Posted inଖେଳ

କୋହଲିଙ୍କ ଏହି କାର୍ଯ୍ୟ ଦେଖି ରାଗିଗଲେ ଗାଭାସ୍କର: କହିଲେ. ତାଙ୍କ ମୁଣ୍ଡରେ…

ସେଞ୍ଚୁରିୟନ୍‌,୩୦।୧୨:ସେଞ୍ଚୁରିୟନର ସୁପରପୋର୍ଟ ପାର୍କରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ବିରାଟ କୋହଲି ମାତ୍ର ୧୮ ରନ ସ୍କୋର କରିପାରିଛନ୍ତି। ଏହା ସହିତ ଭାରତୀୟ ଟେଷ୍ଟ ଅଧିନାୟକ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ଏକ ଶତକ ବିନା ଦୁଇଟି କ୍ୟାଲେଣ୍ଡର ବର୍ଷ ପୂରଣ କରିଛନ୍ତି। ସେଞ୍ଚୁରିୟନ ଟେଷ୍ଟର ଉଭୟ ଇନିଂସରେ କୋହଲି ଭଲ ଫର୍ମରେ ନଜର ଆସୁଥିଲେ ମଧ୍ୟ ଅଫ-ଷ୍ଟମ୍ପ ବାହାରେ ବଲ ପିଛା କରୁଥିବା ବେଳେ ଉଇକେଟ ହରାଇଥିଲେ। ମ୍ୟାଚର ଚତୁର୍ଥ ଦିନ ଦ୍ୱିତୀୟ ଇନିଂସରେ ମଧ୍ୟାହ୍ନ ଭୋଜନ ବିରତି ପରେ କୋହଲି ପ୍ରଥମ ବଲରେ ଡେବ୍ୟୁଟାଣ୍ଟ ମାର୍କୋ ଜେନସେନଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ।
କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ବିରାଟ କୋହଲିଙ୍କ ଏହି ଉଇକେଟ ବିଶ୍ଳେଷଣ କରି ଏହାକୁ ଏକ ‘ଢିଲା ସଟ’ ବୋଲି କହିଛନ୍ତି। ଏହା ସହିତ ସେ କହିଛନ୍ତି ବୋଧହୁଏ ତାଙ୍କ ମନରେ ଇନିଂସ ଘୋଷଣା କରିବାର ଚିନ୍ତା ଚାଲିଥିଲା। ଷ୍ଟାର ସ୍ପୋର୍ଟସରେ କମେଣ୍ଟ୍ରି କଲା ବେଳେ ଗାଭାସ୍କର କୋହଲି ଏମିତି ଉଇକେଟ ହରାଇବା ଦେଖି ରାଗି ଯାଇଥିଲେ ଏବଂ ସେ ଏହାକୁ ମଧ୍ୟ ସମାଲୋଚନା କରିଥିଲେ। ଗାଭାସ୍କରଙ୍କ ବ୍ୟତୀତ ସଞ୍ଜୟ ବାଙ୍ଗର ବିରାଟ କୋହଲିଙ୍କ ଏହି ସଟ୍‌ରେ ଖୁସି ନ ଥିଲେ। ବାଙ୍ଗର କହିଛନ୍ତି, ଆଶା କରାଯାଉଥିଲା ସେ ଦୀର୍ଘ ସମୟ ଧରି କ୍ରିଜରେ ରହିବେ, ଲମ୍ବା ସ୍କୋର କରିବେ, କିନ୍ତୁ ସେ ପୁଣି ଥରେ ସମାନ ଭୁଲ କରିଛନ୍ତି, ଯାହା ସେ ଦୀର୍ଘ ଦିନ ଧରି କରିଆସୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନଙ୍କ ପରେ ପୁଅ ବି କଲେ କମାଲ୍‌

ମୁମ୍ବାଇ,୧୪।୧୨: ରଣଜୀ ୨୦୨୨-୨୩ ସିଜିନ୍‌ ଆରମ୍ଭ ହୋଇଛି। ଏହି ସିଜନରେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ପ୍ରଥମ ଶ୍ରେଣୀରେ ଡେବ୍ୟୁ...

ଘରୋଇ ସେସନ ଲାଗି ବିଦର୍ଭ ଖେଳାଳି ଟ୍ରେନିଂ ଆରମ୍ଭ କରିବେ

ନାଗପୁର,୧୯।୧୧(ପି.ଟି.): କୋଭିଡ୍‌-୧୯ କାରଣରୁ ପାଖାପାଖି ୮ ମାସର ବ୍ରେକ୍‌ ପରେ ବିଦର୍ଭ ରଣଜୀ ଟ୍ରଫି ସମ୍ଭାବ୍ୟ ଖେଳାଳିମାନେ ଚଳିତ ସପ୍ତାହରେ ଟ୍ରେନିଂ ଆରମ୍ଭ କରିବାକୁ ଯାଉଛନ୍ତି।...

ଟିମ୍‌ ଇଣ୍ଡିଆର ଭବିଷ୍ୟତ ଏବେ ସମୀକରଣ ହାତରେ

ନୂଆଦିଲ୍ଲୀ,୫।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଶୁକ୍ରବାର ସ୍କଟଲାଣ୍ଡକୁ ୬.୩ ଓଭରରେ ହରାଇ ଦେଇଛି ଭାରତ। ବିରାଟ ବିଜୟ ସହ ଟିମ୍‌ ଇଣ୍ଡିଆର ସେମିଫାଇନାଲ ଆଶା ଉଜ୍ଜୀବିତ...

ବିଶ୍ୱକପ୍‌ ପାଇଁ ଅଗଷ୍ଟ ୨୫ରୁ ଅନ୍‌ଲାଇନ୍‌ ଟିକେଟ୍‌ ବୁକିଂ: ଏମିତି କିଣିପାରିବେ ଟିକେଟ୍‌

ନୂଆଦିଲ୍ଲୀ,୧୦।୮: ୨୦୨୩ କ୍ରିକେଟ ବିଶ୍ୱକପ ୫ ଅକ୍ଟୋବରରୁ ଆରମ୍ଭ ହେଉଛି। ନଭେମ୍ବର ୧୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପର ଅନ୍ତିମ ମ୍ୟାଚ ଖେଳାଯିବ। ବିଶ୍ୱକପ...

ବିହାରୀଙ୍କ ଶତକ ପରେ ବୁମ୍‌ରାଙ୍କ ହ୍ୟାଟ୍ରିକ୍‌: ଦୃଢ଼ ସ୍ଥିତିରେ ଭାରତ

କିଙ୍ଗଷ୍ଟନ,୧।୯(ପି.ଟି.)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଭାରତ ତା’ର ସ୍ଥିତି ଦୃଢ଼ କରିଛି। ଯୁବ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ହନୁମା ବିହାରୀଙ୍କ...

ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨୪।୧୨: ପୂର୍ବତନ କୋଚ ରବି ଶାସ୍ତ୍ରୀ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ କୌଣସି ଆଇପିଏଲ ଦଳକୁ କୋଚିଂ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି। ଶାସ୍ତ୍ରୀଙ୍କୁ...

ଆର୍‌ସିବି ପାଇଁ ବିଜୟ ଲକ୍ଷ୍ୟ ୧୭୦…

ମୁମ୍ବାଇ, ୫।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ମଙ୍ଗଳବାର ରାଜସ୍ଥାନ ରୟାଲର୍‌ସ(ଆର୍‌ଆର୍‌) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍‌(ଆର୍‌ସିବି) ଟସ ଜିତି ପ୍ରଥମେ ବୋଲିଂ କରିବାକୁ...

ଟସ୍‌ ଜିତିଲା ନ୍ୟୁଜିଲାଣ୍ଡ ବ୍ୟାଟିଂ ନିଷ୍ପତ୍ତି..

ମେଲବୋର୍ନ,୯।୧୧ : ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ପାକିସ୍ତାନ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ସିଡନୀ...

Advertisement
Archives

Model This Week