ଚିନିକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ସେପ୍ଟେମ୍ୱର ୧୫ରୁ…

ନୂଆଦିଲ୍‌ଲୀ,୧।୯: ଚିନିର କଳାବଜାରୀ ରୋକିବା ପାଇଁ ସରକାର ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏବେ ଚିନି ଡିଲରମାନେ ୨,୦୦୦ କ୍ୱିଣ୍ଟାଲରୁ ଅଧିକ ଚିନି ଷ୍ଟକରେ ରଖିପାରିବେ ନାହିଁ। ବର୍ତ୍ତମାନ ଏହି ସୀମା ୪,୦୦୦ କ୍ୱିଣ୍ଟାଲ ରହିଛି, ଯାହା ୧ ଅଗଷ୍ଟ ୨୦୨୬ରୁ ଲାଗୁ ହୋଇଛି। ନୂଆ ସୀମା ୧୫ ସେପ୍ଟେମ୍ୱର ୨୦୨୬ରୁ ୩୦ ନଭେମ୍ୱର ୨୦୨୬ ପର୍ଯ୍ୟନ୍ତ ବଳବତ୍ତର ରହିବ। ଘରୋଇ ବଜାରରେ ଚିନିର ପର୍ଯ୍ୟାପ୍ତ ଉପଲବ୍ଧତା ବଜାୟ ରଖିବା ଏବଂ ଦରକୁ ସ୍ଥିର ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ନୂଆ ନିୟମ କ’ଣ?
୧୫ ସେପ୍ଟେମ୍ୱରରୁ କୌଣସି ବି ଚିନି ଡିଲର ଷ୍ଟକ ପାଇବା ତାରିଖରୁ ୩୦ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଚିନି ଅଟକାଇ ରଖିପାରିବେ ନାହିଁ। ଏହା ବ୍ୟତୀତ ଦେଶର ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ, ୨,୦୦୦ କ୍ୱିଣ୍ଟାଲରୁ ଅଧିକ ଚିନି ଷ୍ଟକ ରଖିବାକୁ ଅନୁମତି ମିଳିବ ନାହିଁ।

କୋଲକାତା ଏବଂ ଏହାର ଆଖପାଖ ମହାନଗରୀୟ ଅଞ୍ଚଳ ପାଇଁ ଷ୍ଟକ ସୀମା ପୂର୍ୱ ଭଳି ୪,୦୦୦ କ୍ୱିଣ୍ଟାଲ ହିଁ ରହିବ। ସରକାରଙ୍କ ଅନୁଯାୟୀ, କୋଲକାତା ଉତ୍ତର ପ୍ରଦେଶ ଏବଂ ମହାରାଷ୍ଟ୍ରରୁ ଚିନି ଆମଦାନୀ କରିଥାଏ। ଏଠାରୁ ପୂର୍ୱ ଭାରତ ସହିତ ଉତ୍ତର-ପୂର୍ୱ ରାଜ୍ୟଗୁଡ଼ିକୁ ମଧ୍ୟ ଚିନି ଯୋଗାଣ ହୋଇଥାଏ। ଏହି କାରଣରୁ ଏହି ଅଞ୍ଚଳ ପାଇଁ ପୁରୁଣା ସୀମାକୁ ବଳବତ୍ତର ରଖାଯାଇଛି।

ସରକାର ଜଣାଇଛନ୍ତି ଯେ ସାରା ଦେଶରେ ଚିନି ମିଲ, ଡିଲର ଏବଂ ବ୍ୟବସାୟୀଙ୍କ ଷ୍ଟକର ନଜର ରଖାଯାଉଛି ଏବଂ ଭୌତିକ ଯାଞ୍ଚ (ଫିଜିକାଲ ଭେରିଫିକେସନ) କରାଯାଉଛି। ଏହି ଯାଞ୍ଚରେ ଧାର୍ଯ୍ୟ ସୀମାଠାରୁ ଅଧିକ ଷ୍ଟକ ରଖିବା, ଷ୍ଟକ ସୂଚନା ଲୁଚାଇବା ଏବଂ ଚିନି ଚଳାଚଳ ତଥା ବିକ୍ରିରେ ଅନିୟମିତତା ମାମଲା ସାମ୍ନାକୁ ଆସିଛି।

ମନ୍ତ୍ରଣାଳୟ ଅନୁଯାୟୀ, ଏହି ପଦକ୍ଷେପ ଏବଂ ବଜାରରେ ଉନ୍ନତ ଉପଲବ୍ଧତା ଯୋଗୁଁ ନିକଟ ଅତୀତରେ ଏକ୍ସ-ମିଲ ଚିନି ଦରରେ ପ୍ରାୟ ୨୦ ପ୍ରତିଶତ ହ୍ରାସ ଘଟିଛି। ଖୁଚୁରା ଦରରେ ମଧ୍ୟ ହ୍ରାସର ଧାରା ଦେଖିବାକୁ ମିଳିଛି ଏବଂ ଆଗକୁ ଏହା ଆହୁରି ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ଖାଦ୍ୟ ଏବଂ ସାର୍ୱଜନୀନ ବଣ୍ଟନ ବିଭାଗର ଅନଲାଇନ ପୋର୍ଟାଲରେ ଚିନି ଷ୍ଟକର ନିୟମିତ ଘୋଷଣା ଏବଂ ଅପଡେଟ ବ୍ୟବସ୍ଥା ପୂର୍ୱରୁ କରାଯାଇଛି। ସରକାର କହିଛନ୍ତି ଯେ ଆଗାମୀ ସପ୍ତାହଗୁଡ଼ିକରେ ମିଲ, ଡିଲର ଏବଂ ବ୍ୟବସାୟୀଙ୍କ ଷ୍ଟକର ଭୌତିକ ଯାଞ୍ଚ ଜାରି ରହିବ। ଏଥିସହିତ ପ୍ରକୃତ ବ୍ୟବସାୟ ଏବଂ ବଣ୍ଟନ କାର୍ଯ୍ୟ ବିନା କୌଣସି ବାଧାରେ ଜାରି ରହିବ ବୋଲି ସରକାର ଆଶ୍ୱାସନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?