ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା: ‘ଏକ ଭାରତ ଶ୍ରେଷ୍ଠ ଭାରତ’ ପ୍ରତିଯୋଗିତାରେ…

ଭଞ୍ଜନଗର, ୨୫।୭ (ବାବୁଲା ପ୍ରଧାନ): ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ବ୍ରହ୍ମପୁରଠାରେ ଶନିବାର ଅନୁଷ୍ଠିତ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କ୍ଲଷ୍ଟରସ୍ତରୀୟ ପ୍ରତିଯୋଗିତାରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସଙ୍ଗୀତ ଓ ନୃତ୍ୟରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଏହି ପ୍ରତିଯୋଗିତାର ଗ୍ରୁପ୍ ସଙ୍ଗୀତରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଗ୍ରୁପ୍ ଡ୍ୟାନ୍ସରେ ଦ୍ୱିତୀୟ ସ୍ଥାନ ହାସଲ କରି ଗର୍ବ ଆଣିଛନ୍ତି।

ଗ୍ରୁପ୍ ସଙ୍ଗୀତରେ ପ୍ରଥମ ସ୍ଥାନ ହାସଲ କରିଥିବା ଭଞ୍ଜନଗର କେଭି ଦଳ ଏବେ ଖୁବଶୀଘ୍ର ଅନୁଷ୍ଠିତ ହେବାକୁ ଥିବା କେଭିଏସ୍ ରିଜିଓନାଲ୍ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବ। ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ବିଦ୍ୟାଳୟର ସଙ୍ଗୀତ ଶିକ୍ଷକ ଅନୁପ କୁମାର ସିଂହଙ୍କ ନିରନ୍ତର ପ୍ରୟାସ ଓ ଉତ୍କୃଷ୍ଟ ମାର୍ଗଦର୍ଶନକୁ ମୁଖ୍ୟ ଶ୍ରେୟ ଦିଆଯାଇଛି। ପ୍ରତିଯୋଗୀମାନଙ୍କ ସହିତ ଶିକ୍ଷୟତ୍ରୀ ଶ୍ରଦ୍ଧାଞ୍ଜଳି ଖୁଣ୍ଟିଆ ଓ ସୁମନ କୁମାରୀ ମଧ୍ୟ ଉପସ୍ଥିତ ରହି ସେମାନଙ୍କୁ୍ ଉତ୍ସାହିତ କରିଥିଲେ।

ବିଦ୍ୟାଳୟର ଏହି ଗୌରବଜନକ ସଫଳତାରେ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ, ଅଭିଭାବକ ଏବଂ ସମଗ୍ର ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍ ଆନନ୍ଦର ଲହରୀ ଖେଳିଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କମାନୁ ସମସ୍ତ କୃତି ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

ଜିଲାସ୍ତରରେ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ, ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା କଲେ ଜିଲାପାଳ

ଦାରିଙ୍ଗବାଡି, ୨୦।୯(ଅରୁଣ ସାହୁ ): କନ୍ଧମାଳ ଜିଲା ବନଜ୍ୟୋସ୍ନା ସାହିତ୍ୟ ସଂସଦ ପକ୍ଷରୁ ରବିବାର ଜିଲା ସୂଚନା ଓ ଲୋକ ସମ୍ପର୍କ ଭବନ, ଫୁଲବାଣୀ ଠାରେ ଜିଲାସ୍ତରୀୟ…

ଏନ୍‌ଏସି ନିର୍ବାଚନ ପାଇଁ କଂଗ୍ରେସର ବଡ଼ ପ୍ରସ୍ତୁତି

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ସାଙ୍ଗଠନିକ ସଭା ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କଲ୍ୟାଣ…

ବଲାଙ୍ଗୀରରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଫିସ ଷ୍ଟାଫ୍ କ୍ବାର୍ଟରରେ…

ବଲାଙ୍ଗୀର,୨୦।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ବାଟରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?