ଏକ ଲକ୍ଷରୁ ଅଧିକ ପ୍ରିଟର୍ମ ଶିଶୁଙ୍କ ସଫଳ ଚିକିତ୍ସା

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍‌ (ଏଲଭିପିଇଆଇ) ସମୟ ପୂର୍ବରୁ ଜନ୍ମିତ ଶିଶୁ ବା ପ୍ରିଟର୍ମ ଶିଶୁଙ୍କୁ ସଫଳତାର ସହ ଆବଶ୍ୟକ ଚିକିତ୍ସା ଯୋଗାଇଛି। ଏପରିକି ଏଲଭିପିଇଆଇର ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ୟୁନିଟ ନେଟ୍‌ୱର୍କ ସେଣ୍ଟରଗୁଡ଼ିକରେ ସମୟ ପୂର୍ବରୁ ଜନ୍ମିତ ଶିଶୁଙ୍କ ଦୃଷ୍ଟି ପଟଳ ବିକୃତି ରୋଗ ବା ରେଟିନୋପାଥି ଅଫ୍‌ ପ୍ରିମ୍ୟାଚ୍ୟୁରିଟି (ଆରଓପି)ର ଚିକିତ୍ସା କରାଯାଇଛି। ବିଶେଷ କରି ଏକ ଲକ୍ଷରୁ ଅଧିକ ସଂଖ୍ୟକ ସମୟ ପୂର୍ବରୁ ଜନ୍ମିତ ଶିଶୁ ବା ପ୍ରିଟର୍ମ ଶିଶୁଙ୍କୁ ଚିକିତ୍ସା ପ୍ରଦାନ ସହ ନବଜାତ ଶିଶୁଙ୍କ ଦୃଷ୍ଟିହୀନତାକୁ ରୋକିବା ଦିଗରେ ହସ୍ପିଟାଲ ଏକ ବଡ଼ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏ ସମ୍ପର୍କରେ ଏଲ୍‌ଭିପିଇଆଇ ଭୁବନେଶ୍ୱରର ମିଥୁ ତୁଳସୀ ଚନରାଇ କ୍ୟାମ୍ପସ ସ୍ଥିତ ଅନନ୍ତ ବଜାଜ ରେଟିନା ଇନଷ୍ଟିଚ୍ୟୁଟର ଅଧ୍ୟାପକ ଡ. ତାପସ ରଞ୍ଜନ ପାଢ଼ୀ କହିଛନ୍ତି, ଆଗୁଆ ଜନ୍ମ ହୋଇଥିବା ଶିଶୁ (ପ୍ରିମ୍ୟାଚୁର) କିମ୍ବା କମ୍‌ ଓଜନ (ଜନ୍ମ ସମୟରେ ୨ କିଗ୍ରାରୁ କମ୍‌) ସହ ଜନ୍ମ ହୋଇଥିବା ଶିଶୁମାନଙ୍କୁ ଆରଓପି ହେବାର ଆଶଙ୍କା ରହିଛି। ଏହି ମାଇଲଖୁଣ୍ଟ ହାସଲ କରିବା ପାଇଁ ଏଲଭିପିଇଆଇ ଟିମ୍‌ ଏକ ଅନନ୍ୟ ତଥା ବିଶେଷ ପ୍ରକାରର ଏଲଭିପିଇଆଇ ଆଟଲାସ୍‌ ଅଫ୍‌ ରେଟିନୋପାଥି ଅଫ୍‌ ପ୍ରିମ୍ୟାଚ୍ୟୁରିଟି ଏବଂ ଅନ୍ୟାନ୍ୟ ନିଓନାଟାଲ୍‌ ରେଟିନା ରୋଗ ପାଇଁ ଚିକିତ୍ସକ, ଗବେଷକ, ସ୍ବାସ୍ଥ୍ୟ ପେସାଦାର ଏବଂ ନୀତି ନିର୍ଦ୍ଧାରକଙ୍କ ପାଇଁ ଏକ ଉପଯୋଗୀ ମାର୍ଗଦର୍ଶିକା ଅଟେ। ସେହିଭଳି ଏଲଭିପିଇଆଇର ନିଉବର୍ଣ୍ଣ ଆଇ ହେଲଥ୍‌ ଆଲିଆନ୍ସ (ଏନଇଏଚଏ)ର ନେଟୱାର୍କ ଡାଇରେକ୍ଟର ଡାକ୍ତର ସୁଭଦ୍ରା ଜାଲାଲି କହିଛନ୍ତି, ପ୍ରତ୍ୟେକ ଚିକିତ୍ସିତ ଶିଶୁ ସ୍କୁଲ ଜୀବନରେ ପ୍ରବେଶ କରିବା ବେଳକୁ ଉକ୍ତ ଶିଶୁମାନଙ୍କ ପାଇଁ ସର୍ବୋତ୍ତମ ସମ୍ଭାବ୍ୟ ଦୃଷ୍ଟିଶକ୍ତି ହାସଲ କରିବା ପାଇଁ ଟିମ୍‌ ଯେ କୌଣସି ସ୍ଥାନରେ ୧-୪ ଘଣ୍ଟାର ବିଶେଷ ଯତ୍ନ ନେବା ପରେ ମାସ ତଥା ବର୍ଷ ବର୍ଷ ଧରି ଫଲୋଅପ୍‌ ଯନତ୍ ନେଇପାରନ୍ତି। ସେହିପରି ଏଲଭିପିଇଆଇର ଅନନ୍ତ ବଜାଜ ରେଟିନା ଇନଷ୍ଟିଚ୍ୟୁଟର ପରାମର୍ଶଦାତା ଡା. ଆକାଶ ବେଲେଞ୍ଜେ କହିଛନ୍ତି, ଏଲଭିପିଇଆଇ ଆଟଲାସ୍‌ ଅଫ୍‌ ରେଟିନୋପାଥି ଅଫ୍‌ ପ୍ରିମ୍ୟାଚୁରିଟି ଏବଂ ଅନ୍ୟାନ୍ୟ ନିଓନାଟାଲ ରେଟିନା ରୋଗର ଶୁଭାରମ୍ଭ ନବଜାତ ଶିଶୁଙ୍କ ଯନତ୍ ଓ ପରିଚାଳନାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?