ଯୁବତୀଙ୍କଠାରେ ସଫଳ କିଡ୍‌ନୀ ପ୍ରତିରୋପଣ

ଭୁବନେଶ୍ୱର, ୧୨।୪(ବ୍ୟୁରୋ):ଅସୁସ୍ଥ ଝିଅକୁ କିଡ୍‌ନୀ ପ୍ରଦାନ କରି ପୁନର୍ଜନ୍ମ ଦେଲା ମା’। ସମ୍‌ ଅଲ୍ଟିମେଟ୍‌ ମେଡିକେୟାରରେ ସଫଳ ଅସ୍ତ୍ରୋପଚାର ପରେ ବର୍ତ୍ତମାନ ଯୁବତୀ ଜଣକ ସୁସ୍ଥ ହୋଇପାରିଛନ୍ତି। ଯୁବତୀଙ୍କର ଦୁଇଟି କିଡ୍‌ନୀ ସମ୍ପୂର୍ଣ୍ଣ ଭାବେ ଅକାମୀ ହୋଇ ପଡ଼ିଥିବାବେଳେ ଚିକିତ୍ସା ନିମନ୍ତେ ଗତବର୍ଷ ନଭେମ୍ବରରେ ସେ ସମ୍‌ରେ ଭର୍ତ୍ତି ହୋଇଥିଲେ। ନେଫ୍ରୋଲୋଜି ବିଭାଗର କନ୍‌ସଲ୍‌ଟାଣ୍ଟ ଡା. ତାପସ ରଞ୍ଜନ ବେହେରାଙ୍କ ଅଧୀନରେ ଚିକିତ୍ସିତ ହେଉଥିଲେ। ତାଙ୍କର ସପ୍ତାହକୁ ଦୁଇଥର ଡାଏଲିସିସ୍‌ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ସ୍ବାସ୍ଥ୍ୟାବସ୍ଥାକୁ ଦେଖି କିଡ୍‌ନୀ ପ୍ରତ୍ୟାରୋପଣର ନିଷ୍ପତ୍ତି ନିଆଯାଇଥିଲା ବୋଲି ଡା. ବେହେରା କହିଛନ୍ତି। ଝିଅର ଜୀବନ ବଞ୍ଚାଇବା ପାଇଁ ନିଜ କିଡ୍‌ନୀ ଦେବା ନିମନ୍ତେ ତାଙ୍କ ମା’ ଇଚ୍ଛା ପ୍ରକାଶ କରିଥିଲେ। କିଡ୍‌ନୀ ପ୍ରତ୍ୟାରୋପଣର ସମସ୍ତ ପ୍ରସ୍ତୁତି ପରେ ଯୁବତୀଙ୍କ ମା’ଙ୍କ ଶରୀରରୁ ଲାପ୍ରୋସ୍କୋପିକ ପଦ୍ଧତିରେ କିଡ୍‌ନୀ କଢ଼ାଯାଇ ଯୁବତୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା। ଏହି ସମ୍ପୂର୍ଣ୍ଣ ପ୍ରତ୍ୟାରୋପଣ ପଦ୍ଧତି ପରିଚାଳନା କରିଥିଲେ ୟୁରୋଲୋଜି ବିଭାଗର କନ୍‌ସଲଟାଣ୍ଟ ଡା. ପ୍ରିୟବ୍ରତ ଦାସ। ଏହି ବିରଳ ଲାପ୍ରୋସ୍କୋପିକ ପଦ୍ଧତି ଦ୍ୱାରା ଡୋନରଙ୍କୁ ବିଶେଷ ଭାବେ କଷ୍ଟ ହୁୁଏ ନାହିଁ, ଶରୀରରେ କୌଣସି ଦାଗ ରହେ ନାହିଁ ଓ ସେ ଦୁଇ ତିନି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଥିଲେ। ତେବେ ଯୁବତୀଙ୍କ ଶରୀରରେ ସାଧାରଣ ଭାବେ ଅସ୍ତ୍ରୋପଚାର ମାଧ୍ୟମରେ କିଡ୍‌ନୀ ପ୍ରତ୍ୟାରୋପଣ କରାଯାଇଛି। ଡୋନରଙ୍କଠାରୁ କିଡ୍‌ନୀ ଅଣାଯିବା ଓ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ପ୍ରକ୍ରିୟା ୪ରୁ ୫ ଘଣ୍ଟାରେ ସମ୍ପୂର୍ଣ୍ଣ ହୋଇଥିଲା ବୋଲି ଡା. ଦାସ କହିଛନ୍ତି। ଯୁବତୀ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ଏହା ନେଫ୍ରୋଲୋଜି, ୟୁରୋଲୋଜି, ଆନେସ୍ଥେସିଆ ଟିମ, ଓଟି ଷ୍ଟାଫ୍‌ ଓ ଟ୍ରାନ୍ସପ୍ଲାଣ୍ଟ କୋଅର୍ଡିନେଟରଙ୍କ ସହଯୋଗ ଦ୍ୱାରା ସମ୍ଭବ ହୋଇପାରିଛି ବୋଲି ଚିକିତ୍ସା କରିଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନକ ପରେ ବଦଳିଲା ନିର୍ଦ୍ଦେଶ: ହେବନାହିଁ ଡିଏଲ୍‌/ଏଲ୍‌ଏଲ୍‌ ଟେଷ୍ଟ; ଆର୍‌ଟିଓ୍‌କୁ ନ ଯିବାକୁ ପରାମର୍ଶ

କଟକ ଅଫିସ,୧୧।୬- କରୋନା ସଂକ୍ରମଣ ଯୋଗୁ ମାର୍ଚ୍ଚ ୧୮ ତାରିଖ ପରଠାରୁ ଡିଏଲ୍‌ ଏବଂ ଏଲ୍‌ଏଲ୍‌ ଟେଷ୍ଟିଂ ବନ୍ଦ ରହିଛି। ଏହାକୁ ପୁନଃ ଚାଲୁ କରିବା...

ରେକର୍ଡ ଭାଙ୍ଗିଲା କରୋନା: ଦିନକରେ କରୋନା ନେଲା ୬୧ ଜୀବନ

ଭୁବନେଶ୍ୱର,୯/୭(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନାରେ ୬୧ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୪୭୮ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର...

ସୁଷମାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୭।୮(ବ୍ୟୁରୋ) : ବରିଷ୍ଠ ଭାଜପା ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ମଙ୍ଗଳବାର ରାତିରେ ହୃଦଘାତରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ସମଗ୍ର...

ଭଙ୍ଗା କୁଡ଼ିଆରେ ବୃଦ୍ଧ ଦମ୍ପତି

ଚିତ୍ରଡ଼ା,୧୦।୪(ଡି.ଏନ.ଏ.)- ପ୍ରଶାସନିକ ଅବହେଳା କାରଣରୁ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା ଗ୍ରାମର ବୃଦ୍ଧ ଦମ୍ପତି ପ୍ରସାଦ ବେହେରା ଓ ତାଙ୍କ ସ୍ତ୍ରୀ ଭଙ୍ଗାକୁଡ଼ିଆରେ...

ଚର୍ଚ୍ଚିତ ମିଶ୍ରଙ୍କୁ ଇଡିର ୨ ଘଣ୍ଟା ଜେରା

ଭୁବନେଶ୍ୱର, ୧୩।୧୨(ବ୍ୟୁରୋ): ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌)ର ନିର୍ଦ୍ଦେଶକ ତଥା ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରେ...

ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଚିନ୍ତା ବଢ଼ାଇଛି

ଭୁବନେଶ୍ୱର,୧୦ା୭(ଅନୁରାଧା ମହାରଣା): ମୌସୁମୀ ନିମ୍ନ ଚାପ ରେଖା ରବିବାର ରାଜସ୍ଥାନର ଜୈସେଲମେରରୁ ବାହାରି ଆଜମେର, ଶିବପୁରୀ, ସିଦ୍ଧି, ଡାଲଟାନଗଞ୍ଜ ଦେଇ ପଶ୍ଚିମବଙ୍ଗର ଶାନ୍ତିନିକେତନରୁ ପୂର୍ବଦିଗରେ ମଣିପୁର...

ଶୀତ ପାଇଁ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର,୩ା୧(ବ୍ୟୁରୋ): ଶୀତ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ସ୍ଥାନକୁ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି। ନିୟମିତ ଟ୍ରେନରେ ମାତ୍ରାଧିକ ଭିଡ଼ ଓ ପର୍ଯ୍ୟଟକଙ୍କୁ ସୁହାଇବା...

ମହିଳାଙ୍କ ଫିଙ୍ଗର ପ୍ରିଣ୍ଟ ଯାଞ୍ଚ ପାଇଁ ହେବ ଆବେଦନ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ-ଦାସପୁର ରାସ୍ତାରୁ ମିଳିଥିବା ମୁଣ୍ଡବିହୀନ ମହିଳାଙ୍କ ମୃତଦେହର ପରିଚୟ ପାଇବା ନେଇ କମିଶନରେଟ ପୋଲିସ ପ୍ରୟାସ ଜାରି ରଖିଛି। କୋଲ୍‌କାତା...

Advertisement
Archives

Model This Week