୨୦ ପରିବାରର ଆତ୍ମାହୁତି ଚେତାବନୀ

କୁଜଙ୍ଗ, ୯।୭ (ଡି.ଏନ୍‌.ଏ.): କୁଜଙ୍ଗ ବ୍ଲକର ଚଟୁଆ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସର ଜମିକୁ ନେଇ ବିବାଦ ଦେଖାଦେଇଛି। ନିକଟସ୍ଥ ବଳରାମପୁର ଗ୍ରାମର ୨୦ଟି ପରିବାର ଉକ୍ତ ଜାଗାକୁ ସେମାନଙ୍କ ପୈତୃକ ସମ୍ପତ୍ତି ବୋଲି କହିି ବିଦ୍ୟାଳୟ ପରିସର ସରକାରୀ ଜମିକୁ ଫେରାଇ ଦେବାକୁ ଦାବି କର ଧାରଣା ଦେଇଛନ୍ତି। ଦାବି ପୂରଣ ନ ହେଲେ ସମ୍ପୃକ୍ତ ପରିବାର ସଦସ୍ୟ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ା ଏହି ବିଦ୍ୟାଳୟ ଜାଗା ସମେତ ଉକ୍ତ ଜାଗାରେ ସମ୍ପୃକ୍ତ ପରିବାରଗୁଡ଼ିକର ମୋଟ ୧ଏକର ୩ ଡିସିମିଲ ଜମି ରହିଛି ବୋଲି ଧାରଣାକାରୀ କହିଛନ୍ତି।
ସୂଚନାଯୋଗ୍ୟ, ଚଣ୍ଡିଖୋଲ ପାରାଦୀପ ଜାତୀୟ ରାଜପଥ ନିର୍ମାଣ ସମୟରେ ସେହି ସ୍ଥାନରେ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ କାର୍ଯ୍ୟାଳୟ, କର୍ମଚାରୀଙ୍କ ପାଇଁ ବାସଗୃହ ଓ ଗୋଦାମ ଗୃହ ନିର୍ମାଣ କରାଯାଇଥିଲା ା ଉକ୍ତ ଜମିକୁ ତତ୍କାଳୀନ ସମୟରେ ଜାତୀୟ ରାଜପଥ ସମ୍ପୃକ୍ତ ପରିବାରଗୁଡ଼ିକଠାରୁ ଅଧିଗ୍ରହଣ କରିଥିଲା ା ପରବର୍ତ୍ତୀ ସମୟରେ ୧୯୭୧ରେ ଚଟୁଆ ବାଳିକା ଉଚ୍ଚବିଦ୍ୟାଳୟ ସେଠାରେ ସ୍ଥାପିତ ହୋଇଥିଲ। ସେ ସମୟରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଶିକ୍ଷା ବିଭାଗକୁ ଏହି ବିଦ୍ୟାଳୟ ନିମନ୍ତେ ଉକ୍ତ ଜମିିର ଗୋଦାମଗୃହ ଥିବା ଜାଗାକୁ ହସ୍ତାନ୍ତର କରିଥିଲା ା ସେବେଠାରୁ ସେଠାରେ ସରକାରୀ ବାଳିକା ବିଦ୍ୟାଳୟ ଚାଲିଥିଲା। ୨୦୧୯ରେ ଉକ୍ତ ବାଳିକା ବିଦ୍ୟାଳୟ ସ୍ଥାନୀୟ ବନବିହାରୀ ଉଚ୍ଚ ବିଦ୍ୟାଳୟ ସହ ମିଶ୍ରଣ ହୋଇଯିବା ପରେ ଏଠାରେ ପାଠପଢ଼ା ବନ୍ଦ ହୋଇଯାଇଛି। ଏହି ସମ୍ପତ୍ତିର ରକ୍ଷଣାବେକ୍ଷଣ ଦାୟିତ୍ୱ ବିଡିଓଙ୍କୁ ଦିଆଯାଇଛି। କାଗଜ କଲମରେ ବିଦ୍ୟାଳୟ ସମ୍ପତ୍ତି ବିଡିଓଙ୍କ ଦାୟିତ୍ୱରେ ଥିତ୍ଲେ ବି ବାସ୍ତବ କ୍ଷେତ୍ରରେ ଏ ଜମିର ମାଲିକ କିଏ ଜଣା ପଡ଼ୁ ନ ଥିଲା ା ଏବେ ବିଦ୍ୟାଳୟ ଗୃହ ଓ ପରିସର ପରିତ୍ୟକ୍ତ ଅବସ୍ଥାରେ ରହିଛି। କିଛି ଲୋକ ଉକ୍ତ ବିଦ୍ୟାଳୟ ଗୃହଭାଙ୍ଗି ନିଜ ଅକ୍ତିଆରକୁ ନେବାପାଇଁ ଉଦ୍ୟମ କରୁଛନ୍ତି ବୋଲି ବରିଷ୍ଠ ନାଗରିକ ମଞ୍ଚ ସଭାପତି ବାବୁରାମ ଚୌଧୁରୀ କିଛି ଦିନ ତଳେ ଥାନାରେ ଅଭିଯୋଗ କରିଥିଲେ ା ପରବର୍ତ୍ତୀ ସମୟରେ ବଳରାମପୁର ଗ୍ରାମର ୨୦ପରିବାର ଏହାକୁ ନିଜର ପୈତୃକ ସମ୍ପତ୍ତି ବୋଲି ଦାବି କରି ଭଡା ସୂତ୍ରରେ ଜାତୀୟ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ ଦେଇଥିବା କହିଛନ୍ତି। ଏନେଇ ବିବାଦ ଘନୀଭୂତ ହେବାରୁ ବିଡିଓଙ୍କ ଆବେଦନକ୍ରମେ କୁଜଙ୍ଗ ତହସିଲଦାର ସେଠାରେ ୧୪୪ ଧାରା ଜାରି କରିଛନ୍ତି ା ଏହାପରେ ଉକ୍ତ ପରିବାରଗୁଡ଼ିକ ପକ୍ଷରୁ ପ୍ରତିବାଦ କରାଯାଇଛି।
ଏ ସମ୍ପର୍କରେ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର କହିଛନ୍ତି, ତତ୍କାଳୀନ ସମୟରେ ଏହି ପରିବାର ସଦସ୍ୟ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ ଜମି ହସ୍ତାନ୍ତର କରି କ୍ଷତିପୂରଣ ନେଇଛନ୍ତି। ଏବିଷୟରେ ସେ ରାଜପଥ କର୍ତ୍ତୃପକ୍ଷଙ୍କୁ ପଚାରି ବୁଝିଛନ୍ତି। ଏ ସମ୍ପର୍କରେ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ କହିଛନ୍ତି, ବିଦ୍ୟାଳୟ ସମ୍ପତ୍ତି ମୋ ଦାୟିତ୍ୱରେ ରହିଛି ା ତାକୁ ସୁରକ୍ଷିତ ରଖିବାପାଇଁ ସେଠାରେ ୧୪୪ ଧାରା ଜାରି କରାଯାଇଛି। ଖୁବଶୀଘ୍ର ଏହାର ପରିସରରେ ଏକ ସରକାରୀ କାର୍ଯ୍ୟାଳୟ ଖୋଲାଯିବ ା ପରିବାରଗୁଡ଼ିକ ପକ୍ଷରୁ ଏହି ଧାରଣାରେ ମିନତୀ ଦାସ, ସୁବ୍ରତ ଦାଶ, ଗୌରାଙ୍ଗ ଦାସ, ତୃପ୍ତିରଞ୍ଜନ ଦାସ, ମନୁ ଦାସ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ଅକ୍ଟୋବରରୁ ବଦଳିଯିବ ଏସବୁ ନିୟମ, ଏବେଠୁ ଜାଣି ରଖନ୍ତୁ ସବୁକିଛି

ନୂଆଦିଲ୍ଲୀ,୨୩।୯: ପ୍ରତି ମାସର ପହିଲା ତାରିଖରେ କିଛି ନା କିଛି ନିୟମରେ ପରିବର୍ତ୍ତନ ହୋଇଥାଏ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍ସୁକତା ରହିଥାଏ ଯେ, ଆସନ୍ତା…

ଭାଙ୍ଗିଲା ପାଚେରି, ବିଦ୍ୟାଳୟ ଭିତରେ ପଶିଲା ଗାଁର ମଇଳା ପାଣି

ପାତ୍ରପୁର,୨୩ା୯(ଉମାଚରଣ ନେପାକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସହ ପନ…

ମଘା ନକ୍ଷତ୍ରକୁ ଯିବେ ଗୁରୁ ବୃହସ୍ପତି: ଅକ୍ଟୋବରରୁ ଆରମ୍ଭ ହେବ ୪ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଚାକିରି-ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ରରେ ଗୁରୁ ଗ୍ରହଙ୍କୁ ଜ୍ଞାନ, ଧନ, ଭାଗ୍ୟ, ବିସ୍ତାର, ସୁଖ ଓ ସମୃଦ୍ଧିର କାରକ ଭାବେ ବିବେଚନା କରାଯାଏ। ଶୁଭ ଗ୍ରହମାନଙ୍କ ମଧ୍ୟରେ ଗୁରୁଙ୍କୁ ବିଶେଷ…

ଅଶ୍ବିନଙ୍କ ବଡ଼ ଖୁଲାସା; CSK ହେଡ୍ କୋଚ୍ ହେବାକୁ ଏହି ଖେଳାଳିଙ୍କୁ ମିଳିଥିଲା ଅଫର, ହେଲେ…

ଚେନ୍ନାଇ,୨୩।୯: ଆଇପିଏଲ୍‌ ୨୦୨୭ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଜାହିର ଖାନ୍‌ଙ୍କୁ ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି। ସେ ଷ୍ଟିଫେନ୍ ଫ୍ଲେମିଂଙ୍କ ସ୍ଥାନ…

ମହିଳାଙ୍କ ସଲୱାର୍‌ ଖୋଲିବାକୁ ଚେଷ୍ଟା କରିବା ବଳାତ୍କାର ଉଦ୍ୟମ ନୁହେଁ? ପାଟନା ହାଇକୋର୍ଟଙ୍କ ରାୟରେ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ; ପ୍ରଧାନ ବିଚାରପତି କହିଲେ…

ନୂଆଦିଲ୍ଲୀ,୨୩।୯: ପାଟନା ହାଇକୋର୍ଟଙ୍କ ଏକ ରାୟକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଉକ୍ତ ରାୟରେ କୁହାଯାଇଥିଲା ଯେ ଜଣେ ମହିଳାଙ୍କ ‘ସଲୱାର’ ଖୋଲିବାକୁ ଚେଷ୍ଟା କରିବା…

ଅବପାତ ମୁକାବିଲା ପାଇଁ ଜିଲା ପ୍ରଶାସନର ବ୍ୟାପକ ପଦକ୍ଷେପ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବା…

UPI ଚାର୍ଜକୁ ନେଇ ବଡ଼ ଖୁଲାସା! କାର୍ଡ ପେମେଣ୍ଟଠାରୁ ୮୦% ଶସ୍ତା କାହିଁକି? ଜାଣନ୍ତୁ ପୂରା ହିସାବ

ନୂଆଦିଲ୍ଲୀ,୨୩।୯ : UPI ପେମେଣ୍ଟକୁ ନେଇ ଆସିଛି ନୂଆ ନିୟମ । ଅକ୍ଟୋବର ୧୫, ୨୦୨୬ରୁ ୨ ହଜାର ଟଙ୍କାରୁ ଅଧିକ କିଛି UPI ଟ୍ରାଞ୍ଜାକ୍ସନରେ ୦.୪…

ଅସ୍ବାସ୍ଥ୍ୟକର ହେବ ନାହିଁ ଟ୍ରେନ ଖାଦ୍ୟ; ମୂଷା କିମ୍ବା ଅସରପା ଦେଖାଗଲେ ସିଧାସଳଖ ସତର୍କ ସୂଚନା (alert) ପଠାଇବ AI କ୍ୟାମେରା

ସମସ୍ତିପୁର,୨୩।୯: ସମସ୍ତିପୁର ଦେଇ ଯାଉଥିବା ପ୍ରମୁଖ ଟ୍ରେନଗୁଡ଼ିକ (ଯେପରିକି ସ୍ବାଧୀନତା ସେନାନୀ ଏକ୍ସପ୍ରେସ, ବିହାର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ, ବୈଶାଳୀ ଏକ୍ସପ୍ରେସ ଏବଂ ବାଗମତୀ ଏକ୍ସପ୍ରେସ)ର ପ୍ୟାଣ୍ଟ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?