ବରୀ ବ୍ଲକ: ଦୟନୀୟ ଅବସ୍ଥାରେ ବନ୍ୟା ବିପନ୍ନ

ବରୀ, ୫।୧୦ (ଡି.ଏନ୍‌.ଏ.): ବନ୍ୟା ପ୍ରବାବିତ ପରିବାରକୁ ୫୦ କି.ଗ୍ରା. ଚାଉଳ ଓ ୫ଶହ ଟଙ୍କା ଲେଖାଏ ରିଲିଫ ଯୋଗାଣ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଅଗଷ୍ଟରେ ହୋଇଥିବା ବନ୍ୟାକୁ ଇତିମଧ୍ୟରେ ମାସେ ପୁରିଥିଲେ ବି ଏ ଯାଏ ସବୁ ବିପନ୍ନ ପରିବାରକୁ ରିଲିଫ ମିଳିପାରିନାହିଁ। ବନ୍ୟାରେ ଯାଜପୁର ଜିଲା ବରୀ ବ୍ଲକ ସର୍ବାଧିକ କ୍ଷତି ହୋଇଥିବା ବେଳେ ରିଲିଫ ବଣ୍ଟନରେ ଅନିୟମିତତା ନେଇ ସବୁଠୁ ଅଧିକ ଅଭିଯୋଗ ମଧ୍ୟ ବରୀ ବ୍ଲକରୁ ଆସିଛି। ଏ ସମ୍ପର୍କିତ ବହୁ ଅଭିଯୋଗ ଇତିମଧ୍ୟରେ ଜିଲା ଓ ବ୍ଲକ ପ୍ରଶାସନ ନିକଟରେ ପହଞ୍ଚତ୍ଛି। ଏଭଳି ଆଉ ଏକ ଅଭିଯୋଗ ଆସିଛି ବରୀ ବ୍ଲକ ରତ୍ନଗିରି ପଞ୍ଚାୟତରୁ। ରତ୍ନଗିରି ପଞ୍ଚାୟତ ପାଟଣା ଗ୍ରାମର ଦିବ୍ୟାଙ୍ଗ ବିଜ୍ଞାନ ଜେନା(୨୮) ଓ ସେହି ଗ୍ରାମର ସ୍ବାମୀ ପରିତ୍ୟକ୍ତା ଡଲି ବାରିକ(୩୦)ଙ୍କ ପରିବାରକୁ ରିଲିଫ ମିଳି ନ ଥିବା ଅଭିଯୋଗ ହୋଇଛି। ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବନ୍ୟା ବିପନ୍ନ ପରିବାର ତାଲିକାରେ ଡଲି ଓ ବିଜ୍ଞାନଙ୍କ ପରିବାରର ନଁା ନ ଥିବାରୁ ସେମାନଙ୍କୁ ରିଲିଫ ମିଳି ନ ଥିବା ଜଣାଯାଇଛି। ପ୍ରଭାବିତ ତାଲିକାରେ ଅନେକ ଅଯୋଗ୍ୟଙ୍କ ନଁା ରହିଥିଲେ ବି ଦୟନୀୟ ଅବସ୍ଥାରେ ଦିନ କାଟୁଥିବା ଉକ୍ତ ଦୁଇ ପରିବାରକୁ ସାମିଲ କରାଯାଇନି। ଫଳରେ ତାଲିକା ପ୍ରସ୍ତୁତି ଦାୟିତ୍ୱରେ ଥିବା କର୍ମଚାରୀଙ୍କ କାର୍ଯ୍ୟରେ ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବନ୍ୟା ପରଠୁ ଏକାଧିକ ଥର ପ୍ରଶାସନିକ ଅଧିକାରୀଙ୍କୁ ଭେଟି ରିଲିଫ ପାଇଁ ନିବେଦନ କରିଥିଲେ ବି କିଛି ଲାଭ ମିଳିଲାନି ବୋଲି ଡଲି କହିଥିବା ବେଳେ ବିଜ୍ଞାନଙ୍କ ପରିବାର ଲୋକେ ସମାନ କଥା କହିଛନ୍ତି। ଏ ନେଇ ରତ୍ନଗିରି ସରପଞ୍ଚ ଅଶୋକ ଜେନାଙ୍କୁ ପଚାରିବାରେ, ଉଭୟ ଅତ୍ୟନ୍ତ ଗରିବ। ସେମାନେ ରିଲିଫ ପାଇବାକୁ ଯୋଗ୍ୟ, ମାତ୍ର ତାଲିକାରେ ତ୍ରୁଟି ଯୋଗୁ ସେମାନେ ଏହି ସୁବିଧାରୁ ବଞ୍ଚତ୍ତ ହୋଇଛନ୍ତି। ସେମାନଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦେବାକୁ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍ ସିଲିଣ୍ଡର ଲିକେଜ୍‌! କାଦୋବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା ଘର, ସର୍ବସ୍ୱ ହରାଇଲା…

ଥୁଆମୂଳ ରାମପୁର, ୯।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ପଞ୍ଚାୟତର କାଦୋବେଡା ଗ୍ରାମରେ ସୋମବାର ସମୟରେ ଏକ ସଂଘାତିକ ଅଗ୍ନିକାଣ୍ଡ ଘଟିଯାଇଛି।…

କଙ୍କୋରଡ଼ା ପଞ୍ଚାୟତକୁ ଅବହେଳା ପ୍ରତିବାଦ: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚ-ଗ୍ରାମବାସୀଙ୍କ ଧାରଣା

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡ଼ା ପଞ୍ଚାୟତକୁ ବ୍ଲକ ପ୍ରଶାସନ ପକ୍ଷରୁ ଦୀର୍ଘଦିନ ଧରି ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି।…

ଭାଜପା ପକ୍ଷରୁ ସହିଦ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ପାଳିତ: ଯୋଗଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ମହୁରୀ କାଳୁଆ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ମହାନ ସ୍ୱାଧୀନତା…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଏମ୍‌କେସିଜି ଚିକିତ୍ସକଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ସ୍ନାୟୁ ଶଲ୍ୟ ବିଭାଗ ମୁଖ୍ୟ ଚିକିତ୍ସକଙ୍କ ସମେତ ଅନ୍ୟସମସ୍ତ ଚିକିତ୍ସକଙ୍କୁ ଖେମୁଣ୍ଡି ଓକିଲ ସଂଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri