ସୁକୁମାରଙ୍କ ‘ରଙ୍ଗସ୍ଥଳମ’ର ଆସିବ ହିନ୍ଦୀ ଭର୍ସନ, ଫେବୃୟାରୀରେ ହେବ ରିଲିଜ

ମୁମ୍ବାଇ: ଉତ୍ତର ଭାରତର ଦର୍ଶକଙ୍କ ମନକୁ ଖୁସି କରିବାକୁ ଫିଲ୍ମ ନିର୍ମାତା ‘ରଙ୍ଗସ୍ଥଳମ’ର ହିନ୍ଦୀ ଭର୍ସନ ରିଲିଜ୍ କରିବାକୁ ପ୍ଲାନିଂ କରୁଛନ୍ତି । ୨୦୧୮ରେ ସୁକୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ରାମ ଚରଣ, ସାମନ୍ଥା ରୁଥ ପ୍ରଭୁଙ୍କ ଷ୍ଟାରର ‘ରଙ୍ଗସ୍ଥଳମ’ ଫିଲ୍ମ ତେଲଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠାରୁ ବଡ ସୁପରହିଟ୍ ଫିଲ୍ମ ସାବ୍ୟସ୍ତ ହୋଇଥିଲା । ଏହି ଫିଲ୍ମ ଟଲିଉଡକୁ ନମ୍ବର ୱାନକୁ ନେଇ ଆସିଥିଲା । ଏବେ ଦର୍ଶକେ ତେଲଗୁ ଫିଲ୍ମର ହିନ୍ଦୀ ଭର୍ସନ ଦେଖିବାକୁ ପସନ୍ଦ କରୁଛନ୍ତି । ତେଣୁ ଉତ୍ତର ଭାରତର ଦର୍ଶକଙ୍କ ରୁଚିକୁ ଧ୍ୟାନରେ ରଖି ଏହାର ହିନ୍ଦୀ ଭର୍ସନ ଆଣିବାକୁ ଚିନ୍ତା କରିଛନ୍ତି ମେକର୍ସ । ୨୦୨୨ ଫେବୃୟାରୀରେ ଏହା ରିଲିଜ୍ କରିବାକୁ ଯୋଜନା କରାଯାଇଛି । ଆଲୋଚନା ହେଉଛି କି ଏହି ସମୟ ମଧ୍ୟରେ ବଲିଉଡ୍‌ର କିଛି ଫିଲ୍ମ ରିଲିଜ୍ ହେବାକୁ ନ ଥିବା ବେଳେ ଏମିତି କିଛି ସାଉଥ୍ ମୁଭିର ହିନ୍ଦୀ ରିମେକ କରି ରିଲିଜ୍ କରାଯିବାକୁ ଯୋଜନା କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବୋଲ୍ଡ ଲୁକ୍‌ରେ ନଜର ଆସିଲେ ଏହି ଅଭିନେତ୍ରୀ

ମୁମ୍ବାଇ: କରୋନା ସମୟରେ ସେଲିବ୍ରିଟିଙ୍କ ପାଇଁ ମାଳଦ୍ୱୀପ ସବୁଠୁ ଉତ୍ତମ ସ୍ଥାନ ପାଲଟିଛି। ଗତ ବର୍ଷକ ମଧ୍ୟରେ ଅନେକ ଅଭିନେତ୍ରୀ, ଅଭିନେତା ମାଳଦ୍ୱୀପରେ ଛୁଟି ମନାଇ...

ଭାଇରାଲ ହେଉଛି ଅକ୍ଷରାଙ୍କ ହିନ୍ଦୀ ଗୀତ

ମୁମ୍ବାଇ: ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂଙ୍କ ହିନ୍ଦୀଗୀତ “ମେରି ୱାଫା’ ରିଲିଜ୍ ହୋଇ ଯାଇଛି । ଜଣାଶୁଣା ଫିଲ୍ମ ନିର୍ମାତା ହୈଦର କାଜମୀଙ୍କ ଓଟିଟି ପ୍ଲାଟଫର୍ମ...

ମାତ୍ର ୩୫ ବର୍ଷ ବୟସରେ ଆଖିବୁଜିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ଲୋକପ୍ରିୟ ମାଲାୟଲମ ଅଭିନେତ୍ରୀ ସରନ୍ୟା ଶଶିଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୫ ବର୍ଷ ହୋଇଥିଲା। ସେ ବ୍ରେନ୍‌ ଟ୍ୟୁମରରେ ଆକ୍ରାନ୍ତ ଥିଲେ।...

ଆଉ ନାହାନ୍ତି ବର୍ଷୀୟାନ ଅଭିନେତା ଅଜିତ ଦାସ

ଭୁବନେଶ୍ୱର,୧୩।୯(ବ୍ୟୁରୋ): ୨୦୨୦ କେବଳ ବଲିଉଡ୍‌ ପାଇଁ ନୁହେଁ ବରଂ ଓଲିଉଡ୍‌ ପାଇଁ କଳାବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। କିଛି ଦିନ ପୂର୍ବରୁ ବର୍ଷୀୟାନ୍‌ ଅଭିନେତା...

କପୁର ପରିବାର ପାଇଁ ଅଶୁଭ ଏହି ଦିନ: ହୃଦ୍‌ଘାତରେ ଆଖି ବୁଜିଲେ ରାଜ କୁପରଙ୍କ ପୁଅ

ରାଜ କପୁରଙ୍କ ସାନ ପୁଅ ରାଜୀବ କପୁରଙ୍କର ମଙ୍ଗଳବାର ମୁମ୍ବାଇରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ମୃତ୍ୟୁର କିଛି ସମୟ...

ଫିଲ୍ମ ‘ଦ କଶ୍ମୀର ଫାଇଲ’କୁ ନେଇ ଏମିତି କହିଲେ ହିନା

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ସବୁଆଡେ ଏବେ ଚର୍ଚ୍ଚା ଜୋର ଧରିଛି। ଫିଲ୍ମଟି ରିଲିଜ୍‌ ହେବା ପରେ ଏହାକୁ ଦେଖିବା ପାଇଁ...

ମା’ ହେବାକୁ ଯାଉଛନ୍ତି ନୁଶ୍‌ରତ୍‌! ସ୍ବାମୀ କହିଲେ ଜାଣିନି, ୬ ମାସ ହେବ ମୁଁ ଅଲଗା ରହୁଛି

ତୃଣମୂଳ କଂଗ୍ରେସ ଏମ୍‌ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁଶ୍‌ରତ୍‌ ଜାହାଁ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ଚଳଚ୍ଚିତ୍ରରେ ସଫଳ କ୍ୟାରିୟର, ନିର୍ବାଚନରେ ଜିତିବା ଏବଂ ନିଖିଲ ଜୈନଙ୍କୁ...

ଟଙ୍କା ନେଲେ ନାଚିଲେନି, ଅଭିନେତ୍ରୀଙ୍କ ନାଁରେ ମାମଲା ରୁଜୁ

ହରିୟାଣାର ଗାୟିକା ତଥା ଡ୍ୟାନ୍ସର ସପନା ଚୌଧୁରୀଙ୍କ ନାଁରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିଛି। ଟଙ୍କା ହଡ଼ପ ଅଭିଯୋଗରେ ଏହି ମାମଲା ରୁଜୁ...

Advertisement
Archives

Model This Week