Posted inଖେଳ

ପଦକ ପକ୍କା କଲେ ସୁହାସ, ସୁକାନ୍ତ

ପ୍ୟାରିସ୍‌,୧।୯(ପି.ଟି.): ପ୍ୟାରିସ୍‌ରେ ଚାଲିଥିବା ପାରାଲିମ୍ପିକ୍ସ ୨୦୨୪ରେ ଶନିବାର ଭାରତ ପାଇଁ ଏକ ପଦକ ପକ୍କା କରିଛନ୍ତି ପାରା ଶଟଲର ସୁହାସ ୟଥିରାଜ ଓ ସୁକାନ୍ତ କଦମ। ଉଭୟ ଖେଳାଳି ଏସ୍‌ଏଲ୍‌-୪ ଇଭେଣ୍ଟର ସେମି ଫାଇନାଲରେ ପ୍ରବେଶ କରିଥିବା ବେଳେ ଭାରତ ଅନୂ୍ୟନ ଗୋଟିଏ ପଦକ ଜିତିବା ନିଶ୍ଚିତ ହୋଇଛି। ଉଭୟ ଖେଳାଳି ନିଜ ନିଜ ଗ୍ରୁପ୍‌ରେ ଦୁଇଟି ଲେଖାଏ ମ୍ୟାଚ୍‌ ଜିତି ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ଟପ୍‌ ସିଡ୍‌ ସୁହାସ ଗ୍ରୁପ୍‌ ବି’ରେ ସ୍ଥାନ ପାଇଥିବା ବେଳେ ଉଭୟ ମ୍ୟାଚ୍‌ରେ ଯଥାକ୍ରମେ ଥାଇଲାଣ୍ଡର ସିରିପୋଙ୍ଗ ଟେମାରୋମ୍‌ ଓ ମାଲେସିଆର ଅମିନ ମହମ୍ମଦ ବୁରହାନୁଦ୍ଦିନଙ୍କୁ ପରାସ୍ତ କରିଥିଲେ। ଅନ୍ୟତମ ଭାରତୀୟ ସୁକାନ୍ତ କଦମ ଯଥାକ୍ରମେ ଇଣ୍ଡୋନେସିଆର ହିକମତ ରାମଦିନି ଓ କୋରିଆର କ୍ୟୁଙ୍ଗ ଶିନଙ୍କୁ ପରାସ୍ତ କରିଥିଲେ। ଟୋକିଓ ପାରାଲିମ୍ପିକ୍ସରେ ସୁହାସ ରୌପ୍ୟ ପଦକ ହାସଲ କରିଥିଲେ। ରବିବାର ଉଭୟ ଖେଳାଳିଙ୍କ ସେମି ଫାଇନାଲ ମ୍ୟାଚ୍‌ ଲା ଚାପେଲ ଆରେନାରେ ଖେଳାଯିବ।
ସ୍ବରୂପ ନିରାଶ
ଭାରତୀୟ ପିସ୍ତଲ ଶୁଟର ସ୍ବରୂପ ଉନହାଲକରଙ୍କୁ ନିରଶ ହେବାକୁ ପଡ଼ିଛି। ଏସ୍‌ଏଚ୍‌୧ ବର୍ଗର ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ସ୍ବରୂପ ୧୪ତମ ସ୍ଥାନରେ ରହିବା ସହ ଫାଇନାଲକୁ ଯୋଗ୍ୟତା ହାସଲରେ ବିଫଳ ହୋଇଛନ୍ତି। ଟୋକିଓରେ ଅଳ୍ପକେ ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇଥିବା ସ୍ବରୂପ ଶନିବାର ସମସ୍ତଙ୍କୁ ନିରାଶ କରିଥିଲେ। ୧୮ ଶୁଟରଙ୍କ ଇଭେଣ୍ଟରେ ସେ ୬୧୩.୪ ପଏଣ୍ଟ ସହ ୧୪ତମ ସ୍ଥାନରେ ରହିଥିଲେ। ଦକ୍ଷିଣ କୋରିଆର ପାର୍କ ଜିନ୍‌ ହୋ ୬୨୪.୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିଲେ।
ତୃତୀୟରେ ଅନିତା-ନାରାୟଣ
ଭାରତୀୟ ପିଆର-୩ ଡବଲ୍‌ ସ୍କଲ ଇଭେଣ୍ଟର ରୋୟର ଅନିତା ଓ ନାରାୟଣ କୋଙ୍ଗାନାପଲ୍ଲେ ତୃତୀୟ ସ୍ଥାନରେ ରହିଛନ୍ତି। ଉଭୟ ୭:୫୪.୩୩ ସେକେଣ୍ଡର ଟାଇମିଂ ହାସଲ କରିଥିଲେ। ୟୁକ୍ରେନ୍‌ ୭:୨୯.୨୪ ଓ ଗ୍ରେଟ ବ୍ରିଟେନ ୭:୨୦.୫୩ ସେକେଣ୍ଡର ଟାଇମିଂ ସହ ପ୍ରଥମ ଦୁଇ ସ୍ଥାନ ହାସଲ କରିଥିଲା। ଭାରତୀୟ ରୋୟର ବର୍ତ୍ତମାନ ଫାଇନାଲ ବି ଅର୍ଥାତ୍‌ ସପ୍ତମରୁ ୧୨ତମ ସ୍ଥାନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ।
କ୍ୱାର୍ଟରରେ ମନ୍‌ଦୀପ
ଭାରତୀୟ ପାରା ଶଟଲର ମନଦୀପ କୌର ଏସ୍‌ଏଲ୍‌୩ ମହିଳା ବ୍ୟାଡିମଣ୍ଟନ ଇଭେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ତିମ ଗ୍ରୁପ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ମନ୍‌ଦୀପ ୨୧-୨୩, ୨୧-୧୦ ଓ ୨୧-୧୭ ସେଟରେ ଅଷ୍ଟ୍ରେଲିଆର ଭିନୋଟ ସେଲିନ୍‌ ଅଉରିଲେଙ୍କୁ ପରାସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ଶ୍ରମିକଙ୍କ ଭତ୍ତା: ଏଣିକି ଦିନକୁ ମିଳିବ…

ଭୁବନେଶ୍ୱର,୯ା୧୦(ରବିନାରାୟଣ ଜେନା):ରାଜ୍ୟର ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଜୀବୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୁରୁବାର ମହଙ୍ଗାଭତ୍ତା ବୃଦ୍ଧି କରିଛନ୍ତି। ଶ୍ରମ ଓ କର୍ମଚାରୀ…

ଜିନ୍‌ ଥେରାପି କ୍ଷେତ୍ରରେ ବିଜ୍ଞାନୀଙ୍କ ବଡ଼ ସଫଳତା, ଦୃଷ୍ଟିହୀନଙ୍କୁ ମିଳିବ ଆଂଶିକ ଦୃଷ୍ଟିଶକ୍ତି

ଲଣ୍ଡନ/ୱାଶିଂଟନ,୯।୧୦: ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (ନର୍ଭ ସେଲ୍‌) ଗୁଡ଼ିକୁ ସକ୍ରିୟ ଓ ନିଷ୍କ୍ରିୟ କରିବା ପ୍ରକ୍ରିୟା ଉପରେ ଆଧାରିତ ‘ଓପ୍ଟୋଜେନେଟିକ୍‌ ଥେରାପି’ ଦୃଷ୍ଟିହୀନ ଲୋକଙ୍କୁ…

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?