ବିନା ପ୍ରଶିକ୍ଷଣରେ ସଫଳ ଚିତ୍ରଶିଳ୍ପୀ

ପାଟଣା, ୭ା୪: କୁହାଯାଏ ବିଭୁଦତ୍ତ ପ୍ରତିଭା ଓ ନିଷ୍ଠା ଅନେକ ଅସମ୍ଭବକୁ ସମ୍ଭବ କରିବାର ସାମର୍ଥ୍ୟ ରଖେ। ଆଉ ପରେ ସଫଳତାର ଶୀର୍ଷ ସୋପାନରେ ଉପନୀତ କରିଥାଏ। କୌଣସି ପ୍ରଶିକ୍ଷଣ କିମ୍ବା ଚିତ୍ର କଳା ପ୍ରତିଷ୍ଠାନରେ ଅଧ୍ୟୟନ ନ କରି କିମ୍ବା ସେନେଇ କୌଣସି ଡିଗ୍ରୀ ହାସଲ ନ କରି ଥିଲେ ବି ନିଖୁଣ ଭାବେ ଡ୍ରଇଂଶିଟ୍‌ର କାନଭାସ ଉପରେ ଜଣେ ରଙ୍ଗ ତୁଳି ଧରି ସମ୍ମୁଖରେ ଥିବା ବ୍ୟକ୍ତି କିମ୍ବା ଛବିକୁ ଅବିକଳ ଭାବେ ଚିତ୍ରିତ କରିଦେଇପାରୁଛନ୍ତି। ଏପରି କରି ଜିଲାରେ ଅନେକ ପ୍ରଶଂସା ସାଉଁଟିଛନ୍ତି ଜଣେ ୧୭ ବର୍ଷର କିଶୋର ପ୍ରତିଭା। ସେ ହେଉଛନ୍ତି କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଗୋପାଳିଆ ସାହିର ଉଦୀୟମାନ ଚିତ୍ରଶିଳ୍ପୀ ଲକ୍ଷ୍ମୀନାରାୟଣ ମହାରଣା।
ବୟସରୁ ଚିତ୍ରକଳା ପ୍ରତି ତାଙ୍କର ଆଗ୍ରହ ରହିଛି। ମାତ୍ର ୧୫ବର୍ଷ ବୟସରେ ଗଁାରେ ହେଉଥିବା ଲକ୍ଷ୍ମୀ ପୂଜା ସକାଶେ ମୂର୍ତ୍ତି ତିଆରି କରିବାର ସେ ଗୁରୁଦାୟିତ୍ୱ ନେଇଥିଲେ। ୟାପରେ ଅଦମ୍ୟ ଇଛାଶକ୍ତି ଆଉ ସାଙ୍ଗସାଥୀଙ୍କଠାରୁ ପ୍ରେରଣା ପାଇ ଚିତ୍ରକଳା ପ୍ରତି ମନୋନିବେଶ କରିଥିଲେ। ତାଙ୍କ ଚିତ୍ରକଳାରେ ସମସାମୟିକ ଘଟଣାବଳୀ ସହ ହିନ୍ଦୁ ଦେବାଦେବୀ, ଦେଶ ଓ ରାଜ୍ୟର ପ୍ରତିଷ୍ଠିତ ରାଜନେତା, କ୍ରିକେଟ ତାରକା, ଫିଲ୍ମ ଷ୍ଟାର, କଣ୍ଠଶିଳ୍ପୀ, ଚଳଚ୍ଚିତ୍ର ଅଭିନେତା ଅଭିନେତ୍ରୀଙ୍କ ଅବିକଳ ଚିତ୍ର ଆଙ୍କି ସେ ଜିଲା ତଥା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚିତ ହୋଇଛନ୍ତି। ଏଥିପାଇଁ ସେ କୌଣସି ଗୁରୁଙ୍କଠାରୁ ମଧ୍ୟ ଶିକ୍ଷା ନେଇନାହାନ୍ତି। କୌଣସି ପୁରସ୍କାର କିମ୍ବା ପ୍ରୋତ୍ସାହନ ପାଇ ନାହାନ୍ତି। ଏସମ୍ପର୍କରେ ଲକ୍ଷ୍ମୀ ନାରାୟଣ କହିଛନ୍ତି, ଲୋକଙ୍କ ଭଲ ପାଇବା ମୋତେ ପ୍ରେରଣା ଯୋଗାଇଛି। ଯେତେବେଳେ ଦର୍ଶକ ମୋର ଚିତ୍ର ଦେଖି ଖୁସି ହୋଇ ସୁନ୍ଦର ହୋଇଛି ବୋଲି ପଦୁଟିଏ କହିଦିଅନ୍ତି ସେତିକିରେ ମନ ମୋର ଖୁସି ହୋଇଯାଏ। ଆଉ ଶ୍ରମ ସାର୍ଥକ ହେଲା ବୋଲି ଭାବିନିଏ। ତେବେ ଗାଁ ମଫସଲରେ ଏହି କଳାର ପୂଜାରୀ ପାଇଁ ବଜାର ସୁବିଧା ନାହିଁ କି ପ୍ରୋତ୍ସାହନ ନାହିଁ। ମୋତେ ସୁଯୋଗ ମିଳିଲେ ରାଜ୍ୟ ଓ ଜାତୀୟ ସ୍ତର ଆର୍ଟ ଫେଷ୍ଟିଭାଲରେ ଅଂଶଗ୍ରହଣ କରି ମୋ କଳାକୃତିର ପ୍ରଚାର, ପ୍ରସାର କରିବି ବୋଲି କହିଛନ୍ତି। ଦାରିଦ୍ର୍ୟର ତାଡନା ଲକ୍ଷ୍ମୀ ନାରାୟଣଙ୍କ କଳାକାର ଜୀବନ ଦୋଛକିରେ ଅନ୍ତରାୟ ସୃଷ୍ଟି କରୁଥିବା ବେଳେ ସେ ସଂଘର୍ଷ ଜାରି ରଖିଛନ୍ତି। ସରକାରୀ ସୁବିଧା ସୁଯୋଗ ମିଳିଲେ ଏହି କିଶୋର ପ୍ରତିଭା ଦିନେ ଓଡ଼ିଶାର ନାଁ କରିବେ ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଆଶାପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କୁ ବାଣ୍ଟିଲେ ପାଠ୍ୟ ଉପକରଣ

ଯୋଡ଼ା, ୧୦।୫(ଡି.ଏନ.ଏ.)-କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସମଗ୍ର ଦେଶରେ ଲକଡାଉନ୍‌ ଘୋଷଣା କରାଯାଇଛି। ଏହି କାରଣରୁ ସମଗ୍ର ଦେଶରେ ସ୍କୁଲ୍‌ ଗୁଡିକ ବନ୍ଦ ରହିଛି।...

୨ ଡାକ୍ତରଖାନା ଦାୟିତ୍ୱରେ ଜଣେ ଅଧିକାରୀ

କେନ୍ଦୁଝର,୨୧ା୧(ସ୍ବ.ପ୍ର.): କର୍ମଚାରୀ ଅଭାବ ଆଳରେ କେନ୍ଦୁଝର ଜିଲାର ପଦ୍ମପୁର ଓ ବାଂଶପାଳ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଦାୟିତ୍ୱରେ ଜଣେ ଡାକ୍ତର(ଅଧିକାରୀ)ଙ୍କୁ ନିଯୁକ୍ତ କରାଯାଇଛି। ଫଳରେ...

ମନ୍ଦିର ଯିବା ବେଳେ ଦୁର୍ଘଟଣା: ସ୍ବାମୀଙ୍କ ଜୀବନ ଗଲା, ସ୍ତ୍ରୀ, ଝିଅ ଗୁରୁତର

କେନ୍ଦୁଝର,୯ା୧୧(ସ୍ବ.ପ୍ର.): ଝୁମ୍ପୁରା ଥାନା ଅନ୍ତର୍ଗତ ଘଣ୍ଟିପଶି ଗ୍ରାମ ମୁଣ୍ଡାସାହି ନିକଟସ୍ଥ ଏକ ବୁଲାଣି ରାସ୍ତାରେ ଡାଲା ଅଟୋ ଓ ବାଇକ୍‌ ଧକ୍କା ହେବା ଫଳରେ ସ୍ବାମୀଙ୍କ...

କେନ୍ଦୁଝର ଜିଲା ହାବିଲଦାର, କନଷ୍ଟେବଳ ସଂଘ ନିର୍ବାଚନ: ଆଜି ଶପଥ ନେବେ ନୂତନ କର୍ମକର୍ତ୍ତା

କେନ୍ଦୁଝର, ୨ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ହାବିଲଦାର, କନଷ୍ଟେବଳ ସଂଘର ନିର୍ବାଚନ ସେପ୍ଟେମ୍ବର ୩୦ ତାରିଖରେ ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ରାତି ପର୍ଯ୍ୟନ୍ତ ରିଜର୍ଭ ପୋଲିସଠାରେ ଗଣତି...

ମା’ ହତ୍ୟାକାରୀଙ୍କୁ ୧୦ ବର୍ଷ ଜେଲ

କେନ୍ଦୁଝର,୨୦ା୧ (ସ୍ବ.ପ୍ର.): କେନ୍ଦୁଝର ଜିଲା ଓ ଦୌରାଜଜ ଚିତ୍ତରଞ୍ଜନ ମହାପାତ୍ର ଗୁରୁବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି। ହତ୍ୟାକାରୀ ହରିଚନ୍ଦନପୁର ବ୍ଲକ ରେବଣାପଳାସପାଳ...

ଫାର୍ମାଶିଷ୍ଟଙ୍କ ଦ୍ୱାରା ଚାଲିଛି ଚିକିତ୍ସାଳୟ

ତେଲକୋଇ, ୧।୧(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ ସିରିଗିଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଚଳାବସ୍ଥା। ଜଣେ ଫାର୍ମାଶିଷ୍ଟଙ୍କ ଦ୍ୱାରା ଚାଲିଛି ସ୍ବାସ୍ଥ୍ୟ କେନ୍ଦ୍ର। ଦୀର୍ଘ ଦିନରୁ ଡାକ୍ତର ଅଭାବ ଯୋଗୁ...

ସହାୟତା ଅପେକ୍ଷାରେ କେନ୍ଦରା କଳାକାର

ଚମ୍ପୁଆ, ୮।୧୦ (ଡି.ଏନ.ଏ)-ହଜି ଯାଉଥିବା ଲୋକ ସଙ୍ଗୀତ ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଯେଉଁ କେତେଜଣ କଳାକାର ପ୍ରୟାସ ଚଳାଇ ଆସିଛନ୍ତି ସେମାନଙ୍କ ମଧ୍ୟରେ...

କଖାରୁ ଲଟାରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାଟଣା,୩।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡ଼ା ପଞ୍ଚାୟତ ମାନପୁର ଗ୍ରାମର ଡେଣୁଆ ରାସ୍ତା ପାର୍ଶ୍ୱରେ ଥିବା ବଗିଚାର କଖାରୁ ଲଟା ମଧ୍ୟରୁ ରବିବାର ସକାଳୁ...

Advertisement
Archives

Model This Week