ମାଳଦ୍ୱୀପରେ ଓଡ଼ିଆ ହୋଟେଲ ବ୍ୟବସାୟୀଙ୍କ ସଫଳତା

ଭୁବନେଶ୍ୱର,୪ା୫(ବ୍ୟୁରୋ): ବଡ଼ ସଫଳ କାହାଣୀଗୁଡ଼ିକ ପଛରେ ଅନେକ ସମୟରେ ବୃହତ୍‌ ସ୍ବପ୍ନ ଓ ଭାବାବେଗ ରହିଥାଏ। ଓଡ଼ିଶାରେ ଜନ୍ମିତ ସଲିଳ ପାଣିଗ୍ରାହୀ ମାଳଦ୍ୱୀପରେ ନିଜକୁ ସବୁଠୁ ସଫଳ ହୋଟେଲ ବ୍ୟବସାୟୀ ଭାବେ ପ୍ରତିଷ୍ଠିତ କରିପାରିଛନ୍ତି। ୩ ଦଶନ୍ଧି ପୂର୍ବରୁ ସେ ଓବେରୋଇ ହୋଟେଲ୍ସ ଆଣ୍ଡ ରିସର୍ଟସ୍‌ର ଫାଇନାନ୍ସ ବିଭାଗରେ ଏକ ଛୋଟମୋଟ କାମ ସହ ହସ୍ପିଟାଲିଟିରେ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ମାଳଦ୍ୱୀପରେ ସିକ୍ସ ସେନ୍ସେସ୍‌ ଗ୍ରୁପ୍‌ରେ ଯୋଗଦେଇଥିଲେ। ଏହି ସୁନ୍ଦର ଦ୍ୱୀପ ପ୍ରତି ଭଲପାଇବା ଓ କିଛି ବଡ଼ କରିବା ପାଇଁ ସଲିଳଙ୍କୁ ପ୍ରେରଣା ଦେଇଥିଲା। ସେ ତାଙ୍କ ପିଲାଦିନର ମଧ୍ୟବିତ୍ତ ଚଳଣି, ମୂଲ୍ୟବୋଧକୁ କଦାପି ଭୁଲି ନ ଥିବା କହିଛନ୍ତି। ତାଙ୍କ ମତରେ ଏକ ବିନୟୀ କ୍ଷୁଦ୍ର ଅୟମାରମ୍ଭ ଛୋଟ ସଫଳତାକୁ ସମ୍ମାନ ଦେବା ଶିଖାଇଥାଏ ଏବଂ ଉଚ୍ଚ ସୋପାନକୁ ଯିବାରେ ସହାୟକ ହୋଇଥାଏ।
୧୯୬୮ରେ ଜନ୍ମିତ ସଲିଳ ପେସାରେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହେବା ପାଇଁ ତାଲିମ ନେଉଥିଲେ। ସେହି ସମୟରେ ସେ ବିଭିନ୍ନ ହୋଟେଲ କମ୍ପାନୀର ଅଡିଟ୍‌ କରିବାର ସୁଯୋଗ ପାଇଥିଲେ। ଫଳରେ ତାଙ୍କଠାରେ ଆତିଥେୟତା ଜଗତ ପ୍ରତି ସ୍ବତନ୍ତ୍ର ଆଗ୍ରହ ସୃଷ୍ଟି ହେଲା। ହୋଟେଲିୟର ହେବାର ନିଶା ଯୋଗୁ ୨୦୧୩ରେ ସେ କାନିଫୁଶି ଦ୍ୱୀପରେ ଆଟମୋସ୍ପିୟର ହୋଟେଲ୍ସ ଆଣ୍ଡ ରିସର୍ଟସ ଆରମ୍ଭ କଲେ। ଏକ ରିସର୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଭାବେ ବଜାର ଅଭାବ ପୂରଣ କରିବା ଲାଗି ସେ ଭାରତ ମହାସାଗର ଅଞ୍ଚଳରେ ଏକ ଅନନ୍ୟ ଲଗ୍‌ଜୁରୀ ରିସର୍ଟ ବ୍ରାଣ୍ଡ ସୃଷ୍ଟି କଲେ। ସଲିଲ ୨୦୦୩ରୁ ଇଓଏନ୍‌ ରିସର୍ଟସ୍‌ ଗ୍ରୁପ୍‌ର ପ୍ରତିଷ୍ଠାତା ସହଯୋଗୀ, ନିର୍ଦ୍ଦେଶକ ଓ ମୁଖ୍ୟ ଅପରେଟିଂ ଅଫିସର ଥିଲେ। ଏହି ପଦବୀରେ ଥାଇ ସେ ମାଳଦ୍ୱୀପରେ ଡଜନେରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ରିସର୍ଟସର ବିକାଶ ଓ ପରିଚାଳନା ସହ ସକ୍ରିୟ ଭାବେ ସମ୍ପୃକ୍ତ ହୋଇଥିଲେ। ସବୁ ରିସର୍ଟ୍‌ସରେ ଗୃହ ଅନୁଭୂତି ସୃଷ୍ଟି କରିବା ଗ୍ରୁପ୍‌ର ଅତିଥି ଅଭିଜ୍ଞତାର ଗୁରୁତ୍ୱପୂର୍ଣ୍ଣ ଧାରଣା ରହିଥିଲା। ବେଳାଭୂମିରେ ପ୍ରତି ଇଣ୍ଟେରିୟରକୁ ଅନନ୍ୟ ଡିଜାଇନ, ପ୍ରାକୃତିକ ସୂର୍ଯ୍ୟାଲୋକ ସହ ନିର୍ମାଣ କରାଯାଇଥିଲା, ଯେପରି ଅତିଥିମାନେ ସର୍ବାଧିକ ଆରାମ ଓ ସ୍ମରଣୀୟ ଅନୁଭୂତି ପାଇପାରିବେ।
କାନିଫୁଶି ଦ୍ୱୀପରେ ଆଟମୋସ୍ପିୟର ହୋଟେଲ୍ସ ଆଣ୍ଡ ରିସର୍ଟସ ଆରମ୍ଭ ହେବାର ୭ ବର୍ଷ ମଧ୍ୟରେ ୨୦୨୦ରେ ସଲିଳଙ୍କ ନେତୃତ୍ୱାଧୀନ ଗ୍ରୁପ୍‌ ସାଉଥ୍‌ ମାଲେ ଆଟୋଲ୍‌ରେ ଓଜନ ରିଜର୍ଭ ବୋଲିଫୁସି ସମେତ ୬ଟି ରିସର୍ଟ ଆରମ୍ଭ କରିଥିଲା। ୨୦୨୧ରେ ଆଉ ଦୁଇଟି ରିସର୍ଟ ଶୁଭାରମ୍ଭ ହୋଇଥିଲା। ମାଳଦ୍ୱୀପରେ ବ୍ୟବସାୟ କରିବା ଚାଲେଞ୍ଜ ହୋଇଆସିଥିବା ସତ୍ତ୍ୱେ ସଲିଲ ସବୁବେଳେ ସେଥିରୁ ଶିକ୍ଷାଲାଭ କରି ସେଗୁଡ଼ିକୁ ସାମର୍ଥ୍ୟରେ ବଦଳାଉଥିଲେ। ୨୦୦୪ର ସୁନାମି, ୨୦୦୮ର ମାନ୍ଦାବସ୍ଥା ଏବଂ କୋଭିଡ୍‌ ମହାମାରୀରେ ମାଳଦ୍ୱୀପ ଗୁରୁତର ପ୍ରଭାବିତ ହେବା ସତ୍ତ୍ୱେ ପର୍ଯ୍ୟଟନ କ୍ଷେତ୍ରରେ ଉଲ୍ଲେଖନୀୟ ସାମର୍ଥ୍ୟ ଦେଖାଇ ପୂର୍ବସ୍ଥିତିକୁ ଫେରିପାରିଥିବା ସଲିଲ କହିଛନ୍ତି। ୨୦୧୯ ପର୍ଯ୍ୟନ୍ତ ଆଟମୋସ୍ପିୟର ପାଇଁ ରୁଷିଆ ସର୍ବାଧିକ ପର୍ଯ୍ୟଟକ ଯୋଗାଉଥିବାବେଳେ ନିକଟ ଅତୀତରେ ଭାରତ ଏହାର ସ୍ଥାନ ନେଇଛି। ଭାରତୀୟଙ୍କ ପାଇଁ ମାଳଦ୍ୱୀପ ସର୍ବାଧିକ ପସନ୍ଦ ପରିବାର ପର୍ଯ୍ୟଟନ କ୍ଷେତ୍ର। ସଲିଲଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର-୨୦୨୧ରେ ସମ୍ମାନିତ କରାଯାଇଛି, ଯାହାକି ମାଳଦ୍ୱୀପ ପର୍ଯ୍ୟଟନକୁ ଜଣେ ପ୍ରବାସୀ ଭାରତୀୟଙ୍କ ଅବଦାନ ଏବଂ ଭାରତ-ମାଳଦ୍ୱୀପ ସମ୍ପର୍କକୁ ମଜଭୁତ କରିବାର ସର୍ବୋଚ୍ଚ ସ୍ବୀକୃତି।


Enter your email to get our daily news in your inbox.

All Right Reserved By Dharitri.Com

ପିପିଲି ରାଜନୀତିରେ ନୂଆ ମୋଡ, ଜଣାପଡିଲା କାହିଁକି ରୁଦ୍ରଙ୍କ ସ୍ତ୍ରୀ କରିଛନ୍ତି ନାମାଙ୍କନ

ପୁରୀ,୮।୫: ନିର୍ବାଚନୀ ମଇଦାନରେ ସ୍ବାମୀ-ସ୍ତ୍ରୀ ଲଢେଇ। ଏପରି ଅନେକ ଘଟଣା ପୂର୍ବାୁ ସାମ୍ନାକୁ ଆସିିବାବେଳେ ଏପରି ଘଟଣା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ପିପିଲି...

ବିଜେଡିକୁ କାଉଣ୍ଟର କରିବା ପାଇଁ ଭାଜପାର ପ୍ରେସମିଟ୍‌

ଭୁବନେଶ୍ୱର,୮।୫: ବିଜେଡି ନେତା କାର୍ତ୍ତିକ କାଣ୍ଡିଆନଙ୍କ ପାହାନ୍ତିଆ ପ୍ରେସମିଟ୍‌ ପରେ ଏହାର କାଉଣ୍ଟର ଆଟାକ୍‌ କରିଛି ଭାରତୀୟ ଜନତା ପାର୍ଟି। ଭାଜପାର ପ୍ରେସମିଟ୍‌ କରି ସମୀର...

ଭାଜପା ନେତା ଆଲେକଜାଣ୍ଡର ଦାସ ବିଜେଡିରେ ସାମିଲ

ଭୁବନେଶ୍ୱର,୮।୫: ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ। ଭାଜପା ନେତା ଆଲେକଜାଣ୍ଡର ଦାସ ଶହ ଶହ ସମର୍ଥକ ସହିତ ବୁଧବାର ବିଜେଡିରେ ସାମିଲ ହୋଇଛନ୍ତି। ଦଳଡିଆଁଙ୍କୁ...

ବଢ଼ିଲା ଅନୁଭବଙ୍କ ଅଡୁଆ

କଟକ,୮।୫: ଅଭିନେତା ତଥା ଭାଜପା ନେତା ଅନୁଭବ ମହାନ୍ତିଙ୍କ ଅଡୁଆ ବଢିଛି। ବର୍ଷାଙ୍କ ନିର୍ଯାତନା ଅଭିଯୋଗ ମାମଲାରେ କଟକ ଜେଏମଏଫସି କୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନ...

ବାଲେଶ୍ୱର କଂଗ୍ରେସରେ ଫାଟ, ଶ୍ରୀକାନ୍ତଙ୍କୁ ବିରୋଧ କରି ଦଳ ଛାଡିଲେ ବଡ଼ ନେତା

ନୀଳଗିରି,୮।୫: ବାଲେଶ୍ୱର କଂଗ୍ରେସରେ ଫାଟ। କଂଗ୍ରେସ ଛାଡିଛନ୍ତି ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ର୍ନିବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ...

ପ୍ରେସମିଟ୍‌ରେ କହିଲେ ପାଣ୍ଡିଆନ, ୨୦୨୪ରେ ବିଜେଡି ହାତେଇବ କେତେ ସିଟ୍‌?

ଭୁବନେଶ୍ୱର,୮।୫: ଆଗାମୀ ନିର୍ବାଚନ ପାଇଁ ରାଜଧାନୀ ରାଜନୀତି ସରଗରମ ରହିଛି। ଦୁଇଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସି ଖୋଲା ମଞ୍ଚରେ ବିଜେଡିକୁ ଟାର୍ଗେଟ...

ଆଜି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୮।୫: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିପାଇଁ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସା ୬ଟାରୁ ରାତି ୧୨ଟା ଯାଏ ସାଧାରଣ ଦର୍ଶନ...

ରାସ୍ତା ପାର୍‌ ହେବାବେଳେ ଘୋଷାଡି ନେଲା ଟ୍ରକ୍‌: ଚାଲିଗଲା ୨ ଜୀବନ

ଭୁବନେଶ୍ୱର,୮।୫:ରାଜଧାନୀ ଭୁବନେଶ୍ୱରରେ ବୁଧବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍‌ ବେଳେ ୨ ଜଣଙ୍କୁ ଘୋଷାଡ଼ି ନେଇଛି ଟ୍ରକ। ଫଳରେ ଘଟଣାସ୍ଥଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri