ଏକ ଲକ୍ଷରୁ ଅଧିକ ପ୍ରିଟର୍ମ ଶିଶୁଙ୍କ ସଫଳ ଚିକିତ୍ସା

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍‌ (ଏଲଭିପିଇଆଇ) ସମୟ ପୂର୍ବରୁ ଜନ୍ମିତ ଶିଶୁ ବା ପ୍ରିଟର୍ମ ଶିଶୁଙ୍କୁ ସଫଳତାର ସହ ଆବଶ୍ୟକ ଚିକିତ୍ସା ଯୋଗାଇଛି। ଏପରିକି ଏଲଭିପିଇଆଇର ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ୟୁନିଟ ନେଟ୍‌ୱର୍କ ସେଣ୍ଟରଗୁଡ଼ିକରେ ସମୟ ପୂର୍ବରୁ ଜନ୍ମିତ ଶିଶୁଙ୍କ ଦୃଷ୍ଟି ପଟଳ ବିକୃତି ରୋଗ ବା ରେଟିନୋପାଥି ଅଫ୍‌ ପ୍ରିମ୍ୟାଚ୍ୟୁରିଟି (ଆରଓପି)ର ଚିକିତ୍ସା କରାଯାଇଛି। ବିଶେଷ କରି ଏକ ଲକ୍ଷରୁ ଅଧିକ ସଂଖ୍ୟକ ସମୟ ପୂର୍ବରୁ ଜନ୍ମିତ ଶିଶୁ ବା ପ୍ରିଟର୍ମ ଶିଶୁଙ୍କୁ ଚିକିତ୍ସା ପ୍ରଦାନ ସହ ନବଜାତ ଶିଶୁଙ୍କ ଦୃଷ୍ଟିହୀନତାକୁ ରୋକିବା ଦିଗରେ ହସ୍ପିଟାଲ ଏକ ବଡ଼ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏ ସମ୍ପର୍କରେ ଏଲ୍‌ଭିପିଇଆଇ ଭୁବନେଶ୍ୱରର ମିଥୁ ତୁଳସୀ ଚନରାଇ କ୍ୟାମ୍ପସ ସ୍ଥିତ ଅନନ୍ତ ବଜାଜ ରେଟିନା ଇନଷ୍ଟିଚ୍ୟୁଟର ଅଧ୍ୟାପକ ଡ. ତାପସ ରଞ୍ଜନ ପାଢ଼ୀ କହିଛନ୍ତି, ଆଗୁଆ ଜନ୍ମ ହୋଇଥିବା ଶିଶୁ (ପ୍ରିମ୍ୟାଚୁର) କିମ୍ବା କମ୍‌ ଓଜନ (ଜନ୍ମ ସମୟରେ ୨ କିଗ୍ରାରୁ କମ୍‌) ସହ ଜନ୍ମ ହୋଇଥିବା ଶିଶୁମାନଙ୍କୁ ଆରଓପି ହେବାର ଆଶଙ୍କା ରହିଛି। ଏହି ମାଇଲଖୁଣ୍ଟ ହାସଲ କରିବା ପାଇଁ ଏଲଭିପିଇଆଇ ଟିମ୍‌ ଏକ ଅନନ୍ୟ ତଥା ବିଶେଷ ପ୍ରକାରର ଏଲଭିପିଇଆଇ ଆଟଲାସ୍‌ ଅଫ୍‌ ରେଟିନୋପାଥି ଅଫ୍‌ ପ୍ରିମ୍ୟାଚ୍ୟୁରିଟି ଏବଂ ଅନ୍ୟାନ୍ୟ ନିଓନାଟାଲ୍‌ ରେଟିନା ରୋଗ ପାଇଁ ଚିକିତ୍ସକ, ଗବେଷକ, ସ୍ବାସ୍ଥ୍ୟ ପେସାଦାର ଏବଂ ନୀତି ନିର୍ଦ୍ଧାରକଙ୍କ ପାଇଁ ଏକ ଉପଯୋଗୀ ମାର୍ଗଦର୍ଶିକା ଅଟେ। ସେହିଭଳି ଏଲଭିପିଇଆଇର ନିଉବର୍ଣ୍ଣ ଆଇ ହେଲଥ୍‌ ଆଲିଆନ୍ସ (ଏନଇଏଚଏ)ର ନେଟୱାର୍କ ଡାଇରେକ୍ଟର ଡାକ୍ତର ସୁଭଦ୍ରା ଜାଲାଲି କହିଛନ୍ତି, ପ୍ରତ୍ୟେକ ଚିକିତ୍ସିତ ଶିଶୁ ସ୍କୁଲ ଜୀବନରେ ପ୍ରବେଶ କରିବା ବେଳକୁ ଉକ୍ତ ଶିଶୁମାନଙ୍କ ପାଇଁ ସର୍ବୋତ୍ତମ ସମ୍ଭାବ୍ୟ ଦୃଷ୍ଟିଶକ୍ତି ହାସଲ କରିବା ପାଇଁ ଟିମ୍‌ ଯେ କୌଣସି ସ୍ଥାନରେ ୧-୪ ଘଣ୍ଟାର ବିଶେଷ ଯତ୍ନ ନେବା ପରେ ମାସ ତଥା ବର୍ଷ ବର୍ଷ ଧରି ଫଲୋଅପ୍‌ ଯନତ୍ ନେଇପାରନ୍ତି। ସେହିପରି ଏଲଭିପିଇଆଇର ଅନନ୍ତ ବଜାଜ ରେଟିନା ଇନଷ୍ଟିଚ୍ୟୁଟର ପରାମର୍ଶଦାତା ଡା. ଆକାଶ ବେଲେଞ୍ଜେ କହିଛନ୍ତି, ଏଲଭିପିଇଆଇ ଆଟଲାସ୍‌ ଅଫ୍‌ ରେଟିନୋପାଥି ଅଫ୍‌ ପ୍ରିମ୍ୟାଚୁରିଟି ଏବଂ ଅନ୍ୟାନ୍ୟ ନିଓନାଟାଲ ରେଟିନା ରୋଗର ଶୁଭାରମ୍ଭ ନବଜାତ ଶିଶୁଙ୍କ ଯନତ୍ ଓ ପରିଚାଳନାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ ଧକ୍କାରେ ଯୁବତୀଙ୍କ ଜୀବନଗଲା: ରାସ୍ତାରୋକୋ, ଉତ୍ତେଜନା

ବେଲପାହାଡ଼,୩୦।୧୦(ଡ଼ି.ଏନ୍‌.ଏ): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅଧୀନ ଗୁମାଡ଼େରା ମୁଖ୍ୟ ରାସ୍ତାରେ ବୁଧବାର ଏକ୍‌ ଟ୍ରକ୍‌ ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ...

ଅସ୍ବାସ୍ଥ୍ୟକର ପରିବେଶରେ ଦୈନିକ ବଜାର

କାଶୀନଗର,୨୮ା୧(ଡି.ଏନ.ଏ.) – ଗଜପତି ଜିଲା କାଶୀନଗର ବସଷ୍ଟାଣ୍ଡ ନିକଟ ବଜାର ଆବର୍ଜନାପୂର୍ଣ୍ଣ ଓ ଅସ୍ବାସ୍ଥ୍ୟକର ପରିବେଶରେ ରହିଛି। ବଜାରରେ ପ୍ରତ୍ୟେକ ଦିନ ପନିପରିବା ଏବଂ ଆମିଷ...

ନବଙ୍କ ହତ୍ୟା ନେଇ ବିରୋଧୀଙ୍କ ଟାର୍ଗେଟ

ଭୁବନେଶ୍ବର, ୭ା୨(ବ୍ୟୁରୋ):ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକୁ ନେଇ ରାଜ୍ୟ ରାଜନୀତି ଏପଟ ସେପଟ ହୋଇଯାଇଛି। ମୁଖ୍ୟତଃ ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ...

ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି: ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର,୮।୧୨ (ବ୍ୟୁରୋ): ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଚାକିରି ଦେବାକୁ କହି ଜଣେ ମହିଳାଙ୍କୁ ୩୦ ହଜାର ଟଙ୍କା ଠକିବା ଅଭିଯୋଗକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି।...

ସରକାରୀ ଖାତାକୁ ଫେରିବ ହଜାରେ ଏକର

ଅନୁଗୋଳ ଅଫିସ,୧୨।୭ ସରକାରୀ ଜମିକୁ ପୈତୃକ ସମ୍ପତ୍ତି ଭଳି ବ୍ୟବହାର କରାଯାଉଛି। କେଉଁଠି ବହୁତଳ କୋଠା ତ ଆଉ କେଉଁଠି ବ୍ୟବସାୟିକ ପ୍ରତିଷ୍ଠାନ ଗଢ଼ାଯାଇ ଭଡ଼ାରେ...

୪୭ ପ୍ରତିଦ୍ୱନ୍ଦୀଙ୍କ ଭାଗ୍ୟ ପରୀକ୍ଷା

ଭଦ୍ରକ ଅଫିସ,୨୩ା୫: ଗୁରୁବାର ୪୭ ପ୍ରତିଦ୍ୱନ୍ଦୀଙ୍କ ଭାଗ୍ୟ ପରୀକ୍ଷାର ଫଳାଫଳ ନିର୍ଣ୍ଣୟ ହେବ। ୫ ବିଧାନସଭା ଓ ଗୋଟିଏ ଲୋକସଭା ପାଇଁ ପ୍ରାର୍ଥୀ ଚୂଡାନ୍ତ ହେବ।...

ବେକରି ଫ୍ୟାକ୍ଟ୍ରିକୁ ଯାଉଥିଲା ପଚା ଅଣ୍ଡା: ରାସ୍ତାରେ ଜବତ କଲା ସିଏମ୍‌ସି

କଟକ ଅଫିସ,୬।୧୦: କଟକ ମହାନଗର ନିଗମ (ସିଏମ୍‌ସି) ବୁଧବାର ଅଟୋରେ ଯାଉଥିବା ୧୦ ପେଟି ପଚା ଅଣ୍ଡା ଜବତ କରିଛି। ଏହି ଅଣ୍ଡାକୁ ପାଉଁରୁଟି, କେକ...

ଡ୍ରେନ୍‌ ଜଗିବ ବିଏମ୍‌ସି ସ୍କ୍ବାଡ୍‌

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ୫୦ରୁ ଊର୍ଦ୍ଧ୍ୱ ଘରୋଇ ସେସ୍‌ପୁଲ ଗାଡ଼ି ରହିଛି। କିନ୍ତୁ ସେଗୁଡ଼ିକ ମଧ୍ୟରୁ ଅନେକ ସହରର ସ୍ବଚ୍ଛତାକୁ ଅଣଦେଖା କରି ଏଣେତେଣେ ମଳ...

Advertisement
Archives

Model This Week