Posted inଖେଳ

ସଫଳ କ୍ରିକେଟର, ଦକ୍ଷ ମ୍ୟାଚ ରେଫରି

ଭୁବନେଶ୍ୱର, ୨୦।୫(କ୍ରୀଡ଼ା ପ୍ରତିନିଧି)- ପ୍ରଶାନ୍ତ ମହାପାତ୍ର ଜଣେ ସଫଳ କ୍ରିକେଟର, ଦକ୍ଷ ମ୍ୟାଚ ରେଫରି ଏବଂ ବିସିସିଆଇ ଲେଭଲ-୨ କୋଚ୍‌ ଥିଲେ। ଖେଳ ଜୀବନ ହେଉ କି ମ୍ୟାଚ ପରିଚାଳନା ଯେତେବେଳେ ଯେଉଁ ଦାୟିତ୍ୱ ପାଇଥିଲେ ତାହାକୁ ସଫଳତାର ସହ ସମ୍ପନ୍ନ କରି ପ୍ରଶଂସା ସାଉଁଟିଥିଲେ।
୧୯୭୩ ସେପ୍ଟେମ୍ବର ୧ରେ ଜନ୍ମିତ ପ୍ରଶାନ୍ତ ଜଣେ ଡାହାଣହାତୀ ବ୍ୟାଟ୍ସମ୍ୟାନ ଓ ମଧ୍ୟମଗତି ବୋଲର ଥିଲେ। ପୁରୁଣା ଭୁବନେଶ୍ୱରସ୍ଥିତ ରାମେଶ୍ୱର ସ୍ପୋର୍ଟିଂ ଏବଂ ମୁକ୍ତେଶ୍ୱର କ୍ରିକେଟ କ୍ଲବ ପକ୍ଷରୁ ଖେଳି କ୍ରିକେଟ ଜୀବନକୁ ଆଗକୁ ବଢ଼ାଇଥିଲେ। ତାମିଲନାଡ଼ୁ ବିପକ୍ଷରେ ସେ ପ୍ରଥମେ ୧୯ ବର୍ଷରୁ କମ୍‌ କ୍ରିକେଟ ଖେଳିଥିଲେ ଏବଂ ୧୯୯୦ରେ ବିହାର ବିପକ୍ଷରେ ରଣଜୀ ଟ୍ରଫି କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୭-୮୮ରୁ ୨୦୦୨-୦୩ ମଧ୍ୟରେ ସେ କ୍ୟାରିୟରରେ ୪୫ଟି ପ୍ରଥମଶ୍ରେଣୀ (ଓଡ଼ିଶା ପକ୍ଷରୁ ୪୨ଟି ରଣଜୀ ଟ୍ରଫି ଏବଂ ଇଷ୍ଟଜୋନ୍‌ ପକ୍ଷରୁ ୩ଟି ଦୁଲୀପ ଟ୍ରଫି) ଏବଂ ୧୭ଟି ଲିଷ୍ଟ-ଏ ମ୍ୟାଚ ଖେଳିଥିଲେ। ଏହା ବ୍ୟତୀତ ସେ ୨୬ଟି ଅନ୍ୟ ମ୍ୟାଚ ଖେଳିଥିଲେ। ଏହା ମଧ୍ୟରେ ୮ଟି ୧୫ ବର୍ଷରୁ କମ୍‌ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି, ୪ଟି ୧୭ ବର୍ଷରୁ କମ୍‌ ବିଜୟ ହଜାରେ ଟ୍ରଫି, ୧୨ଟି ୧୯ ବର୍ଷରୁ କମ୍‌ କୁଚ୍‌ବିହାର ଟ୍ରଫି ଏବଂ ୨ଟି ୧୯ ବର୍ଷରୁ କମ୍‌ ସି.କେ. ନାଇଡୁ ଟ୍ରଫି ମ୍ୟାଚ ଅନ୍ତର୍ଭୁକ୍ତ। ପ୍ରଥମଶ୍ରେଣୀ କ୍ରିକେଟରେ ସେ ୪୫ଟି ମ୍ୟାଚର ୮୦ଟି ଇନିଂସରୁ ୩୦.୦୮ ଆଭରେଜରେ ୨,୧୯୬ ରନ ସଂଗ୍ରହ କରିଥିଲେ। ତାଙ୍କର ସର୍ବାଧିକ ସ୍କୋର ଥିଲା ୧୫୭*। ସେ ୫ ଶତକ ଏବଂ ୧୧ ଅର୍ଦ୍ଧଶତକ ହାସଲ କରିଥିବାବେଳେ ୪୪ଟି କ୍ୟାଚ ନେଇଥିଲେ। ସେହିପରି ଲିଷ୍ଟ-ଏରେ ସେ ମୋଟ ୨୬୧ ରନ କରିଥିଲେ।
ଅବସର ପରେ ୨୦୧୪ ସେପ୍ଟେମ୍ବରରେ ସେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମ୍ୟାଚ ରେଫରି ପ୍ୟାନେଲରେ ସାମିଲ ହୋଇଥିଲେ। ମ୍ୟାଚ ରେଫରି ଭାବେ ସେ ୪୮ଟି ପ୍ରଥମଶ୍ରେଣୀ, ୪୫ଟି ଲିଷ୍ଟ-ଏ ଏବଂ ୪୯ଟି ଟି୨୦ ମ୍ୟାଚ ପରିଚାଳନାର ଗୁରୁଦାୟିତ୍ୱ ବହନ କରିଥିଲେ। ୨୦୧୨ ଫେବୃୟାରୀରେ ଅନୁଷ୍ଠିତ ବିସିସିଆଇ ଲେଭଲ-୧ କୋଚ୍‌ ପରୀକ୍ଷାରେ ମଧ୍ୟ ସେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ସେହିବର୍ଷ ମେ’ରେ ସେ ବିସିସିଆଇ ଲେଭଲ-୨ କୋଚ୍‌ ପରୀକ୍ଷାରେ ମଧ୍ୟ କୃତିତ୍ୱ ଅର୍ଜନ କରିଥିଲେ। ଜୁନିୟର ବର୍ଗରେ ପ୍ରଭାବୀ ପ୍ରଦର୍ଶନ ପାଇଁ ସେ ୧୯୮୭-୮୮ରେ ବିସିସିଆଇ ପକ୍ଷରୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ(୧୫ ବର୍ଷରୁ କମ୍‌) ପୁରସ୍କାର ପାଇଥିଲେ। ୧୯୯୬-୯୭ରେ ତାଙ୍କୁ ମାରୁତି ଇଷ୍ଟେଟ ସହିଦ ସ୍ପୋର୍ଟିଂ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ତାଙ୍କ ପରଲୋକରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri