ଚାକିରି ଛାଡ଼ି ସଫଳ ଚାଷୀ

ଖୋର୍ଦ୍ଧା ଅଫିସ,୧୬।୭: କଥାରେ ଅଛି, ନିଷ୍ଠା ଏବଂ ଏକାଗ୍ରତା ଥିଲେ ସଫଳତା ଆପେ ଆପେ ଆସିଥାଏ। ଏହାର ଚାକ୍ଷୁଷ ଉଦାହରଣ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ବୋଲଗଡ଼ ଗ୍ରାମର ଚାଷୀ ରବୀନ୍ଦ୍ର କୁମାର ସାମନ୍ତରାୟ (୫୫)। ଚାକିରି ଛାଡ଼ି ୪ ଏକର ଜମିରେ ୫ ହଜାର ଟଙ୍କାରୁ ଚାଷ ଆରମ୍ଭ କରିଥିବା ରବୀନ୍ଦ୍ର ଏବେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି। ବର୍ତ୍ତମାନ ସମୟରେ ଯୁବପିଢ଼ି ଚାଷକାର୍ଯ୍ୟରୁ ବିମୁଖ ହେଉଥିବା ବେଳେ ରବୀନ୍ଦ୍ର ଜଣେ ସଫଳ ଚାଷୀ ଭାବେ ଜିଲାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କୁ ରୋଜଗାର ଯୋଗାଉଛନ୍ତି। ଯୁବସମାଜ ପାଇଁ ସେ ପ୍ରେରଣାର ଉତ୍ସ ପାଲଟିଛନ୍ତି।
ଏ ସମ୍ପର୍କରେ ରବୀନ୍ଦ୍ର କୁହନ୍ତି, ୧୯୯୦ ମସିହାରେ କଲେଜ ଶିକ୍ଷା ପରେ ପୁରୀସ୍ଥିତ ସୁରଜମଲ୍ଲ ସାହା କଲେଜରେ କର୍ମଚାରୀ ଭାବେ ଚାକିରି କରିଥିଲି। ଗଁାକୁ ଆସିଲେ, ବଗିଚାରେ ଫୁଲଚାରା ରୋପଣ ସହ ଜମିରେ ଚାଷ କରିବାକୁ ଭଲ ପାଉଥିଲି। ଚାଷକାର୍ଯ୍ୟ ପ୍ରତି ଆଗ୍ରହ ଦେଖି ତାଙ୍କ ଅଜା ଚାଷକାର୍ଯ୍ୟକୁ ଆପଣାଇବା ଲାଗି ତାଙ୍କୁ ଉତ୍ସାହିତ କରିଥିଲେ। ହାଇସ୍କୁଲରେ ପଢ଼ିବା ସମୟରେ ଜଣେ ଶିକ୍ଷକ ବନବିହାରୀ ପଟ୍ଟନାୟକଙ୍କ ଚାଷ କାର୍ଯ୍ୟକୁ ନେଇ ଏକ ଉକ୍ତି ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା। ହାଇସ୍କୁଲରୁ କଲେଜ ଶିକ୍ଷା ପର୍ଯ୍ୟନ୍ତ ପାଠପଢ଼ା ସହ ଚାରାରୋପଣ କରିବା, ଫୁଲ ବଗିଚା କାମ ଜାରି ରହିଥିଲା। ୨୦୦୦ ମସିହାରେ ଚାକିରି ଛାଡ଼ି ଚାଷକାର୍ଯ୍ୟରେ ମନ ବଳାଇଥିଲି। କ୍ଷେତରେ ଗୋଟିଏ ପ୍ରକାର ଚାଷ କରିବା ପରିବର୍ତ୍ତେ ସମନ୍ବିତ ଚାଷ କରିବା ଲାଗି ସ୍ଥିର କରିଥିଲି। ୪ ଏକର ଜମିରେ ପ୍ରଥମେ ଫଳଗଛ ଲଗାଇବା ଆରମ୍ଭ କରିଥିଲି। ୩୫୦ରୁ ଊର୍ଦ୍ଧ୍ୱ ଆମ୍ବଗଛ, ୨୫୦ରୁ ଊର୍ଦ୍ଧ୍ୱ ନଡ଼ିଆ ଗଛ, ୧୦୦ରୁ ଊର୍ଦ୍ଧ୍ୱ ଲେମ୍ବୁଗଛ ରହିଛି। ଏଥିସହ ବାଇଗଣ, ଭେଣ୍ଡି, କଖାରୁ, ଗୁଆଁର, କାକୁଡ଼ି, କଲରା, ଝୁଲଣ ଚାଷ କରିବା ସହ ଗେଣ୍ଡୁଫୁଲ ଚାଷ କରିଛନ୍ତି। ଛତୁ ଏବଂ ମାଛଚାଷ ମଧ୍ୟ ଆରମ୍ଭ କରିଛନ୍ତି। ଆଗକୁ ବିଭିନ୍ନ ପ୍ର୍ରକାର ଫୁଲଗଛ, ଡାଳିମ୍ବ ଆଦି ଆରମ୍ଭ କରିବା ପାଇଁ ଯୋଜନା ରଖିଥିବା ସେ କହିଛନ୍ତି। ରବୀନ୍ଦ୍ରଙ୍କ ପୁଅ ମୁକେଶ ମଧ୍ୟ ଏହି କାର୍ଯ୍ୟରେ ସହଯୋଗ କରିଥା’ନ୍ତି। ୬୦ବର୍ଷ ପରେ ଚାକିରିରୁ ଅବସର ନେବା ପରେ ପେନସନ ଟଙ୍କାରେ ଜୀବନ ଅତିବାହିତ କରିଥା’ନ୍ତି। କିନ୍ତୁ ୨୦ବର୍ଷ ତଳେ କରିଥିବା ପରିଶ୍ରମର ଫଳ ଏବେ ଫଳୁଛି। ପରିବେଶକୁ ମୁକ୍ତ ଅକ୍ସିଜେନ ଯୋଗାଇବା ସହ ରୋଜଗାରର ବୃଦ୍ଧି ଘଟିବ। ଦୀର୍ଘ ଦିନର ପରିଶ୍ରମ ଫଳ ଅନେକଙ୍କୁ ପ୍ରେରଣା ଯୋଗାଇଛି। ଏହି ସ୍ଥାନ ବୁଲି ଦେଖିବା ପରେ ବହୁ ଯୁବ ଚାଷୀ ଏଥିପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। ଉଚ୍ଚ ଶିକ୍ଷିତ ଯୁବକମାନେ ଚାଷ କାର୍ଯ୍ୟକୁ ଆପଣାଇ ଜଣେ ସଫଳ ଉଦ୍ୟୋଗପତି ହୋଇପାରିବେ। ଏଥିରେ ବହୁ ବାଧାବିଘ୍ନ ଆସିବ। ଶେଷରେ ବହୁ ଆନନ୍ଦ ପାଇବେ ବୋଲି ରବୀନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିରେ ବୁଡି ଶିଶୁ ମୃତ

ଖଇରା,୧୬।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଜଳଦା ପଞ୍ଚାୟତ ଅଧୀନ ସମ୍ପେଇ ଗ୍ରାମର ଅରୁଣ କୁମାର ଜେନାଙ୍କ ୨ବର୍ଷର ପୁଅ ଦିବ୍ୟାଂଶୁ ପୋଖରୀ ପାଣିରେ ବୁଡି ପ୍ରାଣ...

ମହୁଲ ଗୋଟାଇବା ହେଲା କାଳ, ଗଲା ମହିଳାଙ୍କ ଜୀବନ

ଦେବଗଡ଼,୨୯।୩(ଡି.ଏନ୍‌.ଏ.): ଦେବଗଡ ବନଖଣ୍ଡ ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଖଣ୍ଡାଧୁଆଁ ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଦଳିଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ...

ଦକ୍ଷତାବିହୀନ ୫ କର୍ମଚାରୀଙ୍କୁ ପ୍ରାକ୍‌ ଅବସର ନୋଟିସ

ଛତ୍ରପୁର,୧-୧(ଡି.ଏନ୍‌.ଏ.):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-ଟି କାର୍ଯ୍ୟକ୍ରମର ମାନଦଣ୍ଡରେ ପ୍ରଶାସନିକ କାର୍ଯ୍ୟ ନିର୍ବାହ କରିବା ବାଧ୍ୟତାମୂଳକ ରହିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ...

ନକଲି ପୋଲିସ ପୋଷାକ ପିନ୍ଧି କରୁଥିଲେ ଡକାୟତି ଯୋଜନା, ଧରିଲା ଅସଲି ପୋଲିସ

ବାଲିଗୁଡ଼ା,୬।୩(ଡି.ଏନ୍‌.ଏ): ବାଲିଗୁଡ଼ା ପୋଲିସ ଏକ ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ କରିଛ। ଘଟଣାରେ ଦୁଇଜଣ ନକଲି ପୋଲିସ ଅଫିସର ଗିରଫ ହୋଇଥିବା ବେଳେ ଅନ୍ୟ...

ଦାବି ନେଇ ଚାଷୀଙ୍କ ୨୨ କି.ମି. ପଦଯାତ୍ରା

ସମ୍ବଲପୁର,୨୭।୧୧(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ପଡିଆବାହାଳ ଜୟଦୁର୍ଗା କୃଷକ କ୍ଲବ ବିଭିନ୍ନ ଦାବି ପୂରଣ ପାଇଁ ଅଭିନବ ପ୍ରତିବାଦ କରିଛି। କ୍ଲବ କର୍ମକର୍ତ୍ତା ଶୁକ୍ରବାର...

ହରିଚନ୍ଦନଙ୍କୁ ବାଲେଶ୍ୱରରେ ଭବ୍ୟ ‘ନାଗରିକ ସମ୍ବର୍ଦ୍ଧନା’: ‘ବରପୁତ୍ରଙ୍କୁ ସମ୍ମାନ ଦେବାର ବେଳ ଆସିଛି’

ବାଲେଶ୍ୱର ଅଫିସ, ୧୧।୧-ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଶୁକ୍ରବାର ବାଲେଶ୍ୱର ପ୍ରତିଭା ବିକାଶ ମଞ୍ଚ ତରଫରୁ ଆୟୋଜିତ ସଭାରେ ‘ନାଗରିକ ସମ୍ବର୍ଦ୍ଧନା’ ପ୍ରଦାନ କରାଯାଇଛି। ସ୍ଥାନୀୟ...

ପୁରୀରେ ନାବାଳିକା କରୋନା ସନ୍ଦିଗ୍ଧ

ପୁରୀ ଅଫିସ,୧୪।୩: କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ପୁରୀରେ ଜଣେ ବିଦେଶୀ ନାବାଳିକା ଶନିବାର କରୋନା ସନ୍ଦିଗ୍ଧଭାବେ ଜିଲା...

୧୦ ଦଫା ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ

ରାୟଗଡ଼ା ଅଫିସ,୧୮।୧୨: ରାୟଗଡ଼ା ଜିଲା ନିର୍ମାଣ ଶ୍ରମିକ ମହାସଂଘ ପକ୍ଷରୁ ୧୦ ଦଫା ଦାବିରେ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଡିଏଲ୍‌ସି ନିଜେ...

Advertisement
Archives

Model This Week