Posted inଜାତୀୟ

ସୁଦାନରୁ ୨୩୧ ଭାରତୀୟଙ୍କୁ ନେଇ ଦିଲ୍ଲୀ ପହଞ୍ଚିଲା ବିମାନ, ଏବେ ପର୍ଯ୍ୟନ୍ତ ୨୧୦୦ ସୁରକ୍ଷିତ ଉଦ୍ଧାର, ୧୬୦୦ ପହଞ୍ଚିଲେ ଭାରତ

ନୂଆଦିଲ୍ଲୀ,୨୯।୪: ଭାରତ ସରକାର ‘ଅପରେଶନ କାବେରୀ’ ଜରିଆରେ ସୁଦାନରେ ଫସି ରହିଥବା ଭାରତୀୟଙ୍କୁ ଉଦ୍ଧାର କରି ସ୍ବଦେଶ ଫେରାଇ ଆଣୁଛନ୍ତି। ଏହାରି ଭିତରେ ଭାରତୀୟ ବାୟୁସେନାର ଆଉ ଏକ ବିମାନ ୨୩୧ ଭାରତୀୟଙ୍କୁ ନେଇ ନୂଆଦିଲ୍ଲୀ ପହଞ୍ଚିଛି। ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ନେଇ ଜେଦ୍ଦାରୁ ଉଡାଣ ଆରମ୍ଭ କରିଥିଲା। ଏହି ସୂଚନା ବିଦେଶ ରାଜ୍ୟମନ୍ତ୍ରୀ ଭି ମୁଳଣିଧରନ ଟୁଇଟ କରି ଜଣାଇଥିଲେ। ମୁରଲିଧରନ ଟୁଇଟ କରିଥିଲେ କି ୨୩୧ ଭାରତୀୟଙ୍କୁ ନେଇ ବିମାନ ନୂଆଦିଲ୍ଲୀ ପହଞ୍ଚିଯାଇଛି।

ଏହି ୫ମ ଆଉଟବାଉଂଟ ଫ୍ଲାଇଟ ସହ ୧୬୦୦ ଭାରତୀୟ ସୁରକ୍ଷିତ ସ୍ବଦେଶ ପହଞ୍ଚି ସାରିଛନ୍ତି। ଇଣ୍ଡିଗୋ ଏୟାର ଲାଇନ୍ସ ତା’ର ଏକ ବୟାନରେ କହିଛି, କି ସୁଦାନରୁ ଭାରତୀୟ ନାଗରିକଙ୍କୁ ବାହାର କରିବାକୁ କେନ୍ଦ୍ର ସରକାରଙ୍କ ମିଶନକୁ ସମର୍ଥନ କରିବାକୁ ସେ ପ୍ରତିବଦ୍ଧ। ବୟାନରେ କୁହାଯାଉଛି କି ଏୟାରଲାଇନ୍ସ ମାନବୀୟ ଆବଶ୍ୟକତାକୁ ନେଇ ଆଗକୁ ବଢିଛି। ଫଳରେ ଫସି ରହିଥିବା ଭାରତୀୟଙ୍କୁ ପୁଣିଥରେ ସୁରକ୍ଷିତ ଭାବେ ସେମାନଙ୍କ ପରିବାର ପାଖକୁ ଫେରାଇ ଆଣିହେବ। ଏହା ପୂର୍ବରୁ ଶୁକ୍ରବାର ବିଦେଶ ରାଜ୍ୟ ମନ୍ତ୍ରୀ ବି ମୁଳଲିଧରନ କହିଥିଲେ କି ‘ଅପରେଶନ କାବେରୀ’ ଜରିଆରେ ୨,୧୦୦ ଭାରତୀୟ ଜେଦ୍ଦାହ ପହଞ୍ଚିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬୦ ବୟସରୁ ଅଧିକ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଗଣାରେ କରିପାରିବେ ବସ୍‌ଯାତ୍ରା…

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ଯୋଗୀ ସରକାର ମଙ୍ଗଳବାର ଦିନ ‘ଲୋକମାତା ଅହଲ୍ୟାବାଈ ମାତୃଶକ୍ତି ଯୋଜନା’ ସମେତ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସିଏମ୍ ଯୋଗୀ ୬୦ ବର୍ଷରୁ…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri