ଇଞ୍ଜିନିୟରିଂ ଛାଡ଼ି ଷ୍ଟ୍ରବେରି ଚାଷକୁ ଆପଣାଇଛନ୍ତି ସଫଳଚାଷୀ ଭାଗୀରଥି

କାଳିଆପାଣି,୨୬ା୩(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ପିଙ୍ଗଲ ପଞ୍ଚାୟତ ଅନ୍ତର୍ଗତ ରାଇଟିକର ଗ୍ରାମର ଭାଗୀରଥି ସ୍ବାଇଁ ଇଞ୍ଜିନିୟରିଂ ବୃତ୍ତି ଛାଡ଼ି ଷ୍ଟ୍ରବେରି ଚାଷ କରି ସଫଳ ହୋଇଛନ୍ତି। ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ଭାଗୀରଥି କୋଭିଡ୍‌-୧୯ ମହାମାରୀ ସମୟରେ ନିଜର ବୃତ୍ତି ଛାଡ଼ି ଏହି ଚାଷକୁ ଆପଣାଇଥିଲେ।
କୋଭିଡି ସମୟରେ ଜୀବନଜୀବିକାର ପରିଭାଷା ବଦଳି ଯାଇଥିବାବେଳେ ସେ ଚାଷକୁ ଏକ ନୂଆରୂପ ଦେବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ। ନିଜ ପରିବାରର ପ୍ରାୟ ୬ ଏକର ଜମିରେ ଭାଗୀରଥି ପୂର୍ବରୁ ଧାନ, ଚିନାବାଦାମ, ପୋଟଳ ଏବଂ ବିଭିନ୍ନ ପନିପରିବା ଚାଷ କରି ବାର୍ଷିକ ପ୍ରାୟ ୩ ଲକ୍ଷ ଟଙ୍କା ରୋଜଗାର କରୁଥିଲେ। କିନ୍ତୁ ପାରମ୍ପରିକ ଚାଷରୁ ବାହାରି କିଛି ନୂଆ ଓ ଅଧିକ ଲାଭଦାୟକ ସୁଯୋଗ ସନ୍ଧାନରେ ସେ ସବୁବେଳେ ରହୁଥିଲେ। ଏହି ସମୟରେ ଉଦ୍ୟାନ କୃଷି ବିଭାଗ ଏବଂ ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ(ଟିଏସ୍‌ଏଫ୍‌) ମିଳିତ ସହଯୋଗରେ ସେ ଆଧୁନିକ କୃଷି ପ୍ରଣାଳୀ ସହ ପରିଚିତ ହୋଇଥିଲେ। ସେମାନଙ୍କ ମାର୍ଗଦର୍ଶନରେ ସେ ଅଞ୍ଚଳ ପାଇଁ ସମ୍ପୂର୍ଣ୍ଣ ନୂଆ ଏବଂ ଉଚ୍ଚ ମୂଲ୍ୟଯୁକ୍ତ ଷ୍ଟ୍ରବେରି ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ୪୮ ଡେସିମିଲ ଜମିରେ ଭାଗୀରଥି ପ୍ରାୟ ୧୦,୦୦୦ ଷ୍ଟ୍ରବେରି ଚାରାରୋପଣ କରିଥିଲେ। ଟାଟା ଷ୍ଟିଲ ଫାଉଣ୍ଡେଶନ ଏବଂ ସରକାରଙ୍କ ପକ୍ଷରୁ ତାଙ୍କୁ ଚାରା, ମଲ୍ଚିଂ ସିଟ ଏବଂ ଟ୍ରେଲିସ ନେଟ ପରି ଆବଶ୍ୟକ ସରଞ୍ଜାମ ଯୋଗାଇ ଦିଆଯାଇଥିଲା। ଏନେଇ ଭାଗୀରଥି କହିଛନ୍ତି, ସେ ସବୁବେଳେ ଚାଷରେ କିଛି ନୂଆ ପ୍ରୟୋଗ କରିବାକୁ ଚାହୁଁଥିଲେ। ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ ଏବଂ ଉଦ୍ୟାନ କୃଷି ବିଭାଗର ସହାୟତା ତାଙ୍କୁ ଏହି ପଦକ୍ଷେପ ନେବା ପାଇଁ ଆତ୍ମବିଶ୍ୱାସ ଦେଇଥିଲା। ଏହି ଚାଷରେ ଲାଭର ପରିମାଣ ବେଶ ଉତ୍ସାହଜନକ ରହିଛି। ୪୭ ହଜାର ଟଙ୍କା ନିବେଶ କରି ସେ ମାତ୍ର ଅଳ୍ପ ଦିନରେ ପ୍ରାୟ ୧ ଲକ୍ଷ ଟଙ୍କା ରୋଜଗାର କରିସାରିଲେଣି। ଚଳିତ ଅମଳ ଋତୁ ଶେଷ ସୁଦ୍ଧା ମୋଟ ୨.୫ ଲକ୍ଷରୁ ଅଧିକ ଟଙ୍କା ଲାଭ ପାଇବେ ବୋଲି ଆଶା ରଖିଛନ୍ତି। ବର୍ତ୍ତମାନ ସେ ଡୁବୁରି ଏବଂ ଦାନଗଦି ଭଳି ସ୍ଥାନୀୟ ବଜାରରେ କିଲୋଗ୍ରାମ ପ୍ରତି ୨୫୦ ଟଙ୍କାରେ ଷ୍ଟ୍ରବେରି ବିକ୍ରି କରୁଥିବାବେଳେ ମାସିକ ଆୟ ପ୍ରାୟ ୯୫ ହଜାର ଟଙ୍କା ଆୟ କରୁଛନ୍ତି। ତାଙ୍କର ଏହି ସଫଳତା ଏବେ ଅନ୍ୟ ଚାଷୀମାନଙ୍କ ପାଇଁ ଉଦାହରଣ ସାଜିଛି। ଟାଟାଷ୍ଟିଲ ଫାଉଣ୍ଡେଶନ ଦ୍ୱାରା ସହାୟତାପ୍ରାପ୍ତ ‘ମହାବୀର କୃଷକ ସଂଘ’ ମାଧ୍ୟମରେ ସେ ଏବେ ଅନ୍ୟ ଚାଷୀଙ୍କୁ ମଧ୍ୟ ଅଭିନବ ଚାଷ ଓ ଆଧୁନିକ ଜ୍ଞାନକୌଶଳ ଆପଣାଇବା ପାଇଁ ପ୍ରେରଣା ଦେଉଛନ୍ତି। ଏ ସମ୍ପର୍କରେ ଟାଟା ଷ୍ଟିଲ ଫାଉଣ୍ଡେଶନର କଳିଙ୍ଗନଗର ଇମ୍ପାକ୍ଟ କ୍ଲଷ୍ଟର ମୁଖ୍ୟ ଦେବାଞ୍ଜନ ମୁଖାର୍ଜୀ କହିଛନ୍ତି, ଆମେ ଏଭଳି ଉଚ୍ଚ ମୂଲ୍ୟଯୁକ୍ତ ଚାଷକୁ ପ୍ରୋତ୍ସାହିତ କରୁଛୁ, ଯାହା ଚାଷୀଙ୍କ ଆୟ ବଢ଼ାଇବା ସହ ସେମାନଙ୍କୁ ସ୍ବାବଲମ୍ବୀ କରିବ। ଆମେ ଶିଳ୍ପ ଏବଂ କୃଷି ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରି ବିକାଶ କରିବାକୁ ଲକ୍ଷ୍ୟ ରଖିଛୁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେବଳ କ୍ରିକେଟରେ ନୁହେଁ ବ୍ୟବସାୟରେ ମଧ୍ୟ ଖୁବ ଆଗରେ ବିରାଟ କୋହଲି; ଜାଣନ୍ତୁ BCCI ବ୍ୟତୀତ କେତେ ରୋଜଗାର କରନ୍ତି…

ନୂଆଦିଲ୍ଲୀ,୨୫।୬: ବିଶ୍ୱର ସବୁଠାରୁ ସଫଳ ଏବଂ ପ୍ରସିଦ୍ଧ କ୍ରିକେଟରଙ୍କ ମଧ୍ୟରୁ ଜଣେ ବିରାଟ କୋହଲି ଥରେ ମନ୍ତବ୍ୟ ଦେଇଥିଲେ ଯେ ସେ ବ୍ୟବସାୟ ବିଷୟରେ କିଛି ଜାଣି…

୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କଲେ ସଂସ୍କୃତି ମନ୍ତ୍ରୀ, ୨ ଚଳଚ୍ଚିତ୍ରକୁ ଶ୍ରେଷ୍ଠ ପୁରସ୍କାର

ଭୁବନେଶ୍ୱର,୨୫।୬: ୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ୨୦୨୩ ପାଇଁ ପୁଷ୍କରା ଓ ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌ ଶ୍ରେଷ୍ଠ ଚଳଚ୍ଚିତ୍ର । ୨୦୨୪…

ସରକାରଙ୍କ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କୃଷି ବିଭାଗର ତତ୍ପରତା, ତାଲିମ…

ଦାରିଙ୍ଗବାଡି,୨୫।୬(ଅରୁଣ ସାହୁ): ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଇବା ଓ ସଠିକ ଭାବେ କୃଷକଙ୍କ ନାମ ପଞ୍ଜିକୃତ କରାଇବାରେ କନ୍ଧମାଳ ଜିଲା ଦାରିଙ୍ଗବାଡି କୃଷି ବିଭାଗ ବଡ଼…

ଲହଡି ମାଡ଼ରେ ଗଭୀର ସମୁଦ୍ରକୁ ଚାଲିଗଲେ ପର୍ଯ୍ୟଟକ, ଆଉ ତା’ପରେ..

ପୁରୀ,୨୫।୬: ପୁରୀ ସେକ୍ଟର ୯ ବେଳାଭୂମି ଅର୍ଥାତ ଚୈତନ୍ୟ ଛକ ସମ୍ମୁଖରେ ଏକ ଅଘଟଣ ସାମ୍ନାକୁ ଆସିଛି। ସମୁଦ୍ରର ଲହଡି ମାଡ଼ରେ ଜଣେ ପର୍ଯ୍ୟଟକ ଗଭୀର ସମୁଦ୍ର…

ବିବାହରେ ଧୋନି, କୋହଲି, ରୋହିତଙ୍କୁ କାହିଁକି ନିମନ୍ତ୍ରଣ କଲେ ନାହିଁ ଆକାଶ ଦୀପ? ନିଜେ କହିଲେ ଏହାର କାରଣ

ନୂଆଦିଲ୍ଲୀ,୨୫।୬: କାଶୀରେ ଭାରତୀୟ ଦଳର ଦ୍ରୁତ ବୋଲର ଆକାଶ ଦୀପ ଅକ୍ଷିତାଙ୍କ ସହିତ ବୁଧବାର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ଉତ୍ସବ ଏକ ଆନନ୍ଦଦାୟକ ଘଟଣା…

କୋରାପୁଟ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

କୋରାପୁଟ,୨୫।୬(ଅମିତାଭ ବେହେରା ): କୋରାପୁଟ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ଵରାଜ୍ୟ କୁମାର ଶିଶାଙ୍କ ଦେହାନ୍ତ ହୋଇଛି । ଗତ କିଛି ଦିନ ଧରି ସେ…

ସରକାରଙ୍କ ବଡ଼ ପଦକ୍ଷେପ, ବିବାହ କାର୍ଡରେ ବର-କନ୍ୟାଙ୍କ ଜନ୍ମ ତାରିଖ ଅନ୍ତର୍ଭୁକ୍ତ କରିବା ବାଧ୍ୟତାମୂଳକ

ମୁମ୍ବାଇ,୨୫।୬: ବାଲ୍ୟବିବାହର ସାମାଜିକ କୁପ୍ରଥାକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିବା ପାଇଁ ମହାରାଷ୍ଟ୍ରରେ ଏକ ଅନନ୍ୟ ଏବଂ କଠୋର ନିୟମ ଲାଗୁ ହେବାକୁ ଯାଉଛି। ରାଜ୍ୟ ସରକାର…

ବାଲେଶ୍ବରରେ ଚାଞ୍ଚଲ୍ୟ, ୮ ରାଉଣ୍ଡ ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା

ବାଲେଶ୍ୱର,୨୫।୬( ବାଞ୍ଛାନିଧି ଦେ ): ବାଲେଶ୍ବର ସହରରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ପୋଲିସକୁ ଅପରାଧୀମାନେ ଖୁଲମଖୁଲା ଚ୍ୟାଲେଞ୍ଜ ଦେଉଛନ୍ତି । ସହଦେବଖୁଣ୍ଟା ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri