ଚିନିକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ସେପ୍ଟେମ୍ୱର ୧୫ରୁ…

ନୂଆଦିଲ୍‌ଲୀ,୧।୯: ଚିନିର କଳାବଜାରୀ ରୋକିବା ପାଇଁ ସରକାର ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏବେ ଚିନି ଡିଲରମାନେ ୨,୦୦୦ କ୍ୱିଣ୍ଟାଲରୁ ଅଧିକ ଚିନି ଷ୍ଟକରେ ରଖିପାରିବେ ନାହିଁ। ବର୍ତ୍ତମାନ ଏହି ସୀମା ୪,୦୦୦ କ୍ୱିଣ୍ଟାଲ ରହିଛି, ଯାହା ୧ ଅଗଷ୍ଟ ୨୦୨୬ରୁ ଲାଗୁ ହୋଇଛି। ନୂଆ ସୀମା ୧୫ ସେପ୍ଟେମ୍ୱର ୨୦୨୬ରୁ ୩୦ ନଭେମ୍ୱର ୨୦୨୬ ପର୍ଯ୍ୟନ୍ତ ବଳବତ୍ତର ରହିବ। ଘରୋଇ ବଜାରରେ ଚିନିର ପର୍ଯ୍ୟାପ୍ତ ଉପଲବ୍ଧତା ବଜାୟ ରଖିବା ଏବଂ ଦରକୁ ସ୍ଥିର ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ନୂଆ ନିୟମ କ’ଣ?
୧୫ ସେପ୍ଟେମ୍ୱରରୁ କୌଣସି ବି ଚିନି ଡିଲର ଷ୍ଟକ ପାଇବା ତାରିଖରୁ ୩୦ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଚିନି ଅଟକାଇ ରଖିପାରିବେ ନାହିଁ। ଏହା ବ୍ୟତୀତ ଦେଶର ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ, ୨,୦୦୦ କ୍ୱିଣ୍ଟାଲରୁ ଅଧିକ ଚିନି ଷ୍ଟକ ରଖିବାକୁ ଅନୁମତି ମିଳିବ ନାହିଁ।

କୋଲକାତା ଏବଂ ଏହାର ଆଖପାଖ ମହାନଗରୀୟ ଅଞ୍ଚଳ ପାଇଁ ଷ୍ଟକ ସୀମା ପୂର୍ୱ ଭଳି ୪,୦୦୦ କ୍ୱିଣ୍ଟାଲ ହିଁ ରହିବ। ସରକାରଙ୍କ ଅନୁଯାୟୀ, କୋଲକାତା ଉତ୍ତର ପ୍ରଦେଶ ଏବଂ ମହାରାଷ୍ଟ୍ରରୁ ଚିନି ଆମଦାନୀ କରିଥାଏ। ଏଠାରୁ ପୂର୍ୱ ଭାରତ ସହିତ ଉତ୍ତର-ପୂର୍ୱ ରାଜ୍ୟଗୁଡ଼ିକୁ ମଧ୍ୟ ଚିନି ଯୋଗାଣ ହୋଇଥାଏ। ଏହି କାରଣରୁ ଏହି ଅଞ୍ଚଳ ପାଇଁ ପୁରୁଣା ସୀମାକୁ ବଳବତ୍ତର ରଖାଯାଇଛି।

ସରକାର ଜଣାଇଛନ୍ତି ଯେ ସାରା ଦେଶରେ ଚିନି ମିଲ, ଡିଲର ଏବଂ ବ୍ୟବସାୟୀଙ୍କ ଷ୍ଟକର ନଜର ରଖାଯାଉଛି ଏବଂ ଭୌତିକ ଯାଞ୍ଚ (ଫିଜିକାଲ ଭେରିଫିକେସନ) କରାଯାଉଛି। ଏହି ଯାଞ୍ଚରେ ଧାର୍ଯ୍ୟ ସୀମାଠାରୁ ଅଧିକ ଷ୍ଟକ ରଖିବା, ଷ୍ଟକ ସୂଚନା ଲୁଚାଇବା ଏବଂ ଚିନି ଚଳାଚଳ ତଥା ବିକ୍ରିରେ ଅନିୟମିତତା ମାମଲା ସାମ୍ନାକୁ ଆସିଛି।

ମନ୍ତ୍ରଣାଳୟ ଅନୁଯାୟୀ, ଏହି ପଦକ୍ଷେପ ଏବଂ ବଜାରରେ ଉନ୍ନତ ଉପଲବ୍ଧତା ଯୋଗୁଁ ନିକଟ ଅତୀତରେ ଏକ୍ସ-ମିଲ ଚିନି ଦରରେ ପ୍ରାୟ ୨୦ ପ୍ରତିଶତ ହ୍ରାସ ଘଟିଛି। ଖୁଚୁରା ଦରରେ ମଧ୍ୟ ହ୍ରାସର ଧାରା ଦେଖିବାକୁ ମିଳିଛି ଏବଂ ଆଗକୁ ଏହା ଆହୁରି ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ଖାଦ୍ୟ ଏବଂ ସାର୍ୱଜନୀନ ବଣ୍ଟନ ବିଭାଗର ଅନଲାଇନ ପୋର୍ଟାଲରେ ଚିନି ଷ୍ଟକର ନିୟମିତ ଘୋଷଣା ଏବଂ ଅପଡେଟ ବ୍ୟବସ୍ଥା ପୂର୍ୱରୁ କରାଯାଇଛି। ସରକାର କହିଛନ୍ତି ଯେ ଆଗାମୀ ସପ୍ତାହଗୁଡ଼ିକରେ ମିଲ, ଡିଲର ଏବଂ ବ୍ୟବସାୟୀଙ୍କ ଷ୍ଟକର ଭୌତିକ ଯାଞ୍ଚ ଜାରି ରହିବ। ଏଥିସହିତ ପ୍ରକୃତ ବ୍ୟବସାୟ ଏବଂ ବଣ୍ଟନ କାର୍ଯ୍ୟ ବିନା କୌଣସି ବାଧାରେ ଜାରି ରହିବ ବୋଲି ସରକାର ଆଶ୍ୱାସନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମକର ରାଶିରେ ରାହୁଙ୍କ ପ୍ରବେଶ: ୨୦୨୮ ଯାଏ ୫ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ ପ୍ରଚୁର ଟଙ୍କା, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ରାଶିକୁ କର୍ମ, ଅଧିକାର ଓ ସଂଘର୍ଷ ପରେ ସଫଳତାର ପ୍ରତୀକ ଭାବେ ଦେଖାଯାଏ। ଶନିଙ୍କ ଅଧିପତ୍ୟ ଥିବା ଏହି ରାଶିରେ…

ଅବହେଳିତ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’: ପ୍ରଶିକ୍ଷଣ କେନ୍ଦ୍ରରେ ଝୁଲୁଛି ତାଲା

ଭବାନୀପାଟଣା, ୧୬ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡିର ଲୋକନୃତ୍ୟ ଘୁମୁରାକୁ ଆହୁରି ସମୃଦ୍ଧ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଲୋନ୍‌ ନେଇଥିବା ଲୋକଙ୍କୁ ଲାଗିବ ବଡ଼ ଝଟକା: ମହଙ୍ଗା ହେବ EMI! ଅକ୍ଟୋବରରୁ RBI …

ନୂଆଦିଲ୍ଲୀ,୧୬।୯: ଯଦି ଆପଣ ବ୍ୟାଙ୍କରୁ ହୋମ ଲୋନ, କାର୍‌ ଲୋନ କିମ୍ବା ପର୍ସନାଲ ଲୋନ ନେଇଛନ୍ତି, ତେବେ ଆଗାମୀ ଦିନରେ ଆପଣଙ୍କ ଉପରେ ଅତିରିକ୍ତ EMI ବୋଝ…

ଚା’-ପକୋଡ଼ି, ପରିବା ବ୍ୟବସାୟୀଙ୍କ ଟେନସନ ବଢ଼ିବ! UPIର ୧ ଲକ୍ଷ ଲିମିଟ୍‌କୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ, ୧୬।୯: UPI ପେମେଣ୍ଟକୁ ନେଇ ଏବେ ବଡ଼ ଚର୍ଚ୍ଚା। ଦୁଇ ହଜାର ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ UPI ପେମେଣ୍ଟ ଉପରେ MDR ବା Merchant Discount…

ସେକ୍ସ ରାକେଟ ଠାବ: ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଘରେ ଚାଲିଥିଲା…

ଅନୁଗୋଳ,୧୬ା୯ (ଜ୍ୟୋତିରଞ୍ଜନ ସାହୁ):ଘର ଆଗରେ ନେମପ୍ଲେଟ ଲାଗିଛି। ଅବସରପ୍ରାପ୍ତ ପୋଲିସ କର୍ମଚାରୀ ବୋଲି ସେଥିରେ ଉଲ୍ଲେଖ ରହିଛି। ହେଲେ ଉକ୍ତ ଘରେ ଦେହ ବ୍ୟବସାୟ ଚାଲିଥିବା ଭଳି…

ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ ସହନିର୍ଦ୍ଦେଶକ,ଜଣାପଡ଼ିବା ପରେ ଘଟିଲା…

ଭୁବନେଶ୍ୱର,୧୬।୯ (ପ୍ରସନଜିତ ସାହୁ):ଧାରାବାହିକ ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରି ତାଙ୍କ ଫଟୋ ଭାଇରାଲ ଘଟଣା ସାମ୍ନାକୁ ଆସିଛି। ଏନେଇ ସମ୍ପୃକ୍ତ ଅଭିନେତ୍ରୀ ଥାନାରେ ଅଭିଯୋଗ କରିବା ପରେ…

୬,୬,୬,୬…, ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ଦାଜରେ ବ୍ୟାଟିଂ କଲେ ସଞ୍ଜୁ, ଷ୍ଟ୍ରାଇକ ରେଟ୍‌ ଦେଖି ଉଡ଼ିଯିବ ହୋସ

ନୂଆଦିଲ୍ଲୀ,୧୬।୯: ଆଫଗାନିସ୍ତାନ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ବ୍ୟାଟରେ ଜବରଦସ୍ତ ଜବାବ ଦେଇଛନ୍ତି ସଞ୍ଜୁ ସାମସନ। ପ୍ରଥମ ମ୍ୟାଚରେ ମାତ୍ର ୧୦ ରନ କରି ଆଉଟ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?