‘ବିଜେଡିକୁ ଆସୁଛନ୍ତି ସୁଜାତା’: ଗ୍ରହଣ କରିବେ ନାହିଁ ପଦବୀ, ହେବେ ନାହିଁ ଉତ୍ତରାଧିକାରୀ, ହେଲେ ଏହି…

ଭୁବନେଶ୍ୱର, ୮।୬: ବିଜୁ ଜନତା ଦଳରେ ଖୁବଶୀଘ୍ର ସୁଜାତା ଆର୍‌. ପାଣ୍ଡିଆନ ଯୋଗଦେବେ ବୋଲି ଦଳର ବରିଷ୍ଠ ନେତା ମନ୍ମଥ ରାଉତରାୟ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ସୁଜାତାଙ୍କ ବିଜେଡିରେ ଯୋଗଦାନ ପ୍ରାୟ ନିଶ୍ଚିତ ଏବଂ ଏହା “ଶତ ପ୍ରତିଶତ” ହେବ।

ମନ୍ମଥ ରାଉତରାୟଙ୍କ କହିବା ଅନୁସାରେ, ଦଳର ସମସ୍ତ କର୍ମୀ ଓ ନେତାମାନେ ସୁଜାତାଙ୍କ ଆଗମନକୁ ସ୍ୱାଗତ କରିବାକୁ ଅପେକ୍ଷା କରିଛନ୍ତି। ସେ ଯେତେ ଶୀଘ୍ର ବିଜେଡିରେ ଯୋଗଦେବେ, ଦଳ ସେତେ ଅଧିକ ଖୁସି ହେବୁ। ତାଙ୍କୁ “ରେଡ୍ କାର୍ପେଟ୍” ବିଛାଇ ସ୍ୱାଗତ କରାଯିବ ବୋଲି ମନ୍ମଥ କହିଛନ୍ତି।

ସେ ଆହୁରି ସ୍ପଷ୍ଟ କରିଛନ୍ତି ଯେ, ସୁଜାତା ବିଜେଡିକୁ ଆସିଲେ କୌଣସି ପଦବୀ ଗ୍ରହଣ କରିବେ ନାହିଁ କିମ୍ବା ଦଳର ଉତ୍ତରାଧିକାରୀ ଭାବେ ଆଗକୁ ଆସିବେ ନାହିଁ। ବରଂ ଜଣେ ସାଧାରଣ କର୍ମୀ ଭାବେ ଓଡ଼ିଶାର ବିକାଶ ଏବଂ ଜନସେବା ପାଇଁ କାମ କରିବେ। ସେ ସରକାରକୁ ଦୋହଲାଇ ଦେବେ।

ମନ୍ମଥଙ୍କ ମତରେ, ସୁଜାତାଙ୍କ ଯୋଗଦାନ ଦଳକୁ ନୂଆ ଶକ୍ତି ଦେବ। ତାଙ୍କ ଆଗମନରେ କିଛି ଲୋକ ଅସନ୍ତୁଷ୍ଟ ହୋଇପାରନ୍ତି, କିନ୍ତୁ ବହୁ ସଂଖ୍ୟକ କର୍ମୀ ଓ ସମର୍ଥକଙ୍କ ମନୋବଳ ବୃଦ୍ଧି ପାଇବ। ଏପରିକି ତାଙ୍କର ସକ୍ରିୟ ରାଜନୈତିକ ଭୂମିକା ରାଜ୍ୟ ସରକାରଙ୍କ ପାଇଁ ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ବୋଲି ସେ ମତ ଦେଇଛନ୍ତି।

ସେ କହିଛନ୍ତି ଯେ, ବିଜେଡି ସଭାପତି ନବୀନ ପଟ୍ଟନାୟକ ପୂର୍ବରୁ ସୁଜାତାଙ୍କ ଦଳୀୟ ଯୋଗଦାନ ପ୍ରସ୍ତାବକୁ ସମର୍ଥନ କରିଥିଲେ। ମାତ୍ର ସେତେବେଳେ ସୁଜାତା ନିଜେ ରାଜନୀତିକୁ ଆସିବାକୁ ଆଗ୍ରହୀ ନଥିଲେ। ନକାରାତ୍ମକ ପ୍ରଚାର ଏବଂ ବିଭିନ୍ନ ଚର୍ଚ୍ଚା ଯୋଗୁ ତାଙ୍କ ମନୋବଳ କିଛିଟା ପ୍ରଭାବିତ ହୋଇଥିଲା, ଯାହାଫଳରେ ନିଷ୍ପତ୍ତି ନେବାରେ ବିଳମ୍ବ ହୋଇଥିଲା। ତେବେ ବର୍ତ୍ତମାନ ସେ ଦଳରେ ଯୋଗଦେବାକୁ ରାଜି ହୋଇଥିବା ମନ୍ମଥ  କହିଛନ୍ତି।

ତେବେ ସୁଜାତା ଆର୍‌. ପାଣ୍ଡିଆନଙ୍କ ପକ୍ଷରୁ ଏହି ନେଇ କୌଣସି ଔପଚାରିକ ଘୋଷଣା କିମ୍ବା ପ୍ରତିକ୍ରିୟା ମିଳିନାହିଁ। ତାଙ୍କର ବିଜେଡିରେ ଯୋଗଦାନକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ ଦାବି

ଉମରକୋଟ, ୨୬।୦୭ (ପ୍ରତିନିଧି): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର ବାଟିବେଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀ ହଷ୍ଟେଲ ଛାତ୍ରୀଙ୍କ ସନ୍ଦିଗ୍ଧ ମୃତ୍ୟୁ ଘଟଣାକୁ ନେଇ…

ମୋଦିଙ୍କ ମନ କି ବାତ: କାରଗିଲ ବିଜୟ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୭: ଦେଶର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ, ପ୍ରତି ମାସର ଶେଷ ରବିବାର ସକାଳ ୧୧ ଟାର ବିଶେଷ ଗୁରୁତ୍ୱ ରହିଛି। ଏହାର କାରଣ ହେଉଛି ପ୍ରଧାନମନ୍ତ୍ରୀ…

ଛାତ୍ରମାନଙ୍କୁ ପିଟିବାକୁ କିଏ ଦେଇଥିଲା ନିର୍ଦ୍ଦେଶ? ଅମିତ ଶାହାଙ୍କୁ ଚିଠି ଲେଖି ରାହୁଲ ପଚାରିଲେ ଏମିତି ତୀକ୍ଷ୍ଣ ପ୍ରଶ୍ନ

ନୂଆଦିଲ୍ଲୀ,୨୬ା୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଛାତ୍ର ପ୍ରତିବାଦ ସମ୍ପର୍କରେ ଏକ ଚିଠି ଲେଖିଛନ୍ତି। ସେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଶ୍ନ କରିଛନ୍ତି ଯେ,…

ରାଜଧାନୀରେ ମୁଣ୍ଡବିହୀନ ମୃତଦେହ : ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ

ଭୁବନେଶ୍ୱର, ୨୬।୭: ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ସମ୍ମୁଖ ରାସ୍ତାରୁ ରବିବାର ଭୋର ସମୟରେ ଏକ ମୁଣ୍ଡବିହୀନ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାଟି ଅଞ୍ଚଳରେ…

ସଙ୍ଗୀତ ଶିକ୍ଷାର ମହତ୍ତ୍ୱ , ସଂସ୍କାର ଗଠନରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା…

ଭଞ୍ଜନଗର,୨୬।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଭଞ୍ଜନଗର ସଙ୍କୁଳ ପକ୍ଷରୁ ଆୟୋଜିତ ଦୁଇଦିନିଆ ସଙ୍ଗୀତ କର୍ମଶାଳା ଶନିବାର ଉଦ୍‌ଘାଟିତ ହୋଇଯାଇଛି।…

ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି: କଂଗ୍ରେସ ପକ୍ଷରୁ କୁଶପୁତ୍ତଳିକା ଦାହ

ଭଞ୍ଜନଗର, ୨୬/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସର ପଶ୍ଚିମ ସାଂଗଠନିକ ଜିଲା କମିଟି ପକ୍ଷରୁ ଶନିବାର ସନ୍ଧ୍ୟାରେ ଭଞ୍ଜନଗର ସହରରେ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା।…

ବିଦ୍ୟୁତ କାଟ ଘୋଷଣାର ୬ ଘଣ୍ଟା ପୂର୍ବରୁ ବିଦ୍ୟୁତ ସେବା ଅଚଳ ଅନ୍ଧାରରେ ଦାରିଙ୍ଗବାଡି ଅଞ୍ଚଳ

ଦାରିଙ୍ଗବାଡି, ୨୬/୭ (ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଦୀର୍ଘ ସମୟ ଧରି ବିଦ୍ୟୁତ ସେବା ଠପ୍ ହୋଇଯାଇଛି। ବିଳମ୍ବିତ ରାତିଠାରୁ ଉକ୍ତ ବ୍ଲକରେ…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ମୁହଁ ଖୋଲିଲେ ଅନ୍ନା ହଜାରେ, କିଏ ହାରିଲା…

ନୂଆଦିଲ୍ଲୀ,୨୬ା୭: NEET ପେପର୍‌ ଲିକ୍ ମାମଲାକୁ ନେଇ ସାରା ଦେଶରେ ହୋଇଥିବା ଛାତ୍ର ଆନ୍ଦୋଳନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ସମାଜସେବୀ ଅନ୍ନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri