ସୁମିତଙ୍କ ପରିବାରର ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ନିର୍ଦ୍ଦେଶ

ଭୁବନେଶ୍ୱର,୨୫।୧୨(ବ୍ୟୁରୋ): ବହୁଚର୍ଚ୍ଚିତ ବ୍ରହ୍ମପୁର ତପସ୍ବିନୀ-ସୁମିତ ମାମଲାରେ ଶୁକ୍ରବାର ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ହସ୍ତକ୍ଷେପ କରିଛନ୍ତି। ତପସ୍ବିନୀ ଶାଶୁଘରେ ରହିବାକୁ ଜିଦ ଧରିବା ଓ ଏନେଇ ତପସ୍ବିନୀଙ୍କ ସପକ୍ଷରେ ମହିଳାମାନେ ଗେଟ୍‌ ଭାଙ୍ଗି ସୁମିତଙ୍କ ଘରେ ପଶିବା ପରେ ତାଙ୍କ ବାପା, ମା’ ଓ ଜେଜେମା’ଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବ୍ରହ୍ମପୁର ଏସ୍‌ପିଙ୍କୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଗତ ୨୦ତାରିଖରେ ମହିଳାମାନେ ଗେଟ ଭାଙ୍ଗି ପଶିବା ଘଟଣାକୁ ନେଇ କାର୍ଯାନୁଷ୍ଠାନ ରିପୋର୍ଟ ଦେବାକୁ ବୈଦ୍ୟନାଥୁର ଥାନା ଅଧିକାରୀଙ୍କୁ କୁହାଯାଇଛି।
ସୂଚନା ଅନୁାୟୀ, ଗତ ଏକ ମାସ ହେବ ତପସ୍ବିନୀ-ସୁମିତଙ୍କ ମଧ୍ୟରେ ବିବାଦ ଲାଗିରହିଛି। ଏହି ମାମଲା ଏବେ କୋର୍ଟରେ ବିଚାରଧୀନ ଥିବାବେଳେ ତପସ୍ବିନୀ ଶାଶୂ ଘରେ ରହିବାକୁ ଜିଦ କରିଆସୁଥିଲେ। କୋର୍ଟ ପରିବାରବର୍ଗଙ୍କ ଠାରୁ ଆଲଗାରେ ଏକଠି ରହି ମାମଲାକୁ ଆପଷ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇ ପ୍ରଥମେ ଗେଷ୍ଟ ହାଉସ୍‌ ଓ ପରେ ଘରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। କ୍ରମେ ସୁମିତ ଘରୁ ଲୁଚି ପଳାଇ ସ୍ବାସ୍ଥ୍ୟବସ୍ଥା ଠିକ ନ ଥିବା ଆଳ ଦେଖାଇ ଆଲଗା ରହିଥିଲେ। ତପସ୍ବିନୀଙ୍କୁ ସୁମିତଙ୍କ ଘରକୁ ପ୍ରବେଶ କରିବାକୁ ଅନୁମତି ମିଳୁନଥିବାରୁ ସେ ଘର ସାମ୍ନାରେ ଧାରଣା ଦେଇଥିଲେ। ତପସ୍ବିନୀଙ୍କ ସପକ୍ଷରେ ଗତ ୨୦ ତାରିଖରେ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ସୁମିତ୍‌ଙ୍କ ଘର ଗେଟ୍‌ ଭାଙ୍ଗି ଭିତରକୁ ପଶିଥିଲେ। ଏହି ଘଟଣାକୁ ନେଇ ସୁମିତଙ୍କ ବାପା ପ୍ରମୋଦ ଥାନାରେ ଅଭିଯୋଗ କରିଛନ୍ତି। ଥାନା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ଓଏଚ୍‌ଆର୍‌ସି ଘଟଣାକୁ ଗୁରୁତର ସହ ନେଇଛନ୍ତି। ଥାନା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବାବେଳେ ଓଏଚ୍‌ଆର୍‌ସି ଘଟଣାକୁ ଗୁରୁତର ସହ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ସିରିଜ୍‌ ଦୁର୍ଘଟଣା

ଭୁବନେଶ୍ୱର,୩ା୩(ବ୍ୟୁରୋ.): ରାଜଧାନୀରେ ଗୁରୁବାର ଘଟିଛି ସିରିଜ୍‌ ଦୁର୍ଘଟଣା। ଜୟଦେବ ବିହାରରୁ ଜାଭିୟର ଛକ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଜଣେ ମଦ୍ୟପ କାର୍‌ ଚାଳକ ଏକାଧିକ...

୬୫ ହଜାରରୁ ଅଧିକ ଭୋଟ୍‌ରେ ଅଳକା ବିଜୟୀ

ଝାରସୁଗୁଡ଼ା ଅଫିସ,୩।୬: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ବାଜିମାତ୍‌ କରିଛି। ଭୋଟ୍‌ ଗଣତିର ୨୦ ରାଉଣ୍ଡ ତଥା ଅନ୍ତିମ ରାଉଣ୍ଡରେ ଭାଜପା ଓ କଂଗ୍ରେସକୁ ପଛରେ ପକାଇ...

ପରୀକ୍ଷା ବନ୍ଦ କଲା ଓପିଏସ୍‌ସି

କଟକ ଅଫିସ,୧୮ା୩: କରୋନା ଯୋଗୁ ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଓପିଏସ୍‌ସି ଆନୁକୂଲ୍ୟରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ସାମୟିକ...

ମରାମତି ହେବ ୭୩୬ ଡ୍ୟାମ୍‌

ଭୁବନେଶ୍ୱର,୩୦ା୧୦(ବ୍ୟୁରୋ):ପୁରୁଣା ଜଳଭଣ୍ଡାରଗୁଡିକର ମରାମତି ହେବ। କେନ୍ଦ୍ର ସରକାର ୧୯ଟି ରାଜ୍ୟର ୭୩୬ ଡ୍ୟାମ୍‌ର ଉନ୍ନତୀକରଣ ଓ ମରାମତି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ଓଡ଼ିଶାର ୩୬ଟି...

ଓଡ଼ିଶା ଛାଡି ବାହାରକୁ କିପରି ଖସିଯାଇଥିଲେ ବିବନ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଗିରଫ ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ମୁହଁ ଖୋଲିଛନ୍ତି। ଓଡ଼ିଶାରୁ ଖସି...

ବିଜେପୁର ଉପନିର୍ବାଚନରେ ଟଙ୍କା ଖର୍ଚ୍ଚ କରିବୁ ନାହିଁ, ଲୋକମତ ସଂଗ୍ରହ କରିବୁ: ନିରଞ୍ଜନ

ଭୁବନେଶ୍ୱର,୨୭।୯(ବ୍ୟୁରୋ): ଆସନ୍ତା ୨୧ରେ ବିଜେପୁର ଉପନିର୍ବାଚନ। ଏଥିରେ ଟଙ୍କା ଖର୍ଚ୍ଚ କରିବୁ ନାହିଁ। କେବଳ ଲୋକମତ ସଂଗ୍ରହ କରିବୁ। ନିରାଡ଼ମ୍ବରରେ ନାମାଙ୍କନ ଦାଖଲ କରିବୁ। ବିଜେଡି...

ଅସ୍ତରଙ୍ଗ ଉପକୂଳ ଲଙ୍ଘିଲା ଅଶାନ୍ତ ସମୁଦ୍ର: ଚାଷଜମିରେ ମାଡ଼ିଲା ଲୁଣା ଜୁଆର, ଗ୍ରାମବାସୀ ଆତଙ୍କିତ

କାକଟପୁର, ୨।୭(ଡି.ଏନ୍‌.ଏ.)-ଲଘୁଚାପ ଏବଂ ଅମାବାସ୍ୟା ତିଥି ପାଇଁ ଅଶାନ୍ତ ହୋଇପଡ଼ିଛି ସମୁଦ୍ର। ମଙ୍ଗଳବାର ମଧ୍ୟାହ୍ନରେ ଅସ୍ତରଙ୍ଗ ଉପକୂଳର ଉଦୟକଣି ଗଁା ନିକଟରେ ଉଚ୍ଚ ଜୁଆର କୂଳ...

ଯୁବତୀଙ୍କୁ ବଳାତ୍କାର ଅଭିଯୋଗ: ଯୁବକ ଗିରଫ

ନୂଆଗାଁ, ୨୩।୨(ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଜିଲା ହାତୀବାରି ଥାନା ଅନ୍ତର୍ଗତ ଝାରବେଡ଼ା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଛି। ଶନିବାର ହାତୀବାରି ଥାନା ପୋଲିସ ଅଭିଯୁକ୍ତ ଯୁବକ...

Advertisement
Archives

Model This Week