ସାଇଡ୍‌ମରାରୁ ଗଣ୍ଡଗୋଳ, ପାଟି ବନ୍ଦ କରିବାକୁ କହିବାରୁ ହତ୍ୟା

ଭୁବନେଶ୍ୱର,୧୩।୧(ବ୍ୟୁରୋ): ସୁନ୍ଦରପଦାର ଦୀପକ କୁମାର ରାଉତରାୟଙ୍କ ହତ୍ୟା ମାମଲାରେ ଏୟାରଫିଲ୍ଡ ଥାନା ପୋଲିସ ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ଘଟଣାର ରହସ୍ୟ ଉନ୍ମୋଚନ କରିଛିି। ଗାଡି ସାଇଡ୍‌ମରାରୁ ଗଣ୍ଡଗୋଳ ଘଟିଥିବାବେଳେ ପାଟି ବନ୍ଦ କରିବାକୁ କହିବାରୁ ନିରୀହ ଦୀପକଙ୍କୁ ଅଭିଯୁକ୍ତମାନେ ହତ୍ୟା କରିଥିବା କମିଶନରେଟ ପୋଲିସ ସୂଚନା ଦେଇଛି। ଗିରଫ ୨ ଅଭିଯୁକ୍ତ ହେଲେ କପିଳେଶ୍ୱର ଗ୍ରାମର ପ୍ରଭୁପ୍ରସାଦ ମଲିଆ ଓରଫ ରାଜା(୨୮) ଓ ଅଭିଷେକ ମଲିଆ ଓରଫ ତପୁ(୨୧)। ଉଭୟଙ୍କ ଠାରୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ରକୁ ପୋଲିସ ଜବତ କରିଛି। ଅନ୍ୟପକ୍ଷରେ ପୂର୍ବରୁ ଗିରଫ ହୋଇ ରିମାଣ୍ଡରେ ଆସିଥିବା ୩ ଅଭିଯୁକ୍ତ ଦେବୀପ୍ରସାଦ ମଲିଆ ଓରଫ ବିକି, ସୁଜିତ୍‌ ପଣ୍ଡା ଓରଫ ରକି ଓ ଗୁନୁ ମାଲିଆଙ୍କ ୫ ଦିନିଆ ରିମାଣ୍ଡ ଅବଧି ସରିବା ପରେ ବୁଧବାର ଜେଲ୍‌ ଯାଇଛନ୍ତି। ଏହି ମାମଲାରେ ସମ୍ପୃକ୍ତ ରକିଙ୍କ ସମେତ ଅନ୍ୟ ସହଯୋଗୀମାନଙ୍କୁ ଧରିବାକୁ ତଦନ୍ତ ଜାରି ରହିଥିବା ପୋଲିସ କହିଛି।

ସୂଚନା ଅନୁଯାୟୀ, ଗତ ୩୧ ତାରିଖ ରାତିରେ ନୂଆସାହି ହଜ୍‌ ପୋଖରୀ ପାଖରେ ବିଭିନ୍ନ ଗୋଷ୍ଠୀ ଭୋଜିଭାତ କରୁଥିଲେ। ସେଠାରେ ଅଭିଯୁକ୍ତମାନେ ମଧ୍ୟ ଭୋଜି କରୁଥିଲେ। ଏହି ସମୟରେ କପିଳପ୍ରସାଦର ଗୁନୁ ଓ ରକି ସୁନ୍ଦରପଦା ଗୋଷ୍ଠୀ ଭୋଜି କରୁଥିବା ସ୍ଥାନ ଦେଇ ବାଇକ ନେଇ ଯାଇଥିଲେ। ବାଇକ୍‌ ସାଇଡ୍‌ମରାକୁ ନେଇ ସେଠାରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ଉଭୟ ସେଠାରୁ ଚାଲିଆସି ଅନ୍ୟ ସହଯୋଗୀଙ୍କୁ ଜଣାଇଥିଲେ। କିଛି ସମୟ ପରେ ଗୁନୁ, ରକି ଓ ବିକି ସେମାନଙ୍କ ନିକଟକୁ ଯାଇ ଝଗଡା କରିଥିଲେ। ଉଭୟ ଗୋଷ୍ଠୀ ମାରପିଟ ଲାଗିବାରୁ ଏଥିରେ ବିକି ଆହତ ହୋଇଥିଲେ। ପ୍ରତିଶୋଧ ନେବା ପାଇଁ ବିଳମ୍ବିତ ରାତିରେ ୧୦ରୁ ଊର୍ଦ୍ଧ୍ୱ ଯୁବକ ମାରଣାସ୍ତ୍ର ଧରି ସେଠାରେ ପହଞ୍ଚତ୍ଥିଲେ। ଏହା ଦେଖି ସୁନ୍ଦରପଦାର ଯୁବକମାନେ ଭୟରେ ଦୌଡ଼ି ପଳାଇ ଯାଇଥିଲେ। ହେଲେ ଏହି ସମୟରେ ନିକଟସ୍ଥ ଷଣ୍ଢ କ୍ଲବରେ ଶୋଇଥିବା କପିଳପ୍ରସାଦ ଗ୍ରାମର ଦୀପକ ଉଠି ସେମାନଙ୍କୁ ବଡ଼ପାଟି ନ କରି ଚାଲିଯିବାକୁ କହିଥିଲେ। ଏଥିରେ ଅଭିଯୁକ୍ତମାନେ ଉତ୍‌କ୍ଷିପ୍ତ ହୋଇ ଦୀପକଙ୍କୁ ମାରଣାସ୍ତ୍ରରେ ହାଣି ଦେଇଥିଲେ। ସେ ତଳେ ପଡ଼ି ଛଟପଟ ହେଉଥିବାବେଳେ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri