଲିଙ୍ଗମଝୋଲା ଗାଁରେ ହାତୀ ଉପଦ୍ରବ: ଘର ଭାଙ୍ଗିଲେ, ଲେକେ ଦୌଡ଼ିଲେ

କଲ୍ୟାଣସିଂହପୁର, ୧୭।୫ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ପାର୍ସଲି ପଞ୍ଚାୟତର ଲିଙ୍ଗମଝୋଲା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ରାତି ଅଧରେ ଏକ ୧୦ଟିକିଆ…

ପୁରୀରୁ ଶଶୁର ଘରକୁ ଫେରୁଥିଲେ: ଟ୍ରଲର-କାର ମୁହାଁମୁହିଁ ଧକ୍କା, ୨ ମୃତ ୩ ଗୁରୁତର

ପାପଡ଼ାହାଣ୍ଡି, ୧୭।୫ (ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍ ଜିଟିକିଗୁଡ଼ା ଜାତୀୟ ରାଜପଥ ନିକଟରେ ଏକ ଟ୍ରଲର ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri