Posted inଫୁରସତ

ଏମିତି ଜେଲ୍‌, ଯେଉଁଠି ନିରକ୍ଷର କଏଦୀଙ୍କୁ ପଢ଼ାଯାଏ ପାଠ

ଜେଲ୍‌ ନାଁ ଶୁଣିଲେ ମନକୁ ଆପଣାଛାଏଁ ଆସିଯାଏ କି ଏହା ଅପରାଧୀମାନଙ୍କ ପାଇଁ ସ୍ଥାନ। ମାତ୍ର ଉତ୍ତରପ୍ରଦେଶର ଫତେପୁର ଜିଲା କାରାଗାରରେ ଥିବା ବିଚାରାଧୀନ କଏଦୀମାନେ ପାଠ ପଢୁଛନ୍ତି। ଏମାନଙ୍କୁ ପଢ଼ାଉଛନ୍ତି ଜଣେ ଅପରାଧୀ। ଯିଏ କି ଜଣେ ଗ୍ରାଜୁଏଟ୍‌। ସାକ୍ଷରତା ମିଶନ ଅଭିଯାନରେ ଜେଲରେ ବନ୍ଦ ହୋଇରହିଥିବା ପ୍ରାୟ ୩୨୫ ବିଚାରାଧୀନ ନିରକ୍ଷର କଏଦୀଙ୍କୁ ସାକ୍ଷର କରିବା ପାଇଁ ପ୍ରଥମେ ଆରମ୍ଭ କରାଯାଇଥିଲା। ଏଥିପାଇଁ ୧୫ ବନ୍ଦୀ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଥିଲା। ସମସ୍ତ ଶିକ୍ଷକ ୨୫ ଟଙ୍କା ହିସାବରେ ପାଠ ପଢ଼ାଉଥିଲେ।

ଜେଲ୍‌ ଅଧୀକ୍ଷକ ମହମ୍ମଦ ଅକରମ ଖାନ କୁହନ୍ତି, ଏହି ଜେଲ୍‌ରେ ପ୍ରାୟ ୧୭୧୬ ଜଣ ବନ୍ଦୀ ରହିଛନ୍ତି। ଏହା ବ୍ୟତୀତ ୭୦ ମହିଳା ବନ୍ଦୀ ଏବଂ ୧୧ ପିଲା ଅଛନ୍ତି। ଏଥିରେ ୩୨୫ କଏଦୀଙ୍କୁ ପଢ଼ାଯାଉଛି। ସମସ୍ତ କଏଦୀ ନିରକ୍ଷକ। ଏମାନଙ୍କୁ ସାକ୍ଷର କରିବା ପାଇଁ ବାହାରୁ ଶିକ୍ଷକ ନୁହଁ, ଏହି ଜେଲ୍‌ରେ ବନ୍ଦୀ ଥିବା ଶିକ୍ଷକମାନେ ପାଠ ପଢ଼ାଉଛନ୍ତି। ସେ ଆହୁରି କହିଛନ୍ତି, ଏଠାରେ ବ୍ଲାକବୋର୍ଡ ଲଗାଯାଇ ନିରକ୍ଷର କଏଦୀଙ୍କୁ ସାକ୍ଷର କରିବା ପାଇଁ ପ୍ରତିଦିନ ୧୨ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ପାଠପଢ଼ା ଚାଲିଥାଏ। ପାଠପଢ଼ା ବ୍ୟତୀତ ବନ୍ଦୀମାନଙ୍କୁ ହନୁମାନ ଚାଳିଶା, ଗୀତା, ରାମାୟଣ, କୋରାନ ଆଦି ପାଠ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri