Posted inଭଦ୍ରକ

ଗ୍ରାମବାସୀଙ୍କ ବିରୋଧ ପରେ ସିଧା ପୋଲ ନିର୍ମାଣ

ବନ୍ତ,୭ା୪(ସ୍ବ.ପ୍ର.)  ଭଦ୍ରକ ଜିଲା ଆଗରପଡ଼ା-ବନ୍ତ ରାସ୍ତାର ଆଡ଼ିଆ ନିକଟସ୍ଥ ଗଣିଜାଙ୍ଗ ମାଇନର କେନାଲ ଉପରେ ବକ୍ରାକାରରେ ଥିବା ମୋହନ ପୋଲକୁ ଭଙ୍ଗାଯାଇ ଆର୍‌ ଆଣ୍ଡ ବି ପକ୍ଷରୁ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ନୂଆ ପୋଲକୁ ବକ୍ରାକାର କରି ନିର୍ମାଣ କରାଯାଉଥିବା ବେଳେ ବୁଧବାର ଗ୍ରାମବାସୀ ବିରୋଧ କରିଥିଲେ। ସିଧା ଭାବେ ପୋଲ ନିର୍ମାଣ ପାଇଁ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ମହାପାତ୍ର ପ୍ରତିଶ୍ରୁତି ଦେବା ପରେ କାମ ଆରମ୍ଭ ହୋଇଛି। ପ୍ରକାଶ ଯେ, ଉକ୍ତ ସ୍ଥାନରେ ଥିବା ବକ୍ରାକାର ପୋଲ ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ବହୁ ଧନଜୀବନ ହାନି ଘଟିଛି। ଏବେ ୫୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୧୧ ମିଟର ଲମ୍ବ ଓ ୧୧ ମିଟର ପ୍ରସ୍ଥ ବିଶିଷ୍ଟ ନୂତନ ପୋଲ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ପୋଲକୁ ମଧ୍ୟ ପୂର୍ବପରି ବକ୍ରାକାର କରାଯାଉଥିବା ଅଭିଯୋଗ କରି ଗ୍ରାମବାସୀ ପୂର୍ବାହ୍ନରେ କାମ ବନ୍ଦ କରିଥିଲେ। କନିଷ୍ଠ ଯନ୍ତ୍ରୀ ମହାପାତ୍ର ପହଞ୍ଚିବା ପରେ ପୂର୍ବତନ ସରପଞ୍ଚ ବିଜୟ ଜେନା, ଅଜୟ ରଥ, ବଦ୍ରିନାରାୟଣ ସେଠୀ, କୃପାସିନ୍ଧୁ ବେହେରା ପ୍ରମୁଖଙ୍କ ସହ ଆଲୋଚନା କରି ସିଧା ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ବିନା ସୂଚନା ଫଳକରେ ନିର୍ମାଣ କାର୍ଯ୍ୟ କରାଯାଉଥିବା ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri