ସାଇଡ୍‌ମରାରୁ ଗଣ୍ଡଗୋଳ, ପାଟି ବନ୍ଦ କରିବାକୁ କହିବାରୁ ହତ୍ୟା

ଭୁବନେଶ୍ୱର,୧୩।୧(ବ୍ୟୁରୋ): ସୁନ୍ଦରପଦାର ଦୀପକ କୁମାର ରାଉତରାୟଙ୍କ ହତ୍ୟା ମାମଲାରେ ଏୟାରଫିଲ୍ଡ ଥାନା ପୋଲିସ ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ଘଟଣାର ରହସ୍ୟ ଉନ୍ମୋଚନ କରିଛିି। ଗାଡି ସାଇଡ୍‌ମରାରୁ ଗଣ୍ଡଗୋଳ ଘଟିଥିବାବେଳେ ପାଟି ବନ୍ଦ କରିବାକୁ କହିବାରୁ ନିରୀହ ଦୀପକଙ୍କୁ ଅଭିଯୁକ୍ତମାନେ ହତ୍ୟା କରିଥିବା କମିଶନରେଟ ପୋଲିସ ସୂଚନା ଦେଇଛି। ଗିରଫ ୨ ଅଭିଯୁକ୍ତ ହେଲେ କପିଳେଶ୍ୱର ଗ୍ରାମର ପ୍ରଭୁପ୍ରସାଦ ମଲିଆ ଓରଫ ରାଜା(୨୮) ଓ ଅଭିଷେକ ମଲିଆ ଓରଫ ତପୁ(୨୧)। ଉଭୟଙ୍କ ଠାରୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ରକୁ ପୋଲିସ ଜବତ କରିଛି। ଅନ୍ୟପକ୍ଷରେ ପୂର୍ବରୁ ଗିରଫ ହୋଇ ରିମାଣ୍ଡରେ ଆସିଥିବା ୩ ଅଭିଯୁକ୍ତ ଦେବୀପ୍ରସାଦ ମଲିଆ ଓରଫ ବିକି, ସୁଜିତ୍‌ ପଣ୍ଡା ଓରଫ ରକି ଓ ଗୁନୁ ମାଲିଆଙ୍କ ୫ ଦିନିଆ ରିମାଣ୍ଡ ଅବଧି ସରିବା ପରେ ବୁଧବାର ଜେଲ୍‌ ଯାଇଛନ୍ତି। ଏହି ମାମଲାରେ ସମ୍ପୃକ୍ତ ରକିଙ୍କ ସମେତ ଅନ୍ୟ ସହଯୋଗୀମାନଙ୍କୁ ଧରିବାକୁ ତଦନ୍ତ ଜାରି ରହିଥିବା ପୋଲିସ କହିଛି।

ସୂଚନା ଅନୁଯାୟୀ, ଗତ ୩୧ ତାରିଖ ରାତିରେ ନୂଆସାହି ହଜ୍‌ ପୋଖରୀ ପାଖରେ ବିଭିନ୍ନ ଗୋଷ୍ଠୀ ଭୋଜିଭାତ କରୁଥିଲେ। ସେଠାରେ ଅଭିଯୁକ୍ତମାନେ ମଧ୍ୟ ଭୋଜି କରୁଥିଲେ। ଏହି ସମୟରେ କପିଳପ୍ରସାଦର ଗୁନୁ ଓ ରକି ସୁନ୍ଦରପଦା ଗୋଷ୍ଠୀ ଭୋଜି କରୁଥିବା ସ୍ଥାନ ଦେଇ ବାଇକ ନେଇ ଯାଇଥିଲେ। ବାଇକ୍‌ ସାଇଡ୍‌ମରାକୁ ନେଇ ସେଠାରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ଉଭୟ ସେଠାରୁ ଚାଲିଆସି ଅନ୍ୟ ସହଯୋଗୀଙ୍କୁ ଜଣାଇଥିଲେ। କିଛି ସମୟ ପରେ ଗୁନୁ, ରକି ଓ ବିକି ସେମାନଙ୍କ ନିକଟକୁ ଯାଇ ଝଗଡା କରିଥିଲେ। ଉଭୟ ଗୋଷ୍ଠୀ ମାରପିଟ ଲାଗିବାରୁ ଏଥିରେ ବିକି ଆହତ ହୋଇଥିଲେ। ପ୍ରତିଶୋଧ ନେବା ପାଇଁ ବିଳମ୍ବିତ ରାତିରେ ୧୦ରୁ ଊର୍ଦ୍ଧ୍ୱ ଯୁବକ ମାରଣାସ୍ତ୍ର ଧରି ସେଠାରେ ପହଞ୍ଚତ୍ଥିଲେ। ଏହା ଦେଖି ସୁନ୍ଦରପଦାର ଯୁବକମାନେ ଭୟରେ ଦୌଡ଼ି ପଳାଇ ଯାଇଥିଲେ। ହେଲେ ଏହି ସମୟରେ ନିକଟସ୍ଥ ଷଣ୍ଢ କ୍ଲବରେ ଶୋଇଥିବା କପିଳପ୍ରସାଦ ଗ୍ରାମର ଦୀପକ ଉଠି ସେମାନଙ୍କୁ ବଡ଼ପାଟି ନ କରି ଚାଲିଯିବାକୁ କହିଥିଲେ। ଏଥିରେ ଅଭିଯୁକ୍ତମାନେ ଉତ୍‌କ୍ଷିପ୍ତ ହୋଇ ଦୀପକଙ୍କୁ ମାରଣାସ୍ତ୍ରରେ ହାଣି ଦେଇଥିଲେ। ସେ ତଳେ ପଡ଼ି ଛଟପଟ ହେଉଥିବାବେଳେ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri