Posted inଜାତୀୟ

ନିଜ ପରିବାରକୁ ଚିହ୍ନିବାକୁ ମନା କରିଦେଲେ ସିଦ୍ଧୁ!

ଚଣ୍ଡିଗଡ଼,୨୯ ।୧: ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କ ଏନ୍‌ଆର୍‌ଆଇ ଭଉଣୀ ସୁମନ ତୁର ସିଦ୍ଧୁଙ୍କ ପରିବାର ସଦସ୍ୟଙ୍କର ଏକ ଫଟୋ ଜାରି କରିଛନ୍ତି । ସୂଚନାଯୋଗ୍ୟ, ଚଣ୍ଡିଗଡ଼ରେ ଏକ ଖବରଦାତା ସମ୍ମିଳନୀରେ ସୁମନ ତୁର କହିଥିଲେ ସିଦ୍ଧୁଙ୍କ ବ୍ୟବହାର ଅମାନବୀୟ । ଏହାସହ ତୁର କହିଥିଲେ ସିଦ୍ଧୁ ମିଛ କହିଛନ୍ତି ଯେ ତାଙ୍କ ମାତାପିତା ଆଇନ ଅନୁଯାୟୀ ଅଲଗା ହୋଇଛନ୍ତି । ସିଦ୍ଧୁ ଖୁବ୍ ନିର୍ଦ୍ଦୟ ବୋଲି ତାଙ୍କ ଭଉଣୀ କହିଛନ୍ତି । ଏହାପରେ ନବଜୋତ ସିଂ ସିଦ୍ଧୁ ଓ ତାଙ୍କ ପତ୍ନୀ ନବଜୋତ କୌର ସୁମନ ତୁରଙ୍କୁ ଚିହ୍ନନ୍ତି ନାହିଁ ବୋଲି କହିଥିଲେ । ଏବେ ସୁମନ ତାଙ୍କ ପରିବାରର ଏକ ଫଟୋ ଜାରି କରିଛନ୍ତି ଯେଉଁଥିରେ ସେ ତାଙ୍କ ଭାଇ ସିଦ୍ଧୁଙ୍କସହ ନଜର ଆସିଛନ୍ତି ।
ସୂଚନାଯୋଗ୍ୟ, ଶନିବାର ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ସିଦ୍ଧୁ ପ୍ରାର୍ଥିପତ୍ର ଦାଖଲ କରିବାକୁ ଥିବା ବେଳେ ଏହା ପୂର୍ବରୁ ଅର୍ଥାତ୍ ଶୁକ୍ରବାର ଏହି ଫ୍ୟାମିଲି ଡ୍ରାମା ଆରମ୍ଭ ହୋଇଯାଇଛି । ସୁମନ ଅଭିଯୋଗ କରିଛନ୍ତି କି ୧୯୮୬ରେ ସିଦ୍ଧୁଙ୍କ ପିତା ଭଗବନ୍ତ ସିଦ୍ଧୁଙ୍କ ମୃତ୍ୟୁ ପରେ ନବଜୋତ ସିଂ ସିଦ୍ଧୁ ତାଙ୍କ ମାଆ ଓ ବଡ ଭଉଣୀଙ୍କୁ ଘରୁ ବାହାର କରି ଦେଇଥିଲେ । ହେଲେ ପୁଅର ଇମେଜ ରକ୍ଷା କରିବାକୁ ଯାଇ ସିଦ୍ଧୁଙ୍କ ମାଆ ଦିଲ୍ଲୀ ଚାଲିଯାଇଥିଲେ । ସେଠାରେ ଏଣେତେଣେ ବୁଲିବା ସହ ଶେଷରେ ଦିଲ୍ଲୀ ରେଲୱେ ଷ୍ଟେଶନରେ ଅନାଥ ଭଳି ପଡି ତାଙ୍କର ମୃତ୍ୟୁ ହୋଇଥିଲା । ସିଦ୍ଧୁ ଏସବୁ କାମ କେବଳ ସମ୍ପତି ପାଇଁ କରିଥିବା ସୁମନ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ,ରାଜସ୍ଥାନ, ଛତିଶଗଡ଼ରେ ମୋଦି ମ୍ୟାଜିକ୍‌…

ନୂଆଦିଲ୍ଲୀ,୩।୧୨ : ମଧ୍ୟପ୍ରଦେଶ,ରାଜସ୍ଥାନ, ଛତିଶଗଡ଼ର ବିଧାନସଭା ନିର୍ବାଚନ ଫଳାଫଳରେ ମୋଦି ମ୍ୟାଜିକ୍‌ କାମ ଦେଇଛି। ଭୋଟ ଗଣତିରୁ ଜଣାପଡ଼ିଛି ଭାଜପା ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ...

କେସିଆରଙ୍କ କାରକୁ ରୋକିଲା କଂଗ୍ରେସର ହାତ…

ହାଇଦ୍ରାବାଦ,୩।୧୨ : ତେଲଙ୍ଗାନାର ବିଧାନସଭା ନିର୍ବାଚନ ଫଳାଫଳର ପ୍ରାଥମିକ ଗଣତିରୁ ଜଣାପଡ଼ିଛି କଂଗ୍ରେସ ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତା ଦଖଲ କରିବାରକୁ ଯାଉଛି। ରାଜ୍ୟରେ...

୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ କି ଶିବରାଜ ? ପ୍ରଶ୍ନକୁ ଏଡାଇ ଗଲେ…

ଭୋପାଳ,୩।୧୨ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ଆଗୁଆ ରହିଛି। ମୋଟ ୨୩୦ ଆସନରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୧୬ ରହିଛି। ରାଜ୍ୟରେ...

ତେଲଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ ୨୦୨୩: ବିଧାୟକଙ୍କୁ ସୁରକ୍ଷା ଦେବାକୁ ହାଇଦ୍ରାବାଦରେ ପହଞ୍ଚିଲେ ଡି.କେ ଶିବକୁମାର

ନୂଆଦିଲ୍ଲୀ,୩।୧୨: ତେଲଙ୍ଗାନାରେ ମ୍ୟାଜିକ ନମ୍ବର ଅତିକ୍ରମ କରିବା ପରେ କଂଗ୍ରେସ ନେତା ତଥା କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ୧୦ଜଣ ମନ୍ତ୍ରୀଙ୍କ ସହ ତେଲେଙ୍ଗାନାର ହାଇଦ୍ରାବାଦରେ...

ଭାଜପା ସରକାର ଗଠନ ମୁହାଁ: ମୋଦିଙ୍କୁ ନେଇ ମୁହଁ ଖୋଲିଲେ ଶିବରାଜ…

ଭୋପାଳ,୩।୧୨ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳରେ ପ୍ରାରମ୍ଭିକ ଧାରାରେ ଭାଜପା ବହୁ ଆସନରେ ଆଗୁଆ ରହିଛି। ଏଥି ସହିତ କଂଗ୍ରେସର ଆସନ ସଂଖ୍ୟା ହ୍ରାସ...

ତେଲଙ୍ଗାନାରେ ପ୍ରଥମ ଥର ପାଇଁ କଂଗ୍ରେସ କ୍ଷମତା ଦଖଲ ମୁହାଁ…

ହାଇଦ୍ରାବାଦ,୩।୧୨ : ତେଲଙ୍ଗାନାର ବିଧାନସଭା ନିର୍ବାଚନ ଫଳାଫଳର ପ୍ରାଥମିକ ଗଣତିରୁ ଜଣାପଡ଼ିଛି କଂଗ୍ରେସ ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତା ଦଖଲ କରିବାରକୁ ଯାଉଛି। ତେଲଙ୍ଗାନାରେ...

ବିଧାନସଭା ନିର୍ବାଚନ ଫଳାଫଳ ୨୦୨୩: ତିନି ରାଜ୍ୟରେ ଭାଜପା ଅଗ୍ରଣୀ, ତେଲଙ୍ଗାନାରେ ବିଜୟ ମୁହାଁ କଂଗ୍ରେସ

ନୂଆଦିଲ୍ଲୀ,୨ା୧୨: ମତଦାନ ଗଣନାର ପ୍ରାରମ୍ଭିକ ପର୍ଯ୍ୟାୟ ଫଳାଫଳ ଅନୁଯାୟୀ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଭାଜପା ମ୍ୟାଜିକ ନମ୍ବର ଅତିକ୍ରମ କରି ଅନ୍ୟ ମାନଙ୍କ ଠାରୁ ଆଗରେ...

ଛତିଶଗଡ଼ରେ ଭାଜପା ଆଗୁଆ: ଟପିଲା ମ୍ୟାଜିକ ନମ୍ବର…

ରାୟପୁର,୩।୧୨: ମଧ୍ୟପ୍ରଦେଶ,ରାଜସ୍ଥାନ, ଛତିଶଗଡ଼ ଓ ତେଲଙ୍ଗାନାର ବିଧାନସଭା ନିର୍ବାଚନ ଫଳାଫଳର ଗଣତିରୁ ଜଣାପଡ଼ିଛି ଭାଜପା ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ମ୍ୟାଜିକ୍‌ ନମ୍ବର ଟପିଛି। ମଧ୍ୟପ୍ରଦେଶରେ ମୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri