ପରଦାରେ ଯୋଡ଼ି ଥିଲା ସୁପରହିଟ୍‌; ହେଲେ ଏହି ସାମାନ୍ୟ କଥାକୁ ନେଇ ଅକ୍ଷୟ କୁମାରଙ୍କ ମୁହଁ ଦେଖିବାକୁ ଚାହୁଁ ନ ଥିଲେ ସୁନିଲ ସେଟ୍ଟୀ…

ବମ୍ବେ: ଏକ ସମୟରେ ପରସ୍ପରର ଭଲ ବନ୍ଧୁ ଥିଲେ ବଲିଉଡ୍‌ ଅଭିନେତା ସୁନିଲ ସେଟ୍ଟୀ-ଅକ୍ଷୟ କୁମାର। ପରଦାରେ ଉଭୟଙ୍କ ଯୋଡ଼ି ସୁପରହିଟ୍‌ ହୋଇଥିଲା। ‘ମୋହରା’, ‘ହେରାଫେରି’, ‘ଫିର ହେରା ଫେରି’, ‘ଧଡକନ୍‌’, ‘ଦିବାନେ ହୁଏ ପାଗଲ’, ‘ସପୁତ’ ଭଳି ଫିଲ୍ମରେ ଦୁହେଁ ଏକାଠି କାମ କରିଥିଲେ। ସବୁ ଫିଲ୍ମ ବକ୍ସ ଅଫିସରେ ଭଲ ରୋଜଗାର କରିଥିଲା। ହେଲେ ପରବର୍ତ୍ତୀ ସମୟରେ ଭୁଲ ବୁଝାମଣା ଯୋଗୁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା।

୧୯୯୪ରେ ଫିଲ୍ମ ‘ମୋହରା’ରେ ସୁନିଲ ପୋଲିସ ଅଫିସର ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମରେ ଅକ୍ଷୟ ମଧ୍ୟ ଥିଲେ। ଏହା ବକ୍ସଅଫିସରେ ଜବରଦସ୍ତ ହିଟ୍‌ ସାବ୍ୟସ୍ତ ହୋଇଥିଲା। ଏଭଳି ସଫଳତା ପରେ ଦୁହେଁ ଏକାଧିକ ଫିଲ୍ମରେ ନଜର ଆସିଥିଲେ। ୨୦୦୨ରେ ‘ହେରାଫେରି’ରେ ପରେଶ ରାଓ୍ବଲଙ୍କ ସହ ଉଭୟ କଳାକାର ନଜର ଆସିଥିଲେ। ସମସ୍ତଙ୍କର ନିଖୁଣ ଅଭିନୟ ଦର୍ଶକଙ୍କ ମନରେ ଛାପ ଛାଡ଼ିଥିଲା। ହେଲେ ଫିଲ୍ମ ବେଳେ ଉଭୟଙ୍କ ମଧ୍ୟରେ ମତଭେଦର ଖବର ଶୁଣିବାକୁ ମିଳିଥିଲା। ଅକ୍ଷୟ ଫିଲ୍ମରେ ତାଙ୍କ ସିନ୍‌ କାଟି ଦେଇଥିବା ସୁନିଲଙ୍କୁ ଲାଗିଥିଲା। ଏଥିରେ ସେ ଏତେ ଖପ୍ପା ହୋଇଥିଲେ ଯେ ଅକ୍ଷୟଙ୍କୁ ମୁହଁ ଦେଖିବାକୁ ଚାହୁଁ ନ ଥିଲେ।

ଏକ ସାକ୍ଷାତକାରରେ ସୁନିଲ ଅକ୍ଷୟକୁ ଜଣେ ଖରାପ ସହ ଅଭିନେତା ବୋଲି କହିଥିଲେ। ଯେତେବେଳେ ସୁନିଲ ଏଭଳି କହିଥିବା ଅକ୍ଷୟ ଜାଣିଥିଲେ ସେ ତୁରନ୍ତ ଅଭିନେତାଙ୍କୁ ଫୋନ କରିଥିଲେ। ଏହି ସମୟରେ ସେ ତାଙ୍କର କୈାଣସି ଦୃଶ୍ୟ କାଟି ନ ଥିବା ବୁଝାଇଥିଲେ। ସେତେବେଳେ ସୁନିଲ ନିଜର ଭୁଲ ବୁଝିପାରି ଥିଲେ। ଫଳରେ ସେମାନେ ପୂର୍ବଭଳି ବନ୍ଧୁ ହୋଇଥିଲେ। ତେବେ ଆଜି ହେଉଛି ସୁନିଲ ସେଟ୍ଟୀଙ୍କ ହାପି ବର୍ଥ ଡେ। ଏହାକୁ ନେଇ ଅଭିନେତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri