Posted inଜାତୀୟ

ଓଡ଼ିଶାରେ ଆଦିବାସୀ ସଂଗ୍ରହାଳୟ ଲାଗି ସୁଜିତଙ୍କ ଦାବି

ନୂଆଦିଲ୍ଲୀ,୨୬।୩: ଆଦିବାସୀ ସଂଗ୍ରହାଳୟ ସ୍ଥାପନ ଲାଗି ଚୟନ କରାଯାଇଥିବା ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା ନାହିଁ। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିରେ ବିଜେଡି ଏମ୍‌ପି ସୁଜିତ କୁମାର ଶୁକ୍ରବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଲୋକଲୋଚନକୁ ଆସିପାରି ନ ଥିବା ଆଦିବାସୀ ସ୍ବାଧୀନତା ସଂଗ୍ରାମୀମାନଙ୍କ ଉଦ୍ୟମକୁ ସ୍ମରଣୀୟ କରିବା ପାଇଁ ଓଡ଼ିଶାରେ ସଂଗ୍ରହାଳୟ ସ୍ଥାପନ ନିମନ୍ତେ ସୁଜିତ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ରାଜ୍ୟ ସଭାରେ ଶୂନ୍ୟକାଳରେ ବିଜେଡି ଏମ୍‌ପି ଆଦିବାସୀ ମ୍ୟୁଜିୟମ ପ୍ରସଙ୍ଗ ଉଠାଇଥିଲେ। ୧୦ ରାଜ୍ୟରେ ଆଦିବାସୀ ସ୍ବାଧୀନତା ସଂଗ୍ରାମୀ ମ୍ୟୁଜିୟମ ସ୍ଥାପନ ପାଇଁ ଉଦ୍ୟମ ହେଉଥିବାବେଳେ ଓଡ଼ିଶାକୁ ଅଣଦେଖା କରାଯାଇଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ୨୦୧୧ ଜନଗଣନା ଅନୁଯାୟୀ ଓଡ଼ିଶା ଜନସଂଖ୍ୟାର ୨୨.୮ ପ୍ରତିଶତ ଆଦିବାସୀ। ଏଠାରେ ଅନେକ ସ୍ବାଧୀନତା ସଂଗ୍ରାମୀ ରହିଛନ୍ତି। ୧୪.୮% ଆଦିବାସୀ ଥିବା ଗୁଜରାଟକୁ ସଂଗ୍ରହାଳୟ ସ୍ଥାପନ ଲାଗି ଚୟନ କରାଯାଇଥିବାବେଳେ ଓଡ଼ିଶାକୁ ବାଦ୍‌ ଦିଆଯାଇଛି। ଗାଙ୍ଗପୁରରେ ଚାଷୀ ନେତା ନିର୍ମଳ ମୁଣ୍ଡା ଆଦିବାସୀମାନଙ୍କୁ ସଂଗଠିତ କରି ସରକାରଙ୍କୁ ଅତ୍ୟଧିକ ଟିକସ ନ ଦେବାକୁ ପରାମର୍ଶ ଦେଇଥିଲେ। ୧୮୩୬ରେ କନ୍ଧ ବିଦ୍ରୋହର ନେତୃତ୍ୱ ନେଇଥିଲେ କମଳଲୋଚନ ଦୋରା ବେଶୋୟୀ। ବ୍ରିଟିଶ କର୍ତ୍ତୃପକ୍ଷ ଉକ୍ତ ବିଦ୍ରୋହକୁ ଚାପି ଦେବା ସହ ଦୋରାଙ୍କୁ ଗିରଫ କରିବା ସହ ଅନେକ କନ୍ଧ ଗ୍ରାମକୁ ଧ୍ୱଂସ କରିଦେଇଥିଲେ। ହେଲେ ସେମାନେ ବିଦ୍ରୋହକୁ ସମ୍ପୂର୍ଣ୍ଣ ଦମନ କରିପାରି ନ ଥିଲେ ବୋଲି ସୁଜିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରନ୍ତି ଅଭିନନ୍ଦନ

ନୂଆଦିଲ୍ଲୀ,୨୦।୪: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ...

ଚାର୍‌ ଧାମ ପରିଯୋଜନା ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଗୁରୁୁତ୍ୱପୂର୍ଣ୍ଣ, ସୁପ୍ରିମ୍‌କୋର୍ଟଙ୍କୁ କହିଲେ ସରକାର…

ନୂଆଦିଲ୍ଲୀ,୧୦।୧୧: ଦେଶରେ ଜାରି ରହିଥିବା ଚାର୍‌ ଧାମ ପରିଯୋଜନା ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହା ଦେଶ ପାଇଁ ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି କେନ୍ଦ୍ର ସରକାରଙ୍କ...

‘ଭାରତକୁ ତାଲିବାନ୍‌ ହେବାକୁ ଦିଆଯିବନି’

ନୂଆଦିଲ୍ଲୀ, ୨୩ା୯ : ଭାଜପା ଏକ ଜୁମ୍‌ଲା ପାର୍ଟି। କେନ୍ଦ୍ର ସରକାର ଭାରତକୁ ତାଲିବାନ୍‌ରେ ପରିଣତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏହାକୁ ସଫଳ ହେବାକୁ ଦିଆଯିବନାହିଁ...

ମହାରାଷ୍ଟ୍ରକୁ ଅକ୍ସିଜେନ ଯୋଗାଇଲେ ମୁକେଶ ଅମ୍ବାନୀ

ମୁମ୍ବାଇ, ୧୫ା୪- କରୋନା ସହ ଲଢ଼େଇରେ ମହାରାଷ୍ଟ୍ରକୁ ଅକ୍ସିଜେନ ଦରକାର ଥିବାବେଳେ ସାହାଯ୍ୟର ହାତ ବଢ଼ାଇଛନ୍ତି ମୁକେଶ ଅମ୍ବାନୀ। ରିଲାଏନ୍ସ ରିଫାଇନାରିରୁ ଉତ୍ପାଦିତ ଅକ୍ସଜେନକୁ ମହାରାଷ୍ଟ୍ରକୁ...

‘ରାହୁଲ କହିଲେ ବାରାଣସୀରୁ ଲଢ଼ିବି’

ଓ୍ବାୟାନାଡ୍‌,୨୨ା୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଲେ ବାରାଣସୀ ଲୋକ ସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା...

ରକ୍ଷାବନ୍ଧନ ଉପହାର, ମହିଳା ଉଦ୍ୟୋଗୀଙ୍କ ପାଇଁ ୧୬୨୫ କୋଟି ଘୋଷଣା କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୨।୮: ରକ୍ଷାବନ୍ଧନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା ଉଦ୍ୟୋଗୀମାନଙ୍କୁ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆତ୍ମନିର୍ଭରଶୀଳ ନାରୀ-ଶକ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା...

ଭାଜପା ନେତାଙ୍କ ବିବାଦୀୟ ମନ୍ତବ୍ୟ: ମମତା କହିଲେ ପଶ୍ଚିମବଙ୍ଗ ୟୁପି ନୁହେଁ

କୋଲକାତା,୧୪ା୧(ପି.ଟି.): ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରୁଥିବା ସିଏଏ ବିରୋଧୀ ବିକ୍ଷୋଭକାରୀଙ୍କୁ ଗୁଳି କରାଯିବ ବୋଲି ମନ୍ତବ୍ୟ ଦେଇ ପଶ୍ଚିମବଙ୍ଗ ଭାଜପା ସଭାପତି ଦିଲୀପ ଘୋଷ ବିବାଦ...

ଭାରତୀୟ ସେନାର କଡ଼ା ଜବାବ: ୬ ପାକିସ୍ତାନୀ ଫରଓ୍ବାର୍ଡ ପୋଷ୍ଟ ଧ୍ୱଂସ

ଶ୍ରୀନଗର,୨୨।୨: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଲାଗି ରହିଛି। ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ତେବେ ଭାରତୀୟ ସେନା ଏହାର କଡ଼ା...

Advertisement
Archives

Model This Week