ଦଳୀୟ ପ୍ରାର୍ଥୀଙ୍କୁ ଟକ୍କର ଦେଉଛନ୍ତି ସ୍ବାଧୀନ

ସୁନ୍ଦରଗଡ଼,୨୧।୩(ଡି.ଏନ୍‌.ଏ.): ଚଳିତ ପୌର ନିର୍ବାଚନରେ ସୁନ୍ଦରଗଡ଼ରେ କାହାର ହେବ ବାଜିମାତ। ଚା’ ଖଟି ଠାରୁ ଆରମ୍ଭ କରି ପାନ ଦୋକାନ, ବଜାର, ରାସ୍ତାଘାଟ ସବୁଠି ଏହି ଗୋଟିଏ କଥା। ସୁନ୍ଦରଗଡ଼ ପୌରାଧ୍ୟକ୍ଷ ପଦବୀ ଏଥର ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୩ ପ୍ରମୁଖ ରାଜନୈତିକ ଦଳ ସମେତ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ନିର୍ବାଚନୀ ମଇଦାନରେ ମୋଟ ୫ଜଣ ପ୍ରାର୍ଥୀ ରହିଛନ୍ତି।

ସେହିପରି ୧୯ଟି ଓ୍ବାର୍ଡରେ ମୋଟ ୭୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପୌର ନିର୍ବାଚନ ପାଇଁ ପ୍ରଚାର ଆଉ ମାତ୍ର ୨ ଦିନ ବାକିଥିବା ବେଳେ ପ୍ରାର୍ଥୀଙ୍କ ପ୍ରଚାର ମଧ୍ୟ ଜୋରଦାର ହେଉଛି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ପ୍ରଚାର ଗାଡିରେ ଭୋଟରଙ୍କୁ ମନାଇବା ପାଇଁ ତୁହାକୁ ତୁହା ମନମତାଣିଆ ଗୀତରେ ସହର କମ୍ପିଉଠୁଛି ।

ଦଳୀୟ ନେତା, କର୍ମୀ ଓ ସମର୍ଥକଙ୍କ ସହ ବିଭିନ୍ନ ଓ୍ବାର୍ଡରେ ପ୍ରାର୍ଥୀମାନେ ଘରକୁ ଘର ବୁଲି ଭୋଟଭିକ୍ଷା କରୁଛନ୍ତି। ସବୁ ପ୍ରାର୍ଥୀଙ୍କ ମୁହଁରେ ଓ୍ବାର୍ଡ ସମସ୍ୟାର ସମାଧାନ, ମୌଳିକ ସେବା ପ୍ରଦାନ ଓ ସୁନ୍ଦରଗଡ଼କୁ ଆହୁରି ସୁନ୍ଦର କରିବା ପାଇଁ ବିକାଶର ନାରା ଦେଇ ଭୋଟରଙ୍କ ନିକଟତର ହେଉଛନ୍ତି। ଏଭଳି ସ୍ଥିତିରେ ବିଜେଡି, ଭାଜପା, କଂଗ୍ରେସ ପ୍ରାର୍ଥୀଙ୍କ ତୁଳନାରେ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ପ୍ରଚାରରେ କୌଣସି କ୍ଷେତ୍ରରେ ପଛରେ ନାହାନ୍ତି।

ବିଜେଡିର ପୌରାଧ୍ୟକ୍ଷା ପ୍ରାର୍ଥିନୀ ପୂର୍ବତନ ଉପନଗରପାଳ ରଞ୍ଜନା ପଣ୍ଡା, ଭାଜପାର ତନୟା ମିଶ୍ର, କଂଗ୍ରେସ ତରଫରୁ ପୂର୍ବତନ କାନସିଲର ସସ୍ମିତା ଯୋଶୀ ଏବଂ ସ୍ବାଧୀନ ପ୍ରାର୍ଥତ୍ନୀ ଭାବେ ନିନିମା ପଟେଲ ଓ ପଦ୍ମାଦେବୀ ନିର୍ବାଚନ ଲଢୁଛନ୍ତି।

ସେହିପରି ସ୍ବାଧୀନ ପ୍ରାର୍ଥତ୍ନୀ ନିନିମା ପଟେଲ, ସ୍ବାମୀ ପୂର୍ବତନ କାଉନସିଲର ଡା. ହିମାଂଶୁ ଶେଖର ଷଡଙ୍ଗୀ ସମର୍ଥକଙ୍କ ସହ ମାରାଥନ ପ୍ରଚାର କରି ଦଳୀୟ ପ୍ରାର୍ଥତ୍ନୀଙ୍କୁ କଡାଟକ୍କର ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଭିଜିଲାନ୍ସ ଜାଲରେ ଆନନ୍ଦପୁର ସମବାୟ ସମିତିର ନିଲମ୍ବିତ ସମ୍ପାଦକ: ୨୧ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତର ଆନନ୍ଦପୁର ସେବା ସମବାୟ ସମିତିରେ ହୋଇଥିବା ବ୍ୟାପକ ଦୁର୍ନୀତି ଏବଂ ଅର୍ଥ ହେରଫେର…

ବାଙ୍କୀରେ ୧୬୩ ଧାରା ଉଲ୍ଲଂଘନ: ଭାଜପା-ବିଜେଡି ମୁହାଁମୁହିଁ, ୭ ଦିନିଆ ଚେତାବନୀ: ପ୍ରଶାସନିକ କାର୍ଯ୍ୟାନୁଷ୍ଠାନକୁ ନେଇ

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ଏବଂ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବିଏନ୍‌ଏସ୍‌ର ୧୬୩ ଧାରା ଜାରି ହୋଇଥିବା ସତ୍ତ୍ବେ ଦୁଇ ପ୍ରମୁଖ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ତିନିଦିନିଆ ଲକ୍ଷପତି ଦିଦି କର୍ମଶାଳା-ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଗଞ୍ଜାମ, ୧୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପରିସରରେ ସମନ୍ୱିତ ଶିଶୁ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ତିନିଦିନିଆ ଲକ୍ଷପତି ଦିଦି କର୍ମଶାଳା ଏବଂ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ମଙ୍ଗଳବାର…

ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଘଟିଥିଲା ସବର୍ଣ୍ଣ-ଅସବର୍ଣ୍ଣ ସଂଘର୍ଷ: ବର୍ଷେ ପରେ ୩ ଅଭିଯୁକ୍ତ ଗଲେ ଜେଲ 

ଦିଗପହଣ୍ଡି, ୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଗତ ବର୍ଷ ଘଟିଥିବା ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ସଂଘର୍ଷ ଏବଂ ହତ୍ୟା ଉଦ୍ୟମ ମାମଲାରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri