ମାଳଦ୍ୱୀପରେ ଓଡ଼ିଆ ହୋଟେଲ ବ୍ୟବସାୟୀଙ୍କ ସଫଳତା

ଭୁବନେଶ୍ୱର,୪ା୫(ବ୍ୟୁରୋ): ବଡ଼ ସଫଳ କାହାଣୀଗୁଡ଼ିକ ପଛରେ ଅନେକ ସମୟରେ ବୃହତ୍‌ ସ୍ବପ୍ନ ଓ ଭାବାବେଗ ରହିଥାଏ। ଓଡ଼ିଶାରେ ଜନ୍ମିତ ସଲିଳ ପାଣିଗ୍ରାହୀ ମାଳଦ୍ୱୀପରେ ନିଜକୁ ସବୁଠୁ ସଫଳ ହୋଟେଲ ବ୍ୟବସାୟୀ ଭାବେ ପ୍ରତିଷ୍ଠିତ କରିପାରିଛନ୍ତି। ୩ ଦଶନ୍ଧି ପୂର୍ବରୁ ସେ ଓବେରୋଇ ହୋଟେଲ୍ସ ଆଣ୍ଡ ରିସର୍ଟସ୍‌ର ଫାଇନାନ୍ସ ବିଭାଗରେ ଏକ ଛୋଟମୋଟ କାମ ସହ ହସ୍ପିଟାଲିଟିରେ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ମାଳଦ୍ୱୀପରେ ସିକ୍ସ ସେନ୍ସେସ୍‌ ଗ୍ରୁପ୍‌ରେ ଯୋଗଦେଇଥିଲେ। ଏହି ସୁନ୍ଦର ଦ୍ୱୀପ ପ୍ରତି ଭଲପାଇବା ଓ କିଛି ବଡ଼ କରିବା ପାଇଁ ସଲିଳଙ୍କୁ ପ୍ରେରଣା ଦେଇଥିଲା। ସେ ତାଙ୍କ ପିଲାଦିନର ମଧ୍ୟବିତ୍ତ ଚଳଣି, ମୂଲ୍ୟବୋଧକୁ କଦାପି ଭୁଲି ନ ଥିବା କହିଛନ୍ତି। ତାଙ୍କ ମତରେ ଏକ ବିନୟୀ କ୍ଷୁଦ୍ର ଅୟମାରମ୍ଭ ଛୋଟ ସଫଳତାକୁ ସମ୍ମାନ ଦେବା ଶିଖାଇଥାଏ ଏବଂ ଉଚ୍ଚ ସୋପାନକୁ ଯିବାରେ ସହାୟକ ହୋଇଥାଏ।
୧୯୬୮ରେ ଜନ୍ମିତ ସଲିଳ ପେସାରେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହେବା ପାଇଁ ତାଲିମ ନେଉଥିଲେ। ସେହି ସମୟରେ ସେ ବିଭିନ୍ନ ହୋଟେଲ କମ୍ପାନୀର ଅଡିଟ୍‌ କରିବାର ସୁଯୋଗ ପାଇଥିଲେ। ଫଳରେ ତାଙ୍କଠାରେ ଆତିଥେୟତା ଜଗତ ପ୍ରତି ସ୍ବତନ୍ତ୍ର ଆଗ୍ରହ ସୃଷ୍ଟି ହେଲା। ହୋଟେଲିୟର ହେବାର ନିଶା ଯୋଗୁ ୨୦୧୩ରେ ସେ କାନିଫୁଶି ଦ୍ୱୀପରେ ଆଟମୋସ୍ପିୟର ହୋଟେଲ୍ସ ଆଣ୍ଡ ରିସର୍ଟସ ଆରମ୍ଭ କଲେ। ଏକ ରିସର୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଭାବେ ବଜାର ଅଭାବ ପୂରଣ କରିବା ଲାଗି ସେ ଭାରତ ମହାସାଗର ଅଞ୍ଚଳରେ ଏକ ଅନନ୍ୟ ଲଗ୍‌ଜୁରୀ ରିସର୍ଟ ବ୍ରାଣ୍ଡ ସୃଷ୍ଟି କଲେ। ସଲିଲ ୨୦୦୩ରୁ ଇଓଏନ୍‌ ରିସର୍ଟସ୍‌ ଗ୍ରୁପ୍‌ର ପ୍ରତିଷ୍ଠାତା ସହଯୋଗୀ, ନିର୍ଦ୍ଦେଶକ ଓ ମୁଖ୍ୟ ଅପରେଟିଂ ଅଫିସର ଥିଲେ। ଏହି ପଦବୀରେ ଥାଇ ସେ ମାଳଦ୍ୱୀପରେ ଡଜନେରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ରିସର୍ଟସର ବିକାଶ ଓ ପରିଚାଳନା ସହ ସକ୍ରିୟ ଭାବେ ସମ୍ପୃକ୍ତ ହୋଇଥିଲେ। ସବୁ ରିସର୍ଟ୍‌ସରେ ଗୃହ ଅନୁଭୂତି ସୃଷ୍ଟି କରିବା ଗ୍ରୁପ୍‌ର ଅତିଥି ଅଭିଜ୍ଞତାର ଗୁରୁତ୍ୱପୂର୍ଣ୍ଣ ଧାରଣା ରହିଥିଲା। ବେଳାଭୂମିରେ ପ୍ରତି ଇଣ୍ଟେରିୟରକୁ ଅନନ୍ୟ ଡିଜାଇନ, ପ୍ରାକୃତିକ ସୂର୍ଯ୍ୟାଲୋକ ସହ ନିର୍ମାଣ କରାଯାଇଥିଲା, ଯେପରି ଅତିଥିମାନେ ସର୍ବାଧିକ ଆରାମ ଓ ସ୍ମରଣୀୟ ଅନୁଭୂତି ପାଇପାରିବେ।
କାନିଫୁଶି ଦ୍ୱୀପରେ ଆଟମୋସ୍ପିୟର ହୋଟେଲ୍ସ ଆଣ୍ଡ ରିସର୍ଟସ ଆରମ୍ଭ ହେବାର ୭ ବର୍ଷ ମଧ୍ୟରେ ୨୦୨୦ରେ ସଲିଳଙ୍କ ନେତୃତ୍ୱାଧୀନ ଗ୍ରୁପ୍‌ ସାଉଥ୍‌ ମାଲେ ଆଟୋଲ୍‌ରେ ଓଜନ ରିଜର୍ଭ ବୋଲିଫୁସି ସମେତ ୬ଟି ରିସର୍ଟ ଆରମ୍ଭ କରିଥିଲା। ୨୦୨୧ରେ ଆଉ ଦୁଇଟି ରିସର୍ଟ ଶୁଭାରମ୍ଭ ହୋଇଥିଲା। ମାଳଦ୍ୱୀପରେ ବ୍ୟବସାୟ କରିବା ଚାଲେଞ୍ଜ ହୋଇଆସିଥିବା ସତ୍ତ୍ୱେ ସଲିଲ ସବୁବେଳେ ସେଥିରୁ ଶିକ୍ଷାଲାଭ କରି ସେଗୁଡ଼ିକୁ ସାମର୍ଥ୍ୟରେ ବଦଳାଉଥିଲେ। ୨୦୦୪ର ସୁନାମି, ୨୦୦୮ର ମାନ୍ଦାବସ୍ଥା ଏବଂ କୋଭିଡ୍‌ ମହାମାରୀରେ ମାଳଦ୍ୱୀପ ଗୁରୁତର ପ୍ରଭାବିତ ହେବା ସତ୍ତ୍ୱେ ପର୍ଯ୍ୟଟନ କ୍ଷେତ୍ରରେ ଉଲ୍ଲେଖନୀୟ ସାମର୍ଥ୍ୟ ଦେଖାଇ ପୂର୍ବସ୍ଥିତିକୁ ଫେରିପାରିଥିବା ସଲିଲ କହିଛନ୍ତି। ୨୦୧୯ ପର୍ଯ୍ୟନ୍ତ ଆଟମୋସ୍ପିୟର ପାଇଁ ରୁଷିଆ ସର୍ବାଧିକ ପର୍ଯ୍ୟଟକ ଯୋଗାଉଥିବାବେଳେ ନିକଟ ଅତୀତରେ ଭାରତ ଏହାର ସ୍ଥାନ ନେଇଛି। ଭାରତୀୟଙ୍କ ପାଇଁ ମାଳଦ୍ୱୀପ ସର୍ବାଧିକ ପସନ୍ଦ ପରିବାର ପର୍ଯ୍ୟଟନ କ୍ଷେତ୍ର। ସଲିଲଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର-୨୦୨୧ରେ ସମ୍ମାନିତ କରାଯାଇଛି, ଯାହାକି ମାଳଦ୍ୱୀପ ପର୍ଯ୍ୟଟନକୁ ଜଣେ ପ୍ରବାସୀ ଭାରତୀୟଙ୍କ ଅବଦାନ ଏବଂ ଭାରତ-ମାଳଦ୍ୱୀପ ସମ୍ପର୍କକୁ ମଜଭୁତ କରିବାର ସର୍ବୋଚ୍ଚ ସ୍ବୀକୃତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?