ଗାଙ୍ଗପୁର,୨୫।୪( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଧରାକୋଟ ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ ଝାଡବନ୍ଧ ପଞ୍ଚାୟତ କଳାସୂତା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଘରେ କେହି ନଥିବାବେଳେ ବେକରେ ରଶି ଲଗାଇ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା କରିଛନ୍ତି। ଋଣ ଭାର ସହିନପାରି ବୃଦ୍ଧ ଦମ୍ପତି ଜଣଙ୍କ ଆତ୍ମହତ୍ୟା କରିଥିବା କୁହାଯାଉଛି । ମୃତ ଦମ୍ପତି ହେଲେ ୬୬ ବର୍ଷୀୟ ସିମାଞ୍ଚଳ ବିଷୋୟୀ ଓ ୬୧ ବର୍ଷୀୟ ନମିତା ବିଷୋୟୀ । ଖବରପାଇ ଘଟଣାସ୍ଥଳରେ ଗାଙ୍ଗପୁର ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି । କିଛି ଦିନ ତଳେ ବୃଦ୍ଧ ଦମ୍ପତିଙ୍କ ଗୋଟିଏ ବୋଲି ପୁଅର ହୃଦଘାତରେ ମୃତ୍ୟୁ ହୋଇଥିଲା । ଦମ୍ପତିଙ୍କ ପାଞ୍ଚଟି ଝିଅ ଥିବାବେଳେ ଗତ ୨୧ ତାରିଖରେ ସାନ ଝିଅର ବାହାଘର ହୋଇଥିଲା । ତେବେ ଋଣ ଭାର ଅଧିକ ହେବାରୁ ଚିନ୍ତାରେ ଦମ୍ପତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି ।

