ବିନା ପ୍ରଶିକ୍ଷଣରେ ସଫଳ ଚିତ୍ରଶିଳ୍ପୀ

ପାଟଣା, ୭ା୪: କୁହାଯାଏ ବିଭୁଦତ୍ତ ପ୍ରତିଭା ଓ ନିଷ୍ଠା ଅନେକ ଅସମ୍ଭବକୁ ସମ୍ଭବ କରିବାର ସାମର୍ଥ୍ୟ ରଖେ। ଆଉ ପରେ ସଫଳତାର ଶୀର୍ଷ ସୋପାନରେ ଉପନୀତ କରିଥାଏ। କୌଣସି ପ୍ରଶିକ୍ଷଣ କିମ୍ବା ଚିତ୍ର କଳା ପ୍ରତିଷ୍ଠାନରେ ଅଧ୍ୟୟନ ନ କରି କିମ୍ବା ସେନେଇ କୌଣସି ଡିଗ୍ରୀ ହାସଲ ନ କରି ଥିଲେ ବି ନିଖୁଣ ଭାବେ ଡ୍ରଇଂଶିଟ୍‌ର କାନଭାସ ଉପରେ ଜଣେ ରଙ୍ଗ ତୁଳି ଧରି ସମ୍ମୁଖରେ ଥିବା ବ୍ୟକ୍ତି କିମ୍ବା ଛବିକୁ ଅବିକଳ ଭାବେ ଚିତ୍ରିତ କରିଦେଇପାରୁଛନ୍ତି। ଏପରି କରି ଜିଲାରେ ଅନେକ ପ୍ରଶଂସା ସାଉଁଟିଛନ୍ତି ଜଣେ ୧୭ ବର୍ଷର କିଶୋର ପ୍ରତିଭା। ସେ ହେଉଛନ୍ତି କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଗୋପାଳିଆ ସାହିର ଉଦୀୟମାନ ଚିତ୍ରଶିଳ୍ପୀ ଲକ୍ଷ୍ମୀନାରାୟଣ ମହାରଣା।
ବୟସରୁ ଚିତ୍ରକଳା ପ୍ରତି ତାଙ୍କର ଆଗ୍ରହ ରହିଛି। ମାତ୍ର ୧୫ବର୍ଷ ବୟସରେ ଗଁାରେ ହେଉଥିବା ଲକ୍ଷ୍ମୀ ପୂଜା ସକାଶେ ମୂର୍ତ୍ତି ତିଆରି କରିବାର ସେ ଗୁରୁଦାୟିତ୍ୱ ନେଇଥିଲେ। ୟାପରେ ଅଦମ୍ୟ ଇଛାଶକ୍ତି ଆଉ ସାଙ୍ଗସାଥୀଙ୍କଠାରୁ ପ୍ରେରଣା ପାଇ ଚିତ୍ରକଳା ପ୍ରତି ମନୋନିବେଶ କରିଥିଲେ। ତାଙ୍କ ଚିତ୍ରକଳାରେ ସମସାମୟିକ ଘଟଣାବଳୀ ସହ ହିନ୍ଦୁ ଦେବାଦେବୀ, ଦେଶ ଓ ରାଜ୍ୟର ପ୍ରତିଷ୍ଠିତ ରାଜନେତା, କ୍ରିକେଟ ତାରକା, ଫିଲ୍ମ ଷ୍ଟାର, କଣ୍ଠଶିଳ୍ପୀ, ଚଳଚ୍ଚିତ୍ର ଅଭିନେତା ଅଭିନେତ୍ରୀଙ୍କ ଅବିକଳ ଚିତ୍ର ଆଙ୍କି ସେ ଜିଲା ତଥା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚିତ ହୋଇଛନ୍ତି। ଏଥିପାଇଁ ସେ କୌଣସି ଗୁରୁଙ୍କଠାରୁ ମଧ୍ୟ ଶିକ୍ଷା ନେଇନାହାନ୍ତି। କୌଣସି ପୁରସ୍କାର କିମ୍ବା ପ୍ରୋତ୍ସାହନ ପାଇ ନାହାନ୍ତି। ଏସମ୍ପର୍କରେ ଲକ୍ଷ୍ମୀ ନାରାୟଣ କହିଛନ୍ତି, ଲୋକଙ୍କ ଭଲ ପାଇବା ମୋତେ ପ୍ରେରଣା ଯୋଗାଇଛି। ଯେତେବେଳେ ଦର୍ଶକ ମୋର ଚିତ୍ର ଦେଖି ଖୁସି ହୋଇ ସୁନ୍ଦର ହୋଇଛି ବୋଲି ପଦୁଟିଏ କହିଦିଅନ୍ତି ସେତିକିରେ ମନ ମୋର ଖୁସି ହୋଇଯାଏ। ଆଉ ଶ୍ରମ ସାର୍ଥକ ହେଲା ବୋଲି ଭାବିନିଏ। ତେବେ ଗାଁ ମଫସଲରେ ଏହି କଳାର ପୂଜାରୀ ପାଇଁ ବଜାର ସୁବିଧା ନାହିଁ କି ପ୍ରୋତ୍ସାହନ ନାହିଁ। ମୋତେ ସୁଯୋଗ ମିଳିଲେ ରାଜ୍ୟ ଓ ଜାତୀୟ ସ୍ତର ଆର୍ଟ ଫେଷ୍ଟିଭାଲରେ ଅଂଶଗ୍ରହଣ କରି ମୋ କଳାକୃତିର ପ୍ରଚାର, ପ୍ରସାର କରିବି ବୋଲି କହିଛନ୍ତି। ଦାରିଦ୍ର୍ୟର ତାଡନା ଲକ୍ଷ୍ମୀ ନାରାୟଣଙ୍କ କଳାକାର ଜୀବନ ଦୋଛକିରେ ଅନ୍ତରାୟ ସୃଷ୍ଟି କରୁଥିବା ବେଳେ ସେ ସଂଘର୍ଷ ଜାରି ରଖିଛନ୍ତି। ସରକାରୀ ସୁବିଧା ସୁଯୋଗ ମିଳିଲେ ଏହି କିଶୋର ପ୍ରତିଭା ଦିନେ ଓଡ଼ିଶାର ନାଁ କରିବେ ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଆଶାପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମପାଟଣା ଅଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ସରଗରମ: ସଭାପତି ପଦ ପାଇଁ ଚତୁର୍ମୁଖୀ ଲଢ଼େଇ, ୨୧ ପ୍ରାର୍ଥିପତ୍ର କାଏମ

ପାଟଣା,୧୦।୧୦ (ବୀର କିଶୋର ଦାଶ): ସ୍ୱାମପାଟଣା ସ୍ଥିତ ଅଞ୍ଚଳିକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷର ଛାତ୍ର ସଂସଦ ନିର୍ବାଚନ ପାଇଁ ପାରଦ ବଢ଼ିବାରେ ଲାଗିଛି। ଯାଞ୍ଚ ପରେ ମୋଟ…

ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …

ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍‌ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସରେ ଉତ୍କଣ୍ଠା, ନାମାଙ୍କନ ଦାଖଲ ପରେ…

ବଞ୍ଚୋ,୯ା୧୦(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଭାଜପା, ବିଜେଡି ଓ କଂଗ୍ରେସ ସମର୍ଥିତ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନପତ୍ର ଦାଖଲ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ଲୋକଙ୍କ ଅଭିଯୋଗ ଶୁଣିଲେ ବିଧାୟକ

ପାଟଣା,୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତରେ ଗୁରୁବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ…

କଂଗ୍ରେସର ବନ୍ଦ ଡାକରା: ରାଜ୍ୟ ରାଜପଥ ଅବରୋଧ କଲେ ବିକ୍ଷୋଭକାରୀ

ବଞ୍ଚୋ,୮ା୧୦(ପ୍ରଦୋଷ ବିଶ୍ୱାଳ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଆନନ୍ଦପୁରରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ ସମେତ ବାମପନ୍ଥୀ…

ଇଣ୍ଡି ମେଣ୍ଟର ବନ୍ଦ ଡାକରା: ଗାଡ଼ିମୋଟର ଫେରାଇଦେଲେ ବିକ୍ଷୋଭକାରୀ

ପାଟଣା,୮ା୧୦(ବୀର କିଶୋର ଦାଶ): ଇଣ୍ଡିମେଣ୍ଟର ଭାରତ ବନ୍ଦ ଡାକରାକୁ ସମର୍ଥନ କରି ପାଟଣା ଓ ସାହାର ପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ…

ଏମ୍‌ଏମ୍‌ଡିଆର, ଏସ୍‌ଆଇଆର୍‌ ମୁଖ୍ୟ ପ୍ରସଙ୍ଗ ନେଇ କଂଗ୍ରେସର ବନ୍ଦ ଡାକରା

କେନ୍ଦୁଝର,୮ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଏମ୍‌ଏମ୍‌ଡିଆର, ଏସ୍‌ଆଇଆର୍‌-୨୦୨୬, ପାଠ୍ୟପୁସ୍ତକ ତ୍ରୁଟି ଏବଂ ବନ୍ୟା ସମସ୍ୟା ପ୍ରସଙ୍ଗକୁ ନେଇ ବୁଧବାର ଓଡ଼ିଶା ବନ୍ଦ ଡାକରା ପରିପ୍ରେକ୍ଷୀରେ କେନ୍ଦୁଝରରେ ବନ୍ଦ ପାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?